ଜାତୀୟ |

୪୮ ଘଣ୍ଟା ମଧ୍ୟରେ ବନ୍ଦ ହେବ ଇଣ୍ଟରନେଟ୍‌ ସେବା

୪୮ ଘଣ୍ଟା ମଧ୍ୟରେ ବନ୍ଦ ହେବ ଇଣ୍ଟରନେଟ୍‌ ସେବା
ଓ୍ବାଶିଂଟନ/ମସ୍କୋ/ନୂଆଦିଲ୍ଲୀ,୧୨।୧୦: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିଶ୍ୱବ୍ୟାପି ଇଣ୍ଟରନେଟ୍‌ ସେବା  ବନ୍ଦ ହେବ। ଏନେଇ ଯୋଗାଯୋଗ ଅଧିନିୟମ କର୍ତ୍ତୃପକ୍ଷ(ସିଆର୍‌ଏ)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମୁଖ୍ୟ ଡୋମେନ ସର୍ଭରରେ କେତେକ ମରାମତି ତଥା କ୍ରିପ୍ଟୋଗ୍ରାଫିକ୍‌ କି’ରେ ପରିବର୍ତ୍ତନ କରାଯିବ ବୋଲି ରୁଷିଆ ପକ୍ଷରୁ ସୂଚନା ଦିଆଯାଇଛି। ଇଣ୍ଟରନେଟ୍‌ ଆଡ୍ରେସ୍‌ ବୁକ୍‌ ଅର୍ଥାତ୍‌ ଡୋମେନ୍‌ ନେମ୍‌ ସିଷ୍ଟମ୍‌(ଡିଏନଏସ୍‌)କୁ ସୁରକ୍ଷିତ କରିବା ପାଇଁ କେତେକ କାମ ଏହି ସମୟରେ କରାଯିବ। ଫଳରେ ଇଣ୍ଟରନେଟ୍‌ ଅପରେଟର ତଥା ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର(ଆଇପିଏସ୍‌)ଙ୍କ ସେବା ଏହା ଦ୍ୱାରା ବ୍ୟାହତ ହେବାର ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ ଓ୍ବେବ ପେଜ୍‌ରେ କାମ କରିବା ସମ୍ଭବ ହେବ ନାହିଁ। ଏହି ମରାମତି କାର୍ଯ୍ୟ ଇଣ୍ଟରନେଟ୍‌ କର୍ପୋରେସନ ଅଫ୍‌ ଆସାଇନଡ୍‌ ନେମ୍‌ ଆଣ୍ଡ ନମ୍ବର(ଆଇସିଏଏନ୍‌ଏନ୍‌) ଦ୍ୱାରା କରାଯିବ।
All Right Reserved By

ଜାତୀୟ |

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ପୋର୍ନ ଅଭିନେତ୍ରୀଙ୍କ ସହିତ ଥିଲା ରଜନୀକାନ୍ତଙ୍କର ଆଫେୟାର୍ସ

ବେଙ୍ଗାଲୁର୍‌,୧୨।୧୨: ଫିଲ୍ମଷ୍ଟାର ରଜନୀକାନ୍ତ ବୁଧବାର ୬୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୫୦ ଡିସେମ୍ବର ୧୨ରେ ବେଙ୍ଗାଲୁର୍‌ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଶିବାଜୀ ରାଓ ଗାଏକ୍ୱାଡ୍‌।

ମଧ୍ୟପ୍ରଦେଶ-ରାଜସ୍ଥାନରେ କଂଗ୍ରେସର ସର୍ବାଧିକ ଆସନ: ସରକାର ଗଠନ ପାଇଁ ସହଯୋଗୀ ଖୋଜା

ମଧ୍ୟପ୍ରଦେଶ-ରାଜସ୍ଥାନରେ କଂଗ୍ରେସର ସର୍ବାଧିକ ଆସନ: ସରକାର ଗଠନ ପାଇଁ ସହଯୋଗୀ ଖୋଜା

ନୂଆଦିଲ୍ଲୀ,୧୨।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। 

ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ କିଙ୍ଗ୍‌ ମେକର ଭରସା: ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ମଧ୍ୟପ୍ରଦେଶରେ ସରକାର ଗଠନ ପାଇଁ କିଙ୍ଗ୍‌ ମେକର ଭରସା: ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ନଜର

ନୂଆଦିଲ୍ଲୀ,୧୨।୧୨: ଦେଶର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ଏଠାରେ ଭାଜପାକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଛି। ସରକାର ଗଠନ ପାଇଁ ମଧ୍ୟପ୍ରଦେଶରେ କିଙ୍ଗ୍‌ ମେକରଙ୍କ ଆବଶ୍ୟକତା ରହିଛି। 

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ଶକ୍ତିକାନ୍ତ ଦାସ ଆର୍‌ବିଆଇର ନୂଆ ଗଭର୍ନର

ନୂଆଦିଲ୍ଲୀ,୧୨-୧୨:  କେନ୍ଦ୍ର ସରକାର ପୂର୍ବତନ ବ୍ୟୁରୋକ୍ରାଟ୍‌ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ନର ଭାବେ ନିଯୁକ୍ତ କରିଛନ୍ତି। ସେ ୩ ବର୍ଷ ପାଇଁ ଏହି ଦାୟିତ୍ୱରେ ରହିବେ। ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଏହି ପଦଟି ଖାଲି ପଡିଥିଲା।

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ଆଇଜଲ,୧୧।୧୨: ମିଜୋରାମର ମୋଟ ୪୦ଟି ବିଧାନସଭା ଆସନ ମଧ୍ୟରୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌ )କୁ ୨୬ଟି ଆସନ ମିଳିଛି। ଏଠାରେ କଂଗ୍ରେସ ୫ଟି ଆସନରେ ବିଜୟଲାଭ କରିଥିବା ବେଳେ ଭାଜପାକୁ ଗୋଟିଏ  ଓ ଅନ୍ୟାନ୍ୟଙ୍କୁ ୮ଟି ଆସନ ମିଳିଛି। 

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ସୁକମା,୧୧।୧୨: ଛତିଶଗଡ଼ର ଚିନ୍ତାଗୁଫାଠାରେ ମଙ୍ଗଳବାର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

କୋଲକାତା,୧୧।୧୨: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଗଣତି ମଙ୍ଗଳବାର ହୋଇଛି। ଏଥିରେ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ରହିଛି। ଭାଜପାକୁ ପ୍ରାୟ ଅଧିକାଂଶ ସ୍ଥାନରେ ପଛରେ ପକାଇ କଂଗ୍ରେସ ଓ କିଛି ନିର୍ଦଳୀୟ ପ୍ରାର୍ଥୀ ଆଗକୁ ବଢି ଚାଲିଛନ୍ତି।

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଶୋପିଆନ,୧୧।୧୨: ଜମ୍ମୁ-କଶ୍ମୀର ଶୋପିଆନର ଜିନାପୁରାରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। 

ଜିତିଲେ କେସିଆର୍‌

ଜିତିଲେ କେସିଆର୍‌

ହାଇଦ୍ରାବାଦ,୧୧।୧୨: ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌)ର ଅଧ୍ୟକ୍ଷ ତଥା ତେଲେଙ୍ଗାନା ରଖୁଆଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଚଳିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିଛନ୍ତି। 

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

କୋଲକାତା,୧୧।୧୨: ସୋମବାର ରାତିରେ ପ୍ରାୟ ୧୩୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ହଠାତ୍‌ ଧୂଆଁ ବାହାରିବାରୁ କୋଲକତାରେ ଏହାର ଜରୁରୀ ଅବତରଣ କରାଯାଇଥିଲା।

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ଜୟପୁର,୧୧।୧୨: ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ୫ଟି ରାଜ୍ୟ ସହ ସାରା ଦେଶରେ ରାଜନୀତିର ଉଷ୍ମତା ବଢିଯାଉଛି। କାରଣ କେନ୍ଦ୍ରର ଶାସନ ଭାର ସମ୍ଭାଳିଥିବା ଭାଜପାକୁ ଏବେ ପଛରେ ପକାଇ ଅଗ୍ରସର ହେଉଛି କଂଗ୍ରେସ। ସମସ୍ତଙ୍କ ନଜର ଏବେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଥିବା ବେଳେ ଏଠି କିନ୍ତୁ ସଂଖ୍ୟା ଗରିଷ୍ଠାକୁ ନେଇ ଦ୍ୱନ୍ଦ୍ୱରେ ରହୁଛି କଂଗ୍ରେସ।