ରାଜ୍ୟ |

କଣ୍ଟାପଡା ବ୍ଲକରେ ୩୧୯ ମି.ମି. ବର୍ଷା ରେକର୍ଡ: ଜୀବନଯାତ୍ରା ବେହାଲ

କଣ୍ଟାପଡା ବ୍ଲକରେ ୩୧୯ ମି.ମି. ବର୍ଷା ରେକର୍ଡ: ଜୀବନଯାତ୍ରା ବେହାଲ
କଣ୍ଟାପଡା,୧୨।୧୦(ଡି.ଏନ୍‌.ଏ.): ବାତ୍ୟା ତିତ୍‌ଲି କଟକ ଜିଲାର କଣ୍ଟାପଡା ବ୍ଲକରେ ବିଶେଷ ପ୍ରଭାବ ପକାଇଛି। ଏହାର ପ୍ରଭାବରେ ଏହି ବ୍ଲକରେ ଗୁରୁବାର ରାତିରେ ୩୧୯ ମି.ମି. ବର୍ଷା ରେକର୍ଡ କରାଯାଇଛି। ଗୁରୁବାର ରାତି ପ୍ରାୟ ୯ରୁ ସକାଳ ପର୍ଯ୍ୟନ୍ତ ମୁଷଳ ଧାରାରେ ବର୍ଷା ହୋଇଥିଲା। ଫୁଲନଖରା-ନିଆଳି ରାସ୍ତାର ଶିଶୁଆ ନିକଟରେ ବର୍ଷାଜଳ ପ୍ରବାହିତ ହୋଇଥିଲା। ଏହା ଫଳରେ ରାସ୍ତାକଡରେ ଥିବା କେତେକ ପରିବାର ବର୍ଷା ପାଣିରେ ବୁଡିଯାଇଥିଲେ। ଓଲଟପୁରସ୍ଥିତ ଏସ୍‌ଭି ନିରତାର ଭିନ୍ନକ୍ଷମ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବା ପ୍ରାଚୀନଦୀ ପୋଲର ଗୋଟିଏପଟ ରାସ୍ତା ଧୋଇ ଯାଇଥିବା ଦେଖିବାକୁ ମିଳିଛି। ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣବାଟୀ ଗ୍ରାମପଞ୍ଚାୟତର ବଡବିଲି ଗ୍ରାମର ନିରଞ୍ଜନ ରାଉତଙ୍କ ଆଜବେଷ୍ଟସ ଉଡି ଯାଇଥିବା ସହ  କୃଷ୍ଣଚନ୍ଦ୍ର ବେହେରା ଓ ସୁରେନ୍ଦ୍ର ଭୋଇଙ୍କ ଚାଳଘର ସମ୍ପୂର୍ଣ୍ଣ ଭୁଶୁଡିଯାଇଛି। 
ସେହିପରି ସାଇଲୋ ବଡବିଲିରୁ ନାଲିବାବା ମଠକୁ ସଂଯୋଗ କରୁଥିବା ଗଡାଟି ଧୋଇ ଯାଇଛି। ଧାନମଣ୍ଡଳ ବୁଢ଼ୀ ଠାକୁରାଣୀ କଂକ୍ରିଟ ରାସ୍ତା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି। ବ୍ରାହ୍ମଣସାଇଲୋ ଗ୍ରାମପଞ୍ଚାୟତ କନ୍ଦଳ ନଦୀର ପୂର୍ବପାରି ଧାନମଣ୍ଡଳ ଘେରିରେ ବସବାସ କରୁଥିବା ପରିବାର ଓ କୁଳବ୍ରାହ୍ମଣ ସାଇଲୋ ମଲିକସାହିର ୭ଟି ପରିବାର ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି। ଗୋପାଳପୁର ବିଦ୍ୟୁତ ସବଷ୍ଟେଶନକୁ କାକଟପୁର ବ୍ରାଞ୍ଚକେନାଲ ବନ୍ଧରେ ଯାଇଥିବା ୫ଟି ୩୩ କେଭି ବିଦ୍ୟୁତ ଖୁଣ୍ଟ  ଧରାଶାୟୀ ହୋଇଥିବା ଦେଖବାକୁ ମିଳିଛି। ଝାରପଡା ଗ୍ରାମପଞ୍ଚାୟତର ଆଖଣ୍ଡଳମଣି ବଜାର-ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରାସ୍ତାରେ ଥିବା କଲଭର୍ଟକୁ ପୋତି ଦିଆ ଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନାହିଁ। ଫଳରେ ଝାରପଡା ସେଠୀସାହି, ବାରିକ ସାହି, ବଡୱାଉବରାଇ ପାତ୍ରସାହି ଜଳମଗ୍ନ ହୋଇଛି। ଏହା ସହ ଡିମିରି  ଛିଣ୍ଡାନଦୀ ଯୋରକୁ ସଂଯୋଗ କରୁଥିବା ସାଇଫନ ସଟର ବନ୍ଦଥିବାରୁ  ଡିମିରି ଅରିଶୋଲ, ନୋଦା ଗ୍ରାମର ତଳିଆ ଅଞ୍ଚଳରେ ଥିବା ପରିବାରଗୁଡିକ ଜଳଘେରରେ ରହିଛନ୍ତି। ଅପରପକ୍ଷେ ଧାନଫସଲ ସମେତ ବିଭିନ୍ନ ପନିପରିବା ଫସଲ ବର୍ଷାରେ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। 

All Right Reserved By

ରାଜ୍ୟ |

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି। 

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’(ଓଡ଼ିଶା ଏକ୍ସିଲେନ୍ସ ଆଓ୍ବାର୍ଡ) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଭଳି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି। 

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ବୈତରଣୀ ସେତୁ ଦୁର୍ବଳ: ବିପଦ ମୁହଁରେ ଜୀବନ

ଆନନ୍ଦପୁର,୧୬।୧୦(ସ୍ବ.ପ୍ର.): ଆନନ୍ଦପୁରର ବୈତରଣୀ ସେତୁ ୪ ମାସ ହେଲା ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେତୁର ଗୋଟିଏ ପାର୍ଶ୍ୱର ପିଲାରରୁ ବ୍ୟରିଂ ଖସିବା ପରେ  ଗୋଟିଏ ସ୍ପାନ୍‌ ଦବି ଯାଇଛି। ଘଟଣା ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀ  ସେତୁର ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ସେତୁ ପ୍ରତି ବିପଦ ରହିଥିବା ଅନୁଭବ କରିଥିଲେ। 

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ରିଲିଫ ଅର୍ଥ ହଡ଼ପ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୬।୧୦-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତର ୪ ନମ୍ବର ୱାର୍ଡର କୁସୁନନଗର ଓ ତେଲିସାହିର ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଥିବା ରିଲିଫ ଟଙ୍କାକୁ ଗଁାର କେତେକ ନେତା ହଡ଼ପ କରିନେଇଥିବା ସୋମବାର ହିତାଧିକାରୀମାନେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। 

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

‘ପଟ୍ଟା ନାହିଁ ତ ଭୋଟ ନାହିଁ ’

ବାରିପଦା ଅଫିସ,୧୬।୧୦- ଆସନ୍ତା ୨୧ ତାରିଖରେ ବାରିପଦାସ୍ଥିତ ଛଉପଡ଼ିଆଠାରେ ହେବାକୁ ଥିବା  ଦୁର୍ନୀତି ଭ୍ରଷ୍ଟାଚାର ବିରୋଧି ମହାସମାବେଶକୁ ସଫଳ କରିବା ପାଇଁ ବାରିପଦା ପୌରାଞ୍ଚଳ ପଟ୍ଟା ବିହୀନ ବାସିନ୍ଦା ସଂଘ ପକ୍ଷରୁ ପାଲବଣିଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।