ଜାତୀୟ |

‘ତିତ୍‌ଲି’ର ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହେଲା ଆନ୍ଧ୍ର

‘ତିତ୍‌ଲି’ର ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହେଲା ଆନ୍ଧ୍ର
ଶ୍ରୀକାକୁଲମ,୧୧।୧୦: ଦୁଇ ଦିନ ଧରି ଓଡିଶା, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗର  ଲୋକେ ‘ତିତ୍‌ଲି’ ବାତ୍ୟାକୁ ନେଇ ଭୟଭିତ ଥିଲେ। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ .ଚନ୍ଦ୍ରାବାବୁ ନାଇଡୁ ଟେଲି କନଫରେନ୍ସିଂ ଯୋଗେ ଜିଲା ଅଧିକାରୀମାନଙ୍କ ସହ କଥା ହୋଇଥିଲେ। ତେବେ ‘ତିତ୍‌ଲି’ ଗୁରୁବାର ଭୋର ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଓ ଓଡ଼ିଶାର ଗୋପାଳପୁର ସୀମାରେ ସ୍ଥଳଭାଗ ଛୁଇଁଥିଲା। ପରେ ଏହା ଓଡିଶାରୁ ପଶ୍ଚିମବଙ୍ଗ ଆଡକୁ ଗତି କରିଥିଲା। ହେଲେ ଏହାର ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆନ୍ଧ୍ର ପ୍ରଦେଶ। ପ୍ରଥମେ ଏହା ସ୍ଥଳଭାଗ ଛୁଇଁବା ବେଳକୁ ଏଠାରେ ୧୪୦ରୁ ୧୫୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବଡ ବଡ ଗଛ ଉପୁଡି ପଡିବା ସହ ଚାଳ ଛପର ଓ ଆଜବେସ୍‌ଟସ୍‌ ଘରର ଛାତ ଉଡି ଯାଇଥିଲା। ବାତ୍ୟା ‘ତିତ୍‌ଲି’ ପ୍ରଭାବରେ କେବଳ ଆନ୍ଧ୍ର ପ୍ରଦେଶରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାଯୋଗୁ ବସ୍‌ ଓ ଟ୍ରେନ୍‌ ସେବା ବାଧାପ୍ରାପ୍ତ ହୋଇଛି। ଫସଲ ଉଜୁଡି ଯିବା ସହ ଅନେକ ସ୍ଥାନରେ ପାଣି ଜମି ସାଧାରଣ ଜୀବନଯାତ୍ରାରେ ବ୍ୟାହାତ ସୃଷ୍ଟି ହୋଇଛି। ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶରେ ପବନର ବେଗ ୪୦-୫୦ କିଲୋମିଟର ପ୍ରତିଘଣ୍ଟା ଥିବା ବେଳେ  ଏହା ଗୁରୁବାର ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି କହିଛି ପାଣିପାଗ ବିଭାଗ। 

All Right Reserved By

ଜାତୀୟ |

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ହିନ୍ଦୁଙ୍କ ଭଳି ସରନେମ୍‌ ନ ଲାଗିବାରୁ ଗର୍ବାରେ ପ୍ରବେଶ ମିଳିଲାନି

ଭଦୋଦରା,୧୫।୧୦: ଗୁଜରାଟ ଭଦୋଦରାର ବାସିନ୍ଦା ଡ. କରନ ଜାନି(୨୯)ଙ୍କର ଅଭିଯୋଗ ହେଉଛି ଯେ, ତାଙ୍କର ସରନେମ୍‌ ହିନ୍ଦୁଙ୍କ ସରନେମ୍‌ ଭଳି ନ ଲାଗିବାରୁ ସେ ଓ ତାଙ୍କର ୩ ଜଣ ସାଙ୍ଗକୁ ଗର୍ବା ଡ୍ୟାନ୍ସ ନାଇଟ୍‌ରେ ସ୍ଥାନ ମିଳିନାହିଁ। 

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ପାକିସ୍ତାନର ଜେହାଦୀ ଶପିଂ: ଆତଙ୍କବାଦୀଙ୍କ ପାଇଁ ଆଇଏସ୍‌ଆଇ କିଣୁଛି ଅତ୍ୟାଧୁନିକ ପୋଷାକ

ନଗର, ୧୫।୧୦: ଜମ୍ମୁ-କଶ୍ମୀର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ପାକିସ୍ତାନ ଆରମ୍ଭ କରିଛି ଜେହାଦୀ ଶପିଂ। 

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

‘ବେଟି ପଢାଓ, ବେଟିକୋ ଭାଜପା ଏମ୍‌ଏଲ୍‌ଏ ସେ ବଚାଓ’: ରାହୁଳ ଗାନ୍ଧୀ

ଭୋପାଳ,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଲୋଗାନକୁ ନେଇ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ସେ କହିଛନ୍ତି ମୋଦିଙ୍କ ସ୍ଲୋଗାନ, ‘ବେଟି ବଚାଓ ବେଟି ପଢାଓ’ ଶୁଣିବାକୁ ଠିକ୍‌ ଲାଗୁଛି।

ଭାରତ ସୀମାରେ ଚାଇନାର ଦାଦାଗିରି

ଭାରତ ସୀମାରେ ଚାଇନାର ଦାଦାଗିରି

ନୂଆଦିଲ୍ଲୀ/ବେଜିଂ,୧୫।୧୦: ଭାରତ ସୀମାରେ ପୁଣି ଚାଇନା ଆରମ୍ଭ କରିଛି ଦାଦାଗିରି। ୧୦ ଦିନ ତଳେ ଅରୁଣାଚଳ ପ୍ରଦେଶର ଦିଓ୍ବାଙ୍ଗ ଓ୍ବେଲୀରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିଲେ। 

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୦: ମହିଳାଙ୍କ ତୁଳନାରେ ପୁରୁଷ କର୍ମଚାରୀଙ୍କୁ ଅଧିକ ପସନ୍ଦ କରୁଛନ୍ତି କମ୍ପାନୀ।  ଦେଶର ପ୍ରତି ୫ଟିରୁ ୪ଟି କମ୍ପାନୀରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୧୦ ପ୍ରତିଶତରୁ କମ୍‌ ରହିଛି। 

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ସିକିମକୁ ‘ସମ୍ପୂର୍ଣ୍ଣ ଜୈବିକ ରାଜ୍ୟ’ ମାନ୍ୟତା

ନୂଆଦିଲ୍ଲୀ,୧୫।୧୦: ବିଶ୍ୱରେ ପ୍ରଥମକରି ଶତ ପ୍ରତିଶତ ଜୈବିକ ରାଜ୍ୟ ମାନ୍ୟତା ଲାଭ କରିଛି ସିକିମ। ସୋମବାର ସିକିମ ରୋମ୍‌ରେ ଜାତିସଂଘ ଦ୍ୱାରା ‘ଓସ୍କାର ଫର ଦି ବେଷ୍ଟ ପଲିସିଜ୍‌’ ପୁରସ୍କାର ଲାଭ କରିବ। 

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ପ୍ରେମିକାଙ୍କ ଘରେ ପଶି ନିଜକୁ ଗୁଳି କଲେ ପ୍ରେମିକ

ନୂଆଦିଲ୍ଲୀ,୧୫।୧୦: ଦକ୍ଷିଣ ପଶ୍ଚିମ ଦିଲ୍ଳୀର କାପସହେଡାରୁ ଆସିଛି ଚକିତ କରିବା ଭଳି ଏକ ଖବର। ଏଠାରେ ଜଣେ ପ୍ରେମିକ ନିଜ ପ୍ରେମିକାଙ୍କ ଘରେ ପଶି ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

୨୫ ଦିନ ପରେ ଘରୁ ମିଳିଲା ମହିଳାଙ୍କ ମୃତଦେହ

ନୂଆଦିଲ୍ଲୀ,୧୫।୧୦: କ୍ୟାରିୟର ଓ ପଇସା ପଛରେ ଗୋଡାଇଥିବା ଆଧୁନିକ ଯୁଗର ମଣିଷ ପାଖରେ ଆଉ ପାରିବାରିକ ସମ୍ପର୍କ ନ ଥିବାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ନୋଏଡାରେ। 

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ନନ୍‌ ବଳାତ୍କାର ମାମଲା: ବିଶପଙ୍କୁ ସର୍ତ୍ତମୂଳକ ଜାମିନ

ଥିରୁଭାନନ୍ତପୁରମ୍‌,୧୫।୧୦: କେରଳ ହାଇକୋର୍ଟ ସୋମବାର ନନ୍‌ ବଳାତ୍କାର ମାମଲାର ଅଭିଯୁକ୍ତ ପୋପ୍‌ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି। 

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ସହକର୍ମୀଙ୍କୁ ଲିପ୍ଟ ବଦଳରେ ଗଣ ବଳାତ୍କାର

ନୂଆଦିଲ୍ଲୀ,୧୫।୧୦: ରାଜଧାନୀ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ମଲ୍ଟି ନ୍ୟାଶନାଲ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ଗଣ ବଳାତ୍କାର ଶିବାକର ହୋଇଥିବା ଖବର ସାମ୍ନାକୁ ଆସିଛି। 

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ରାମଲୀଳାରେ ଅଂଶଗ୍ରହଣ କରୁଛନ୍ତି ମୁସଲମାନ ପରିବାର

ଲକ୍ଷ୍ନୌ,୧୫।୧୦: ଉତ୍ତରପ୍ରଦେଶ ଲକ୍ଷ୍ନୌର ବକ୍ସି କା ତାଲାବ ଅଞ୍ଚଳରେ ଏକ ମୁସଲମାନ ପରିବାର ଦୀର୍ଘ ୩ ପିଢ଼ିଧରି ରାମଲୀଳାର ଆୟୋଜନ କରୁଛନ୍ତି। ଶାରଦୀୟ ଦୁର୍ଗାପୂଜାରେ ନବରାତ୍ର ଅବସରରେ ଏହି ପରିବାର ଅତି ଭକ୍ତି ତଥା ଶ୍ରଦ୍ଧାର ସହିତ ଏପରି କରିଥାନ୍ତି।

ଚିନ୍ତା ବଢାଉଛି ଦିଲ୍ଲୀ ବାୟୁମଣ୍ଡଳ

ଚିନ୍ତା ବଢାଉଛି ଦିଲ୍ଲୀ ବାୟୁମଣ୍ଡଳ

ନୂଆଦିଲ୍ଲୀ,୧୫।୧୦: ବେଳକୁ ବେଳ ଦିଲ୍ଲୀର ବାୟୁମଣ୍ଡଳ ପଦୂଷିତ ହେବାରେ ଲାଗିଛି। ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ଦିଲ୍ଲୀବାସୀଙ୍କ ଜୀବନ ଉପରେ ଏହା ଅଧିକ ମାତ୍ରାରେ ପ୍ରଭାବ ପକାଇବ।