ଖେଳ |

ଚେଜ୍‌ ଓ୍ବେଷ୍ଟଇଣ୍ଡିଜ ଇନିଂସ ସମ୍ଭାଳିଲେ

ଚେଜ୍‌ ଓ୍ବେଷ୍ଟଇଣ୍ଡିଜ ଇନିଂସ ସମ୍ଭାଳିଲେ
ହାଇଦ୍ରାବାଦ, ୧୨।୧୦(ପି.ଟି.)-
ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ସ୍ଥାନୀୟ ରାଜୀବଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରଥମ ଦୁଇ ସେସନରେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରି ଓ୍ବେଷ୍ଟଇଣ୍ଡିଜକୁ ବିପଦରେ ପକାଇଥିବା ଭାରତୀୟ ବୋଲରମାନେ ତୃତୀୟ ସେସନରେ ମାତ୍ର ଗୋଟିଏ ଉଇକେଟ ନେବାରେ ସକ୍ଷମ ହେବାରୁ ଭ୍ରମଣକାରୀ ଦଳ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଛି। ମିଡିଲ ଅର୍ଡରରେ ବ୍ୟାଟିଂ କରିବାକୁ ଆସିଥିବା ରଷ୍ଟନ ଚେଜ୍‌ ଓ୍ବେଷ୍ଟଇଣ୍ଡିଜ ଇନିଂସ ସମ୍ଭାଳିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଚେଜ୍‌ ୯୮ ରନ କରି ଅପରାଜିତ ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୨୯୫ ରନ କରିବାକୁ ସକ୍ଷମ ହୋଇଛି। 
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ଭଲ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୩୨ ରନରେ ପ୍ରଥମ ଏବଂ ୫୨ରେ ଦ୍ୱିତୀୟ ଉଇକେଟ ହରାଇଥିବା ଓ୍ବେଷ୍ଟଇଣ୍ଡିଜ ମଧ୍ୟାହ୍ନ ଭୋଜନ ବିରତିସୁଦ୍ଧା  ୩ ଉଇକେଟ ହରାଇ ୮୬ ରନ କରିଥିଲା। ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ଏହି ମ୍ୟାଚ ଶୁଭ ସାବ୍ୟସ୍ତ ହୋଇନାହିଁ। ସେ ମାତ୍ର ୧୦ଟି ବଲ୍‌ ବୋଲିଂ କରି ଆହତ ସମସ୍ୟା ଯୋଗୁ ପଡ଼ିଆ ଛାଡ଼ିଛନ୍ତି। ଫଳରେ ଭାରତର ବୋଲିଂ ଆକ୍ରମଣ ୪ ବୋଲର ବିଶିଷ୍ଟ ହୋଇ ଯାଇଛି। ଠାକୁରଙ୍କ ଦ୍ୱିତୀୟ ଓଭର କୋଟା ପୂରଣ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ। ୧୨ତମ ଓଭରର ପ୍ରଥମ ବଲ୍‌ରେ ସେ କେରନ ପଓ୍ବେଲ(୨୨ ରନ)ଙ୍କୁ  ଆଉଟ କରି ଏହି ସଫଳତା ପାଇଥିଲେ। ଏହାପରେ ଦମ୍‌ ଦେଖାଇଥିଲେ କୁଲଦୀପ ଯାଦବ ଓ ଉମେଶ। ୧୪ ରନ କରିଥିବା କ୍ରେଗ୍‌ ବ୍ରାଥଓ୍ବେଟଙ୍କୁ କୁଲଦୀପ ଏବଂ କ୍ରିଜ୍‌ରେ ଜମି ଆସୁଥିବା ଶାଇ ହୋପ୍‌ଙ୍କୁ ଉମେଶ ଆଉଟ୍‌ କରି ଭାରତୀୟ ଶିବିରକୁ ଉଲ୍ଲସିତ କରିଥିଲେ। ହୋପ୍‌ ୬୮ ବଲ୍‌ରୁ ୫ ଚୌକା ସହାୟତାରେ ୩୬ ରନ କରିଥିବାବେଳେ ଉମେଶଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହେବାସହ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ଦ୍ୱିତୀୟ ସେସନରେ ମଧ୍ୟ ଭାରତୀୟ ବୋଲର ପ୍ରଭାବୀ ରହିଥିଲେ। ଶିମରନ ହେଟ୍‌ମେର ୧୨ ରନ କରି କୁଲଦୀପ ଯାଦବଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସୁନୀଲ ଆମ୍ବ୍ରିସ(୧୮ ରନ)ଙ୍କୁ ମଧ୍ୟ କୁଲଦୀପ ପ୍ୟାଭିଲିୟନ ପଠାଇଥିଲେ। ରଷ୍ଟନ ଚେଜ୍‌ ଓ ଶେନ ଡୋରିଚ୍‌ ୬ଷ୍ଠ ଉଇକେଟରେ ୬୯ ରନର ଭାଗୀଦାରି ଗଢ଼ି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ମାତ୍ର ୬୩ ବଲ୍‌ରୁ ୪ ଚୌକା ଓ ୧ ଛକା ସହାୟତାରେ ୩୦ ରନ କରିଥିବା ଡୋରିଚ୍‌ଙ୍କୁ ଉମେଶ ଯାଦବ ଏଲବିଡବଲ୍ୟୁ କରିବାରୁ ଭାରତ ପୁଣି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଚା ବିରତି ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ସ୍କୋର ୧୯୭/୬ ହୋଇଥିଲା। 
ଅନ୍ତିମ ସେସନରେ କିନ୍ତୁ ଚେଜ୍‌ ଓ ଅଧିନାୟକ ଜାସନ ହୋଲ୍ଡର ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ। ଭାରତୀୟ ବୋଲରଙ୍କୁ ସଫଳତାର ସହ ମୁକାବିଲା କରି ଏ ଦୁହେଁ ୭ମ ଉଇକେଟରେ ଶତକୀୟ(୧୦୪ ରନ) ଭାଗୀଦାରି ଗଢ଼ିଥିଲେ। ଫଳରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ବିପଦର ବଳୟରୁ ବାହାରକୁ ଆସି ପାରିଥିଲା। ତେବେ ୯୦ତମ ଓଭରର ଅନ୍ତିମ ବଲ୍‌ରେ ହୋଲ୍ଡରଙ୍କୁ ଆଉଟ କରି ଉମେଶ ଏହି ଯୋଡ଼ି ଭାଙ୍ଗିଥିଲେ। ୯୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ହୋଲ୍ଡର ୬ ଚୌକା ସହାୟତାରେ ୫୨ ରନ କରିଥିଲେ। ଚେଜ୍‌ କିନ୍ତୁ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି ୪ର୍ଥ ଟେଷ୍ଟ ଶତକର ଦ୍ୱାରରେ ପହଞ୍ଚତ୍ ଯାଇଛନ୍ତି। ୧୭୪ ବଲ୍‌ର ସାମ୍‌ନା କରିଥିବା ଚେଜ୍‌ ୭ ଚୌକା ଓ ୧ ଛକା ସହାୟତାରେ ୯୮ ରନ କରି ଅପରାଜିତ ରହିଛନ୍ତି। ଭାରତ ପକ୍ଷରୁ ଉମେଶ ଓ କୁଲଦୀପ ୩ଟି ଲେଖାଏ ଏବଂ ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ଉଇକେଟ ନେଇଛନ୍ତି। 
ସଂକ୍ଷିପ୍ତ ସ୍କୋର
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୨୯୫/୭(ଚେଜ୍‌-୯୮*, ହୋଲ୍ଡର-୫୨, ହୋପ୍‌-୩୬, ଡୋରିଚ୍‌-୩୦, ଉମେଶ-୩/୮୩, କୁଲଦୀପ-୩/୭୪, ଅଶ୍ୱିନ-୧/୪୯)। 
All Right Reserved By

ଖେଳ |

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଓଡେନସେ(ଡେନମାର୍କ),୧୬।୧୦(ପି.ଟି.)- ଭାରତୀୟ  ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଡେନମାର୍କ ଓପନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ନାମେଣ୍ଟର ବିଦାୟ ନେଇଛନ୍ତି। 

ସାଇ କୋଚ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୧୬।୧୦- ସ୍ଥାନୀୟ ସ୍ପୋଟର୍‌ସ ଅଥ୍‌ରିଟି ଅଫ୍‌ ଇଣ୍ଡିଆ (ସାଇ) କେନ୍ଦ୍ରରେ ୧୩ ବର୍ଷୀୟ ବାଳିକା ଆଥ୍‌ଲେଟଙ୍କୁ ଦୁର୍ବ୍ୟବହାର କରି ବିତାଡ଼ିତ ହୋଇଥିବା ସିନିୟର କବାଡ଼ି କୋଚ୍‌ ରୁଦ୍ରାପ୍ପା ଭି ହୋସାମାନି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ସୋମବାର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି । 

ଜାତୀୟ ଶିବିରରେ ଓଡ଼ିଶାର ୩

ଜାତୀୟ ଶିବିରରେ ଓଡ଼ିଶାର ୩

କଟକ ଅଫିସ,୧୬ା୧୦- ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫଏଫ)  ଆନୁକୂଲ୍ୟରେ କଟକରେ ଜାତୀୟ ୧୯ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରସ୍ତୁତି ଶିବିର ଗତ ୧୦ ତାରିଖରୁ ଜାରି ରହିଛି ।

ଜାତୀୟ ସିନିୟର ଉଷୁରେ ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-ମେଘାଳୟର ଶିଲଂଠାରେ ଅନୁଷ୍ଠିତ ୨୭ତମ ଜାତୀୟ ସିନିୟର ଉଷୁରେ ଓଡ଼ିଶା ଗୋଟିଏ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ପାଇଛି। ସୋମବାର ଶେଷ ହୋଇଥିବା  ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୯ ମହିଳା ଓ ୨୦ ପୁରୁଷ ଅଂଶଗ୍ରହଣ କରିଥିଲେ। 

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ଶାହାରୁଖଙ୍କୁ ନିର୍ଦ୍ଦେଶନା ଦେଲେ ରହମନ

ହକି ବିଶ୍ୱକପ୍‌ ଅଫିସିଆଲ ଭିଡିଓ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’କୁ ଅଧିକ ଜୀବନ୍ତ  ଓ ହୃଦୟସ୍ପର୍ଶୀ କରିବା ଲାଗି ମ୍ୟୁଜିକ୍‌ ମାଷ୍ଟର ଏ.ଆର ରହମନ ବଲିଉଡ୍‌ ଷ୍ଟାର ଶାହାରୁଖ ଖାଁଙ୍କୁ ପ୍ରଥମ ଥର ନିର୍ଦ୍ଦେଶନା ଦେଇଛନ୍ତି। ଗୁଲ୍‌ଜାରଙ୍କ ଦ୍ୱାରା ଲିଖିତ ହକି ବିଶ୍ୱକପ୍‌ ଟାଇଟଲ ସଙ୍ଗ୍‌ ‘ଜୟ ହିନ୍ଦ୍‌ ହିନ୍ଦ୍‌, ଜୟ ଇଣ୍ଡିଆ’ରେ ସଂଗୀତ ସଂଯୋଜନା ମଧ୍ୟ କରିଛନ୍ତି ଏ.ଆର୍‌. ରହମାନ। ମ୍ୟୁଜିକ ଭିଡିଓରେ  ଭାରତୀୟ ହକିର ଝଲକ ଉପସ୍ଥାପନ କରାଯାଇଛି। 

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ବିଶ୍ୱକପ ପୂର୍ବରୁ ନିଜକୁ ପରଖିବାକୁ ସୁଯୋଗ: ମନପ୍ରୀତ

ନୂଆଦିଲ୍ଲୀ, ୧୬ା୧୦- (ପି.ଟି.)-ଏସିଆନ ଗେମ୍ସରେ ଆମ ଦଳ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲା। ଓମାନର ମସ୍କଟଠାରେ ହେବାକୁଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ରେ କିନ୍ତୁ ଆମକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏକଥା କହିଛନ୍ତି, ଭାରତୀୟ ହକି ଅଧିନାୟକ ମନପ୍ରୀତ ସିଂ।