ଅପରାଧ | ରାୟଗଡା

୭୦ କେଜି ଗଞ୍ଜେଇ, ମ୍ୟାକ୍ସ ଜବତ

୭୦ କେଜି ଗଞ୍ଜେଇ, ମ୍ୟାକ୍ସ ଜବତ
ଜୟପୁର,୧୧ା୧୦(ନି.ପ୍ର./ଡି.ଏନ୍‌.ଏ.): ଜୟପୁର ସଦର ପୋଲିସ ଗୁରୁବାର ପାଟ୍ରୋଲିଂ କରୁଥିବା ବେଳେ ୭୦ କେଜି ଗଞ୍ଜେଇ ଓ ଚାଲାଣରେ ବ୍ୟବହୃତ ଗାଡ଼ି ଜବତ କରିଛି ା ଏସ୍‌ଆଇ ନାରାୟଣ ପଟ୍ଟନାୟକ ଉମୁରି ହାଇଟେକ ଇଞ୍ଜିନିୟରିଂ କଲେଜ ନିକଟରେ ଏକ ମହିନ୍ଦ୍ରା ମ୍ୟାକ୍ସ (ଓଆର-୨୪ ୧୨୫୭) ଛିଡ଼ା ହୋଇଥିବା ଦେଖିଥିଲେ। ସନ୍ଦେହରେ ଯାଞ୍ଚ ବେଳେ ଗାଡିର ମାଲିକ ସେଠାରେ ନଥିବା ବେଳେ ୩ଟି ଧଳା ଜରିବ୍ୟାଗରୁ ଗଞ୍ଜେଇ ମିଳିଥିଲା। ଗାଡ଼ିଟି ଗତ ମଙ୍ଗଳବାରରୁ ସେଠାରେ ଥିବା ଜଣାପଡ଼ିଥିଲା। ମାଜିଷ୍ଟ୍ରେଟ ଭାବେ ସହକାରୀ ଜିଲାପାଳ ସ୍ନିଗ୍ଧାରାଣୀ ପଲାଇଙ୍କ ଉପସ୍ଥିତିରେ ଓଜନ କରାଯିବା ବେଳେ ୭୦ କେଜି ୧୪୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଗାଡ଼ି ଅଚଳ ହେବା ପରେ ସମ୍ଭବତଃ ଦୁର୍ବୃତ୍ତମାନେ ଏହାକୁ ଛାଡ଼ି ସେଠାରୁ ପଳାଇଥିବା ପୋଲିସ ଅନୁମାନ କରୁଛି ବୋଲି ଥାନା ଅଧିକାରୀ କୈଳାସ ସେଠୀ ସୂଚନା ଦେଇଛନ୍ତି। ଏନେଇ କେସ୍‌ ନଂ ୧୬୯/୧୮ରେ ଏକ ମାମଲା ରୁଜୁ ହୋଇ ଗାଡ଼ିର ଯାଞ୍ଚ ସହ ଅଧିକ ତଦନ୍ତ ଚାଲିଛି।
All Right Reserved By

ଅପରାଧ | ରାୟଗଡା

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ଗୋପ, ୧୮।୧୨(ଡି.ଏନ୍‌.ଏ.)-ଗୋପ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଗୋପ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗୋପ ପୋଲିସ ୧୯୧/୧୮ରେ ଏକ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ  ଗିରଫ

ଜାଲ କାଗଜପତ୍ର ଦେଇ ବ୍ୟାଙ୍କ୍‌ରୁ ୧କୋଟି ୪୫ଲକ୍ଷ ଋଣ: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮ା୧୨ (ବ୍ୟୁରୋ)-ବ୍ୟାଙ୍କ୍‌କୁ  ଜାଲ କାଗଜପତ୍ର ଦେଇ ଋଣ ନେବା ଠକେଇ କରିବା ଘଟଣାରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ପାଟନାସାହିର  ନାରାୟଣ ସେନାପତି(୪୩)।ସେ ବିସାଲ ପଲିମରସ୍‌ କମ୍ପାନୀରେ ମ୍ୟାନେଜିଙ୍ଗ ପାଟର୍ନର ଅଛନ୍ତି। 

ଲାଞ୍ଚ ମାମଲା: ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲ୍‌

ଲାଞ୍ଚ ମାମଲା: ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୮।୧୨-ଏକ ଲାଞ୍ଚ ମାମଲାର ବିଚାର କରି ବାଲେଶ୍ୱର ଜିଲା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ବିଚାରପତି ଗଜେନ୍ଦ୍ର ମହାପାତ୍ର ମଙ୍ଗଳବାର ଏକ ବ୍ୟାଙ୍କର ପୂର୍ବତନ ସମ୍ପାଦକଙ୍କୁ ଦେଢ଼ବର୍ଷ ଜେଲଦଣ୍ଡ ସହ ୪ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ଅଧିକ ୪ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। 

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଗୋଟିଏ ରାତିରେ ୪ ମନ୍ଦିରରୁ ଚୋରି

ଖଇରା, ୧୮।୧୨: ବାଲେଶ୍ବର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ବାବା ବକ୍ରେଶ୍ବର, ତତ୍‌ସଂଲଗ୍ନ ଶନି ଓ ଦୂର୍ଗା ମନ୍ଦିରରୁ ଚୋରି ହୋଥିବା ମଙ୍ଗଳବାର ଖଇରା ଥାନାରେ ଅଭିଯୋଗ ହୋଇଛି।

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ

ଯୌତୁକ ନିର୍ଯାତନା ମାମଲା: ସ୍ବାମୀଙ୍କୁ କାରାଦଣ୍ଡ


ଢେଙ୍କାନାଳ ଅଫିସ, ୧୭ା୧୨-ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ସାନବଉଳପୁର ଗ୍ରାମର ସବିତା ପାତ୍ର ଯୌତୁକ ନିର୍ଯାତନା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ମହିଳା ଅଦାଲତ ବିଚାରପତି ଗୀତାଞ୍ଜଳି ନନ୍ଦ ଅଭିଯୁକ୍ତ ପ୍ରଫୁଲ୍ଲ ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ୧ବର୍ଷ ୩ମାସ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଖୋର୍ଦ୍ଧା ଅଫିସ୍‌, ୧୭।୧୨: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଉଠା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ବେହେରାଙ୍କ ଖୋର୍ଦ୍ଧାସ୍ଥିତ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। 

ପାରିବାରିକ କଳହର କରୁଣ ପରିଣତିି: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହର କରୁଣ ପରିଣତିି: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଗଡ଼ା ଗ୍ରାମ ରୋଡ଼ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ସ୍ବାମୀଙ୍କ ନିଜେ ଆତ୍ମହତ୍ୟା କରିଛନ୍ତି। 

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଚୋରି: ତଦନ୍ତ କଲା ସାଇଣ୍ଟିଫିକ ଟିମ୍‌

ଜୟପୁର,୧୬ା୧୨(ନି.ପ୍ର.): ଜୟପୁର ସମ୍ବାରତୋଟା ଅଞ୍ଚଳର ଜଣଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ନଗଦ ଟଙ୍କା ଚୋରି କରିନେଇଛନ୍ତି ଦୁର୍ବୃତ୍ତ। ସମ୍ବାରତୋଟାର ପ୍ରଥମ ଲାଇନରେ ରୁହନ୍ତି ଭବାନି ନାୟକ ା ସେ ରାୟଗଡ଼ା ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘର ତାଲା ଭାଙ୍ଗି ୪ଟି ହାର, ସୁନା ଚେନ, ମୁଦି, କାନଫୁଲ ସମେତ ୧୯ ଭରି ସୁନା ସହ ନଗଦ ୮୦ ହଜାର ଟଙ୍କା ଚୋରି କରି ନେଇଛନ୍ତି।

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ହକି ପାଇଁ ବ୍ୟସ୍ତ ଖାକି, ରାଜଧାନୀରେ ମାତିଲେ ବନ୍ଧୁକଧାରୀ ଲୁଟେରା

ଭୁବନେଶ୍ୱର,୧୫।୧୨ (ବ୍ୟୁରୋ)- ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପୂରା ବ୍ୟସ୍ତ ରହୁଛି। କଳିଙ୍ଗ ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳ ପୋଲିସ ଛାଉଣି ହୋଇଯାଉଛି। ହେଲେ ରାଜଧାନୀର ବିଭିନ୍ନ ଥାନାଞ୍ଚଳରେ ଏବେ ସୁରକ୍ଷା ଢ଼ିଲା ହୋଇଯାଇଛି। ଅନ୍ୟପକ୍ଷରେ ସନ୍ଧ୍ୟାରେ ହକି ଖେଳ ଦେଖିବାକୁ ମଧ୍ୟ ଲୋକେ ଘରେ ତାଲା ପକାଇ ପରିବାର ସହ କଳିଙ୍ଗ ଷ୍ଟାଡିୟମ ଆସୁଛନ୍ତି। 

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ଖଜୁରୀ ରସ ବିକ୍ରେତାଙ୍କୁ ହତ୍ୟା

ବଇଣ୍ଡା, ୧୪। ୧୨(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା କ୍ଷେତିରମାହାରସାହିଠାରେ ଗୁରୁବାର ରାତିରେ ସଞ୍ଜାମୁରା ପଞ୍ଚାୟତ ହତାନାଳୀ ଗ୍ରାମର ଦାଶରଥୀ ବେହେରା(୪୫)ଙ୍କୁ କେତେଜଣ ଦୁର୍ବୃତ୍ତ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ଏ ନେଇ ତାଙ୍କ ସ୍ତ୍ରୀ ଜଲି ବେହେରା ଥାନାରେ ଅଭିଯୋଗ କରିଛନ୍ତି। 

ତରାଙ୍ଗ ଛକରୁ ପୁଣି ଚୋରି

ତରାଙ୍ଗ ଛକରୁ ପୁଣି ଚୋରି

ଖଇରା, ୧୪।୧୨(ଡି.ଏନ.ଏ.)-ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ତରାଙ୍ଗ ଛକରେ ଥିବା ୫ଟି ଦୋକାନରୁ ଗୁରୁବାର ରାତିରେ ଚୋରି ହୋଇଥିବା ଜଣାଯାଇଛି।