ବାଣିଜ୍ୟ |

ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ବ୍ୟାଙ୍ଗକ୍‌କ୍‌ ବିମାନ ସେବା

ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱର-ବ୍ୟାଙ୍ଗକ୍‌କ୍‌ ବିମାନ ସେବା
ନୂଆଦିଲ୍ଲୀ,୧୧-୧୦:  ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରୁ-ବ୍ୟାଙ୍ଗକକ୍‌ ସିଧାସଳଖ ବିମାନ ସେବା ସମ୍ପର୍କରେ ଘୋଷଣା ହୋଇଛି। ଏହା ଭୁବନେଶ୍ୱରକୁ ସପ୍ତାହକୁ ୩ ଦିନ ଉଡାଣ ଭରିବ। ଯାତ୍ରୀମାନେ ବୁଧବାର, ଶୁକ୍ରବାର ଏବଂ ରବିବାର ବ୍ୟାଙ୍ଗକକ୍‌ ଅଭିମୁଖେ ଯାତ୍ର କରି ପାରିବେ। ସେହିଭଳି ବ୍ୟାଙ୍ଗକକ୍‌ ପଟୁ ମଙ୍ଗଳବାର,ଗୁରୁବାର ଏବଂ ଶନିବାର ଏହା ଭୁବନେଶ୍ୱର ଫେରିବ। ଡିସେମ୍ବର ୭ରୁ ବିମାନ ସେବା ଆରମ୍ଭ ହେବାକୁ ଥିବା ବେଳେ ଏଥି ପାଇଁ ବୁକିଂ ଆରମ୍ଭ ହୋଇଥିବା ଏୟାର ଏସିଆ ଇଣ୍ଡିଆ ମାର୍କେଟିଂ ମୁଖ୍ୟ ରାଜକୁମାର ପରନ୍ଥମନ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗ୍ରାହକମାନେ ପ୍ରମୋଶନାଲ ଦେୟ ୨୯୯୯ ଟଙ୍କା ପ୍ରଦାନ କରି ବ୍ୟାଙ୍କକକ୍‌କୁ ଯାତ୍ରା କରିବାକୁ ସକ୍ଷମ ହେବେ। ଚଳିତ ମାସ ୧୦ ତାରିଖ ଠାରୁ ୨୧ ମଧ୍ୟରେ ବୁକିଂ ଉପରେ ଗ୍ରାହକମାନେ ଡିସେମ୍ବର ୭ରୁ ୩୦ ମାର୍ଚ୍ଚ ମାର୍ଚ୍ଚ ୨୦୧୯ ମଧ୍ୟରେ ଯାତ୍ରା ସୁବିଧା ଲାଭ କରିପାରିବେ। 
 ସେହିଭଳି କମ୍ପାନୀ ବିଶାଖାପାଟଣାଠାରୁ ବ୍ୟାଙ୍ଗକକୁ ସପ୍ତାହିକ ୪ ଥର ବିମାନ ସେବା ପ୍ରଦାନ ନେଇ ସୂଚନା ରହିଛି। ଏହା ଡିସେମ୍ବର ୮ରୁ ଆରମ୍ଭ ହେବ। ଓଡିଶା ବଜାର କମ୍ପାନୀ ପାଇଁ ଏକ ପ୍ରମୁଖ ସ୍ଥାନ ହୋଇଥିବା ଅନ୍ୟ ସ୍ଥାନଗୁଡିକୁ ସିଧାସଳଖ ବିମାନ ସେବା ଯୋଗାଣ ନେଇ ବିଚାର କରାଯାଉଛି ବୋଲି ପରନ୍ଥମନ କହିଛନ୍ତି। ବଜାର ସ୍ଥିତିକୁ ଅନୁଧ୍ୟାନ କରି ଆଗାମୀ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି। କମ୍ପାନୀ ଦେଶରେ ୨୧ ଡେଷ୍ଟିନେଶନରେ ଏହାର ଉପସ୍ଥିତି ଜାହିର କରିଛି। ଏହା ସହିତ ୧୧ ଅନ୍ତର୍ଜାତୀୟ ରୁଟ୍‌କୁ ଭାରତରୁ ସେବା ସଂଯୋଗ କରିଛି। ପାର୍ବଣ ସହ ପିକ୍‌ ମାସଗୁଡିକରେ କମ୍ପାନୀର ଅକ୍ୟୁପାନ୍ସି ୯୦% ରହିଥିବା ସେ ସୂଚନା ଦେଇଛନ୍ତି। ଭୁବନେଶ୍ୱରରୁ ଏହି ନୂଆ ରୁଟ୍‌ରେ ବିମାନ ସେବାକୁ ନେଇ ଆଶାବାଦୀ ରହିଛୁ ବୋଲି ସେ କହିଛନ୍ତି।  

All Right Reserved By

ବାଣିଜ୍ୟ |

ଖୁବ୍‌ ଶୀଘ୍ର ନିଯୁକ୍ତ ହେବେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ, ୧୯।୧୦: କେନ୍ଦ୍ର ସରକାର ଆସନ୍ତା ୨ ମାସ  ମଧ୍ୟରେ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ନିଯୁକ୍ତି କରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଚୟନ କମିଟି ଖୁବ୍‌ ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କର  ଏକ ଚୂଡ଼ାନ୍ତ ତାଲିକା  ପ୍ରସ୍ତତ କରିବେ।

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ନୂଆଦିଲ୍ଲୀ,୧୮।୧୦: ଆର୍ଥିକ ସଙ୍କଟ ସାମ୍ନା କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଅପରପକ୍ଷେ ଏହି ବିମାନ କମ୍ପାନୀ ସୋଭରନ୍‌ ଗ୍ୟାରେଣ୍ଟି ବଦଳରେ ଆସନ୍ତା ସପ୍ତାହରେ ଆହୁରୀ ୫ଶହ କୋଟି ଟଙ୍କା ବଜାରରୁ ଉଠାଇବାକୁ ଯାଉଛି। 

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

ଓ୍ବାଶିଂଟନ,୧୮।୧୦: ଆମେରିକାରେ ସ୍ଥାୟୀ ବସବାସ କରିବା ଲାଗି ପ୍ରାୟ ୬ ଲକ୍ଷ ଭାରତୀୟ ଗ୍ରୀନ କାର୍ଡ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତବର୍ଷ ୬୦ହଜାର ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।

ଭୋଡାଫୋନ ସଖି ଉନ୍ମୋଚିତ

ଭୋଡାଫୋନ ସଖି ଉନ୍ମୋଚିତ

ଭୁବନେଶ୍ୱର,୧୮-୧୦: ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ମହିଳା ମାନଙ୍କ ଲାଗି ମୋବାଇଲ ଭିତ୍ତିକ ସ୍ବତନ୍ତ୍ର ସୁରକ୍ଷା ସେବା  ଭୋଡାଫୋନ ସଖି ଉନ୍ମୋଚିତ ହୋଇଛି। ଏଥିରେ ଜରୁରୀ କାଳୀନ ଆଲର୍ଟ, ଜରୁରୀ କାଳୀନ ବାଲାନ୍ସ, ପ୍ରାଇଭେଟ ନମ୍ବର ରିଚାର୍ଜ ଭଳି ସୁବିଧା ରହିଛି।

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

ଭୁବନେଶ୍ୱର,୧୮-୧୦: ପାର୍ବଣକୁ ଧ୍ୟାନରେ ରଖି ଗୋଦରେଜ୍‌ ଆପ୍ଲାଏନ୍ସ ପକ୍ଷରୁ ୩୨ ନୂଆ ରେଫ୍ରିଜରେଟର ବଜାରକୁ ଆସିଛି। ପ୍ରିମିୟମ ଏନ୍‌ଏକ୍ସଡବ୍ଲ୍ୟୁ ସବ୍‌ବ୍ରାଣ୍ଡ ଅଧିନରେ ନୂଆ ଏନ୍‌ଏକ୍ସଡବ୍ଲ୍ୟୁ ଗ୍ଲାସ ଡୋର ରେଫ୍ରିଜରେଟର ବଜାରକୁ ଆସିଛି।

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଭୁବନେଶ୍ୱର,୧୮-୧୦: ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ ସାଇନ୍ସକୁ ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଚିହ୍ନଟ କରିବା ତଥା ଚିକିତ୍ସା କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ। 

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ଭୁବନେଶ୍ୱର,୧୮-୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ଉଦଯାପନ ହୋଇଯାଇଛି। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ର ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର   ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି।

ସୋନିର ନୂଆ ହେଡ୍‌ ଫୋନ୍‌

ସୋନିର ନୂଆ ହେଡ୍‌ ଫୋନ୍‌

ଭୁବନେଶ୍ୱର,୧୮-୧୦: ସୋନି ପକ୍ଷରୁ ପରବର୍ତ୍ତୀ ପୀଢିର ନଏଜ କ୍ୟାନସେଲେଶନ ଡବ୍ଲ୍ୟୁଏଚ୍‌-୧୦୦୦ ଏକ୍ସଏମ୍‌୩ ହେଡଫୋନର ବଜାର ପ୍ରବେଶ ହୋଇଛି।

ଟର୍ମସର ନୂଆ ଉତ୍ପାଦ ବଜାରରେ

ଟର୍ମସର ନୂଆ ଉତ୍ପାଦ ବଜାରରେ

କଟକ,୧୮-୧୦: ପ୍ରମୁଖ ଇଣ୍ଟେଲିଜେଣ୍ଟ ଆପାରେଲ୍‌ ବ୍ରାଣ୍ଡ ଟର୍ମସର ନୂଆ ଉତ୍ପାଦ କଟକରେ ସିଡିଏ-୯ ସ୍ଥିତ ମିରର୍‌ ମଲ୍ଟି ବ୍ରାଣ୍ଡ ଷ୍ଟୋରରେ ବଜାର ପ୍ରବେଶ ହୋଇଛି। ନୂଆ ପ୍ରଡକ୍ଟକୁ କମ୍ପାନୀର ବାଣିଜ୍ୟ ମୁଖ୍ୟ ଅମିତ ମଲହୋତ୍ରା, ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପସ୍ଥିତ ରହି ବଜାର ପ୍ରବେଶ କରାଇଥିଲେ। 

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ,୧୮-୧୦: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୟୋନୋ ପକ୍ଷରୁ ସପିଙ୍ଗ ଫେଷ୍ଟିଭାଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୧ ତାରିଖ ଯାଏ ଚାଲିବ। ଏହାକୁ କାର୍ଯ୍ୟକାରି କରାଇବା ସହ ବ୍ୟାଙ୍କ ପ୍ରାୟ ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ଜଡିତ ହୋଇଛି। 

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ଭୁବନେଶ୍ୱର,୧୮-୧୦: ସିଣ୍ଡିକେଟ୍‌ ବ୍ୟାଙ୍କର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଭୁବନେଶ୍ୱର,୧୮-୧୦: ପ୍ରମୁଖ କମ୍ପାନୀ ଏମ୍‌ଆଇ ପକ୍ଷରୁ ନୂଆ ସ୍ମାର୍ଟ ଟିଭି ଓଡିଶା ବଜାରରେ ପ୍ରବେଶ କରିଛି। କମ୍ପାନୀର ରାଜ୍ୟ ମୁଖ୍ୟ ଅମିତ କୁମାର ପଣ୍ଡା, ବିତରକ ଜୟ ସଦାନି ପଟିଆ ସ୍ଥିତ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଶୋ’ରୁମରେ ଏହି ପ୍ରଡକ୍ଟଗୁଡିକୁ ଉନ୍ମୋଚନ କରିଥିଲେ।