ବାଣିଜ୍ୟ |

ବଜାରରେ ହ୍ୟୁଣ୍ଡାଇର ଅଲ୍‌ ନ୍ୟୁ ସାଣ୍ଟ୍ରୋ

ବଜାରରେ ହ୍ୟୁଣ୍ଡାଇର ଅଲ୍‌ ନ୍ୟୁ ସାଣ୍ଟ୍ରୋ
ଭୁବନେଶ୍ୱର,୧୨-୧୦: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ବଜାରକୁ ଆସିଛି ଦି ଅଲ୍‌ ନ୍ୟୁ ସାଣ୍ଟ୍ରୋ। ଏହି ମଡେଲକୁ କମ୍ପାନୀର ଏମ୍‌ଡି ତଥା ସିଇଓ ଓ୍ବାଇ.କେ କୋ ଉନ୍ମୋଚନ କରିଥିଲେ। ଏହି କାର୍‌କୁ ଉନ୍ମୋଚନ କରି ଅତ୍ୟନ୍ତ ଖୁସି ବୋଲି କୋ କହିଛନ୍ତି। ବଜାରକୁ ଆସିବା ପରଠାରୁ ଏହା ଏକ ଫ୍ୟାମିଲି କାର ଭାବେ ଗ୍ରାହକଙ୍କ ମନ ଜିଣିବାକୁ ସକ୍ଷମ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି ନୂଆ ସଣ୍ଟ୍ରୋ ପ୍ରମୁଖ ୬ ବୈଶିଷ୍ଟ୍ୟ ଯୋଗୁ ଗ୍ରାହକଙ୍କର ନିକଟତର ହୋଇ ପାରିଛି। ଏହା ମଧ୍ୟରେ ମଡର୍ନ ଷ୍ଟାଇଲିସ ଟଲ୍‌ ବଏ ଡିଜାଇନ୍‌, ଆରାମଦାୟକ ପ୍ରିମିୟମ କ୍ୟାବିନ, ନୂତନ ଟେକ୍ନୋଲୋଜି, ଅତ୍ୟାଧୁନିକ ନିରାପତ୍ତା ବୈଶିଷ୍ଟ୍ୟ, ଅଲ୍‌ ରାଉଣ୍ଡ ପରଫରମାନ୍ସ, ପିସ୍‌ ଅଫ୍‌ ମାଇଣ୍ଡ ଭଳି ବୈଶିଷ୍ଟ୍ୟ ଗ୍ରାହକ ପାଇ ପାରିବେ। ଏହା ବର୍ତ୍ତମାନ ସ୍ମାର୍ଟ ଅଟୋ ଏଏମ୍‌ଟି ବୈଶିଷ୍ଟ୍ୟ ସହ ବଜାରକୁ ଆସୁଛି। ଏହା ସହ ଏଥିରେ ଫ୍ୟାକ୍ଟରି ଫିଟେଡ୍‌ ସିଏନ୍‌ଜି ଫିଚର ସାମିଲ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି।

All Right Reserved By

ବାଣିଜ୍ୟ |

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ମୁମ୍ବାଇ,୧୩-୧୨: ବିଶ୍ୱର ବିଭିନ୍ନ ଭୌଗୋଳିକ ସ୍ଥିତି ଅଶୋଧିତ ତୈଳ ଦରକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଦରରେ ସ୍ଥିତାବସ୍ଥାରେ ନ ଥିବା ବେଳେ ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହି ଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଭାରତରେ ଏକ ଇନ୍ଧନ ନୀତିର ଆବଶ୍ୟକତା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ବୁଧବାର ସୂଚନା ଦେଇଛନ୍ତି। 

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ନୂଆଦିଲ୍ଲୀ,୧୩-୧୨: ଦେଶରେ ଇଜ୍‌ ଅଫ୍‌ ଡୁଇଁ ବିଜନେସକୁ ତ୍ୱରାନ୍ବିତ କରିବାକୁ ସରକାର ଜିଲା ସ୍ତରରେ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ ପ୍ରକାଶ କରିବେ। ଏହି ଧାରାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିିପି) ସହାୟତା କରିବ। 

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ନୂଆଦିଲ୍ଲୀ,୧୩-୧୨: ଦେଶରେ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସେବା ସଂଯୋଗ ଲାଗି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଛି। ମୋଟ ୧.୨୧ ଲକ୍ଷ ଗ୍ରାମ ପଞ୍ଚାୟତରେ ଭାରତ ନେଟ ପ୍ରକଳ୍ପ ଦ୍ୱାରା ଅପ୍ଟିକାଲ ଫାଇବର ସଂଯୋଗ କରାଯାଇଥିବା ଜଣା ପଡିଛି। 

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ନୂଆଦିଲ୍ଲୀ ,୧୩-୧୨ : ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୧୧ ମାସର ସର୍ବୋଚ୍ଚ ସ୍ତରରେ ରହି ୮.୧% ଛୁଇଁଛି। ଖଣି, ଶକ୍ତି, ମାନୁଫାକଚରିଂ ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବାରୁ ଉକ୍ତ ଅଭିବୃଦ୍ଧି ନଜରକୁ ଆସିଛି। 

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ ,୧୩-୧୨: ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତି ୧୭ ମାସର ସର୍ବନିମ୍ନ ସ୍ତରରେ ରହି ୨.୩୩%କୁ ଖସି ଆସିଛି। ବିଶେଷ କରି ପନିପରିବା, ଅଣ୍ଡା ଏବଂ ଡାଲିଦର ନିମ୍ନରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। 

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ।

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ନୂଆଦିଲ୍ଲୀ ,୧୩-୧୨: ଗଭର୍ନର ଉର୍ଜିିତ ପଟେଲଙ୍କ ଇସ୍ତଫା କେନ୍ଦ୍ରୀୟ ବ୍ୟାଙ୍କ ନୀତି ଉପରେ ଚାପର ପ୍ରତିଫଳନ ବୋଲି ଫିଚ୍‌ ରେଟିଂ ବୁଧବାର କହିଛି। ସେହିଭଳି ଆର୍‌ବିଆଇ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ଚାପ ବଢୁଥିବା ଏହା ପ୍ରକାଶ କରିଛି। 

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ନୂଆଦିଲ୍ଲୀ ,୧୩-୧୨:ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ପବିତ୍ର। ଏଥିରେ କୌଣସି ହସ୍ତକ୍ଷେପ ନ ହେବା ଆବଶ୍ୟକ। ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର ଏହା କହିଛନ୍ତି।

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ। 

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ନୂଆଦିଲ୍ଲୀ ,୧୩-୧୨: ଋଣ ଯୋଗାଣ ଧାରାକୁ ସୁଗମ କରିବାକୁ ରପ୍ତାନିକାରୀ ସଂଘ ଏଫ୍‌ଆଇଇଓ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା  ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଅନୁରୋଧ କରିଛନ୍ତି। 

୬୩୦ ପଏଣ୍ଟ ବଢିଲା ସେନସେକ୍ସ

୬୩୦ ପଏଣ୍ଟ ବଢିଲା ସେନସେକ୍ସ

ବମ୍ବେ ,୧୩-୧୨: କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ସୂଚକାଙ୍କ ଉର୍ଦ୍ଧ୍ୱମୂଖୀ ରହିଛି। ସରକାର ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ନର ଭାବେ ନିଯୁକ୍ତ କରିବା ପରେ ବୁଧବାର ଶେୟାର ବଜାରେ ନିବେଶକଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି। 

ଅଭିବୃଦ୍ଧି ୭.୩% ରହିବ: ଏଡିବି

ଅଭିବୃଦ୍ଧି ୭.୩% ରହିବ: ଏଡିବି

ନୂଆଦିଲ୍ଲୀ ,୧୩-୧୨: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଘରୋଇ ବଜାରର ଅଭିବୃଦ୍ଧି ଆକଳନକୁ ୭.୩%ରେ ସ୍ଥିର ରଖିଛି। ସେହିଭଳି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ୭.୫% ହେବ ବୋଲି ଏହା କହିଛି।