ମେଟ୍ରୋ |

ବାଣିଜ୍ୟ କର ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ

ବାଣିଜ୍ୟ କର ଅଧିକାରୀଙ୍କ ଘରେ ଭିଜିଲାନ୍ସ ଯାଞ୍ଚ
କଟକ ଅଫିସ, ୧୨।୧୦- ସହକାରୀ ବାଣିଜ୍ୟ କର ଅଧିକାରୀ ଧୀରେନ୍ଦ୍ର ନାଥ ମିଶ୍ରଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ାଉ କରିଛି। ମିଶ୍ର ବଲାଙ୍ଗୀର ଜିଲାର କଣ୍ଟାବାଞ୍ଝି ସର୍କଲରେ କାର୍ଯ୍ୟରତ ଅଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ମିଶ୍ରଙ୍କ ଘର ଓ ଅଫିସ ଆଦି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଛି। ଯାଞ୍ଚରୁ ମୋଟ ୯୩ ଲକ୍ଷ ୪ହଜାର ୮୫୩ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ସମ୍ପତ୍ତିଗୁଡ଼ିକ ମଧ୍ୟରେ ବଲାଙ୍ଗୀରର ସାଲେପାଲି ନିକଟରେ ଏକ ୩ ମହଲା କୋଠା ରହିଛି। ଉକ୍ତ କୋଠାର ମୂଲ୍ୟ ୭୧ ଲକ୍ଷ ୯୮ହଜାର ୮୦୦ ଟଙ୍କା ହେବ ବୋଲି ଭିଜିଲାନ୍ସ କହିଛି। ତାଙ୍କ ଘରୁ ନଗଦ ୪ ଲକ୍ଷ ୭୧ହଜାର ଟଙ୍କା ବାହାରିଥିବାବେଳେ ୩ ଲକ୍ଷ ୫୫ହଜାର ୬୮୬ ଟଙ୍କା ମୂଲ୍ୟର ଗୃହ ଉପକରଣ,  ୧ ଲକ୍ଷ ୨୬ହଜାର ଟଙ୍କା ମୂଲ୍ୟର ସୁନାଗହଣା ଓ ୧ ଲକ୍ଷ ୪ହଜାର ଟଙ୍କାର ଦୁଇଟି ବାଇକ୍‌ ଭିଜିଲାନ୍ସ ଠାବ କରିଛି। ସେହିପରି ବଲାଙ୍ଗୀର ଜିଲାର ମହାଲକ୍ଷ୍ମୀ ନଗର, ସାଲେପାଲି, ବଲାଙ୍ଗୀର ଓ ଲାର୍କିପାଲିଠାରେ ତାଙ୍କର ୪ଟି ପ୍ଲଟ ଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡ଼ିଛି। ଉକ୍ତ ପ୍ଲଟ ସମୂହର ମୂଲ୍ୟ ୩ ଲକ୍ଷ ୫୫ହଜାର ୫୦୦ ଟଙ୍କା ହେବ। ସେହିପରି ଲର୍କିପାଲିଠାରେ ତାଙ୍କର ୮୨ ହଜାର ଟଙ୍କା ମୂଲ୍ୟର ଗୋଟିଏ ଆଜବେଷ୍ଟସ ଘର ଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୩ ଲକ୍ଷ ୬୦ହଜାର ୮୨୪ ଟଙ୍କା ଜମା ରହିଛି। ଅନ୍ୟପକ୍ଷରେ ମିଶ୍ର ଦୁଇଟି ଏଲ୍‌ଆଇସି ପଲିସି ବାବଦରେ ୨ ଲକ୍ଷ ୫୧ହଜାର ଟଙ୍କା ଜମା ରଖିଥିବା ଭିଜିଲାନ୍ସ ସୂଚନା ଦେଇଛି।
All Right Reserved By

ମେଟ୍ରୋ |

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୯।୧୦: ଶ୍ରୀମନ୍ଦିର ଚୂଡ଼ାରେ ପ୍ରତିଦିନ ପତିତପାବନ ବାନା ବନ୍ଧା ଯାଇଥାଏ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବଂ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ପ୍ରତ୍ୟହ ଅପରାହ୍ନ ୪ଟାରେ ବାନା ବନ୍ଧାଯିବାକୁ ସ୍ଥିର ହୋଇଛି। ଚୂନରା ସେବକମାନେ ୩ଟାରେ ବାନା ବାନ୍ଧିବା ଲାଗି ଶ୍ରୀମନ୍ଦିର ଚୂଡାକୁ ଚଢ଼ିବେ। ୪ଟାରେ ବାନା ବନ୍ଧାଯିବ। 

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବାରଙ୍ଗ,୧୮।୧୦(ଡି.ଏନ୍‌.ଏ.)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ବାରଙ୍ଗ କଲେଜ ଛକଠାରେ ଗୁରୁବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ୟା

ସାକ୍ଷୀଗୋପାଳ,୧୮।୧୦(ଡି.ଏନ୍‌.ଏ.)- ସାକ୍ଷୀଗୋପାଳ ରେଳ ଷ୍ଟେଶନ ୩ନମ୍ବର ରେଳଧାରଣାରେ ଜଣେ ଯୁବକଙ୍କ ଗୁରୁବାର ଆତ୍ମହତ୍ୟା କରିଥିବା ଜଣାପଡିଛି।  ସେ ହେଲେ ସ୍ଥାନୀୟ ଅଞ୍ଚଳର ମନମୋହନ ଜେନା(୨୩)। ସତ୍ୟବାଦୀ ଥାନା ଜୟପୁର ଗ୍ରାମର ମନମୋହନ ଓରଫ କାଳିଆଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରେଳବାଇ ପୋଲିସ ଜବତ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।