ରାଜ୍ୟ | ରାୟଗଡା

ରେଳ ଧାରଣାରେ ଭାଙ୍ଗିଲା ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରେଳ ଧାରଣାରେ ଭାଙ୍ଗିଲା ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ମୁନିଗୁଡ଼ା,୧୨।୧୦(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ତିତ୍‌ଲି ପ୍ରଭାବରେ ଶୁକ୍ରବାର ସକାଳେ ହାଲକା ପବନ ବହିବା ଯୋଗୁ ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ଅନ୍ତର୍ଗତ ଅମ୍ବାଦଳା ଓ ଦହିଖାଲ ମଧ୍ୟରେ ଏକ ବଡ଼ ଗଛ ଭାଙ୍ଗି ପଡ଼ିଥିଲା। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ମୁନିଗୁଡ଼ା ଷ୍ଟେଶନରେ ସାନ୍ତ୍ରାକାଚ୍ଛି-ଚେନ୍ନାଇ ଏକ୍ସପ୍ରେସ, ଅମ୍ବାଦଳା ଷ୍ଟେସନରେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ଓ ବିଷମକଟକ ଷ୍ଟେସନରେ ତିରୁପତି-ବିଲାସପୁର ଏକ୍ସପ୍ରେସ ଅଟକି ରହିଥିଲା। ଏହାକୁ ନେଇ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣାସ୍ଥଳରେ ରେଳ କର୍ତ୍ତୃପକ୍ଷଙ୍କ ସମେତ ଅନ୍ୟ କର୍ମଚାରୀମାନେ ପହଞ୍ଚି ଗଛଗୁଡ଼ିକୁ କାଟିବା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ମୁନିଗୁଡ଼ା ଷ୍ଟେଶନ ମ୍ୟାନେଜର ପୁରୁଷତ୍ତମ ପାଟ୍ଟଯୋଶୀ ସୂଚନା ଦେଇଛନ୍ତି। 
All Right Reserved By

ରାଜ୍ୟ | ରାୟଗଡା

ସଂହତି ହିଁ ଆଣେ ଶକ୍ତି

ସଂହତି ହିଁ ଆଣେ ଶକ୍ତି

ଫୁଲନଖରା, ୧୭ା୧୨(ଡି.ଏନ୍‌.ଏ.): ଉତ୍ସବଗୁଡ଼ିକରେ ଆମେ ଯେଉଁ ଏକତ୍ରିତ ହେଉଛେ ସେଥିରେ ସୃଷ୍ଟି ହୋଇଥାଏ ସଂହତି। ଏଇ ସଂହତି ହିଁ ଆଣେ ଶକ୍ତି। ନିଜେ ସୁସ୍ଥ ରହିବା ସହ ଆମ ପରିବେଶରେ ସମସ୍ତଙ୍କୁ ସୁସ୍ଥ  ରଖିବା ଲାଗି ଚେଷ୍ଟା କରିବା। ରବିବାର କଟକ ଜିଲା ବାରଙ୍ଗ ବ୍ଲକର ରାୟପୁରଠାରେ ଅନୁଷ୍ଠିତ ସ୍ବସ୍ତିତପା ମହୋତ୍ସବରେ ଯୋଗଦେଇ ସତ୍‌ସଙ୍ଗର ଉପ-ପ୍ରଶାସକ ଡ. ଅନିନ୍ଦ୍ୟଦ୍ୟୁତି ଚକ୍ରବର୍ତ୍ତୀ ଏହା କହିଥିଲେ।

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ: ପ୍ରଶାସନିକ, ରାଜନେତାଙ୍କ ତତ୍ପରତା

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ,୧୭ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ। ଏହି ଅବସରରେ ମୋଦି ଖୋର୍ଦ୍ଧା ନିକଟରେ ଏକ ସାଧାରଣ ସଭାରେ ଯୋଗଦେବେ। ଯାହାକୁ ନେଇ ପ୍ରଶାସନିକ ଓ ଜାତୀୟ ସ୍ତରରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି।

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

ବାର୍ଡ ଫ୍ଲୁ: ପୁଣି ମରାଗଲା ୩,୬୩୦ କୁକୁଡ଼ା, ୩୮୫ ଅଣ୍ଡା ପୋତାଗଲା

କୃଷ୍ଣପ୍ରସାଦ, (ଡି.ଏନ.ଏ.)/ପୁରୀ ଅଫିସ,୧୭ା୧୨: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଚାଲିଛି । ରବିବାର ତୃତୀୟ ଦିନରେ ୬ଟି ଗଁାରୁ ୩,୬୩୦ଟି କୁକୁଡ଼ା ମରାଯାଇଥିବାବେଳେ ୩୮୫ଟି ଅଣ୍ଡା ପୋତାଯାଇଛି।

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପ୍ରାପ୍ୟ ପାଉଣାକୁ ନେଇ ସେବାୟତ ଅସନ୍ତୋଷ: ପହଲି ଭୋଗ ଆରମ୍ଭରୁ ବିଳମ୍ବ

ପୁରୀ ଅଫିସ,୧୭ା୧୨: ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରାଯିବା ନେଇ ଏକାଧିକଥର ବୈଠକ ବସିଛି। ପ୍ରାୟ ମାସେ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ନୀତିକୁ ନିର୍ଘଣ୍ଟ ଅନୁଯାୟୀ ସମ୍ପନ୍ନ ଲାଗି ସେବାୟତଙ୍କ ସହଯୋଗ ଲୋଡିଥିଲା ଶ୍ରୀମନ୍ଦିର ପ୍ରଶାସନ। 

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ବିରୋଧୀଙ୍କ ସମାଲୋଚନା, ସେଠାରେ ଗୁଜରାଟ ମଡେଲ ଦେଖନ୍ତୁ:ଧର୍ମେନ୍ଦ୍ର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ ବିରୋଧୀ କଂଗ୍ରେସ ଓ ଭାଜପା ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ରାଜ୍ୟ ସରକାର ବିଭିନ୍ନ ପ୍ରଶାସନିକ ଅପରଗତା ନେଇ ବର୍ଷିଛନ୍ତି। 

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ,  ଓଡ଼ିଶା ଆସିବେ ରୂପାନୀ

ସାଧାରଣ ନିର୍ବାଚନ ପ୍ରସ୍ତୁତି: ସୋମବାର ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତ, ଓଡ଼ିଶା ଆସିବେ ରୂପାନୀ

ଭୁବନେଶ୍ୱର,୧୬।୧୨(ବ୍ୟୁରୋ)- ୨୦୧୯ ସାଧାରଣ ନିର୍ବାଚନ ନିକଟତର ହେଉଛି। ଏହା ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଲାଣି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳ ଆପ୍ରାଣ ଚେଷ୍ଟା କରୁଛନ୍ତି। ବିଶେଷ କରି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ସରକାର ବିରୋଧୀ ଫଳାଫଳକୁ ନେଇ ରାଜ୍ୟର ସକ୍ରିୟ ରାଜନୈତିକ ଦଳ ଭିନ୍ନଭିନ୍ନ ଅଙ୍କ କଷୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟର ସମ୍ଭାବ୍ୟ ସରକାର ବିରୋଧୀ ହାୱାକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ନୂଆ ରଣନୀତି ଆପଣେଇବାରେ ଲାଗିଛନ୍ତି। 

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଜୟପୁର,୧୬ା୧୨(ନି.ପ୍ର.): ଜୟପୁର ସମ୍ବାରତୋଟା ଅଞ୍ଚଳର ଜଣଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ସମ୍ବାରତୋଟାର ପ୍ରଥମ ଲାଇନରେ ରୁହନ୍ତି ଭବାନି ନାୟକ ା ସେ ରାୟଗଡ଼ା ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘର ତାଲା ଭାଙ୍ଗି ୪ଟି ହାର, ସୁନା ଚେନ, ମୁଦି, କାନଫୁଲ ସମେତ ୧୯ ଭରି ସୁନା ସହ ନଗଦ ୮୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।

ପ୍ରତିଶ୍ରୁତି ପରେ ଆମରଣ ଅନଶନ ଭାଙ୍ଗିଲା ଯୁବକ ସଂଘ

ପ୍ରତିଶ୍ରୁତି ପରେ ଆମରଣ ଅନଶନ ଭାଙ୍ଗିଲା ଯୁବକ ସଂଘ

କୋରାପୁଟ/ଅନକାଡେଲି,୧୬ା୧୨(ସ୍ବ.ପ୍ର.): ଅନକାଡେଲି ସ୍ଥିତ ମାଛକୁଣ୍ଡ ପ୍ରକଳ୍ପ ଡିଭିଜନାଲ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବି ନେଇ ଶିକ୍ଷିତ ଯୁବକ ସଂଘ ୭ ଦିନ ହେଲା ଯେଉଁ ଆମରଣ ଅନଶନ ଚଳାଇଥିଲା, ସେଥିରୁ ଓହରିଛି। ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନଶନ ଭାଙ୍ଗିଛି। କିନ୍ତୁ ଧାରଣା ପୂର୍ବ ଭଳି ଚାଲିବ ବୋଲି ସଂଘ ସଭାପତି ଅମର ପାଣିଗ୍ରାହୀ କହିଛନ୍ତି।

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ପୂର୍ବ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ ଦୁଇ ମହିଳା

ବେଦବ୍ୟାସ, ୧୬।୧୨ (ଡି.ଏନ.ଏ)- ରାଉରକେଲା ଶାନ୍ତିନଗରରେ ବସବାସ କରୁଥିବା ସୂଚୀତା ତିର୍କୀ ଓ ନାନକି ସାହୁ ଦୁଇ ମହିଳା ରବିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବେଦବ୍ୟାସ ସ୍ଥିତ ଗୁରୁକୁଳ ବୈଦିକ ଆଶ୍ରମକୁ ଆସି ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ସେମାନେ ରାଉରକେଲା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ କରିଥିବା ଶପଥ ପାଠ ସହ ଦରଖାସ୍ତ ଗୁରୁକୁଳ ବୈଦିକ ଆଶ୍ରମର ସମ୍ପାଦକଙ୍କୁ ଦେଇ ଆନୁଷ୍ଠାନିକ ଭାବେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

ମନ୍ଦିରରେ ଅଗ୍ନିକାଣ୍ଡ: ପୋଡ଼ିଗଲେ ଶ୍ରୀଜୀଉ

ମନ୍ଦିରରେ ଅଗ୍ନିକାଣ୍ଡ: ପୋଡ଼ିଗଲେ ଶ୍ରୀଜୀଉ

ଭଣ୍ଡାରିପୋଖରୀ, ୧୬।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସରପଦା ଗ୍ରାମଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ ଘଟି ଠାକୁରଙ୍କ ଏକ କାଠ ଖଟୁଲି ସମେତ ଶ୍ରୀଜୀଉ ଜଳିଯାଇଛନ୍ତି।

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ମହୋତ୍ସବ ଉଦ୍‌ଘାଟିତ

ଖୋର୍ଦ୍ଧା ଅଫିସ,୧୬ା୧୨: ଶନିବାର ଶୀତୁଆ ସନ୍ଧ୍ୟାରେ ଖୋର୍ଦ୍ଧା ଷ୍ଟାଡିୟମ ମୁକ୍ତାକାଶ ମଞ୍ଚରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ଖୋର୍ଦ୍ଧା ମହୋତ୍ସବ । 

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

୨୪ରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଦ୍ଧା ଗସ୍ତ

ଖୋର୍ଦ୍ଧା ଅଫିସ,୧୬ା୧୨: ଚଳିତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୋର୍ଦ୍ଧା ଗସ୍ତ ସ୍ଥିର ହୋଇଛି ।