ବାଣିଜ୍ୟ |

ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ

ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ
ଭୁବନେଶ୍ୱର,୧୧-୧୦: ବାତ୍ୟା ତିତ୍‌ଲିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକର ଚଳାଚଳ ସମୟ ପରିବର୍ତ୍ତନ, ଆଉ କିଛିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ପୂର୍ବତଟ ରେଳପଥ କହିଛି। ବୁଧବାର ସନ୍ଧ୍ୟା ୧୦ଟା ପରଠାରୁ ଖୋର୍ଦ୍ଧାରୋଡ ଏବଂ ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳକୁ ବାତିଲ୍‌ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ସ୍ଥିତି ଅନୁଧ୍ୟାନ କଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପ୍ରତି ରେଲଓ୍ବେ ଧ୍ୟାନ ଦେଉଛି। ଛତ୍ରପୁର, ଗଞ୍ଜାମ, ରମ୍ଭା, ହୁମ୍ମା, ପଲାସା, ଶ୍ରୀକାକୁଲମ୍‌ ଭଳି ଷ୍ଟେଶନକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଷ୍ଟେଶନଗୁଡିକ ସହ ନିରନ୍ତର ଯୋଗାଯୋଗ ରକ୍ଷା ଲାଗି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ବିଦ୍ୟୁତ ସଂଯୋଗ ବାଧାପ୍ରାପ୍ତ ହେବା କ୍ଷେତ୍ରରେ ଡିଜେଲ ଚାଳିତ ଇଞ୍ଜିନ, ଟ୍ରାକ୍‌ ସଫା ଲାଗି ବ୍ୟବସ୍ଥା ହୋଇଛି। ସେହିଭଳି ୮୪୫୫୮୮୫୯୩୬,୦୬୭୪-୨୩୦୧୫୨୫, ୦୬୭୪-୨୩୦୧୬୨୫ ହେଲ୍‌ପଲାଇନ ସୁବିଧା କରାଯାଇଛି।  ଭୁବନେଶ୍ୱର-ବାଙ୍ଗାଲୋର-ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ, ବୁଧବାରର ସାଲିମାରଠାରୁ ଆସୁଥିବା ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ, ବୁଧବାରର ଗୁଣୁପୁର-ପୁରୀ ପାସେଞ୍ଜର, ଗୁରୁବାର ଏବଂ ଶୁକ୍ରବାରର ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ଗୁରୁବାର ଏବଂ ଶୁକ୍ରବାରର ସମ୍ବଲପୁର-ଜୁନାଗଡ ରୋଡ-ସମ୍ବଲପୁର ପାସେଞ୍ଜର, ଗୁରୁବାର ଏବଂ ଶୁକ୍ରବାରର ବିଶାଖାପଟଣାମ-ରାୟପୁର-ବିଶାଖାପାଟଣାମ୍‌ ପାସେଞ୍ଜରକୁ ବାତିଲ କରାଯାଇଛି। ରାଉରକେଲା-ପୁରୀ-ରାଉରକେଲା  ପାସେଞ୍ଜର ଗୁରୁବାର ଏବଂ ଶୁକ୍ରବାର ପାଇଁ ବାତିଲ ହୋଇଛି। 
 ଅନ୍ୟ କେତେକ ଟ୍ରେନକୁ ସାମୟିକ ଭାବେ ବାତିଲ କରାଯାଇଛି। ଏହି ଟ୍ରେନଗୁଡିକ ମଧ୍ୟରେ ଗୁରୁବାରର ଭୁବନେଶ୍ୱର-ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ, ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ, ପୁରୀ- ବିଶାଖାପାଟଣା ମଧ୍ୟରେ ଚାଲୁଥିବା ବୁଧବାରର ତିରୁପତି-ପୁରୀ ଏକ୍ସପ୍ରେସ, ବିଶାଖାପାଟଣା-ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ, ବିଶାଖାପାଟଣା ଭୁବନେଶ୍ୱର ମଧ୍ୟରେ ଚାଲୁଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ରହିଛି। ଭାଗଲପୁର-ୟଶବନ୍ତପୁର ଅଙ୍ଗା ଏକ୍ସପ୍ରେସ ଅଧାରୁ ଅଟକିଛି। ସିଲଚର ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ବୁଧବାର ହାଓଡାଠାରେ ଅଟକାଯାଇଛି। ଉଭୟ ବୁଧବାର ଏବଂ ଗୁରୁବାର ଲାଗି ପଲାସା-ବିଶାଖାପାଟଣମ-ପଲାସା ପାସେଞ୍ଜର ବିଜୟ ନଗରମଠାରେ ଆଶିଂକଭାବେ ବାତିଲ ହୋଇଛି।
 ଅପରପକ୍ଷରେ ଅନ୍ୟ କେତେକ ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଏହା ମଧ୍ୟରେ ବୁଧବାରର ଚେନ୍ନାଇରୁ ଆସୁଥିବା ଚେନ୍ନାଇ-ସାନ୍ତ୍ରାଗାଛି ଏକ୍ସପ୍ରେସ ବିଜୟ ନଗରମ-ଟିଟଲାଗଡ-ସମ୍ବଲପୁର-ଝାରସୁଗୁଡା-ଟାଟା-ଖଡଗପୁର ଦେଇ ଯିବ। ସେହିଭଳି ଚେନ୍ନାଇ-ହାଓଡା ଏକ୍ସପ୍ରେସ  ସମାନ ରୁଟରେ ଯିବ। ତ୍ରିଭେନ୍ଦ୍ରମ-ସିଲଚର ଏକ୍ସପ୍ରେସ ବିଜୟ ନଗରମ-ଟିଟଲାଗଡ-ସମ୍ବଲପୁର-ଝାରସୁଗୁଡା- ଆସାନସୋଲ ହୋଇ ଯିବ। ହାଇଦ୍ରାବାଦ-ହାଓଡା ଇଷ୍ଟକୋଷ୍ଟ କାଜିପେଟ-ବଲହରଶାହା-ନାଗପୁର-ବିଳାସପୁର-ଝାରସୁଗୁଡା-ଟାଟା-ଖଡଗପୁର ଦେଇ ଯିବ। ଅନ୍ୟ ଟ୍ରେନଗୁଡିକ ମଧ୍ୟରେ ବୁଧବାରର ପୁଡୁଚେରୀ-ହାଓଡା, ଭୁବନେଶ୍ୱର-ଜଗଦଲପୁର ଜୁନାଗଡ ଏକ୍ସପ୍ରେସ,  ହାଓଡା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ, ଅଗରତାଲା-ବାଙ୍ଗାଲୋର କାଣ୍ଟ ଏକ୍ସପ୍ରେସ, ସିକନ୍ଦରାବାଦ-ହାଓଡା ଫାଲକନାମା ଏକ୍ସପ୍ରେସ,  ହାଓଡା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓଡା-ଏସ୍‌ଏସ୍‌ପିଏନ୍‌ ଏକ୍ସପ୍ରେସ, ହାଓଡା-ୟଶବନ୍ତପୁର ଏକ୍ସପ୍ରେସ, ଏର୍ନାକୁଲମ-ପାଟଣା ଏକ୍ସପ୍ରେସ ଭଳି ଟ୍ରେନର ଗତିପଥ ବଦଳା ଯାଇଛି। ସୂଚୀ ପରିବର୍ତ୍ତନ ହୋଇଥିବା ଟ୍ରେନ ମଧ୍ୟରେ  ବୁଧବାର ଏବଂ ଗୁରୁବାରର ହାଓଡା-ଚେନ୍ନାଇ ମେଲ୍‌, ସାଲିମାର ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ରହିଛି। ପୁରୀ-ନୂଆଦିଲ୍ଲୀ-ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ହାଓଡା ଜଗନ୍ନାଥ ଏକ୍ସପ୍ରେସକୁ ସାମିଲ କରାଯାଇଛି। ସେହିଭଳି ଆରଆରବି ପରୀକ୍ଷା ବାତ୍ୟା ଯୋଗୁ ବାତିଲ କରାଯାଇଛି। ଭୁବନେଶ୍ୱରର ଅଧୀନରେ ଆସୁଥିବା ବିଭିନ୍ନ ପରୀକ୍ଷା କେନ୍ଦ୍ର ତଥା ତାରିଖ ନେଇ ପରେ ଅବଗତ କରାଯିବ ବୋଲି ଆର୍‌ଆରବି ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି। 

All Right Reserved By

ବାଣିଜ୍ୟ |

ଆସିବ ଇ-କମର୍ସ ନୀତି: ଡିସ୍‌କାଉଣ୍ଟ ଅଫର୍‌ ଉପରେ ଲାଗିବ ଲଗାମ

ନୂଆଦିଲ୍ଲୀ,୧୯-୧୨:  ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଅନ୍‌ଲାଇନ ରିଟେଲର୍ସ କମ୍ପାନୀମାନେ ଦେଉଥିବା ବଡ଼ ଧରଣର ଡିସକାଉଣ୍ଟ ଅଫର୍‌ ଉପରେ ସରକାରୀ ନିୟନ୍ତ୍ରଣ ହେବାକୁ ଯାଉଛି। ଏ ନେଇ ଇ-କମର୍ସ ନୀତି ଅଣାଯିବ ବୋଲି କେନ୍ଦ୍ର ସରକାର ସଂସଦରେ ପ୍ରକାଶ କରିଛନ୍ତି।

ଅନ୍‌ଲାଇନରେ ମାତ୍ର ୧ ଟଙ୍କାରେ ମିଳୁଛି ସୁନା

ଅନ୍‌ଲାଇନରେ ମାତ୍ର ୧ ଟଙ୍କାରେ ମିଳୁଛି ସୁନା

ନୂଆଦିଲ୍ଲୀ,୧୯-୧୨:  ଏବେ ଭାରତୀୟମାନେ  ମାତ୍ର ୧ ଟଙ୍କାରେ ସୁନା କିଣୁଛନ୍ତି। ଚାହିଦା କମୁଥିବାରୁ ସୁନା ବ୍ୟବସାୟୀମାନେ ନିଜର ବିକ୍ରି ବଢ଼ାଇବା ଲାଗି ନୂଆ ପଦ୍ଧତି ଆପଣାଇଛନ୍ତି। ବିଟ୍‌ ସାଇଜ ସୁନା ଅନ୍‌ଲାଇନରେ କିଣିବାର ସୁଯୋଗ ସେମାନେ ଏବେ ଦେବା ଆରମ୍ଭ କରିଛନ୍ତି। 

ନୋଟ୍‌ ଛାପାରେ ଖର୍ଚ୍ଚ ହୋଇଛି ୮ ହଜାର କୋଟି

ନୋଟ୍‌ ଛାପାରେ ଖର୍ଚ୍ଚ ହୋଇଛି ୮ ହଜାର କୋଟି

ନୂଆଦିଲ୍ଲୀ,୧୯-୧୨:  ବିମୁଦ୍ରୀକରଣ ବର୍ଷ ଅର୍ଥାତ ୨୦୧୬-୧୭ରେ ନୋଟ୍‌ ଛାପା ବାବଦରେ ୭,୯୬୫କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସଂସଦରେ ପ୍ରକାଶ କରିଛନ୍ତି।

ଟ୍ରାଇ ଜାରି କଲା ନୂଆ ଦର: ଗ୍ରାହକଙ୍କ ମାସିକ ବିଲ୍‌ ବଢ଼ିବ

ଟ୍ରାଇ ଜାରି କଲା ନୂଆ ଦର: ଗ୍ରାହକଙ୍କ ମାସିକ ବିଲ୍‌ ବଢ଼ିବ

ନୂଆଦିଲ୍ଲୀ,୧୯-୧୨:  କେବୁଲ ଅପରେଟର ଓ ଡିଟିଏଚ୍‌ ଦେଖଣାହାରୀଙ୍କ ପାଇଁ ନୂଆ ଚ୍ୟାନେଲ ଦରକୁ ଟେଲିକମ୍‌ ରେଗୁଲେଟୋରୀ ଅଫ୍‌ ଇଣ୍ଡିଆ(ଟ୍ରାଇ) ମଙ୍ଗଳବାର ଜାରି କରିଛି। ତଦନୁଯାୟୀ ଗ୍ରାହକ ସର୍ବନିମ୍ନ ୧୦୦ ଚ୍ୟାନେଲ ଦେଖିବା ପାଇଁ ଅତିକମ୍‌ରେ ୧୩୦ ଟଙ୍କା ଦେବେ। 

୩.୬ କୋଟି ମୂଳ ଦରମା ପାଇବେ ଆକ୍ସିସ୍‌ ବ୍ୟାଙ୍କ ସିଇଓ

୩.୬ କୋଟି ମୂଳ ଦରମା ପାଇବେ ଆକ୍ସିସ୍‌ ବ୍ୟାଙ୍କ ସିଇଓ

ନୂଆଦିଲ୍ଲୀ,୧୯-୧୨:  ଆସନ୍ତା ମାସରେ ସିଇଓ ଭାବେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଅମିତାଭ ଚୌଧୁରୀଙ୍କୁ ମାସିକ ମୂଳ ଦରମା ବାବଦରେ ୩.୬ କୋଟି ଟଙ୍କା ମିଳିବ। ଏଥିନେଇ ବ୍ୟାଙ୍କର ଶେୟାରଧାରକଙ୍କମାନେ ଅନୁମତି ପ୍ରଦାନ କରିଛନ୍ତି।

ଆୟକର ବିଭାଗର ପୁନର୍ଗଠନ ଲାଗି କମିଟି ଗଠିତ

ଆୟକର ବିଭାଗର ପୁନର୍ଗଠନ ଲାଗି କମିଟି ଗଠିତ

ନୂଆଦିଲ୍ଲୀ,୧୯-୧୨:  ଟିକସ ଆଦାୟକୁ କଡ଼ାକଡ଼ି ଭାବେ ଲାଗୁ କରିବା ତଥା ଟିକସଦାତାଙ୍କ ପ୍ରତି ନରମ ମନୋଭାବ ପ୍ରକାଶ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆୟକର ବିଭାଗର ପୁନର୍ଗଠନ କରିବାକୁ ଯାଉଛନ୍ତି।

ଉର୍ଜିତଙ୍କୁ ଇସ୍ତଫା ଦେବାକୁ ସରକାର କହି ନାହାନ୍ତି: ଜେଟ୍‌ଲୀ

ଉର୍ଜିତଙ୍କୁ ଇସ୍ତଫା ଦେବାକୁ ସରକାର କହି ନାହାନ୍ତି: ଜେଟ୍‌ଲୀ

ନୂଆଦିଲ୍ଲୀ,୧୯-୧୨:  ବିଭିନ୍ନ ପ୍ରସଙ୍ଗରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସହ କେନ୍ଦ୍ର ସରକାରଙ୍କ ମତଭେଦ ରହିଛି। ଏହାସତ୍ତ୍ୱେ ଗଭର୍ନର ପଦରୁ ଇସ୍ତଫା ଦେବାକୁ କେନ୍ଦ୍ର ସରକାର ଉର୍ଜିତ ପଟେଲଙ୍କୁ କହିନାହାନ୍ତି ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ପଷ୍ଟ କରିଛନ୍ତି। 

ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ: ଜିଏସ୍‌ଟିର ୧୮% ଭିତରେ ଆସିବ ୯୯% ସାମଗ୍ରୀ

ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ: ଜିଏସ୍‌ଟିର ୧୮% ଭିତରେ ଆସିବ ୯୯% ସାମଗ୍ରୀ

ମୁମ୍ବାଇ,୧୯-୧୨:  ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)କୁ ଆହୁରି ସରଳ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି। କେନ୍ଦ୍ର ସରକାର ୯୯% ସାମଗ୍ରୀକୁ ଜିଏସ୍‌ଟିର ୧୮% ସ୍ଲାବ ଭିତରେ ରଖିବା ଲାଗି ଉଦ୍ୟମ ଚଳାଇଛନ୍ତି ବୋଲି ଏକ ଘରୋଇ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି। 

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ନୂଆ ସ୍କିଲ ସେଣ୍ଟର ଖୋଲିଲା ଓରେନ୍‌

ଭୁବନେଶ୍ୱର ,୧୮-୧୨: ଜାତୀୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଦ୍ୱାରା ଅନୁମୋଦିତ ଟ୍ରେନିଂ ପାର୍ଟନର ଓରେନ ଇଣ୍ଟରନ୍ୟାଶନାଲ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ତାଲିମ ପ୍ରତିଷ୍ଠାନ ଖୋଲିଛି। 

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ବିଓଆଇର କିଟ୍‌ ଶାଖା ସ୍ଥାନାନ୍ତରିତ

ଭୁବନେଶ୍ୱର ,୧୮-୧୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର କିଟ୍‌ ୟୁନିଭର୍ସିଟି ଶାଖା କିଟ୍‌ କ୍ୟାମ୍ପସର ନୂଆ ଗୃହକୁ ସ୍ଥାନାନ୍ତରିତ ହୋଇଛି। ନୂଆ ଗୃହଟି ଅତ୍ୟାଧୁନିକ ତଥା ପ୍ରଶସ୍ତ। ବ୍ୟାଙ୍କର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଅତନୁ କୁମାର ଦାସ ଏବଂ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ଶାଖାକୁ ଉଦ୍‌ଘାଟନ କରିଥିଲେ। 

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

୩୫୦୦ ଟଙ୍କାରେ ବିକ୍ରି ହେଉଛି ବ୍ୟକ୍ତିଗତ ଡିଜିଟାଲ ଡାଟା

ନୂଆଦିଲ୍ଲୀ,୧୮-୧୨:  ମାତ୍ର ୩୫୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ବିକ୍ରି ହେଉଛି। ଏଥିରେ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ବିବରଣୀ, କ୍ରେଡିଟ କାର୍ଡ, ଗେମିଙ୍ଗ ଓ୍ବେବ୍‌ସାଇଟ ଆଦି ରହିଛି। ସାଇବର ସିକ୍ୟୁରିଟି କମ୍ପାନୀ କ୍ୟାସପର୍ସକି ଲ୍ୟାବ୍‌ ପକ୍ଷରୁ ଏ ସମ୍ପର୍କରେ ତଥ୍ୟ ପ୍ରକାଶ କରାଯାଇଛି। 

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ସିଆଇସିଙ୍କ ନିର୍ଦ୍ଦେଶ;୫୦୦,୨୦୦୦ ଟଙ୍କିଆ ନୋଟ୍‌ ଛପାର ତଥ୍ୟ ଦିଅ

ନୂଆଦିଲ୍ଲୀ,୧୮-୧୨:  ବିମୁଦ୍ରୀକରଣ ପରେ ଛପା ଯାଇଥିବା ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରକାଶ କରିବାକୁ କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ରିଜର୍ଭ ବ୍ୟାଙ୍କର ସହଯୋଗୀ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍‌ ମୁଦ୍ରଣ ପ୍ରାଇଭେଟ ଲିମିଟେଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତଥ୍ୟ ପ୍ରକାଶ କରିବା ଦେଶ ହିତ ବିରୋଧୀ ଜଣାଇବାକୁ ଆୟୋଗ କହିଛନ୍ତି।