ବାଣିଜ୍ୟ |

ମାଳଦ୍ୱୀପଠାରୁ ଦୁର୍ବଳ ଭାରତୀୟ ପାସ୍‌ପୋର୍ଟ

ମାଳଦ୍ୱୀପଠାରୁ ଦୁର୍ବଳ ଭାରତୀୟ ପାସ୍‌ପୋର୍ଟ
ନୂଆଦିଲ୍ଲୀ,୧୨-୧୦: ଭାରତ ମହାସାଗରର ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ। ଜନସଂଖ୍ୟା ଓ ଆୟତନରେ ଏହା ଭାରତ ସହ ତୁଳନୀୟ ନୁହେଁ। କିନ୍ତୁ ଏହି ଦେଶର ପାସପୋର୍ଟ ଭାରତ ଠାରୁ ଅଧିକ ଶକ୍ତିଶାଳୀ। ଭାରତୀୟ ପାସପୋର୍ଟରେ ଜଣେ ବ୍ୟକ୍ତି ୬୦ଟି ଦେଶ ବିନା ଭିଜାରେ ବୁଲିପାରିବ। କିନ୍ତୁ ମାଳଦ୍ୱୀପ ଭଳି ଏକ କ୍ଷୁଦ୍ର ଦ୍ୱୀପରାଷ୍ଟ୍ରର ପାର୍ସପୋର୍ଟରେ ବିନା ଭିଜାରେ ୮୭ଟି ଦେଶ ବୁଲି ହେବ। ଏହି ସୁବିଧାକୁ ଭିଜା ଅନ୍‌ ଆରାଇଭାଲ୍‌ କୁହାଯାଏ। ଏହାର ଅର୍ଥ ହେଲା ଏହିସବୁ ଦେଶକୁ ଯାତ୍ରା କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ସେହି ଦେଶ ପାଇଁ ସ୍ବତନ୍ତ୍ର ଭାବେ ଭିଜା ତିଆରି କରିବାକୁ ପଡେ ନାହିଁ। ସେ ପହଞ୍ଚତ୍ବା କ୍ଷଣି ତାଙ୍କୁ ତୁରନ୍ତ ଭିଜା ଦିଆଯାଏ। 
ଆମେରିକାର ଫାର୍ମ ହେନ୍‌ଲେ ପକ୍ଷରୁ ସଦ୍ୟ ପ୍ରକାଶିତ ଗ୍ଲୋବାଲ ପାସପୋର୍ଟ ର଼୍ୟାଙ୍କିଙ୍ଗରେ ମାଳଦ୍ୱୀପକୁ ୫୮ ତମ ସ୍ଥାନ ମିଳିଥିବା ବେଳେ ଭାରତକୁ ୮୧ ତମ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡିଛି। ତେବେ ପଡୋଶୀ ଦେଶଠାରୁ ଭାରତୀୟ ପାସପୋର୍ଟ ଅଧିକ ଶକ୍ତିଶାଳୀ। ଏଥିସହିତ ଗତ ବର୍ଷ ଅପେକ୍ଷା ଭାରତର ର଼୍ୟାଙ୍କିଙ୍ଗରେ ୬ ସ୍ଥାନ ସୁଧାର ହୋଇଛି। ୨୦୧୭ରେ ଭାରତ ୮୭ ତମ ସ୍ଥାନରେ ରହିଥିଲା। ହେନ୍‌ଲେ ପକ୍ଷରୁ ପ୍ରତି ବର୍ଷ ପାସପୋର୍ଟ ଇଣ୍ଡେକ୍ସ ପ୍ରକାଶ କରାଯାଏ। କେଉଁ ଦେଶର ପାସପୋର୍ଟ ଜରିଆରେ କେତେ ଅଧିକ ଦେଶ ବୁଲିବାର ସୁବିଧା ମିଳିପାରୁଛି, ତାହା ଇଣ୍ଡେକ୍ସ ତିଆରି କଲା ବେଳେ ଧ୍ୟାନ ଦିଆଯାଏ। ଯେଉଁ ଦେଶର ପାସପୋର୍ଟରେ ଭିଜା ଅନ୍‌ ଆରାଇଭାଲ୍‌ ସୁବିଧା ଅଧିକ ମିଳେ, ସେହି ଦେଶର ପାସପୋର୍ଟକୁ ଅଧିକ ଶକ୍ତିଶାଳୀ ମନେକରାଯାଏ। ଉକ୍ତ ର଼୍ୟାଙ୍କିଙ୍ଗ ଅନୁଯାୟୀ ଜାପାନର ପାସପୋର୍ଟକୁ ସବୁଠାରୁ ଶକ୍ତିଶାଳୀ କୁହାଯାଉଛି। ର଼୍ୟାଙ୍କିଙ୍ଗରେ ଜାପାନ ଏକ ନମ୍ବର ସ୍ଥାନରେ ରହିଛି, କାରଣ ଏହି ଦେଶର ପାସପୋର୍ଟ ଜରିଆରେ ୧୯୦ଟି ଦେଶକୁ ବିନା ଭିଜାରେ ଯାତ୍ରା କରିହେବ। ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର, ତୃତୀୟରେ ଜର୍ମାନୀ,ଫ୍ରାନ୍ସ ଓ ସଂଯୁକ୍ତ କୋରିଆ ରହିଛି। ଏହି ଦେଶଗୁଡିକର ପାସପୋର୍ଟରେ କ୍ରମଶଃ ୧୮୯ ଓ ୧୮୮ ଦେଶ ବୁଲି ହେବ। ସେହିପରି ଚତୁର୍ଥ ସ୍ଥାନରେ ଡେନମାର୍କ, ଇଟାଲି, ସ୍ବିଡେନ,ସ୍ପେନ(୧୮୭ ଦେଶ), ପଞ୍ଚମରେ ନରଓ୍ବେ, ବ୍ରିଟେନ, ଅଷ୍ଟ୍ରିଆ, ଲକ୍‌ଜମବର୍ଗ, ନେଦରଲାଣ୍ଡ, ପର୍ତ୍ତୃଗାଲ ଓ ଆମେରିକା(୧୭୩ ଦେଶ) ରହିଛନ୍ତି। ପାସପୋର୍ଟ ର଼୍ୟାଙ୍କିଙ୍ଗରେ ଭାରତର ପଡୋଶୀ ଦେଶ ଚାଇନା(୭୧ତମ), ପାକିସ୍ତାନ(୧୦୪ତମ), ଶ୍ରୀଲଙ୍କା(୯୯ତମ) ଏବଂ ବାଂଲାଦେଶ(୧୦୦ତମ) ସ୍ଥାନରେ ରହିଛନ୍ତି। 
ଭିଜା ଅନ୍‌ ଆରାଇଭାଲ୍‌ କ’ଣ
ବାସ୍ତବରେ ଏହା ଏକ ଦସ୍ତାବିଜ, ଯାହା କୌଣସି ଦେଶରେ ପଦାର୍ପଣ କରିବାର ଅନୁମତି ଦେଇଥାଏ। ପ୍ରତ୍ୟେକ ଦେଶର ସ୍ବତନ୍ତ୍ର ଭିଜା ନିୟମ ରହିଛି। ଭିଜା ଅନ୍‌ ଆରାଇଭାଲର ଅର୍ଥ ଯେକୌଣସି ଦେଶରେ ପଦାର୍ପଣ କରିବା ମାତ୍ରେ ଜଣେ ବ୍ୟକ୍ତିଙ୍କୁ ତୁରନ୍ତ ଭିଜା ମିଳିଯାଏ। ଏହି ବ୍ୟବସ୍ଥାରେ ଗୋଟିଏ ଦେଶ ଅନ୍ୟ ଏକ ଦେଶର ପାସପୋର୍ଟରେ ଭିଜା ପ୍ରଦାନ କରିଥାଏ। ଉଦାହରଣ ସ୍ବରୂପ ଜଣେ ଭାରତୀୟ ନିଜ ଦେଶର ପାସପୋର୍ଟରେ ୬୦ଟି ଦେଶରେ ଭିଜା ଅନ୍‌ ଆରାଇଭାଲ ସୁବିଧା ପାଇଥାଆନ୍ତି। ଅର୍ଥାତ ଯେକୌଣସି ଭାରତୀୟ ଏହି ୬୦ଟି ଦେଶକୁ ବୁଲିବାକୁ ଗଲେ ତାଙ୍କୁ ତୁରନ୍ତ ସେଠାରେ ଭିଜା ମିଳିଯିବ। ତେବେ କେନ୍ଦ୍ର ସରକାର ଏବେ ଭିଜା ଅନ୍‌ ଆରାଇଭାଲ୍‌ ନାମକୁ ବଦଳାଇ ଇ-ଟୁରିଷ୍ଟ ରଖିଛନ୍ତି। 
All Right Reserved By

ବାଣିଜ୍ୟ |

ନୂଆ କୋକ୍‌ ଓଭର ସ୍ଥାପନ କରିବ ଏନ୍‌ଆଇଏନ୍‌ଏଲ୍‌

ନୂଆ କୋକ୍‌ ଓଭର ସ୍ଥାପନ କରିବ ଏନ୍‌ଆଇଏନ୍‌ଏଲ୍‌

ଭୁବନେଶ୍ୱର,୧୮-୨: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌) କଳିଙ୍ଗ ନଗରସ୍ଥିତ ନିଜ ପ୍ଲାଣ୍ଟ ପରିସରରେ ଏକ ନୂଆ କୋକ ଓଭନ ସ୍ଥାପନ ନେଇ ଯୋଜନା ରଖିଛି।

ବଜାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ୍ସୟୁଭି ୩୦୦

ବଜାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ୍ସୟୁଭି ୩୦୦

ଭୁବନେଶ୍ୱର,୧୮-୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ନୂଆ ଷ୍ଟାଇଲିସ ଏକ୍ସୟୁଭି ୩୦୦ବଜାରକୁ ଆସିଛି। କଟକ ଫୁଲନଖରାସ୍ଥିତ ଆଦିତ୍ୟ ମୋଟର୍ସ ଶୋ’ରୁମ ଠାରେ ଏହାର ଉନ୍ମୋଚନ ହୋଇଥିଲା। 

କ୍ୟାନନ ଇଣ୍ଡିଆର ଫଟୋ ମାରାଥନ

କ୍ୟାନନ ଇଣ୍ଡିଆର ଫଟୋ ମାରାଥନ

କୋଲକାତା,୧୮-୨: କ୍ୟାନନ ଇଣ୍ଡିଆ ପକ୍ଷରୁ ଏହାର ଫଟୋ କଣ୍ଟେଷ୍ଟ ୯ମ ଫଟୋ ମାରାଥନ କଲିକତାଠାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାନନ ଇଣ୍ଡିଆର କଞ୍ଜ୍ୟୁର ଇମେଜିଂ ଉପସଭାପତି ଏଡ଼ି ଉଡାଗାଓ୍ବା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ୟୁପିଆଇ ଜରିଆରେ ଆକାଉଣ୍ଟରୁ ଗାଏବ ହେଉଛି ଟଙ୍କା;ବ୍ୟାଙ୍କକୁ ସତର୍କ କଲା ଆର୍‌ବିଆଇ

ୟୁପିଆଇ ଜରିଆରେ ଆକାଉଣ୍ଟରୁ ଗାଏବ ହେଉଛି ଟଙ୍କା;ବ୍ୟାଙ୍କକୁ ସତର୍କ କଲା ଆର୍‌ବିଆଇ

ମୁମ୍ବାଇ,୧୮-୨:  ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ଜରିଆରେ ହ୍ୟାକର ମାନେ ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଛି। 

ଏନ୍‌ଡିଏକୁ ଟାର୍ଗେଟ କଲେ ମନମୋହନ;ନିଯୁକ୍ତିବିହୀନ ଅର୍ଥନୀତିକୁ ନେଇ ଯୁବଗୋଷ୍ଠୀ ଅସନ୍ତୁଷ୍ଟ

ଏନ୍‌ଡିଏକୁ ଟାର୍ଗେଟ କଲେ ମନମୋହନ;ନିଯୁକ୍ତିବିହୀନ ଅର୍ଥନୀତିକୁ ନେଇ ଯୁବଗୋଷ୍ଠୀ ଅସନ୍ତୁଷ୍ଟ

ନୂଆଦିଲ୍ଲୀ,୧୮-୨:  ନିଯୁକ୍ତି ସୃଷ୍ଟି ଓ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଏନ୍‌ଡିଏ ସରକାରକୁ ଟାର୍ଗେଟ କରିଛନ୍ତି। ନିଯୁକ୍ତିବିହୀନ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଯୁବବର୍ଗ ଅସନ୍ତୁଷ୍ଟ। ଦେଶର ଅର୍ଥନୀତିକୁ ଏହାର କ୍ଷମତା ଅନୁରୂପ ଉଚ୍ଚଶୀଖରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ଜାଲ୍‌ ଇ-ଓ୍ବେ ବିଲ୍‌ ଲାଗି କମିଟି ଗଠନ

ଜାଲ୍‌ ଇ-ଓ୍ବେ ବିଲ୍‌ ଲାଗି କମିଟି ଗଠନ

ନୂଆଦିଲ୍ଲୀ,୧୮-୨:  ଜାଲ୍‌ ଇ-ଓ୍ବେ ବିଲ୍‌ ଜରିଆରେ ବ୍ୟବସାୟୀମାନେ ଜିଏସ୍‌ଟି ଫାଙ୍କି ଚାଲିଥିବାରୁ ରାଜସ୍ବ ଆଦାୟ ହ୍ରାସ ପାଉଛି। ଏହାକୁ ନେଇ ରାଜସ୍ବ ବିଭାଗ ଚିନ୍ତିତ। ଏ ଦିଗରେ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସଂକ୍ରାନ୍ତରେ ଜଣାଇବା ଲାଗି ବିଭାଗ ପକ୍ଷରୁ ବରିଷ୍ଠ ଆୟକର ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। 

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୨(ବ୍ୟୁରୋ):  ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ବାନରେ ସୋମବାର ଦେଶବ୍ୟାପୀ ଦୋକାନବଜାର ବନ୍ଦ ଡାକରା ଦିଆଯାଇଛି।

ପୁଞ୍ଜି ପ୍ରତ୍ୟାହାରରୁ ମିଳିଛି ୫୩,୫୫୮ କୋଟି

ପୁଞ୍ଜି ପ୍ରତ୍ୟାହାରରୁ ମିଳିଛି ୫୩,୫୫୮ କୋଟି

ନୂଆଦିଲ୍ଲୀ,୧୮-୨:  କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ଆର୍ଥିକ ବର୍ଷ ଲାଗି ୮୦ ହଜାର କୋଟି ଟଙ୍କା ହାସଲ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ବାସ୍ତବରେ ଏହା ଅଦ୍ୟାବଧି ୫୩,୫୫୮ କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି।

ଡାକ୍ତରଙ୍କୁ ଉପହାର ନେଇ ସଂସଦୀୟ କମିଟି ଅସନ୍ତୁଷ୍ଟ:ଆୟକର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ

ଡାକ୍ତରଙ୍କୁ ଉପହାର ନେଇ ସଂସଦୀୟ କମିଟି ଅସନ୍ତୁଷ୍ଟ:ଆୟକର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୮-୨:  ଔଷଧ ନିର୍ମାତାଙ୍କ ପକ୍ଷରୁ ଡାକ୍ତରମାନଙ୍କୁ ମାଗଣା ଉପହାର ଦିଆଯାଉଛି। ତେବେ ଆୟକର ଆସେସମେଣ୍ଟ ବେଳେ ଅଧିକାରୀ ଏହାକୁ ଆୟକରରେ ସାମିଲ କରୁ ନଥିବାରୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସଦୀୟ କମିଟି ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। 

ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଆଜି ଜେଟ୍‌ଲୀଙ୍କ ଉଦ୍‌ବୋଧନ

ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଆଜି ଜେଟ୍‌ଲୀଙ୍କ ଉଦ୍‌ବୋଧନ

ନୂଆଦିଲ୍ଲୀ,୧୮-୨:  ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡ ବୈଠକ ସୋମବାର ଏଠାରେ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ବଜେଟ ପରେ ବସୁଥିବା ବୋର୍ଡ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଉଦ୍‌ବୋଧନ ଦେବେ।

କକ୍ସ ଆଣ୍ଡ କିଙ୍ଗସର ଡିଲ୍‌ ଉତ୍ସବ     ଆଜି

କକ୍ସ ଆଣ୍ଡ କିଙ୍ଗସର ଡିଲ୍‌ ଉତ୍ସବ ଆଜି

ଭୁବନେଶ୍ୱର,୧୭-୨(ବ୍ୟୁରୋ) : କକ୍ସ ଆଣ୍ଡ କିଙ୍ଗସ ପକ୍ଷରୁ ଏହାର ଡିଲ୍‌ ଉତ୍ସବ ୨.୦ ସମ୍ପର୍କରେ ଘୋଷଣା କରାଯାଇଛି। ଭୁବନେଶ୍ୱରର ରାମମନ୍ଦିର ଛକ ନିକଟରେ ଥିବା କମ୍ପାନୀର ଆଉଟଲେଟରେ ଏହି ଅଫରର ଲାଭ ଗ୍ରାହକ ପାଇ ପାରିବେ। 

ପାକିସ୍ତାନୀ ସାମଗ୍ରୀ ଉପରେ ଲାଗିବ ୨୦୦% ସୀମା ଶୁଳ୍କ

ପାକିସ୍ତାନୀ ସାମଗ୍ରୀ ଉପରେ ଲାଗିବ ୨୦୦% ସୀମା ଶୁଳ୍କ

ନୂଆଦିଲ୍ଲୀ,୧୭-୨:  ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭାରତ ଏହାଠାରୁ ମୋଷ୍ଟ ଫେଭର୍ଡ ନେସନ(ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିଛି।