ବାଣିଜ୍ୟ |

ସ୍ବାଭାବିକ ହେଲା କିଛି ଟ୍ରେନ୍‌

ସ୍ବାଭାବିକ ହେଲା କିଛି ଟ୍ରେନ୍‌
ଭୁବନେଶ୍ୱର,୧୨-୧୦: ବାତ୍ୟା ତିତଲିର ପ୍ରଭାବ କ୍ଷୀଣ ହେବା ପରେ ସ୍ଥିତିକୁ ବିଚାର କରି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ ଚଳାଚଳ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ଟ୍ରେନ ଚଳାଚଳକୁ ସ୍ବାଭାବିକ କରାଯାଇଥିବା ବେଳେ ଅନ୍ୟ କେତେକକୁ ବାତିଲ, କେତେକର ସମୟ ସାରଣୀରେ ପରିବର୍ତ୍ତନ ଏବଂ ଆଉ କିଛିକୁ ଗତିପଥ ବଦଳା ଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ରହିଛି। ସ୍ଥିତି ସ୍ବାଭାବିକ ହେବାରୁ ବୁଧବାର ବାତିଲ ତଥା ଗତିପଥ ପରିବର୍ତ୍ତନ ହୋଇଥିବା କେତେକ ଟ୍ରେନ୍‌କୁ ଗୁରୁବାର ସ୍ବାଭାବିକ କରାଯାଇଛି। ଟ୍ରେନଗୁଡିକ ମଧ୍ୟରେ ହାଓଡାଠାରୁ ଆସୁଥିବା ହାଓଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ, ହାଓଡା-ଚେନ୍ନାଇ ମେଲ୍‌, ସାଲିମାରରୁ ଆସୁଥିବା ସାଲିମାର-ନାଗରକୋଇଲ୍‌ ଗୁରୁଦେବ ଏକ୍ସପ୍ରେସ, ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡା-ତିରୁଚିରାପଲି ଏକ୍ସପ୍ରେସ ଏବଂ କାମାକ୍ଷା-ୟସ୍‌ବନ୍ତପୁର ଏସି ଏକ୍ସପ୍ରେସ ରହିଛି। 
 ଅପରପକ୍ଷରେ ଅନ୍ୟ କେତେକ ଟ୍ରେନ୍‌ ବାତିଲ ରହିଥିବା ସୂଚନା ରହିଛି। ଏହା ମଧ୍ୟରେ ଗୁରୁବାରର ସାନ୍ତ୍ରାଗାଛି-ଚେନ୍ନାଇ ସ୍ପେଶାଲ,  ଶୁକ୍ରବାରର ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡା-ୟସ୍‌ବନ୍ତପୁର ଏକ୍ସପ୍ରେସ, ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସ, ଶନିବାରର ୟସ୍‌ବନ୍ତପୁର-ଭାଗଲପୁର ଏକ୍ସପ୍ରେସ, ଗୁରୁବାରର ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ(ଉଭୟ ପଟୁ), ବିଶାଖାପାଟଣା-ଦିଘା ଏକ୍ସପ୍ରେସ, ବୁଧବାରର ୟସ୍‌ବନ୍ତପୁର-ହାଓଡା ଏକ୍ସପ୍ରେସ, ବାଙ୍ଗାଲୋର-କାଣ୍ଟ ଗୌହାଟି ଏକ୍ସପ୍ରେସ, ୟସ୍‌ବନ୍ତପୁର-ମୁଜାଫରପୁର ଏକ୍ସପ୍ରେସ, ଗୁରୁବାରର ହାଓଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ ରହିଛି। 
 ସେହିଭଳି କେତେକ ଟ୍ରେନର ସମୟ ସୂଚୀକୁ ପରିବର୍ତ୍ତନ କରାଯାଇଛି। ଟ୍ରେନଗୁଡିକ ମଧ୍ୟରେ ଗୁରୁବାରର ଖଡଗପୁର-ଭିଲୁପୁରମ ଏକ୍ସପ୍ରେସ, ହାଇଦ୍ରାବାଦ-ହାଓଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ, ହାଓଡା-ପୁରୀ ଜଗନ୍ନାଥ ଏକ୍ସପ୍ରେସ, ହାଓଡା-ପୁରୀ ଶତାଦ୍ଦୀ ଏକ୍ସପ୍ରେସ, ଦୁର୍ଗ-ପୁରୀ ଏକ୍ସପ୍ରେସ ରହିଛି। ତୃଣମୂଳ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ପୂର୍ବତଟ ରେଳପଥ ସୂଚନା ଦେଇଛି।  ଟ୍ରାକ୍‌ ବିଶେଷଜ୍ଞ, ବ୍ରିଜ୍‌ ଇଞ୍ଜିନିୟର, ଓଭରହେଡ ଇଲେକଟ୍ରିସିଟି ଇଞ୍ଜିନିୟର ମାନେ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ବ୍ରହ୍ମପୁର-ପଲାସା ଏବଂ ପଲାସା-କୋଟାବୋମାଳି ମଧ୍ୟରେ ସ୍ଥାନଗୁଡିକର ସ୍ଥିତିକୁ ବିଚାର କରାଯାଇଛି।
ରେଲଓ୍ବେର କ୍ଷୟକ୍ଷତି
ବାତ୍ୟା ଯୋଗୁ କେତେକ ସ୍ଥାନରେ ରେଲଓ୍ବେର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ସ୍ଥାନରେ ଷ୍ଟେଶନ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି। ପଲାସା ଷ୍ଟେଶନ ବିଷେଶ ଭାବେ ପ୍ରଭାବିତ ହୋଇଛି। ଅପରପକ୍ଷରେ ବିଭିନ୍ନ ସ୍ଥାନରେ ପ୍ଲାଟଫର୍ମ ସେଲଟର ଏବଂ ଫୁଟ ଓଭର ବ୍ରିଜଗୁଡିକ କ୍ଷତିଗ୍ରସ୍ତ ହୋଇଛି। ସିଗନାଲିଂ ପୋଲ୍‌ ଏବଂ ଓଭରହେଡ୍‌ ଇଲେକଟ୍ରିକ୍‌ ମାଷ୍ଟରେ କ୍ଷତି ପହଞ୍ଚିଛି। ସେହିଭଳି ଟ୍ରାକ୍‌ ଉପରେ ଗଛ ପଡିଥିବା  ରେଲଓ୍ବେ ପ୍ରକାଶ କରିଛି। 
All Right Reserved By

ବାଣିଜ୍ୟ |

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

ନୂଆଦିଲ୍ଲୀ,୧୮-୧୨:  ମାତ୍ର ୩୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ବିକ୍ରି ହେଉଛି। ଏଥିରେ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ବିବରଣୀ, କ୍ରେଡିଟ କାର୍ଡ, ଗେମିଙ୍ଗ ଓ୍ବେବ୍‌ସାଇଟ ଆଦି ରହିଛି। ସାଇବର ସିକ୍ୟୁରିଟି କମ୍ପାନୀ କ୍ୟାସପର୍ସକି ଲ୍ୟାବ୍‌ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ନୂଆଦିଲ୍ଲୀ,୧୮-୧୨:  ବିମୁଦ୍ରୀକରଣ ପରେ ଛପା ଯାଇଥିବା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ରିଜର୍ଭ ବ୍ୟାଙ୍କର ସହଯୋଗୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟ ପ୍ରକାଶ କରିବା ଦେଶ ହିତ ବିରୋଧୀ ଜଣାଇବାକୁ ଆୟୋଗ କହିଛନ୍ତି। 

ବିମୁଦ୍ରୀକରଣ, ଜିଏସ୍‌ଟି ଅଭିବୃଦ୍ଧି ଲାଗି ଜୋର୍‌ଦାର ଝଟକା: ରଘୁରାମ ରାଜନ

ବିମୁଦ୍ରୀକରଣ, ଜିଏସ୍‌ଟି ଅଭିବୃଦ୍ଧି ଲାଗି ଜୋର୍‌ଦାର ଝଟକା: ରଘୁରାମ ରାଜନ

ନୂଆଦିଲ୍ଲୀ,୧୮-୧୨:  ଦୁଇ ବର୍ଷ ପୂର୍ବେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶରେ ବିମୁଦ୍ରୀକରଣ ଲାଗୁ କଲେ। ଏହାଦ୍ୱାରା ଦେଶର ଅଭିବୃଦ୍ଧିକୁ ଜୋର୍‌ଦାର ଝଟକା ଲାଗିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି। ସେହିପରି ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଯୋଗୁ ମଧ୍ୟ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। 

ଉଜ୍ଜ୍ୱଳା ଯୋଜନାର ବିସ୍ତାରକୁ ମଞ୍ଜୁରି;ସବୁ ଗରିବ ପାଇବେ ମାଗଣା ସିଲିଣ୍ଡର

ଉଜ୍ଜ୍ୱଳା ଯୋଜନାର ବିସ୍ତାରକୁ ମଞ୍ଜୁରି;ସବୁ ଗରିବ ପାଇବେ ମାଗଣା ସିଲିଣ୍ଡର

ନୂଆଦିଲ୍ଲୀ,୧୮-୧୨:  ଉଜ୍ଜ୍ୱଳା ଯୋଜନାର ବିସ୍ତାର ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଣିକି ଦେଶର ପ୍ରତ୍ୟେକ ଗରିବ ନାଗରିକଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଫଳରେ ସେମାନେ ମାଗଣାରେ ଏଲ୍‌ପିଜି ସିଲିଣ୍ଡର ପାଇବେ। ଏ ସଂକ୍ରାନ୍ତରେ ସୋମବାର ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି ନିଷ୍ପତ୍ତି ନେଇଛି। ୨୦୧୬ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରଥମେ ବିପିଏଲ୍‌ କାର୍ଡଧାରୀଙ୍କୁ ମାଗଣାରେ ଗ୍ୟାସ୍‌ ସଂଯୋଗ ଦିଆଯାଉଥିଲା।

ଆର୍‌ବିଆଇ ବୋର୍ଡର ପୁନର୍ଗଠନ ଲାଗି ବିରଲଙ୍କ ଯୁକ୍ତି

ଆର୍‌ବିଆଇ ବୋର୍ଡର ପୁନର୍ଗଠନ ଲାଗି ବିରଲଙ୍କ ଯୁକ୍ତି

ମୁମ୍ବାଇ,୧୮-୧୨:  ଆମେରିକାର ଫେଡେରାଲ ରିଜର୍ଭ ଏବଂ ବ୍ୟାଙ୍କ ଅଫ୍‌ ଇଂଲଣ୍ଡ ଢାଞ୍ଚାରେ ରିଜର୍ଭ ବ୍ୟାଙ୍କର ଭୂମିକା ନିର୍ଦ୍ଧାରଣ କରିବାକୁ ହେଲେ କେନ୍ଦ୍ରୀୟ ବ୍ୟାଙ୍କର ବୋର୍ଡର ପୁନର୍ଗଠନ ହେବା ଜରୁରୀ ବୋଲି ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଯୁକ୍ତି ବାଢ଼ିଛନ୍ତି। 

ମାଲ୍ୟାଙ୍କୁ ପଳାତକ ଘୋଷଣା ମାମଲାର ରାୟ ୨୬ରେ

ମାଲ୍ୟାଙ୍କୁ ପଳାତକ ଘୋଷଣା ମାମଲାର ରାୟ ୨୬ରେ

ମୁମ୍ବାଇ,୧୮-୧୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରିବା ନେଇ ଆଗତ ମାମଲାର ରାୟ ଆସନ୍ତା ୨୬ରେ ପ୍ରକାଶ ପାଇବ। ପଳାତକ ଆର୍ଥିକ ଅପରାଧୀ ଆଇନ ଅଧୀନରେ ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସ୍ବତନ୍ତ୍ର ଅଦାଲତରେ ମାମଲା ଆଗତ କରାଯାଇଥିଲା। 

ଅନ୍‌ଲାଇନ ଔଷଧ ବିକ୍ରିକୁ ହାଇକୋର୍ଟଙ୍କ କଟକଣା

ଅନ୍‌ଲାଇନ ଔଷଧ ବିକ୍ରିକୁ ହାଇକୋର୍ଟଙ୍କ କଟକଣା

ଚେନ୍ନାଇ,୧୮-୧୨:  କେନ୍ଦ୍ର ସରକାର ନୂଆ ନିୟମ ପ୍ରଣୟନ କରିବା ପର୍ଯ୍ୟନ୍ତ ଅନ୍‌ଲାଇନ ଔଷଧ ବିକ୍ରି ଉପରେ ମାଡ୍ରାସ ହାଇକୋର୍ଟ ସୋମବାର କଟକଣା ଜାରି କରିଛନ୍ତି। ଏଥିସହିତ ସରକାର ଆସନ୍ତା ବର୍ଷ ଜାନୁୟାରୀ ୩୧ ସୁଦ୍ଧା ନୂଆ ନିୟମ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିପାରିବେ ବୋଲି ଅଦାଲତ ସମୟସୀମା ଧାର୍ଯ୍ୟ କରିଛନ୍ତି।

ନୀତି ଆୟୋଗର ପ୍ରସ୍ତୁତି;ରୋଷେଇ ଇନ୍ଧନ ରୂପେ ବ୍ୟବହୃତ ହେବ ମିଥାନଲ

ନୀତି ଆୟୋଗର ପ୍ରସ୍ତୁତି;ରୋଷେଇ ଇନ୍ଧନ ରୂପେ ବ୍ୟବହୃତ ହେବ ମିଥାନଲ

ନୂଆଦିଲ୍ଲୀ,୧୮-୧୨:  ଏଲ୍‌ପିଜି ସ୍ଥାନରେ ମିଥାନଲକୁ ରୋଷେଇ ଇନ୍ଧନ ଭାବେ ବ୍ୟବହାର ପାଇଁ ନୀତି ଆୟୋଗ ଅଣ୍ଟାଭିଡ଼ିଛି। ଏଥିଲାଗି ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଗଲାଣି ବୋଲି ଆୟୋଗ ସଦସ୍ୟ ବି.କେ.ସାରସ୍ବତ ସୋମବାର କହିଛନ୍ତି। 

ଅଗଷ୍ଟ ସୁଦ୍ଧା ଶେଷ ହୋଇଯିବ ୫ଜି ସ୍ପେକ୍ଟ୍ରମ ନିଲାମୀ

ଅଗଷ୍ଟ ସୁଦ୍ଧା ଶେଷ ହୋଇଯିବ ୫ଜି ସ୍ପେକ୍ଟ୍ରମ ନିଲାମୀ

ନୂଆଦିଲ୍ଲୀ,୧୮-୧୨:  ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ୫ଜି ସ୍ପେକ୍ଟ୍ରମ ନିଲାମୀ କାର୍ଯ୍ୟ ଶେଷ ହେବ ଏବଂ ପଞ୍ଚମ ପିଢ଼ିର ମୋବାଇଲ ସେବା ୨୦୨୦ ସୁଦ୍ଧା ଆରମ୍ଭ ହୋଇଯିବ ବୋଲି ଟେଲିକମ୍‌ ବିଭାଗ(ଡିଓଟି)ଆଶାବ୍ୟକ୍ତ କରିଛି। 

ପସନ୍ଦ ପାଲଟିଛି କଷ୍ଟମାଇଜ୍‌ ହଲିଡେ ବୁକିଂ

ପସନ୍ଦ ପାଲଟିଛି କଷ୍ଟମାଇଜ୍‌ ହଲିଡେ ବୁକିଂ

ଭୁବନେଶ୍ୱର ,୧୭-୧୨: ପ୍ରମୁଖ ଟ୍ରାଭେଲ କମ୍ପାନୀ କକ୍ସ ଆଣ୍ଡ କିଙ୍ଗ୍‌ସ ପକ୍ଷରୁ ରବିବାର ଭୁବନେଶ୍ୱରଠାରେ ଏହାର ‘ଡିଲ୍‌ ଉତ୍ସବ’ର  ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଏହା ସକାଳ ୧୦ଟା ଠାରୁ ସଂଧ୍ୟା ୬ ଟା ଯାଏ ଚାଲିଥିଲା। ପୂର୍ବ ଦୁଇ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ଉତ୍ସବକୁ ଭଲ ରେସପନ୍ସ ମିଳିଥିବା କମ୍ପାନୀ ପକ୍ଷରୁ ସୂଚନା ରହିଛି। 

ରୋଜଗାର ସୃଷ୍ଟି କରିବ କୃଷି, ସହରୀ ବର୍ଯ୍ୟ ବ୍ୟବହାର: ଧର୍ମେନ୍ଦ୍ର

ରୋଜଗାର ସୃଷ୍ଟି କରିବ କୃଷି, ସହରୀ ବର୍ଯ୍ୟ ବ୍ୟବହାର: ଧର୍ମେନ୍ଦ୍ର

ଭୁବନେଶ୍ୱର ,୧୭। ୧୨: କୃଷି ଓ ସହରୀ ବର୍ଯ୍ୟ ବ୍ୟବହାର ଅର୍ଥନୀତି ଦୃଢୀକରଣ ଦିଗରେ ସହାୟକ ହେବ। ଏହା ଦ୍ୱାରା ଦେଶରେ ରୋଜଗାର ସୃଷ୍ଟି କରାଯାଇ ପାରିବ। ଏଭଳି ବର୍ଯ୍ୟରୁ କମ୍ପ୍ରେସଡ ବାୟୋ ଗ୍ୟାସ (ସିବିଜି) ଉତ୍ପାଦନ ହେଲେ ଇନ୍ଧନ ଜନିତ ଦେଶ ଉପରେ ପଡ଼ୁଥିବା ବୈଦେଶିକ ମୁଦ୍ରା ଚାପ  କମ୍‌ ହେବ। ଏହା ସହ ଇନ୍ଧନ ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ଜାରି କରାଯାଇ ପାରିବ। 

ସମ୍ବଲପୁର-ଟିଟଲାଗଡ ସେକ୍ସନରେ ଟ୍ରେନ ସେବା ବାତିଲ

ସମ୍ବଲପୁର-ଟିଟଲାଗଡ ସେକ୍ସନରେ ଟ୍ରେନ ସେବା ବାତିଲ

ଭୁବନେଶ୍ୱର ,୧୭-୧୨: ସମ୍ବଲପୁର ରେଳ ମଣ୍ଡଳ ଅଧୀନ ସମ୍ବଲପୁର-ଟିଟଲାଗଡ ରେଳ ସେକ୍ସନର ବଲାଙ୍ଗୀର ଓ ଭଏଁସାପାଲୀ ମଧ୍ୟରେ ନୂଆ ଲାଇନ ଏବଂ ବଲାଙ୍ଗୀର ଓ ଦେଓଗାଁ ରୋଡ ଷ୍ଟେଶନ ମଧ୍ୟରେ ଦୋହରାକରଣ କାର୍ଯ୍ୟ ତଥା ନିରାପତ୍ତା ସଂକ୍ରାନ୍ତ ଆଧୁନିକିକରଣ କରାଯିବାର ଯୋଜନା ରହିଛି। ଚଳିତ ମାସ ୧୫ ତାରିଖ ଠାରୁ ୨୬ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହାତକୁ ନିଆଯିବ।