ଜାତୀୟ |

ପ୍ରାକୃତିକ ବିପର୍ଯ୍ୟୟ: ୨୦ ବର୍ଷରେ ଦେଶର ନଷ୍ଟ ହୋଇଛି ୫୯ ଲକ୍ଷ କୋଟି

ପ୍ରାକୃତିକ ବିପର୍ଯ୍ୟୟ: ୨୦ ବର୍ଷରେ ଦେଶର ନଷ୍ଟ ହୋଇଛି ୫୯ ଲକ୍ଷ କୋଟି
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧୦: ପ୍ରାକୃତିକ ବିପର୍ଯ୍ୟୟରେ ଗତ ୨୦ ବର୍ଷ ମଧ୍ୟରେ ଭାରତର ୫୯ ଲକ୍ଷ କୋଟି ଟଙ୍କା ନଷ୍ଟ ହୋଇଛି। ୧୯୯୮ଠାରୁ ୨୦୧୭ ମଧ୍ୟରେ ଏହି ପରିମାଣର କ୍ଷତି ହୋଇଥିବା ଆମେରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥ ବ୍ୟବସ୍ଥାକୁ କିପରି ପ୍ରଭାବିତ କରୁଛି ସେ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟରେ ଭାରତର ସ୍ଥାନ ଚତୁର୍ଥରେ ରହିଛି। ତାଲିକାର ଶୀର୍ଷ ସ୍ଥାନରେ ଆମେରିକା ଥିବାବେଳେ ଶେଷ ଅର୍ଥାତ୍‌ ୧୦ ତମ ସ୍ଥାନରେ ମେକ୍ସିକୋ ରହିଛି। ଆମେରିକା ପଛକୁ ଚାଇନା, ଜାପାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। 
All Right Reserved By

ଜାତୀୟ |

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ପାଟନା,୧୯।୧୦: ବିହାର କୈମୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାର ଥିବା ଜୈନପୁର ଥାନାର ଏଏସ୍‌ଆଇ ଡ୍ୟୁଟିରେ ଥିବା ସମୟରେ ବଡ଼ି ମସାଜ୍‌ କରି ନିଜର ଚାକିରି ହରାଇଛନ୍ତି। 

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀର ଉତ୍ତର କଶ୍ମୀର ଉରି ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରୁଥିବା ୪ ଆତଙ୍କବାଦୀ ଭାରତୀୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି।

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ଜନ୍ମଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରୀଙ୍କ ପରଲୋକ

ଜନ୍ମଦିନରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଡି ତିଓ୍ବାରୀଙ୍କ ପରଲୋକ

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ପଣ୍ଡିତ ନାରାୟଣ ଦତ୍ତ ତିଓ୍ବାରୀ ଓରଫ ଏନ୍‌ଡି ତିଓ୍ବାରୀଙ୍କ ଗୁରୁବାର ପରଲୋକ ଘଟିଛି। ଦିଲ୍ଲୀର ସାକେତସ୍ଥିତ ମେକ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ତିଓ୍ବାରୀଙ୍କ ମୃତ୍ୟୁ ନିଜ ୯୩ତମ ଜନ୍ମଦିନରେ ହୋଇଥିବା ଜଣାପଡ଼ିଛି। 

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ବଳାତ୍କାର ପୀଡ଼ିତାଙ୍କୁ ସ୍କୁଲରେ ନାମ ଲେଖାଇବାକୁ ମନା

ଡେରାଡୁନ୍‌,୧୮।୧୦: ଉତ୍ତରାଞ୍ଚଳ ଡେରାଡୁନ୍‌ରେ ଜଣେ ବଳାତ୍କାର ପୀଡିତାଙ୍କୁ ନାମ ଲେଖାଇବାକୁ ଏକ ସ୍କୁଲ ପକ୍ଷରୁ ମନା କରାଯାଇଛି। ସେ ପୂର୍ବରୁ ଭାଉଓ୍ବାଲାସ୍ଥିତ ଜିଆର୍‌ଡି ଓ୍ବାଲର୍‌ଡ ବୋର୍ଡିଂ ସ୍କୁଲରେ ପଢୁଥିଲେ।

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପୁଅକୁ ବଳି ଦେଲେ ତାନ୍ତ୍ରିକ ଦମ୍ପତି

ପାଟନା,୧୮।୧୦: ବିହାରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଙ୍କା ଜିଲାରେ ତାନ୍ତ୍ରିକ ଦମ୍ପତି ମାତା ଦୁର୍ଗାଙ୍କ ସାଧନାରେ ସେମାନଙ୍କର ୪ ବର୍ଷର ପୁଅ ଗୁଲିଆ କୁମାରଙ୍କୁ ବଳି ଦେଇଛନ୍ତି। 

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ରାମ ମନ୍ଦିର ନିର୍ମାଣ ପାଇଁ ଆଇନ ଆଣନ୍ତୁ ସରକାର: ମୋହନ ଭାଗବତ

ନାଗପୁର, ୧୮।୧୦: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ନରେନ୍ଦ୍ର ମୋଦି ସରକାର ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପ୍ରମୁଖ ମୋହନ ଭାଗବତ କହିଛନ୍ତି।

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

ଶ୍ରୀନଗର,୧୮।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ଗୁୁରୁବାର ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେ ତେହରିକ୍‌-ଉଲ୍‌-ମୁଜାହିଦ୍ଦିନ୍‌ର ସଦସ୍ୟ।

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ସାବରିମାଳା ମନ୍ଦିରରେ ମହିଳା ପ୍ରବେଶକୁ ବିରୋଧ: ଆଜି କେରଳ ବନ୍ଦ

ଥିରୁଭାନନ୍ତପୁରମ୍‌, ୧୮।୧୦: ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ସୁପ୍ରିମକୋର୍ଟ ଗ୍ରିନ୍‌ ସିଗନାଲ ଦେବା ପରେ ଅଶାନ୍ତ ହୋଇପଡିଛି କେରଳ।  ମନ୍ଦିରକୁ ମହିଳା ପ୍ରବେଶ ନେଇ ଗୁରୁବାର ବିଭିନ୍ନ ଧାର୍ମିକ ସଂଗଠନ ପକ୍ଷରୁ କେରଳ ବନ୍ଦ ଡାକରା ଦିଆଯାଇଛି।

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ

ଭୋପାଳ,୧୮।୧୦: ତ୍ରିଭେନ୍ଦ୍ରମ୍‌-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌ ଗୁରୁବାର ସକାଳ ୬ଟା ୪୪ରେ ମଧ୍ୟପ୍ରଦେଶର ଥଣ୍ଡଲାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। 

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

୧୧ ଭାରତୀୟ ଧୀବରଙ୍କୁ ଗିରଫ କଲା ପାକିସ୍ତାନ

ଅହମ୍ମଦାବାଦ୍‌/ଇସଲାମାବାଦ୍‌, ୧୮।୧୦: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ପାକିସ୍ତାନ ୧୧ ଭାରତୀୟ ଧୀବରଙ୍କୁ ଗିରଫ କରିଛି। 

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

୫୦ କୋଟି ମୋବାଇଲ୍‌ ନମ୍ବର ବନ୍ଦ ହେବା ଆଶଙ୍କା

ନୂଆଦିଲ୍ଲୀ,୧୮।୧୦: ଦେଶର ୫୦ କୋଟି ମୋବାଇଲ ନମ୍ବର ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି। କିଛି ଦିନ ତଳେ ସୁପ୍ରିମ୍‌କୋର୍ଟ  ସୂଚିତ କରିଥିଲେ ଯେ, ମୋବାଇଲ୍‌ କମ୍ପାନୀ ଗ୍ରାହକଙ୍କଠାରୁ  ଆଧାର କାର୍ଡକୁ ଏକ ପରିଚୟ ତଥ୍ୟ ଭାବରେ ଗ୍ରହଣ କରିପାରିବେ ନାହିଁ।