ଖେଳ |

‘ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କରିବା ଆଗରୁ ଦୁଇ ଥର ଚିନ୍ତା କର’

‘ପୃଥ୍ବୀଙ୍କୁ ସେହ୍ବାଗଙ୍କ ସହ ତୁଳନା କରିବା ଆଗରୁ ଦୁଇ ଥର ଚିନ୍ତା କର’
ନୂଆଦିଲ୍ଲୀ,୧୧।୧୦ - ରାଜକୋଟ ଟେଷ୍ଟ ପଦାର୍ପଣ ମ୍ୟାଚ୍‌ରେ ଶତକ ମାରିଥିବା ପୃଥ୍ବୀ ଶ’ଙ୍କୁ ପ୍ରସଂଶା କରାଯାଉଥିବାବେଳେ ପୂର୍ବତନ ଓପନର ଗୌତମ ଗମ୍ଭୀର ଭିନ୍ନ ମତ ଦେଇଛନ୍ତି। ଯୁବ ଓପନରଙ୍କୁ ପୂର୍ବତନ ବିସ୍ଫୋରକ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ସହ ତୁଳନା କରିବା ପୂର୍ବରୁ ଦୁଇ ଥର ଚିନ୍ତା କର। କୌଣସି ଖେଳାଳିଙ୍କୁ ଅନ୍ୟ କାହା ସହ ତୁଳନା କରାଯିବା ଉଚିତ ନୁହେଁ। କାରଣ ଶ’ ଏବେ କ୍ୟାରିୟର ଆରମ୍ଭ କରୁଛନ୍ତି। ବହୁତ ଦୂର ସେ ଖେଳିପାରିବେ। ମୁଁ କଦାପି ତୁଳନାରେ ବିଶ୍ୱାସ କରେ ନାହିଁ। ”ପୃଥ୍ବୀ ଓ ସହ୍ବାଗଙ୍କ ବ୍ୟକ୍ତିତ୍ୱ ଅଲଗା। ଶ’ ଏବେ ପଦାର୍ପଣ କରିଛନ୍ତି। ତାଙ୍କୁ ୧୦୦ ଟେଷ୍ଟ ଖେଳିଥିବା ସେହ୍ବାଗଙ୍କ ସହ କିଭଳି ତୁଳନା କରାଯାଇପାରିବ ନାହିଁ“ ବୋଲି ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗମ୍ଭୀର କହିଛନ୍ତି। ଏହା ସହିତ ଆହୁରି କହିଛନ୍ତି, ପୃଥ୍ବୀ ଜଣେ ପ୍ରତିଭାଶାଳୀ ଖେଳାଳି। ଏଣୁ ସେ ଜାତୀୟ ଦଳରେ ଖେଳୁଛନ୍ତି। ସବୁଠାରୁ ବଡ଼ କଥା ହେଲା ସେ ଉଲ୍ଲେଖନୀୟ ଷ୍ଟାଇଲରେ କ୍ୟାରିୟର ଆରମ୍ଭ କରିଛନ୍ତି। କିନ୍ତୁ ଆଗକୁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।
All Right Reserved By

ଖେଳ |

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

ହାଇଦ୍ରାବାଦ,୧୫।୧୦- ଚଳିତ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ପକ୍ଷରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ ବୋଲି ଜାତୀୟ ଚୟନ କମିଟି ଘୋଷଣା କରିଥିଲେ। 

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ନୂଆଦିଲ୍ଲୀ,୧୫।୧୦-  ଭେଟେରାନ ପୁରୁଷ ଖେଳାଳି ଲିଆଣ୍ଡର ପେସ ତାଙ୍କ ସାଥୀ ମଗୁଏଲ ଆଙ୍ଗେଲ ରେୟେସ ଭାରେଲା ସାଣ୍ଟୋ ଡୋମିନ୍‌ଗୋ ଓପନ ଟାଇଟଲ ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ। 

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

କାବୁଲ,୧୫।୧୦- ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହାଜରାତୁଲା ଜାଜାଇ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ଏକ ଟି୨୦ ମ୍ୟାଚ୍‌ର ଗୋଟିଏ ଓଭରରେ ୬ ଛକା ଲଗାଇଛନ୍ତି। 

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଜିଲା କ୍ୟାରମ ଆସୋସିଏଶନ (ବିଡିସିଏ) ଆନୁକୂଲ୍ୟରେ ୧୩ ଓ ୧୪ ତାରିଖ ଦୁଇଦିନଧରି ଅଲ୍‌ ଓଡ଼ିଶା ଓପନ କ୍ୟାରମ୍‌ ଚାମ୍ପିୟନଶିପ୍‌ ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରର ଜୟପ୍ରକାଶ ଦାସ ଖୋର୍ଦ୍ଧାର ଭି.ପୃଥ୍ବୀଙ୍କୁ ୧୪-୧୬, ୨୧-୯, ୨୫-୯ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି। 

ଆନ୍ତଃ ମହାବିଦ୍ୟାଳୟ ହକି: ନିଶ୍ୱାସ ଚାମ୍ପିୟନ

ଆନ୍ତଃ ମହାବିଦ୍ୟାଳୟ ହକି: ନିଶ୍ୱାସ ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ଓ୍ବର୍କ ଆଣ୍ଡ ସୋସିଆଲ୍‌ ସାଇନ୍ସେସ(ନିଶ୍ୱାସ) ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍ତଃ ମହାବିଦ୍ୟାଳୟ ପୁରୁଷ ହକି ଚାମ୍ପିୟନ ହୋଇଛି। ବାଣୀବିହାରଠାରେ ଅନୁଷ୍ଠିତ ଫାଇନାଲରେ ନିଶ୍ୱାସ ୪-୦ ଗୋଲରେ ଢେଙ୍କାନାଳ ମହାବିଦ୍ୟାଳୟକୁ ହରାଇ ଟାଇଟଲ ହାସଲରେ ହ୍ୟାଟ୍ରିକ କରିଛି। 

ରବିନ୍‌ସନ ଅରୁଣାଚଳ ଜୁନିୟର ଟିମ୍‌ ଟ୍ରେନର

ରବିନ୍‌ସନ ଅରୁଣାଚଳ ଜୁନିୟର ଟିମ୍‌ ଟ୍ରେନର

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଅରୁଣାଚଳ ପ୍ରଦେଶର ଯୁବ କ୍ରିକେଟରଙ୍କୁ ଫିଟ୍‌ ରଖିବା ପାଇଁ ଦାୟିତ୍ୱ ପାଇଛନ୍ତି ଓଡ଼ିଶାର ପଲ୍‌ ରବିନ୍‌ସନ। ୨୦୧୮-୧୯ ସିଜନ ପାଇଁ ରବିନସନ୍‌ ୧୬ ବର୍ଷରୁ କମ୍‌ ଦଳର ଟ୍ରେନର ନିଯୁକ୍ତ ହୋଇଛନ୍ତି।

ପ୍ରୋ-କବାଡ଼ି ଲିଗ୍‌: ପାଟନା ପାଇରେଟ୍ସ ବିଜୟୀ

ପ୍ରୋ-କବାଡ଼ି ଲିଗ୍‌: ପାଟନା ପାଇରେଟ୍ସ ବିଜୟୀ

ସୋନିପତ୍‌, ୧୫ା୧୦ (ପି.ଟି.)-ପ୍ରୋ କବାଡ଼ି ଲିଗ୍‌ରେ ରବିବାର ଅନୁଷ୍ଠିତ  ଜୋନ୍‌-ବି’ର ଏକ ମ୍ୟାଚରେ ପାଟନା ପାଇରେଟ୍ସ ବିଜୟୀ ହୋଇଛି। ଦଳ ୪୩-୩୭ରେ ୟୁପି ଯୋଦ୍ଧାସକୁ ହରାଇ ଦେଇଛି। ଏହି ବିଜୟ ଦ୍ୱାରା ଦଳ  ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ଅର୍ଜନ କରି ନିଜ ଜୋନ୍‌ରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ପେସ୍‌ଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ପେସ୍‌ଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୧୪ା୧୦ (ପି.ଟି.)-ଭାରତର ଭେଟେରାନ ଟେନିସ୍‌ ଷ୍ଟାର ଲିଆଣ୍ଡର ପେସ୍‌ ୨୦୧୮ସିଜନ ଚ୍ୟାଲେଞ୍ଜର ସ୍ତରରେ ତାଙ୍କ ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି। ରବିବାର ସେ ଓ ତାଙ୍କ ପାର୍ଟନର ମିଗୁଏଲ ଆଞ୍ଜେଲ ରିୟେସ-ଭାରେଲା ସାଣ୍ଟୋ ଡୋମିିଙ୍ଗୋ ଓପନ ଟ୍ରଫି ହାସଲ କରିଛନ୍ତି। 

ଜୋକୋଭିଚ୍‌ ଜିତିଲେ ଶାଂଘାଇ ମାଷ୍ଟର୍ସ

ଜୋକୋଭିଚ୍‌ ଜିତିଲେ ଶାଂଘାଇ ମାଷ୍ଟର୍ସ

ଶାଂଘାଇ, ୧୪ା୧୦ (ଏଏଫ୍‌ପି)-ନୋଭାକ ଜୋକୋଭିଚ୍‌ ଶାଂଘାଇ ମାଷ୍ଟର୍ସ ଟେନିସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ  ୯୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା କୋଏସିଆର ବୋର୍ନା କୋରିକ୍‌ଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। 

ଉମେଶଙ୍କୁ ୧୦ ଉଇକେଟ: ଟେଷ୍ଟ ସିରଜରେ ଭାରତର କ୍ଲିନ୍‌ ସୁଇପ୍‌

ଉମେଶଙ୍କୁ ୧୦ ଉଇକେଟ: ଟେଷ୍ଟ ସିରଜରେ ଭାରତର କ୍ଲିନ୍‌ ସୁଇପ୍‌

ହାଇଦ୍ରାବାଦ, ୧୪।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଦୁଇ ଦିନ ବାକି ଥାଇ ୧୦ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ଦୁଇ ମାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ଟେଷ୍ଟ ଫର୍ମାଟରେ ପ୍ରଥମଥର ପାଇଁ ୧୦ ଉଇକେଟ ସଫଳତା ହାସଲ କରିବା ସହ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।  

ମହିଳା କ୍ରିକେଟ: ଭାରତ ଏ’- ଅଷ୍ଟ୍ରେଲିଆ ଏ’ ପ୍ରଥମ ଦିନିକିଆ ଆଜି

ମହିଳା କ୍ରିକେଟ: ଭାରତ ଏ’- ଅଷ୍ଟ୍ରେଲିଆ ଏ’ ପ୍ରଥମ ଦିନିକିଆ ଆଜି

ମୁମ୍ବାଇ,୧୪।୧୦(ପି.ଟି.)-  ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ସୋମବାର ଭାରତ ଏ’ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ଏ’ ଦଳ ପରସ୍ପରକୁ ଭେଟିବେ। ସ୍ଥାନୀୟ ମୁମ୍ବାଇ- କୁର୍ଲା କମ୍ପ୍ଲେକ୍ସ ଫ୍ୟାସିଲିଟିରେ ଏହି ମ୍ୟାଚ ଖେଳାଯିବ। ଏହି ଭେନ୍ୟୁର ସିରିଜର ଦ୍ୱତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ଅକ୍ଟୋବର ୧୭ ଓ ୧୯ ତାରିଖରେ ଖେଳାଯିବ। ସିରିଜରେ ଘରୋଇ ଦଳରେ ବେଞ୍ଚ୍‌ ଷ୍ଟ୍ରେନ୍ଥର ପରୀକ୍ଷା ହେବ। ଭାରତୀୟ ଅଧିନାୟିକା ପୁନମ ରାଉତଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବୁ: ମନପ୍ରୀତ

ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବୁ: ମନପ୍ରୀତ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ବିଶ୍ୱକପ୍‌ ଓ ତା ପୂର୍ବରୁ ଓମାନରେ ଆସନ୍ତା ୧୮ରୁ ୨୮ ତାରିଖ ମଧ୍ୟରେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି  ଆୟୋଜନ ହେବାକୁ ଯାଉଛି। ଭାରତୀୟ ଦଳ ସୋମବାର ଅପରାହ୍ନରେ ଓମାନ ଯାତ୍ରା କରିବ। ଏହି ଟୁର୍ନାମେଣ୍ଟରେ ଭାରତର ଯୋଜନା ଓ ପ୍ରସ୍ତତି ନେଇ ମତ ରଖିଛନ୍ତି ଭାରତୀୟ ଅଧିନାୟକ ମନପ୍ରୀତ ସିଂ। ଚାମ୍ପିୟନ୍ସ ଟ୍ରଫିରେ ଆମେ ଡିଫେନ୍ସକୁ ଅଧିକ ଗୁରୁତ୍ୱ ଦେବୁ ବୋଲି ସେ କହିଛନ୍ତି।