ଅପରାଧ | ବାଲେଶ୍ୱର

୩ ଫେରାର ଅଭିଯୁକ୍ତ ଗିରଫ

୩ ଫେରାର ଅଭିଯୁକ୍ତ ଗିରଫ
ରୂପ୍‌ସା, ୧୨।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ଅଞ୍ଚଳରେ ପୋଲିସ୍‌ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୩ଜଣ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି। ହଳଦୀପଦା ଫାଣ୍ଡି ଅଧିକାରୀ ବଦ୍ରିଶଙ୍କର ଷଣ୍ଢ ଶୁକ୍ରବାର ସଦଳବଳେ ଚଢ଼ାଉ କରି ଅରଡ଼ା ଅଞ୍ଚଳର ଫେରାର ଅଭିଯୁକ୍ତ ରବୀନ୍ଦ୍ର ସାହାଣି ଓ ଜଙ୍ଖରାଇ ଅଞ୍ଚଳର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ୱୟଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ରହିଛି। ସେହିପରି ବସ୍ତା ଥାନା ଏଏସ୍‌ଆଇ ଚିତ୍ତରଞ୍ଜନ ମହାନ୍ତି ଗୁରୁବାର ରାତିରେ ଚଢ଼ାଉ କରି ହଳଦୀପଦା ନୟାପଡ଼ା ଗ୍ରାମର ଅଭିଯୁକ୍ତ ଦୀପୁ ସାହୁଙ୍କୁ ଗିରଫ କରିଛନ୍ତି। ୨୦୧୨ ମସିହାରେ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରେ ଏକ ଛିନ୍‌ତାଇ ମାମଲା ବିଚାରାଧୀନ ରହିଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। 
All Right Reserved By

ଅପରାଧ | ବାଲେଶ୍ୱର

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଜୟପୁର,୧୬ା୧୨(ନି.ପ୍ର.): ଜୟପୁର ସମ୍ବାରତୋଟା ଅଞ୍ଚଳର ଜଣଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ସମ୍ବାରତୋଟାର ପ୍ରଥମ ଲାଇନରେ ରୁହନ୍ତି ଭବାନି ନାୟକ ା ସେ ରାୟଗଡ଼ା ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘର ତାଲା ଭାଙ୍ଗି ୪ଟି ହାର, ସୁନା ଚେନ, ମୁଦି, କାନଫୁଲ ସମେତ ୧୯ ଭରି ସୁନା ସହ ନଗଦ ୮୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ବଇଣ୍ଡା, ୧୪। ୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା କ୍ଷେତିରମାହାରସାହିଠାରେ ଗୁରୁବାର ରାତିରେ ସଞ୍ଜାମୁରା ପଞ୍ଚାୟତ ହତାନାଳୀ ଗ୍ରାମର ଦାଶରଥୀ ବେହେରା(୪୫)ଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଜଲି ବେହେରା ଥାନାରେ ଅଭିଯୋଗ କରିଛନ୍ତି। 

ତରାଙ୍ଗ ଛକରୁ ପୁଣି ଚୋରି

ତରାଙ୍ଗ ଛକରୁ ପୁଣି ଚୋରି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଛକରେ ଥିବା ୫ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଥିବା ଜଣାଯାଇଛି। 

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅବକାରୀ ବିଭାଗର ଚଢ଼ାଉ, ଚୋରା ଦେଶୀ ମଦ ସହ ଓମିନି ଜବତ

ଭଦ୍ରକ ଅଫିସ,୧୪।୧୨- ଭଦ୍ରକ ଅବକାରୀ ବିଭାଗ ଚଢ଼ାଉ କରି ଜାତୀୟ ରାଜପଥ ବେହେରା ସlହି ନିକଟରୁ ୩୦୦ ଲିଟର ଦେଶୀ ମଦ ଜବତ କରିଛି। ଏକ ଓମିନି ଗାଡ଼ି ଯୋଗେ ଏହି ମଦ ବାଲେଶ୍ୱରରୁ ଭଦ୍ରକକୁ ଚାଲାଣ ହେଉଥିଲା। 

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଜୁଆଆଡ୍ଡା ଉପରେ ଚଢ଼ାଉ: ୧୪ ଗିରଫ, କାର, ବାଇକ୍‌, ଟଙ୍କା ଜବତ

ଯାଜପୁର ଅଫିସ, ୧୪।୧୨: ଯାଜପୁର ଜିଲା କଳିଙ୍ଗନଗର ଥାନା ପୋଲିସ ଗୁରବାର ବିଲମ୍ବିତ ରାତିରେ ବାରଗାଡିଆର ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୪ ଜୁଆଡିଙ୍କୁ ଗିରଫ କରିଛିି। ସେମାନଙ୍କ ନିକଟରୁ ୨ ଲକ୍ଷ ୩୧ ହଜାର ଟଙ୍କା ସମେତ ୨ କାର ଓ ୯ଟି ବାଇକ ଜବତ କରିଛି। କଳିଙ୍ଗନଗର ଥାନା ଆଇଆଇସି ରାଜେନ୍ଦ୍ର ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। 

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୩।୧୨(ଡି.ଏନ.ଏ)- ଦାରିଙ୍ଗବାଡ଼ି ଥାନା ପକ୍ଷରୁ ଗୁରୁବାର ଦନେକବାଡ଼ି ପଞ୍ଚାୟତରେ ଅବକାରୀ ଚଢ଼ାଉ କରାଯାଇ ଶତାଧିକ ମହୁଲ ପୋଚ ନଷ୍ଟ କରାଯିବା ସହ ୧୦ଲିଟର ଦେଶୀ ମଦ ସହ ରନ୍ଧା ସାମଗ୍ରୀ ଜବତ ହୋଇଛି। ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ଲିଲିମା ନାୟକ ଏବଂ ଗୋପାଳ ନାୟକଙ୍କୁ ଗିରଫ କରାଯାଇଛି। ଏ ନେଇ ନଂ.୧୫୪ ଓ ୧୫୫/୧୮ରେ ମାମଲା ରୁଜୁ ହୋଇଥିବା ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତି। ଏଏସଆଇ ଆର.ଭିମୋରାଓ ରେଡ୍ଡୀ, ହାବିଲଦାର  ଗଜେନ୍ଦ୍ର ବିଶୋୟୀ, ରାଇଟର ବିଦେଶୀ ବେହେରା ଚଢ଼ାଉ କରିଥିଲେ।

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଗାଡି ମଡ଼ାଇ ସାବତ ମା’ଙ୍କୁ ହତ୍ୟା : ବାପପୁଅ ଗିରଫ

ଲହୁଣୀପଡା, ୧୩।୧୨ (ଡି.ଏନ.ଏ)- ସୁନ୍ଦରଗଡ଼  ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡଣୀପୋଷ ଆମଚାତି ପୋଲ ନିକଟରେ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାର ରହସ୍ୟ ଉନ୍ମୋଚିତ  ହୋଇଛି। ଦୁର୍ଘଟଣାରେ ମୃତ ଅଚିହ୍ନା ମହିଳାଙ୍କ ପରିଚୟ ମିଳିଛି। ସେ ହେଲେ ଆକିଲା ଖାତୁନ (୩୦)। ଏହା ଦୁର୍ଘଟଣା ନୁହେଁ, ଯୋଜନା ବଦ୍ଧ ଭାବେ ସାବତ ପୁଅ ଏମଡି ନଇମ (୨୬) ଟ୍ରକ୍‌ ଚଢ଼େଇ ସାବତ ମା’ଙ୍କୁ ହତ୍ୟା କରି ଫେରାର 

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ବନ ବିଭାଗ ଜବତ କଲା ବଜ୍ରକାପ୍ତା

ମାଲକାନଗିରି,୧୩।୧୨ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବନ ବିଭାଗ ଏକ ବଜ୍ରକାପ୍ତା ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଶିକ୍ଷକଙ୍କ ସମେତ ୭ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସେମାନେ ହେଲେ ଏମ୍‌.ଭି.- ୪୭ ଗ୍ରାମର ଗୋକୁଳାନନ୍ଦ ମିସ୍ତ୍ରି, ଦୁଗାଲି ଗ୍ରାମର କମଳଲୋଚନ ମାଡି, ଲୁଲେର ଗ୍ରାମର ପିତମ ହରିଜନ, ସିନ୍ଧିଗୁଡା ଗ୍ରାମର ହରିବନ୍ଧୁ କମାରି, ସିନ୍ଧାବେଡା ଗ୍ରାମର ସମନ୍ଧ ପୁଜାରୀ, ପୁରୁଣାଗୁଡା ଗ୍ରାମର ଘାସିରାମ ପୁଜାରି ଏବଂ ଏମ୍‌.ଭି.-୧୦ ଗ୍ରାମର ପଙ୍କଜ ସରକାର।

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ଛେଳି ଚୋରକୁ କାବୁ କରି ନିର୍ଧୁମ ଛେଚିଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୧୩।୧୨(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ଥାନା ଅଧୀନ ବୁହାଳ ଗ୍ରାମରେ ବୁଧବାର ଛେଳି ଚୋରି କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗ୍ରାମବାସୀ କାବୁ କରିଥିଲେ। ପରେ ତାଙ୍କୁ ଏକ ଆମ୍ବ ଗଛରେ ବାନ୍ଧି ମାଡ଼ ମାରିଥିବା ଜଣାପଡ଼ିଛି। ଯୁବକଜଣଙ୍କ ହେଲେ କେନ୍ଦ୍ରାପଡ଼ାର ମିଟୁ ଦାସ(୨୮)। ବୁଧବାର ସକାଳେ ମିଟୁଙ୍କୁ ଥାନାକୁ ହସ୍ତାନ୍ତର କରାଯାଇଛି।

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ଭିଜିଲାନ୍ସ ଜାଲରେ ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ

ନିମାପଡ଼ା,୧୨।୧୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ବଳଙ୍ଗା ଦଣ୍ଡିପୁର ସେବା ସମବାୟ ସମିତି ସମ୍ପାଦକ ଲାଞ୍ଚ ନେଉଥିବାବେଳେ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।