ଖେଳ |

ଲାସିଥ ମାଲିଙ୍ଗାଙ୍କ ବିରୋଧରେ ମିଟୂ ଅଭିଯୋଗ

ଲାସିଥ ମାଲିଙ୍ଗାଙ୍କ ବିରୋଧରେ ମିଟୂ ଅଭିଯୋଗ
ନୂଆଦିଲ୍ଲୀ,୧୨।୧୦- ଦେଶରେ ଏବେ ଚାଲିଥିବା ମହିଳାଙ୍କ ପ୍ରତି ଅତ୍ୟାଚାର ଅଭିଯୋଗ ତଥା ‘ମିଟୂ’  ଅଭିଯାନ ଗୁରୁବାର କ୍ରିକେଟ ଜଗତକୁ ଛୁଇଁଛି। ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ଲସିଥ  ମାଲିଙ୍ଗାଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ।  ଭାରତୀୟ ଗାୟିକା ଚିନ୍ମୟୀ ଶ୍ରୀପାଦ ଶ୍ରୀଲଙ୍କା କ୍ରିକେଟରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବେଳେ ମୁମ୍ବାଇ ସ୍ଥିତ ହୋଟେଲରେ ମାଲିଙ୍ଗା ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ। ୩୪ ବର୍ଷୟା ଶ୍ରୀପାଦ ଟୁଇଟରରେ ଏ ସମ୍ପର୍କରେ ଉଲ୍ଲେଖ ରି ମି ଟୂ ଅଭିଯାନରେ ସାମିଲ ହୋଇଛନ୍ତି। ଟୁଇଟର ଲେଖିଛନ୍ତି ଯେ, କିଛି ବର୍ଷ ତଳେ ଆଇପିଏଲ୍‌ ସମୟରେ ମୁଁ ମୁମ୍ବାଇର ଏକ ହୋଟେଲ ଥିଲି। ଯେଉଁ ହୋଟେଲରେ ଲୋକପ୍ରିୟ ଶ୍ରୀଲଙ୍କା ପେସର ମାଲିଙ୍ଗା ରହିଥିଲେ। ମୋର ବନ୍ଧୁଙ୍କୁ ଖୋଜୁଥିବାବେଳେ ତାଙ୍କ ସହ ଭେଟ ହୋଇଥିଲା। ମୋ ବନ୍ଧୁଙ୍କ ସମ୍ପର୍କରେ ପଚାରିବାରୁ ସେ ତାଙ୍କ ରୁମ୍‌ରେ ଥିବା ଉତ୍ତର ଦେଇଥିଲେ। ମାତ୍ର ସେ ମିଛ କହିଥିଲେ। ମୋତେ ଜବରଦସ୍ତ ବେଡ୍‌ ଉପରକୁ ନେଇଥିଲେ। କିନ୍ତୁ ଠିକ୍‌ ସମୟରେ ହୋଟେଲ କର୍ମକର୍ତ୍ତା ଆସିବାରୁ ମୁଁ ବର୍ତ୍ତି ଯାଇଥିଲି। ମୁଁ ଯଦି ଏ ନେଇ ଅଭିଯୋଗ କରିଥାନ୍ତି, ତେବେ ମୋତେ ହିଁ ଦୋଷୀ କହିଥାନ୍ତେ ଲୋକମାନେ। ଏଣୁ ମୁଁ ଚୁପ ରହିବା ଉଚିତ ମଣିଥିଲି। କିନ୍ତୁ ଶ୍ରୀପାଦ ତାଙ୍କ ବନ୍ଧୁଙ୍କ ନାମ ଉଲ୍ଲେଖ କରି ନାହାନ୍ତି।  ଉଲ୍ଲେଖଥାଉ କି, ଗତ ବୁଧବାର ବିଶ୍ୱକପ୍‌ ବିଜୟୀ ଅଧିନାୟକ ଅର୍ଜୁନ ରାଣାତୁଙ୍ଗାଙ୍କ ବିରୋଧରେ ଏକ ବୀମାନର ଜଣେ ମହିଳା କର୍ମଚାରୀ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି।
All Right Reserved By

ଖେଳ |

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି; ସେମିଫାଇନାଲରେ ଭାରତ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି; ସେମିଫାଇନାଲରେ ଭାରତ

ମସ୍କଟ, ୨୪।୧୦- ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ମଙ୍ଗଳବାର ଭାରତ-ମାଲେସିଆ ମ୍ୟାଚ ଗୋଲଶୂନ୍ୟ ଡ୍ର ରହିଛି। କ୍ରମାଗତ ୩ଟି ମ୍ୟାଚ ଜିତିବା ପରେ ଭାରତ ପ୍ରଥମଥର ପାଇଁ ଏହି ମ୍ୟାଚରେ ପଏଣ୍ଟ ଭାଗ କରିଛି। ୪ ମ୍ୟାଚରୁ ୧୦ ପଏଣ୍ଟ ସହ ଭାରତ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛି। ମାଲେସିଆ ମଧ୍ୟ ସମାନ ପଏଣ୍ଟ ପାଇ ସେମିଫାଇନାଲରେ ପ୍ରବେଶ କରିଛି। 

ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ

ସିନ୍ଧୁ ଦ୍ୱିତୀୟ ରାଉଣ୍ଡରେ

ପ୍ୟାରିସ, ୨୪ା୧୦ (ପି.ଟି.)-ଭାରତର ଷ୍ଟାର ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଫ୍ରେଞ୍ଚ ଓପନ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ସେ ଅଣସିଡ୍‌ ଖେଳାଳି ବିଓ୍ବେନ ଝାଙ୍ଗ୍‌ଙ୍କୁ ୨୧-୧୭, ୨୧-୮ରେ ପରାସ୍ତ କରିଛନ୍ତି।

ଦିଲ୍ଲୀ-ଚେନ୍ନାଇନ ମ୍ୟାଚ ଡ୍ର

ଦିଲ୍ଲୀ-ଚେନ୍ନାଇନ ମ୍ୟାଚ ଡ୍ର

ନୂଆଦିଲ୍ଲୀ, ୨୪ା୧୦ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୋଲକିପର ଫ୍ରାନ୍‌ସିସ୍କୋ ଡୋରୋନସୋରେଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦିଲ୍ଲୀ ଡାଇନାମୋସ ମଙ୍ଗଳବାର ଗତଥର ଚାମ୍ପିୟନ ଚେନ୍ନାଇନ ଏଫ୍‌ସି ବିପକ୍ଷ  ମ୍ୟାଚ ଗୋଲଶୂନ୍ୟ ଡ୍ର’ ରଖିପାରିଛି। 

ଅଲ ଓଡ଼ିଶା ଓପନ ସ୍ନୁକର ଉଦ୍‌ଘାଟିତ

ଅଲ ଓଡ଼ିଶା ଓପନ ସ୍ନୁକର ଉଦ୍‌ଘାଟିତ

କଟକ ଅଫିସ,୨୩ା୧୦- ମାତାମଠସ୍ଥିତ ଗୋଲ୍ଡେନ କିଙ୍ଗ ସ୍ନୁକର କ୍ଲବ ପକ୍ଷରୁ ୪ର୍ଥ ଅଲ ଓଡ଼ିଶା ଓପନ ସ୍ନୁକର ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି ।

ବିଦେଶରେ ବିଶ୍ୱକପ୍‌ ହକି ପ୍ରଚାର; ମ୍ୟୁନିକ୍‌ରେ ଓଡ଼ିଶା ସରକାରଙ୍କ ବସ୍‌ ବିଜ୍ଞାପନ ଅଭିଯାନ

ବିଦେଶରେ ବିଶ୍ୱକପ୍‌ ହକି ପ୍ରଚାର; ମ୍ୟୁନିକ୍‌ରେ ଓଡ଼ିଶା ସରକାରଙ୍କ ବସ୍‌ ବିଜ୍ଞାପନ ଅଭିଯାନ

ଭୁବନେଶ୍ୱର, ୨୪।୧୦(ସ୍ପୋଟର୍‌ସ ବ୍ୟୁରୋ)-  ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଭୁବନେଶ୍ୱରରେ ଆୟୋଜନ ହେବାକୁଥିବା ହକି ବିଶ୍ୱକପ୍‌ର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଆସୁଛନ୍ତି।

ଚାଇନା ଚେସ୍‌ ସମ୍ମିଳନୀରେ ଚାଇନାକୁ ରୌପ୍ୟ; ଭାରତକୁ ସ୍ବର୍ଣ୍ଣ ପଦକ

ଚାଇନା ଚେସ୍‌ ସମ୍ମିଳନୀରେ ଚାଇନାକୁ ରୌପ୍ୟ; ଭାରତକୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୪।୧୦(ସ୍ପୋଟର୍‌ସ ବ୍ୟୁରୋ)-  ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତିକ ଚେସ୍‌ ହଲ୍‌ରେ ଅନୁଷ୍ଠିତ ତୃତୀୟ ଭାରତ- ଚାଇନା ଚେସ୍‌ ସମ୍ମିଳନୀରେ ଭାରତ ବାଜି ମାରିଛି। ଅଲ ଓଡ଼ିଶା ଚେସ୍‌ ଆସୋସିଏଶନ (ଏଓସିଏ) ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଇଭେଣ୍ଟରେ ଘରୋଇ ଭାରତ ୯- ୭ ବ୍ୟବଧାନରେ ଅତି ସହଜରେ ଚାଇନାକୁ ପରାସ୍ତ କରିଛି। ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ ଦଳ ୬ ଓ ଚାଇନା ଦଳ ୪ ଲକ୍ଷ ଟଙ୍କା  ପୁରସ୍କାର ହାସଲ କରିଛି।

ପ୍ରୋ କବାଡ଼ି ଲିଗ୍‌: ୟୁ ମୁମ୍ବା ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ୟୁ ମୁମ୍ବା ବିଜୟୀ

ପୁଣେ, ୨୪।୧୦(ପି.ଟି.)- ଚଳିତ ପ୍ରୋ କବାଡ଼ି ଲିଗ୍‌ (ପିକେଏଲ) ଷଷ୍ଠ ସଂସ୍କରଣରେ  ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ୟୁ ମୁମ୍ବା ୪୧- ୨୦ରେ ତେଲୁଗୁ ଟାଇଟାନ୍ସକୁ ପରାସ୍ତ କରିଛି। ଇଣ୍ଟର ଜୋନାଲ ଚ୍ୟାଲେଞ୍ଜ୍‌ ଓ୍ବିକ୍‌ରେ ସିଦ୍ଧାର୍ଥ ଦେଶାଇଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ୟୁ ମୁମ୍ବା ବାଜି ମାରିଛି। 

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା, ୨୩।୧୦(ପି.ଟି.)-
ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଟିମ୍‌ଇଣ୍ଡିଆ ଏହି ମ୍ୟାଚ ପାଇଁ ସ୍ବତଃ ଫେଭରାଇଟ ହୋଇ ଯାଇଥିବାବେଳେ ଓ୍ବେଷ୍ଟଇଣ୍ଡିଜ ପାଇଁ ପ୍ରତ୍ୟାବର୍ତ୍ତନ କଷ୍ଟକର ବ୍ୟାପାର ହେବ। ତେଣୁ ଭାରତ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ। 

ଦେଓଧର ଟ୍ରଫି:  କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ଦେଓଧର ଟ୍ରଫି: କାର୍ତ୍ତିକ, ଅଶ୍ୱିନଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ପରାସ୍ତ

ନୂଆଦିଲ୍ଲୀ, ୨୩।୧୦- ଅଧିନାୟକ ଦିନେଶ କାର୍ତ୍ତିକ ଓ ନିମ୍ନକ୍ରମରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲଢ଼ୁଆ ବ୍ୟାଟିଂ ସତ୍ତ୍ୱେ ଇଣ୍ଡିଆ-ଏ ମଙ୍ଗଳବାର ଏଠାରେ ଅନୁଷ୍ଠିତ ଦେଓଧର ଟ୍ରଫିର ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ନିକଟରୁ ୪୩ ରନରେ ପରାସ୍ତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ବି ୮ ଉଇକେଟ୍‌ରେ ୨୬୧ ରନ କରିଥିବାବେଳେ ଇଣ୍ଡିଆ-ଏ ୪୬.୪ ଓଭରରେ ୨୧୮ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ବିଜୟ ସହ ଇଣ୍ଡିଆ-ବି ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଛି। ବୁଧବାର ପ୍ରତିଯୋଗିତାର ଅନ୍ୟ ଏକ ମ୍ୟାଚ୍‌ରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ପରସ୍ପରକୁ ଭେଟିବେ।

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ସିରିଜ କବ୍‌ଜା ଲକ୍ଷ୍ୟରେ ଭାରତ-ଏ

ମୁମ୍ବାଇ, ୨୩।୧୦(ପି.ଟି.)- ଭ୍ରମଣକାରୀ ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମହିଳା କ୍ରିକେଟ ଦଳ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ୨ୟ ମ୍ୟାଚ୍‌ ବୁଧବାର ସ୍ଥାନୀୟ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଖେଳାଯିବ। ଏହି ମ୍ୟାଚ୍‌ ଜିତି ହର୍‌ମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଗୁଆ ସିରିଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି। 

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ଚୋନବୁରି (ଥାଇଲାଣ୍ଡ), ୨୩।୧୦(ପି.ଟି.)- ୧୯ ବର୍ଷରୁ କମ୍‌ ମହିଳା ଏଏଫ୍‌ସି ଚାମ୍ପିୟନଶିପ୍‌ ଯୋଗ୍ୟତା ପର୍ଯ୍ୟାୟର ଏକ ମୁକାବିଲାରେ ଭାରତୀୟ ଫୁଟ୍‌ବଲ ଦଳ ବୁଧବାର ପାକିସ୍ତାନ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। 

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ଟି୧୦ ଲିଗ୍‌ ଖେଳିବେ ଜାହିର୍‌, ଆର୍‌ପି ସିଂ

ମୁମ୍ବାଇ, ୨୩।୧୦(ପି.ଟି.)- କ୍ରିକେଟରୁ ଅବସର ନେଇ ସାରିଥିବା ଭାରତର ଦୁଇ ପ୍ରମୁଖ ବାମହାତୀ ଦ୍ରୁତ ବୋଲର ଜାହିର ଖାଁ ଓ ରୁଦ୍ର ପ୍ରତାପ (ଆର୍‌ପି) ସିଂ ଟି୧୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ଖେଳିବାକୁ ଚୁକ୍ତି କରିଛନ୍ତି।