ରାଜ୍ୟ |

ତିତ୍‌ଲି ଗଲା ପରେ ବିପତ୍ତି: ଖୋର୍ଦ୍ଧାରେ ୨୦୭ ମିମି ବର୍ଷା

ତିତ୍‌ଲି ଗଲା ପରେ ବିପତ୍ତି: ଖୋର୍ଦ୍ଧାରେ ୨୦୭ ମିମି ବର୍ଷା
ଖୋର୍ଦ୍ଧା ଅଫିସ,୧୨।୧୦: ସାମୁଦ୍ରିକ ବାତ୍ୟା ତିତ୍‌ଲି ଟଳିଯିବା ପରେ ବିପତ୍ତି ବଢ଼ି ଚାଲିଛି । ଗୁରୁବାର ରାତିରୁ ତୁହାକୁ ତୁହା ବର୍ଷା ଓ ପବନ ଖୋର୍ଦ୍ଧା ସହର, ବ୍ଲକ ଓ ଆଖପାଖ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି। ଏଠାରେ ୨୦୭ ମିମି ବର୍ଷା ରୋକର୍ଡ କରାଯାଇଛି। ସେହିପରି ଚିଲିକା ବ୍ଲକରେ ୨୦୧ ମିମି, ବୋଲଗଡ଼ରେ ୧୮୩ ମିମି, ବାଣପୁରରେ ୧୬୯, ଜଟଣୀରେ ୧୫୫,  ବଲିପାଟଣାରେ ୧୪୫, ଟାଙ୍ଗୀରେ ୧୪୩, ବେଗୁନିଆରେ ୧୨୫ ମିଲିମି, ବାଲିପାଟଣାରେ ୧୧୫, ଭୁବନେଶ୍ୱରରେ ୧୦୩.୨ ମିମି ବର୍ଷା ରୋକର୍ଡ ହୋଇଛି । ଖୋର୍ଦ୍ଧା ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୫୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି। ଖୋର୍ଦ୍ଧା ସହରର ଡମସାହିରେ ଘରେ ପାଣି ପଶିଛ। ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ଜଳ ନିଷ୍କାସନରେ ଲାଗିଛନ୍ତି। ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥର ନୟାଗଡ଼ ରୋଡସ୍ଥିତ ବଡ଼ଶଙ୍ଖ ନିକଟରେ ୧୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦି ହୋଇ ରହିଛନ୍ତି। ଖୋର୍ଦ୍ଧା ହଳଦିଆ ମୁଖ୍ୟ ରାସ୍ତାରେ ୪ରୁ ୫ଫୁଟ ପାଣି ପ୍ରବାହିତ ହେଉଛି । ଫଳରେ ଖୋର୍ଦ୍ଧା ଗୁରୁଜଙ୍ଗ, ଗୁରୁଜଙ୍ଗ ଟାଙ୍ଗିଆପଡ଼ା, ନିଆଳ ବି କୁଡିଆ, ମୁକ୍ତାପୁର ବଘେଇଟାଙ୍ଗୀ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେହିଭଳି ଉତ୍ତର ଖୋର୍ଦ୍ଧାରେ ଥିବା ଚାଷ ଜମିର ଧାନ ଫସଲ ଉଜୁଡି ଯାଇଛି। ୫୭ ନଂ. ଜାତୀୟ ରାଜପଥର ନୟାଗଡ ରୋଡରେ ଏବଂ ୧୬ ନଂ. ଜାତୀୟ ରାଜପଥର ଦଳେଇପୁଟଠାରେ ରାସ୍ତା ଉପରେ ପାଣି ଚାଲିଛି। ପଳାସପୁର ବିଞ୍ଝଗିରିର ପାଚିଲା ଧାନ କିଆରି ପାଣିରେ ବୁଡି ରହିଛି । 
All Right Reserved By

ରାଜ୍ୟ |

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

କାକଟପୁର, ୧୬।୧୦(ଡି.ଏନ.ଏ.): ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଉତ୍ସବମୁଖର ହୋଇପଡିଛି। 

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି। 

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’(ଓଡ଼ିଶା ଏକ୍ସିଲେନ୍ସ ଆଓ୍ବାର୍ଡ) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଭଳି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଆସୁଛନ୍ତି ମା’: ଝୁମ୍ପୁରା ଚଳଚଞ୍ଚଳ

ଝୁମ୍ପୁରା, ୧୬।୧୦(ଡି.ଏନ.ଏ.): ଆସୁଛନ୍ତି  ମା’। ଏ ନେଇ ଝୁମ୍ପୁରା ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମଙ୍ଗଳବାର ମା’ଙ୍କର ମହାସପ୍ତମୀ ସହ ପଣାପୂଜା ହେବ। ସେଠାରେ ଆଖୁ ବଳିର ପରମ୍ପରା ନିଆରା। ମା’ଙ୍କର ପୂଜା ଝୁମ୍ପୁରା ବଜାରରେ ଅନୁଷ୍ଠିତ ହୋଇ ଆସୁଛି।