ରାଜ୍ୟ |

୨ ଡକାୟତି ଉଦ୍ୟମ ପଣ୍ଡ, ୧୧ ଗିରଫ

୨ ଡକାୟତି ଉଦ୍ୟମ ପଣ୍ଡ, ୧୧ ଗିରଫ
ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ସଦର ଓ ଟାଙ୍ଗୀ ଥାନା ପୋଲିସ ଗୁରୁବାର ଦୁଇ ପୃଥକ ଡକାୟତି ଉଦ୍ୟମକୁ ପଣ୍ଡ କରିବା ସହ ଦୁଇ ଗ୍ୟାଙ୍ଗ୍‌ର ୧୧ ଜଣଙ୍କୁ କରିଛି। ସେମାନଙ୍କଠାରୁ ବିପୁଳ ମାରଣାସ୍ତ୍ର ଓ ବାଇକ୍‌  ଜବତ କରାଯାଇଛି। ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନ ମିଳିବାରୁ ସେମାନଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି ବୋଲି ଖୋର୍ଦ୍ଧା ସଦର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଦିପ୍ତି ରଞ୍ଜନ ରାୟ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ ସୂଚନା ଅନୁସାରେ, କେତେଜଣ ଡକାୟତ ଖୋର୍ଦ୍ଧା ସୁମିତ୍ର ଜୁଏଲାରୀରୁ ଡକାୟତି ପାଇଁ ସଦର ଥାନା ଅନ୍ତର୍ଗତ ଓସିସି ଛକସ୍ଥିତ ଏକ ପରିତ୍ୟକ୍ତ ସ୍ଥାନରେ ଏକତ୍ରିତ ହୋଇ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିଲେ। ଖବରପାଇ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରି ୭ଜଣଙ୍କୁ ଧରିଥିଲା। ସେମାନେ ହେଲେ ଜଟଣୀ ଥାନା ଅରିସଲ ଦୁର୍ଗାପୁରର ସୁଜିତ ବେହେରା, ଟାଉନ ଥାନା ଗୁରୁଜଙ୍ଗର ସୁରେଶ ସାହୁ, କୁମ୍ଭାରବସ୍ତର ଦିବ୍ୟଙ୍କର ଗଜେନ୍ଦ୍ର, ନିହାର ରଞ୍ଜନ ସାମନ୍ତରାୟ, ସରୋଜ କହଲସିଂ ଓ ତାପସ ମଙ୍ଗରାଜ ଏବଂ ସଦର ଥାନା ଅଣ୍ଡାଗଁାର ଅଲତାବ ହୁସେନ ଖାନ୍‌। ସେମାନଙ୍କଠାରୁ ପୋଲିସ ୫ବାଇକ, ୨ ବନ୍ଧୁକ, ୮ ରାଉଣ୍ଡ ଗୁଳି, ୧୭ଟି ବୋମା ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଏନେଇ ଆଇପିସି ଦଫା ୩୯୯, ୪୦୨, ୨୫/୨୭ ଆର୍ମସ ଆକ୍ଟ, ଭାରତୀୟ ବିଷ୍ଫୋରକ ଆଇନ, ୪ ଓ ୫ ଇଏସ ଆକ୍ଟରେ ମାମଲା ନଂ.୧୩୮/୧୮ ରୁଜୁ ହୋଇଛି।
ସେହିପରି ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି କଲେଜ କ୍ୟାମ୍ପସ ପରିସରରେ ବୁଧବାର ବିଳମ୍ବିତ ରାତିରେ ୪ଜଣିଆ ଡକାୟତ ଦଳ କୋଲକତା-ଚେନ୍ନାଇ ୧୬ ନଂ. ଜାତୀୟ ରାଜପଥରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ। ଖବରପାଇ ଟାଙ୍ଗୀ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରି ନୟାଗଡ ଜିଲା ରଣପୁର ଥାନା ସାନଗଡର ରଞ୍ଜିତ ନାୟକ(୨୮), ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କୁଞ୍ଜୁରୀର ପ୍ରସନ୍ନ ନାୟକ(୨୫), କୁହୁଡିର କେଳୁ ନାୟକ ଓରଫ ବିଦେଶୀ (୨୬) ଓ ଉତ୍ତର ପ୍ରଦେଶଗାଜିପୁର ଜିଲା ବଡଗଡ ଥାନା ଅତ୍ରାଉଲାର ରମେଶ ଯାଦବଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଖଣ୍ଡା, ୩ ଭୁଜାଲି, ଗୋଟିଏ ଚାପଡ, ଗୋଟିଏ ଲୁହା ଛଡ ଜବତ ହୋଇଛି। ଏନେଇ ଆଇପିସି ଦଫା ୩୯୯, ୪୦୨, ୨୫/୨୭ ଆର୍ମସ ଆକ୍ଟ, ଭାରତୀୟ ବିଷ୍ଫୋରକ ଆଇନରେ ମାମଲା ନଂ.୨୯୭/୧୮ ରୁଜୁ ହୋଇଛି। ଏହି ଖବରଦାତା ସମ୍ମିଳନୀରେ ସଦର ଥାନା ଆଇଆଇସି ବିକ୍ରମ ଜେନା ଓ ଟାଙ୍ଗୀ ଥାନା ଆଇଆଇସି ସରୋଜ ଉପାଧ୍ୟାୟ ଉପସ୍ଥିତ ଥିଲେ। 
ସଦର ଥାନାରୁ ଅସନ୍ତୋଷରେ ଫେରିଲେ ଖବରତାଦାତା
ଡକାୟତି ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ୭ଜଣ ଅଭିଯୁକ୍ତଙ୍କୁ ବୁଧବାର ଭୋର୍‌ରୁ ଓସିସି ଛକରୁ ଧରିଥିଲା। ପାହାଡରେ ବେଆଇନ ବ୍ଲାଷ୍ଟିଂ ଓ ଖଣି ଖନନକୁ ସୁରକ୍ଷା କାର୍ଯ୍ୟରେ ଏମାନେ ନିୟୋଜିତ ଥିବା ଜଣାପଡିବା ପରେ ସେମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚୁରା ଚାଲିଥିଲା।  ରାତିରେ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରିଥିଲା। ତେବେ ଏ ସମ୍ପର୍କରେ ସୂଚନା ଦେବା ପାଇଁ ଗୁରୁବାର ଅପରାହ୍ନ ୪ଟାରେ ସଦର ପୋଲିସ ଖବରଦତା ସମ୍ମିଳନୀ ପାଇଁ ଡାକିଥିଲା। ତେବେ ଅଧଘଣ୍ଟା ଅପେକ୍ଷା ପରେ ଥାନାରେ କେହି ନ ଥିବାରୁ ଖବରଦାତାମାନେ ଅସନ୍ତୋଷ ବ୍ୟକ୍ତ କରି ଫେରି ଆସିଥିଲେ।
All Right Reserved By

ରାଜ୍ୟ |

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବିରେ ନବରଙ୍ଗପୁର ଜିଲା ବନ୍ଦ ଡାକରା

ଝରିଗାଁ, ୧୮।୧୨(ସ୍ବ.ପ୍ର)- ଅଭିଭକ୍ତ କୋରାପୁଟ ଜିଲାରେ ହାଇକୋର୍ଟ ସ୍ଥାୟୀ ପ୍ରତିଷ୍ଠା ଦାବି ନେଇ ନବରଙ୍ଗପୁର ଜିଲା ବନ୍ଦ ଡାକରା ଦିଆଯାଇଛି। ଝରିଗାଁ ବ୍ଲକ ସଦର ମହକୁମାଠାରେ ସ୍ଥାନୀୟ ଆଇନଜୀବୀମାନଙ୍କ ଦ୍ୱାରା ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଛି।

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ପାଚିଲା ଧାନ ଉପରେ ପେଥାଇ ମାଡ: ଚିନ୍ତାରେ ଚାଷୀ

ଛେଣ୍ଡିପଦା,୧୮।୧୨(ଡି.ଏନ.ଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଦୁଇ ଦିନ ଧରି ପେଥାଇ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି। ଦିନରାତି ଝିପିଝିପି ଲାଗି ରହିଛି। ଏହାଦ୍ୱାରା ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି। ବିଶେଷ କରି ଏହି ବର୍ଷା ପ୍ରଭାବରେ ଚାଷୀକୁଳ କ୍ଷତିଗ୍ରସ୍ତ ହୋଇଛନ୍ତି। 

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ କୋରାପୁଟ ଜିଲା ବନ୍ଦ

କୋରାପୁଟ, ୧୮।୧୨(ସ୍ବ.ପ୍ର): ଦୀର୍ଘ ୧୫ ଦିନ ହେବ କାର୍ଯ୍ୟ ବନ୍ଦ କରିଥିବା ଆଇନଜୀବୀମାନେ ମଙ୍ଗଳବାର ଅଭିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦେଇଛନ୍ତି।

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୁରୁଷ ହକି ବିଶ୍ୱକପ୍‌ର ସଫଳ ଆୟୋଜନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଓଡ଼ିଶା ସରକାର ସଫଳତାର ସହ ପୁରୁଷ ହକି ବିଶ୍ୱକପ୍‌କୁ ଆୟୋଜନ କରିଛନ୍ତି। ଏହି କାରଣରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲରେ ସୋମବାର ହୃଦ୍‌ରୋଗ ପୀଡ଼ିତ ଶିଶୁଙ୍କୁ ଭେଟିଛନ୍ତି।

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ରାଜ୍ୟରେ ୫ବର୍ଷରେ ମଲେଣି ୩୫୩ ହାତୀ

ଭଞ୍ଜନଗର,୧୮।୧୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ରବିବାର ସକାଳେ ଦିଗପହଣ୍ଡି ରେଞ୍ଜରୁ ଏକ ଦନ୍ତାହାତୀର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। 

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ସ୍ଥଳଭାଗ ଛୁଇଁଲା ପେଥାଇ: ଦକ୍ଷିଣ,ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ପେଥାଇ’ ସୋମବାର ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଦେଇ ସ୍ଥଳଭାଗ ଛୁଇଁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩  କୋଟି

‘ତିତ୍‌ଲି’ ସହାୟତା ଦେଲା କେନ୍ଦ୍ର:ମିଳିଲା ୧୦୨୩ କୋଟି

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ତିତ୍‌ଲି କ୍ଷୟକ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏନ୍‌ଡିଆର୍‌ଏଫ୍‌)ରୁ ଓଡ଼ିଶାକୁ ୧୦୨୩.୫୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ତିତ୍‌ଲିରେ ହୋଇଥିବା କ୍ଷୟକ୍ଷତି ଆକଳନ କରି ଭରଣା ପାଇଁ ୨୦୨୩.୨୩ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ମାତ୍ର କେନ୍ଦ୍ର ସରକାର ଏହାର ଅଧା ସହାୟତା ଅନୁମୋଦନ କରିଛନ୍ତି। 

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ନିଖୋଜ ଇଞ୍ଜିନିୟରିଂ ଛାତ୍ରଙ୍କ ପତ୍ତା ମିଳୁନି

ଘସିପୁରା/ଆନନ୍ଦପୁର, ୧୮।୧୨(ସ୍ବ.ପ୍ର.): ଆନନ୍ଦପୁର ବୈତରଣୀ ବ୍ୟାରେଜ ଘାଟରେ ରବିବାର ସେଲଫି ନେବା ବେଳେ ଗୋଡ଼ ଖସି ନିଖୋଜ ଥିବା ଇଞ୍ଜିନିୟରିଂ ଛାତ୍ରଙ୍କ କୌଣସି ପତ୍ତା ମିଳୁନି। ନିଖୋଜ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ହେଁ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଛାତ୍ରଙ୍କ ସନ୍ଧାନ ମିଳିପାରି ନାହିଁ। 

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ଡାକ୍ତରଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା: ରେଲ୍‌ଓ୍ବେ କ୍ବାର୍ଟର୍ସରୁ ମୃତଦେହ ଉଦ୍ଧାର

ପୁରୀ ଅଫିସ,୧୮ା୧୨:  ରେଲ୍‌ଓ୍ବେ କ୍ବାର୍ଟର୍ସରେ ଜଣେ ଡାକ୍ତରଙ୍କ ସ୍ତ୍ରୀଙ୍କୁ ସୋମବାର ମଧ୍ୟାହ୍ନରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତା ହେଲେ ଡାକ୍ତର ସଞ୍ଜୀବ କୁମାର ସାହୁଙ୍କ ସ୍ତ୍ରୀ ସୁଜାତା ସାହୁ (୪୬)। 

ବର୍ଷା ସାଙ୍ଗକୁ କୋହଲା ପାଗ

ବର୍ଷା ସାଙ୍ଗକୁ କୋହଲା ପାଗ

କେନ୍ଦୁଝର, ୧୮ା୧୨(ସ୍ବ.ପ୍ର.): ସାମଦ୍ରିକ ଝଡ଼ ପେଥାଇର ପ୍ରଭାବରେ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ ରହିଛି। ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛି। ରବିବାର ରାତିରୁ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ସୋମବାର ତାହା ଜାରି ରହିଛି। ହଠାତ ବର୍ଷା ଓ କୋହଲା ପାଗ ଯୋଗୁଁ ରାସ୍ତା ଘାଟରେ ଲୋକଙ୍କ ଯାତାୟାତ କମିଛି। ଶୀତ ଅନୁଭୂତ ହେଉଛି।