ବାଣିଜ୍ୟ |

ନାଲକୋ କର୍ମଚାରୀଙ୍କ ଷଷ୍ଠ ଦୀର୍ଘମିଆଦୀ ବେତନ ବନ୍ଦୋବସ୍ତ

ନାଲକୋ କର୍ମଚାରୀଙ୍କ ଷଷ୍ଠ ଦୀର୍ଘମିଆଦୀ ବେତନ ବନ୍ଦୋବସ୍ତ
ଭୁବନେଶ୍ୱର,୧୨-୧୦: ନାଲ୍‌କୋର ସାରା ଦେଶରେ କାର୍ଯ୍ୟରତ ୫,୦୦୦ରୁ ଅଧିକ କର୍ମଚାରୀଙ୍କୁ ଲାଭ ପ୍ରଦାନ ଲାଗି ଷଷ୍ଠ ଦୀର୍ଘମିଆଦୀ ବେତନ ବନ୍ଦୋବସ୍ତ ସଂସ୍ଥାପନ ହୋଇଛି। ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ନିକଟରେ ଏହି ବ୍ୟବସ୍ଥାକୁ ଭୁବନେଶ୍ୱରସ୍ଥ କର୍ପୋରେଟ କାର୍ଯ୍ୟାଳୟରେ ଶୁଭାରମ୍ଭ କରିଛନ୍ତି। ଏଚ୍‌ଆର୍‌ଏ ଇନସେନଟିଭ୍‌ ଏବଂ ଅନ୍ୟାନ୍ୟ ଲାଭ କର୍ମଚାରୀଙ୍କ ପାରିଶ୍ରମିକର ସଂଶୋଧନ ଲାଗି ଉଦ୍ଦିଷ୍ଟ ମଜୁରି ବନ୍ଦୋବସ୍ତ ପ୍ରକ୍ରିୟାକୁ ଗତିଶୀଳ କରାଇବ। ଏକ ମାସ ମଧ୍ୟରେ ବେତନ ବନ୍ଦୋବସ୍ତ ଲାଗି ଆଲୋଚନା ପ୍ରକ୍ରିୟା ଶେଷ କରିବାକୁ ଅନୁମୋଦିତ ସଙ୍ଗଠନ ଏବଂ ପରିଚାଳନା ମଣ୍ଡଳୀଙ୍କ ବୈଠକ ଲାଗି ଚାନ୍ଦ ଆହ୍ବାନ ଦେଇଛନ୍ତି। ନାଲ୍‌କୋ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥି ଲାଗି କର୍ମଚାରୀଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ଚାନ୍ଦ କହିଛନ୍ତି। କର୍ମଚାରୀଙ୍କ ପ୍ରତିବଦ୍ଧତା ନାଲକୋକୁ ନବରତ୍ନ କମ୍ପାନୀରୁ ମହାରତ୍ନ କମ୍ପାନୀ ହେବାରେ ସହାୟକ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

All Right Reserved By

ବାଣିଜ୍ୟ |

କୋଶ ପକ୍ଷରୁ ରୁଟି ଦାନ ଅଭିଯାନ

କୋଶ ପକ୍ଷରୁ ରୁଟି ଦାନ ଅଭିଯାନ

ଭୁବନେଶ୍ୱର,୨୧-୧୦: ବିଗ୍‌ବଜାରର ମିଳିତ ଆନୁକୁଲ୍ୟରେ କୋଶ୍‌ ଓଟ୍ସ ପକ୍ଷରୁ ରୁଟି ଦାନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଅକ୍ଟୋବର ୧୬ରୁ ୨୨ ଯାଏ ଏହି ଅଭିଯାନ ଚାଲିବ। 

ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ

ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୧-୧୦: ଟାଟା ମୋଟର୍ସର ନୂଆ ପାସେଞ୍ଜର କାର୍‌ ଡିଲର ଗୁଗନାନୀ ଅଟୋକାର ଶୋ’ରୁମ ଶୁଭାରମ୍ଭ ହୋଇଛି। କଟକର ପ୍ରତାପନଗରୀ ଜାତୀୟ ରାଜପଥ ପାର୍ଶ୍ୱରେ ୫ ହଜାର ବର୍ଗଫୁଟ ସ୍ଥାନରେ ଏହି ନୂଆ ଶୋ’ରୁମ ଖୋଲିଛି। 

ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ;କେନ୍ଦ୍ରକୁ ଖୋଲାଖୋଲି ବିରୋଧ କଲା ରିଜର୍ଭ ବ୍ୟାଙ୍କ

ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ;କେନ୍ଦ୍ରକୁ ଖୋଲାଖୋଲି ବିରୋଧ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ/ନୂଆଦିଲ୍ଲୀ,୨୧-୧୦: କେନ୍ଦ୍ର ସରକାର ଦେୟ ପ୍ରଦାନ ଏବଂ ସମାଧାନ ବ୍ୟବସ୍ଥା ଆଇନ ୨୦୦୭ରେ ସଂଶୋଧନ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସୁପାରିସ କରିବାକୁ ଆର୍ଥିକ ବ୍ୟାପାର ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ଆର୍‌ବିଆଇର ଏକଜିକ୍ୟୁଟିଭ ଡାଇରେକ୍ଟର ଗଣେଶ କୁମାର ସଦସ୍ୟ ରହିଥିଲେ। ଦେୟ ପ୍ରଦାନ ବ୍ୟବସ୍ଥାକୁ ନିୟନ୍ତ୍ରଣ ପାଇଁ ଏକ ସ୍ବତନ୍ତ୍ର ପେମେଣ୍ଟସ ରେଗୁଲେଟୋରି ବୋର୍ଡ ଗଠନ କରିବାକୁ ଏହି କମିଟି ସରକାରଙ୍କୁ ସୁପାରିସ କରିଥିଲେ।

ବର୍ଷକ ମଧ୍ୟରେ ୭୩୦୦ ବିତ୍ତଶାଳୀ ସୃଷ୍ଟି

ବର୍ଷକ ମଧ୍ୟରେ ୭୩୦୦ ବିତ୍ତଶାଳୀ ସୃଷ୍ଟି

ନୂଆଦିଲ୍ଲୀ,୨୧-୧୦: ଦେଶରେ ଧନୀ-ଗରିବଙ୍କ ମଧ୍ୟରେ ଅସମାନତା ବୃଦ୍ଧି ପାଉଥିବା ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରୁଛନ୍ତି। ଅଥଚ କ୍ରେଡିଟ ସୁଇସ୍‌ର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ବର୍ଷକ ମଧ୍ୟରେ ଦେଶରେ ୭୩୦୦ ବିତ୍ତଶାଳୀ ସୃଷ୍ଟି ହୋଇଛନ୍ତି।

ଏୟାର ଇଣ୍ଡିଆର ମିଶ୍ରଣ, ୧୧୧ ବିମାନ କିଣା;ପୂର୍ବତନ ମନ୍ତ୍ରୀ,ଅଧିକାରୀଙ୍କ ଉପରେ ଇଡିର ନଜର

ଏୟାର ଇଣ୍ଡିଆର ମିଶ୍ରଣ, ୧୧୧ ବିମାନ କିଣା;ପୂର୍ବତନ ମନ୍ତ୍ରୀ,ଅଧିକାରୀଙ୍କ ଉପରେ ଇଡିର ନଜର

ନୂଆଦିଲ୍ଲୀ,୨୧-୧୦: ଉପା ସରକାର ସମୟରେ ଏୟାର ଇଣ୍ଡିଆ ସହ ଇଣ୍ଡିଆନ ଏୟାରଲାଇନ୍ସର ମିଶ୍ରଣ ଏବଂ ୧୧୧ଟି ବିମାନ କିଣାରେ ମନିଲଣ୍ଡରିଂ ହୋଇଛି କି ନା ଜାଣିବା ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ଖୋଳତାଡ ଆରମ୍ଭ କରିଛି।

ବେଙ୍ଗାଲୁରୁରେ ପ୍ରଥମ ବିଟ୍‌କଏନ ଏଟିଏମ୍‌

ବେଙ୍ଗାଲୁରୁରେ ପ୍ରଥମ ବିଟ୍‌କଏନ ଏଟିଏମ୍‌

ନୂଆଦିଲ୍ଲୀ,୨୧-୧୦: ସମସ୍ତ ପ୍ରକାର ଭର୍ଚୁଆଲ କରେନ୍ସି ବା ଇଲେକ୍ଟ୍ରୋନିକ ମୁଦ୍ରା କାରବାରକୁ ରିଜର୍ଭ ବ୍ୟାଙ୍କ ବ୍ୟାନ୍‌ କରିଥିବା ବେଳେ କ୍ରିପ୍ଟୋକରେନ୍ସି ଏକ୍ଚଚେଞ୍ଜ ୟୁନୋକଏନ ପକ୍ଷରୁ ବେଙ୍ଗାଲୁରୁରେ ଦେଶର ପ୍ରଥମ ବିଟ୍‌କଏନ ଏଟିଏମ୍‌ ପ୍ରତିଷ୍ଠା କରାଯାଇଛି।

ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ଛୁଇଁଲା

ହୋଣ୍ଡା ଆକ୍ଟିଭା ବିକ୍ରି ୨ କୋଟି ଛୁଇଁଲା

ଭୁବନେଶ୍ୱର,୨୧-୧୦: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ଲୋକପ୍ରିୟ ସ୍କୁଟର ମଡେଲ ଆକ୍ଟିଭାର ବିକ୍ରି ୨ କୋଟି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଛି। ଉତ୍ସବ ଋତୁର ମଧ୍ୟଭାଗରେ କମ୍ପାନୀ ଏହି ସଫଳତା ହାସଲ କରିଛି।

ୟୁକେ କୋର୍ଟଙ୍କ ଅନୁମତି;ମାଲ୍ୟାଙ୍କ ୬ ଦାମୀ କାର୍‌ ବିକ୍ରି ହେବ

ୟୁକେ କୋର୍ଟଙ୍କ ଅନୁମତି;ମାଲ୍ୟାଙ୍କ ୬ ଦାମୀ କାର୍‌ ବିକ୍ରି ହେବ

ନୂଆଦିଲ୍ଲୀ,୨୧-୧୦: ଏକାଧିକ ଭାରତୀୟ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ନେଇ ଲଣ୍ଡନ ପଳାଇ ଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୬ଟି ଦାମୀ କାର୍‌ ବିକ୍ରି ଲାଗି ୟୁକେ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। 

ୟୁବିଆଇ ଏମ୍‌ଡିଙ୍କ ଓଡିଶା ଗସ୍ତ

ୟୁବିଆଇ ଏମ୍‌ଡିଙ୍କ ଓଡିଶା ଗସ୍ତ

ଭୁବନେଶ୍ୱର,୨୧-୧୦: ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ) ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଅଶୋକ କୁମାର ପ୍ରଧାନ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ୬୦ରୁ ଉର୍ଦ୍ଧ୍ୱ ଶାଖା ପରିଚାଳକଙ୍କୁ ଭେଟିଛନ୍ତି।

ତେଲ ଦର ପୁଣି କମିଲା

ତେଲ ଦର ପୁଣି କମିଲା

ନୂଆଦିଲ୍ଲୀ,୨୧-୧୦: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମିବା ଯୋଗୁ ଶନିବାର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପୁନର୍ବାର କମିଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୯୯ ଟଙ୍କା ରହିଛି, ଯାହାକି ଶୁକ୍ରବାର ଦର ଠାରୁ ୩୯ ପଇସା କମ୍‌।

ସାମସଙ୍ଗ ପକ୍ଷରୁ ରିହାତି

ସାମସଙ୍ଗ ପକ୍ଷରୁ ରିହାତି

ଭୁବନେଶ୍ୱର,୨୧-୧୦:ପ୍ରମୁଖ କଞ୍ଜ୍ୟୁମର ଇଲେକଟ୍ରୋନିକ୍ସ ବ୍ରାଣ୍ଡ ସାମସଙ୍ଗ ପକ୍ଷରୁ ନେଭର ବିଫୋର ଅଫର ସମ୍ପର୍କରେ ଘୋଷଣା ହୋଇଛି। ଏହି ଅଫର ମାଧ୍ୟମରେ କମ୍ପାନି ଏହାର ବିଭିନ୍ନ ରେଞ୍ଜର ପ୍ରଡକ୍ଟ ଉପରେ ରିହାତି ପ୍ରଦାନ କରୁଛି। ଫେଷ୍ଟିଭ ଅଫର ଅନ୍ତର୍ଗତ ନଭେମ୍ବର ୧୧ ଯାଏ ଗ୍ରାହକମାନେ ୨୫% ପର୍ଯ୍ୟନ୍ତ ତ୍ୱରିତ କ୍ୟାଶବ୍ୟାକ୍‌ ସୁବିଧା ପାଇବେ।

କୋହଳ ହେଲା ଆର୍‌ବିଆଇ ନିୟମ;ଏନ୍‌ବିଏଫ୍‌ସିକୁ ମିଳିବ ୫୦ହଜାର କୋଟି ଋଣ

କୋହଳ ହେଲା ଆର୍‌ବିଆଇ ନିୟମ;ଏନ୍‌ବିଏଫ୍‌ସିକୁ ମିଳିବ ୫୦ହଜାର କୋଟି ଋଣ

ନୂଆଦିଲ୍ଲୀ,୨୧-୧୦: ଗଭୀର ଅର୍ଥସଙ୍କଟର ସମ୍ମୁଖୀନ ହେଉଥିବା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା(ଏନ୍‌ବିଏଫ୍‌ସି) ଗୁଡିକୁ ଏଣିକି ସହଜରେ ଋଣ ମିଳିଯିବ। ବ୍ୟାଙ୍କିଙ୍ଗ ସେକ୍ଟରକୁ ନିୟନ୍ତ୍ରଣ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବ୍ୟାଙ୍କମାନଙ୍କ ଲାଗି ଋଣ ଦେବା ନିୟମକୁ କିଛି ମାତ୍ରାରେ କୋହଳ କରିଛି।