ଫୁରସତ |

ଗ୍ରହର ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ...

ଗ୍ରହର ଅଶୁଭ ପ୍ରଭାବରୁ ଦୂରେଇ ରହିବା ପାଇଁ ...
ଗ୍ରହଙ୍କ ଅଶୁଭ ପ୍ରଭାବ ଦୂର ପାଇଁ ନିତି ଦିନିଆ ଜୀବନରେ କେତେକ ସହଜ ଅଭ୍ୟାସ ଆପଣେଇ ପାରିଲେ ଗ୍ରହର ଅଶୁଭ ପ୍ରଭାବ ଦୂର ହୋଇପାରିଥାଏ। ଏ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଆମମାନଙ୍କର ଏପରି ବହୁ ଅଭ୍ୟାସ ରହିଛି ଯେଉଁ କାରଣରୁ ଗ୍ରହର ଅଶୁଭ ପ୍ରଭାବ ପଡିଥାଏ । ଯେପରିକି କିଛି ଲୋକ ଅଯଥାରେ ପାଣି ବୁହାଇ ଦିଅନ୍ତି। ପାଣିର ଦୁରୁପଯୋଗ କରିବା ଦ୍ୱାରା ଚନ୍ଦ୍ରମା ଦୋଷ ବୃଦ୍ଧି ପାଏ । ଚନ୍ଦ୍ରମା ଅଶୁଭ ହେବା ଦ୍ୱାରା ଘରେ ମହିଳାଙ୍କର ସ୍ବାସ୍ଥ୍ୟ ଖରାପ ରହିଥାଏ । ଘର ସଦସ୍ୟଙ୍କ ଚିନ୍ତା ବୃଦ୍ଧି ପାଏ । କିଛି ଲୋକ ଅଧାଖାଇ ଖାଦ୍ୟ ଛାଡି ଚାଲିଯାଆନ୍ତି । ଏହାଦ୍ୱାରା ମଙ୍ଗଳ ଓ ଶୁକ୍ର ଗ୍ରହର ଅଶୁଭ ପ୍ରଭାବ ବଢ଼େ । ଏହି କାରଣରୁ କିଛି ଲୋକଙ୍କ ଘରେ ବିବାଦ ଲାଗି ରୁହେ । ଏହିପରି କିଛି ଅଭ୍ୟାସ ରହିଛି ଯାହାକୁ ବଦଳାଇ ପାରିଲେ ଗ୍ରହର ଶୁଭ ପ୍ରଭାବ ଅନୁଭୁତ ହେବ। 


ବସି ବସି ପାଦ ହଲାଇବା: କିଛି ଲୋକ ବସିଥିବା ସମୟରେ ପାଦ ହଲାଇଥାନ୍ତି । ଯେଉଁମାନେ ଏପରି କରନ୍ତି ସେମାନଙ୍କ କୁଣ୍ଡଳୀରେ ବୁଧ ଓ ଶନି ଅଶୁଭ ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ଶନିବାର ଅଶ୍ୱତ୍‌ଥ ବୃକ୍ଷମୂଳେ ଜଳ ଚଢାଇବା ସହିତ  ବୁଧବାର ଗାଈକୁ ମୁଗ ଖାଇବାକୁ ଦେଲେ ସୁଫଳ ମିଳିଥାଏ। 


ବାରମ୍ବାର ଦେହହାତ କୁଣ୍ଡାଇହେବା: ଏହା ଏକ ସ୍ବଭାବିକ ପ୍ରକ୍ରିୟା । କିନ୍ତୁ କିଛି ଲୋକ ଏହାକୁ ଏକ ଅଭ୍ୟାସରେ ପରିବର୍ତ୍ତନ କରିଥାନ୍ତି। ଏଭଳି ବ୍ୟକ୍ତିଙ୍କ ଉପରେ କେତୁର ଅଶୁଭ ପ୍ରଭାବ ବଢିବାରେ ଲାଗିଥାଏ । ଏଥିରୁ ରକ୍ଷା ପାଇବା ପାଇଁ ସକାଳେ ଓ ସନ୍ଧ୍ୟାରେ କଳା କୁକୁରକୁ ରୁଟି ଖାଇବାକୁ ଦେଲେ ସୁଫଳ ମିଳେ । 


ଅସ୍ଥିର ହେବା: କିଛି ଲୋକ କଥାବାର୍ତ୍ତା କରିବା ସମୟରେ ଅଯଥା ହଲଚଲ ହୋଇଥାନ୍ତି । ଏମାନେ ଗୋଟିଏ ଭଙ୍ଗୀରେ ଛିଡା ହୋଇ କି ବସି କଥାବାର୍ତ୍ତା କରିପାରନ୍ତି ନାହିଁ । ଏପରି ବ୍ୟକ୍ତିଙ୍କ ସ୍ମରଣ ଶକ୍ତି ଦୂର୍ବଳ ହୋଇଥାଏ। ସେମାନଙ୍କ ଶରୀରରୁ ଅଧିକ ଝାଳ ମଧ୍ୟ ବାହାରିଥାଏ । ଏହି ଅଭ୍ୟାସ କାରଣରୁ ଗୁରୁ ଓ ବୁଧଙ୍କ ଅଶୁଭ ପ୍ରଭାବ ପଡ଼େ। ଏଥିରୁ ମୁକ୍ତି ପାଇବା ପାଇଁ ଗଣେଶ ମନ୍ଦିରରେ କଂସା ବାସନ କିମ୍ବା ମୁଗ ଲଡୁ ଚଢାଇଲେ ସୁଫଳ ମିଳେ। 


ଅଯଥା କଥାରେ ମୁଣ୍ଡ ଖେଳେଇବା: କିଛି ଲୋକଙ୍କର ଏପରି ଅଭ୍ୟାସ ରହିଛି କି ସେମାନେ ବିନା କାରଣରେ ଅନ୍ୟର କଥାରେ ମୁଣ୍ଡ ପୁରାଇଥାନ୍ତି ଓ ନିଜର ରାୟ ଦିଅନ୍ତି। ଏହି କାରଣରୁ ସେମାନେ ନିଜେ ସମସ୍ୟାରେ ପଡିବା ସହ ଅନ୍ୟମାନଙ୍କୁ ମଧ୍ୟ ସମସ୍ୟାରେ ପକାଇଥାନ୍ତି । ବୃହସ୍ପତିଙ୍କ ଅଶୁଭ ପ୍ରଭାବରୁ ଏପରି ହୋଇଥାଏ । ଏପରି ଅ୍ଯଯାସ ବଦଳାଇବା ପାଇଁ କୌଣସି ମନ୍ଦିର ଯାଇ ହଳଦୀ, ଚନ୍ଦନ ଓ କେଶର ଦାନ କଲେ ସୁଫଳ ମିଳେ।

All Right Reserved By

ଫୁରସତ |

ନାଗା ଜାତିର ଅଜବ ପରମ୍ପରା

ନାଗା ଜାତିର ଅଜବ ପରମ୍ପରା

ସାଧାରଣତଃ ଯୁବତୀ ଯୁବକମାନଙ୍କୁ ଅନେକ କାଇଦା କଟକଣା ଭିତରେ ରହିବାକୁ ପଡିଥାଏ। ବିଶେଷ କରି ଆମ ଦେଶ ଭାରତରେ ଏହା ପ୍ରଚଳିତ  ଅଛି। ଏଠାରେ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିବା ଅପରାଧ। 

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଛାଣିଲା ପରେ ହୁଏ କ’ଣ...

ଆଳୁ ଏକ ଲୋକପ୍ରିୟ ପରିବା। ଏହାକୁ କେହି କେହି ସିଝାଇ ଖାଉଥିବାବେଳେ କେତେକ ଭାଜି ଅବା ଛାଣି ଖାଇଥାନ୍ତି। ଆଳୁରୁ ନାନା ପ୍ରକାର ସ୍ବାଦିଷ୍ଟ ତରକାରୀ ପ୍ରସ୍ତୁତ କରାଯାଇଥାଏ। ତେବେ ଏହାକୁ ସିଝାଇ ଖାଇଲେ ଶରୀରକୁ ସମନ୍ବିତ ପରିମାଣରେ ବିଭିନ୍ନ ପୋଷକ ତତ୍ତ୍ୱ ଆସିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ଏସବୁ ପାଇଁ ହୋଇଥିଲା ବିବାହର ଆରମ୍ଭ...

ନାରୀ-ପୁରୁଷ ମଧ୍ୟରେ ବିବାହ ପରମ୍ପରା ପୂର୍ବରୁ ନ ଥିଲା। ପୁରାତନ କାଳରେ ମଣିଷ ପ୍ରାଣୀଙ୍କ ପରି ଶାରୀରିକ ସମ୍ପର୍କ ରକ୍ଷାକରୁଥିଲା। ସେତେବେଳେ ନାରୀମାନେ ସ୍ବତନ୍ତ୍ର ତଥା ଉନ୍ମୁକ୍ତ ଥିଲେ। ଯେ କୌଣସି ପୁରୁଷ ସହିତ ସେମାନେ ଶାରୀରିକ ସମ୍ପର୍କ ରଖୁଥିଲେ। 

କୁକିଂ ଏକ୍ସପର୍ଟ ରୋବୋ

କୁକିଂ ଏକ୍ସପର୍ଟ ରୋବୋ

ଆଜିକାଲି ରୋବୋକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। 

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଗୋଟିଏ ଦିନ ଘର ଛାଡି ଜଙ୍ଗଲରେ ରୁହନ୍ତି ଏହି ଗାଁର ଲୋକେ...

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। 

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ଅଧିକ ଚାପଗସ୍ତ ହୋଇଥାନ୍ତି କାହିଁକି...

ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ଚାପଗ୍ରସ୍ତ ହୋଇଥାନ୍ତି ବୋଲି ଟରଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରୁ ଜାଣିବାକୁ ମିଳିଛି। 

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଯେଉଁ ଶାସକଙ୍କର ଥିଲା ୧୩ ହଜାର ମହିଳାଙ୍କ ସହ ଶାରୀରିକ ସମ୍ପର୍କ

ଚାଇନାର ଏକଛତ୍ରବାଦୀ ଶାସକ ଶି ହୁଆଙ୍ଗ ୧୩ ହଜାର ମହିଳାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ। ତାଙ୍କ ସନ୍ତାନ ସଂଖ୍ୟା ୨୮ ଶହ ଥିଲା। ପ୍ରତିଦିନ ରାତିରେ ସେ ନୂଆ କୋଠରୀରେ ଜଣେ ନୂଆ ମହିଳାଙ୍କ ସହିତ କରୁଥିଲେ ରାତ୍ରଯାପନ। 

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଯେଉଁଠି ପୁରୁଷଙ୍କୁ ଶାରୀରିକ ସମ୍ପର୍କ ପାଇଁ ପ୍ରସ୍ତାବ ଦିଅନ୍ତି ମହିଳା

ଭିନ୍ନ ଭିନ୍ନ ଦେଶରେ ମହିଳାଙ୍କ ପାଇଁ ରହିଛି ଅଲଗା ନିୟମ। ସାଧାରଣତଃ ମହିଳାଙ୍କୁ ଅନେକ କାଇଦା କଟକଣାରେ ରହିବାକୁ ପଡିଥାଏ। ହେଲେ ପପୁଆ ନିଉଗିନିରେ ମହିଳାଙ୍କ ପାଇଁ ଯେଉଁ ନିୟମ ରହିଛି ତାହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। 

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ବାକି ଶୁଝିଥିଲି

ଶିକ୍ଷାବିତ୍‌ ତଥା ସାହିତି୍ୟକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ବଗ୍‌ ଫେଷ୍ଟିଭାଲ

ବଗ୍‌ ଫେଷ୍ଟିଭାଲ

ନିଜ ସଂସ୍କୃତି ଏବଂ ପରମ୍ପରାକୁ ବଜାୟ ରଖିବା ପାଇଁ  ପ୍ରତ୍ୟେକ ସମ୍ପ୍ରଦାୟର ଲୋକେ ବିଭିନ୍ନ ଉତ୍ସବ ଆୟୋଜନ କରିଥାନ୍ତି ।