ଫୁରସତ |

ରଙ୍ଗ ଚିହ୍ନିପାରେ ପ୍ରଜାପତି

ରଙ୍ଗ ଚିହ୍ନିପାରେ ପ୍ରଜାପତି
ଫୁଲରୁ ଫୁଲକୁ  ଉଡି ବୁଲୁଥିବା ପ୍ରଜାପତିଙ୍କର ରଙ୍ଗ ସମ୍ପର୍କରେ ଜ୍ଞାନ ରହିଥାଏ। ଏନେଇ ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି। ପ୍ରଜାପତି ରଙ୍ଗୀନ ଫୁଲ ପ୍ରତି କାହିଁକି ଅଧିକ ଆକୃଷ୍ଟ ହୋଇଥାନ୍ତି ସେଥିନେଇ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଦୀର୍ଘ ଦିନ ଧରି ଗବେଷଣା ଜାରି ରଖିଥିଲେ। ପୂର୍ବରୁ ଆକଳନ କରାଯାଉଥିଲା ରଙ୍ଗୀନ ଫୁଲରେ ସାଧାରଣତଃ ଅଧିକ ମହୁ ଥିବାରୁ ପ୍ରଜାପତି ସେଭଳି ଫୁଲ ପ୍ରତି ଆକର୍ଷିତ ହୋଇଥାନ୍ତି। ତେବେ ଧଳା ରଙ୍ଗର ଅଧିକାଂଶ ଫୁଲ ରାତିର ଫୁଟିଥାନ୍ତି। ଧଳାରଙ୍ଗର ଫୁଲରେ କମ୍‌ ମହୁ ମଧ୍ୟ ରହିଥାଏ। ତେଣୁ ଏସବୁ ଫୁଲ ପ୍ରତି ପ୍ରଜାପତି କିମ୍ବା ମହୁମାଛି ଆଧିକ ଆକର୍ଷିତ ହୋଇ ନ ଥାନ୍ତି। ଅନ୍ୟପକ୍ଷରେ ଲାଲ୍‌, ହଳଦିଆ, ଗୋଲାପି, କମଳା, ବାଇଗଣୀ ଆଦି ରଙ୍ଗ ଫୁଲ ନିକଟକୁ ବହୁ ସଂଖ୍ୟାରେ ପ୍ରଜାପତି ଆସିଥାନ୍ତି। ପ୍ରଜାପତି, ମହୁମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ପରାଗ ସଂଗମରେ ସହାୟତା କରିଥାନ୍ତି। ଏହା ପ୍ରକୃତିର ନିୟମ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ। ରଙ୍ଗୀନ ଫୁଲ ଥିବା ଗଛରେ ପରାଗ ସଂଗମ ଭଲ ଭାବେ ସମ୍ପନ୍ନ ହୋଇପାରିଥାଏ। ଏଭଳି ଗଛ ଯଦି ଫଳ ଧାରଣ କରୁଥିବା ଗଛ ହୋଇଥାନ୍ତି ତେବେ ଫଳ ସଂଖ୍ୟା ଅଧିକ ରହିଥାଏ। ମାତ୍ର ଧଳା ଫୁଲ ଥିବା ଗଛ ନିକଟକୁ ଅଧିକ କୀଟପତଙ୍ଗ ଆସୁ ନ ଥିବାରୁ ପରାଗ ସଂଗମରେ ସହାୟକ ହେଉଥିବା ଅନ୍ୟ କାରକଗୁଡିକ ଉପରେ ଏଭଳି ଗଛ ନିର୍ଭର କରିଥାନ୍ତି। ପ୍ରଜାପତିର ମସ୍ତିଷ୍କ ରଙ୍ଗୀନ ଫୁଲ ପ୍ରତି ଅଧିକ ସମ୍ବେଦନଶୀଳତା ପ୍ରକାଶ କରିଥାଏ। ରଙ୍ଗୀନ ଫୁଲରେ ଅଧିକ ଖାଦ୍ୟ ରହିଥିବାରୁ ଏଠାକୁ ସ୍ବତଃପ୍ରବୃତ୍ତ ଭାବେ ପ୍ରଜାପତି ଆକର୍ଷିତ ହୋଇ ଆସିଥାନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।
All Right Reserved By

ଫୁରସତ |

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ। 

ମନ୍ଦିର ଯେଉଁଠି ନେତା ଓ ଅଫିସରଙ୍କୁ ପ୍ରବେଶ ମନା...

ମନ୍ଦିର ଯେଉଁଠି ନେତା ଓ ଅଫିସରଙ୍କୁ ପ୍ରବେଶ ମନା...

ଦେଶର ବଢୁଥିବା ଅରାଜକତା ପାଇଁ କାନପୁରଠାରେ ଥିବା ଏକ ମନ୍ଦିରରେ ରାଜନେତା ଓ ଆଇଏସ୍‌ ତଥା ଆଇପିଏସ୍‌ ଆଦି ଅଫିସରଙ୍କୁ ଦାୟୀ କରାଯାଇଥାଏ। ତେଣୁ ମନ୍ଦିରରେ ଏସବୁ ବ୍ୟକ୍ତିଙ୍କୁ ପ୍ରବେଶ ଲାଗି ବାରଣ କରାଯାଏ। 

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ଯୋଗ ଶରୀର ପାଇଁ ବେଶ୍‌ ଉପଯୋଗୀ। ଯୋଗ ମାଧ୍ୟମରେ ବିଭିନ୍ନ ରୋଗରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

କୁହାଯାଏ, ଖୁସିକୁ କେହି ଟଙ୍କା ଦେଇ କିଣିପାରନ୍ତି ନାହିଁ। ମାତ୍ର ଚାଇନାବାସୀ ଏହାକୁ ସତ କରି ଦେଖାଇଛନ୍ତି। ଏଠି ୫ ଡଲାରରେ ମିଳେ ଢେର୍‌ ଖୁସି।

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଚାଇନାରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରୁ ଋଣ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ନୂଆ ନିୟମ। ଋଣ ଧାରକଙ୍କୁ ଏଠାରେ ଅନ୍ୟ ଆବଶ୍ୟକ ଡକୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। 

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ମଣିଷ ଶରୀରରେ ତିଳ ଚିହ୍ନର ମହତ୍ତ୍ୱ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଓଠରେ ତିଳ ଚିହ୍ନ ଥିଲେ ଏହା ପ୍ରେମ ବିବାହ କରାଇବାରେ ସହାୟକ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ସୂଚିତ କରିଥାନ୍ତି। 

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ।