ରାଜ୍ୟ |

କେବିସିରେ ହକି ବିଶ୍ୱକପ୍‌ ପ୍ରଚାର

କେବିସିରେ ହକି ବିଶ୍ୱକପ୍‌ ପ୍ରଚାର
ଭୁବନେଶ୍ୱର,୧୧।୧୦- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହି ହକି ମହାକୁମ୍ଭ ଲାଗି ଆଉ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ଆୟୋଜକ ଓଡ଼ିଶା ସରକାର ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏବେ ବିଶ୍ୱକପ୍‌ର ପ୍ରଚାର ସୋନୀ ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟଲିଟି ଶୋ ‘କୌନ ବନେଗା କରୋଡପତି’ (କେବିସି)ରେ ପହଞ୍ଚତ୍ଛି। ଆସନ୍ତା ଶୁକ୍ରବାର ରାତି ୯ଟାରେ  ଏହି ଅଧ୍ୟାୟ ପ୍ରସାରିତ ହେବ। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ବିଶ୍ୱକପ୍‌ର ପ୍ରଚାର କରୁଥିବାର ନଜରକୁ ଆସିବେ। ମୁଖ୍ୟମନ୍ତ୍ରୀ ବିଶ୍ୱକପ୍‌ ଲାଗି ଭୁବନେଶ୍ୱର ପ୍ରସ୍ତୁତ ଥିବା ସୂଚନା ଦେଉଥିବାର ଦେଖାଯିବେ। ଏହି ଏପିସୋଡ୍‌ରେ ଭାରତୀୟ ହକି ଦଳର ବରିଷ୍ଠ ଖେଳାଳିମାନେ ହଟ୍‌ସିଟ୍‌ରେ ବସି ଥିବାର ଦେଖିବାକୁ ମିଳିବ। ବିଗ୍‌ ବି’ ହକି ବିଶ୍ୱକପ୍‌ ଲାଗି ଭାରତୀୟ ଦଳକୁ ଉତ୍ସାହିତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଉଛି। ଭାରତୀୟ ଦଳ ପୁଣି ଥରେ ଶ୍ରେଷ୍ଠ ୫ ଦଳରେ ସ୍ଥାନ ପାଇଛି ଓ ଏହା ପାଇଁ ଦେଶବାସୀ ଗର୍ବିତ ବୋଲି ଅମିତାଭ କହିଛନ୍ତି। ହକି ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବାକୁ ଅମିତାଭ ବେଶ ପ୍ରଶଂସା କରିଛନ୍ତି। ଏହି ସ୍ବତନ୍ତ୍ର ଉପସ୍ଥାପନା ନେଇ ଗତ କିଛି ଦିନ ପୂର୍ବେ ୫୦ ସେକେଣ୍ଡ ବିଶିଷ୍ଟ ଏକ ପ୍ରମୋ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମର ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଭାରତୀୟ ହକି ବିଶ୍ୱକପ୍‌ ଦଳକୁ ଶୁଭେଚ୍ଛା ଜଣାଇବେ। ଉଲ୍ଲେଖଥାଉ କି, ମୁଖ୍ୟମନ୍ତ୍ରୀ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହକି ବିଶ୍ୱକପ୍‌ ପାଇଁ ପ୍ରଚାର କରାଇଛନ୍ତି। 
All Right Reserved By

ରାଜ୍ୟ |

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ଅଫିସ,୧୫|୧୦: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ହୋଇଥିବା ପୁରୀ ହିଂସାରେ ଗିରଫଦାରି ସଂଖ୍ୟା ୭୭ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୬୯ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ଖୋର୍ଦ୍ଧା ଅଫିସ,୧୫।୧୦: ଖୋର୍ଦ୍ଧା ଜିଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ। ଏଠାରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜାରେ ନରବଳି ଦିଆଯାଉଥିଲା। 

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ଅନ୍ତର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ରବିବାର ‘ଷ୍ଟାଇଲ ଆଇକନ-୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି। 

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କୌଣସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ଏତଲାର ନକଲ ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାତିଲେ ଲୁଟେରା:୨୪ ଘଣ୍ଟାରେ ୬ ଲୁଟ୍‌

ମାତିଲେ ଲୁଟେରା:୨୪ ଘଣ୍ଟାରେ ୬ ଲୁଟ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପୂଜା ଘଡିରେ ରାଜଧାନୀରେ ମାତିଛନ୍ତି ଲୁଟେରା। ରାଜଧାନୀର ୟୁନିଟ୍‌-୧ ମାର୍କେଟ, ମାର୍କେଟ ବିଲ୍ଡିଂ ଅଞ୍ଚଳ ଏବଂ ନୟାପଲ୍ଲୀ ଅଞ୍ଚଳରେ ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ମଧ୍ୟରେ ୬ଟି ଲୁଟ୍‌ ଘଟଣା ଘଟିଛି। ଲୁଟେରାମାନେ ପର୍ସ ଓ ମୋବାଇଲ୍‌ ଲୁଟି ନେଇଛନ୍ତି। 

ଟ୍ରେନ୍‌ରୁ ଖସି ମହିଳା ମୃତ

ଟ୍ରେନ୍‌ରୁ ଖସି ମହିଳା ମୃତ

ବାରଙ୍ଗ,୧୫।୧୦(ଡି.ଏନ୍‌.ଏ.)-ମଞ୍ଚେଶ୍ୱର ଜିଆର୍‌ପି ଫାଣ୍ଡି ଅଧୀନ କଳାରାହାଙ୍ଗ ଗ୍ରାମ ନିକଟ ରେଲଓ୍ବେ ଫାଟକଠାରେ ଟ୍ରେନ୍‌ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଝଲସିଲାଣି ପୂଜାମଣ୍ଡପ: ଆଜି ମହାଷଷ୍ଠୀ

ଝଲସିଲାଣି ପୂଜାମଣ୍ଡପ: ଆଜି ମହାଷଷ୍ଠୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଜଗଜ୍ଜନନୀ। ମା’ଙ୍କ ଆଗମନରେ ଚାରିଆଡ଼େ ଆନନ୍ଦ, ଉତ୍ସବର ମାହୋଲ। ପାର୍ବଣର ମହକରେ ପୁରପଲ୍ଲୀ ମହକି ଉଠୁଥିବା ବେଳେ ସୋମବାରଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା।

ବାଲେଶ୍ୱର ଅବକାରୀ ବିଭାଗର ଚଢାଉ: ୯ ମଦ ବେପାରୀ ଗିରଫ, ୭୦ ଲିଟର ଚୋରା ମଦ ଜବତ

ବାଲେଶ୍ୱର ଅବକାରୀ ବିଭାଗର ଚଢାଉ: ୯ ମଦ ବେପାରୀ ଗିରଫ, ୭୦ ଲିଟର ଚୋରା ମଦ ଜବତ

ରୂପ୍‌ସା/ଜଳେଶ୍ୱର, ୧୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୯ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସଦର ବ୍ଲକ ଓ ରୂପ୍‌ସା ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଜଣ ମହିଳାଙ୍କ ସମେତ ୪ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ  ୭୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି।

ଜମି ଫାଟି ଆଁ, ଆହାର ଢୋକି ପାରୁନି ଧାନ: ଚାଷୀଙ୍କ ମୁଣ୍ଡ ବ୍ୟଥା

ଜମି ଫାଟି ଆଁ, ଆହାର ଢୋକି ପାରୁନି ଧାନ: ଚାଷୀଙ୍କ ମୁଣ୍ଡ ବ୍ୟଥା

 ନୂଆପଡା ଅଫିସ,୧୪ା୧୦: ପ୍ରତିବର୍ଷ ନୂଆପଡା ଜିଲାରେ ଚାଷୀ ମରୁଡି, ବନ୍ୟା ପରିସ୍ଥିତିର ଶିକାର ହେଉଛି। ଗତ ବର୍ଷ ମରୁଡିରେ ସର୍ବସ୍ବାନ୍ତ ହୋଇଥିବା ଚାଷୀ ଏହି ବର୍ଷ ବମ୍ପର କ୍ରପ ପାଇବ ବୋଲି ଆଶା ରଖିଥିଲା । ବର୍ଷା ବି ଠିକ ହେଲା । ହେଲେ ଠିକ୍‌ ସମୟରେ ବର୍ଷା ହେଲାନାହିଁ। ଏବେ ଧାନକ୍ଷେତରେ ପାଣି ନାହିଁ।  ମାଟି ଫାଟି ଆଁ କରିଥିବାବେଳେ ଧାନ ଆହାର ଢୋକି ପାରୁନାହିଁ । କେଣ୍ଡା ଶୁଖିଯାଉଛି। ଏଭଳି କ୍ଷେତ୍ରରେ ଚଳିତ ବର୍ଷ ଧାନ ଠିକ୍‌ ଭାବେ ଉପତ୍ାଦନ ହେବା ଆଶା ମଉଳି ଯାଉଛି । ପ୍ରବଳ ଖରା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି ।