ରାଜ୍ୟ | ସମ୍ବଲପୁର

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ବଲାଙ୍ଗୀର ଏସିଟିଓଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ବଲାଙ୍ଗୀର ଏସିଟିଓଙ୍କ ଘରେ ଭିଜିଲାନ୍‌ସ ଚଢ଼ାଉ
ବଲାଙ୍ଗୀର ଅଫିସ, ୧୧।୧୦- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ମିଳିତ ଭିଜିଲାନ୍ସ ଟିମ୍‌ ବଲାଙ୍ଗୀର ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର (ଏସିଟିଓ) ଧୀରେନ୍ଦ୍ରନାଥ ମିଶ୍ରଙ୍କ ମହାଲକ୍ଷ୍ମୀନଗର ବାସଭବନରେ ଗୁରୁବାର ସକାଳଠାରୁ ଚଢ଼ାଉ ଜାରି ରଖିଛି। ମଧ୍ୟାହ୍ନ ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍‌ ମିଶ୍ରଙ୍କ ଘରୁ ୪ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ୍‌ କରିଛନ୍ତି। ଏହାବାଦ୍‌ ତାଙ୍କର ୩ ମହଲା କୋଠାଘର, ବ୍ୟାଙ୍କ ଜମା, ବୀମା, ଅନ୍ୟାନ ସାମଗ୍ରୀ ମୂଲ୍ୟ ଆକଳନ ଜାରି ରଖିଛନ୍ତି। ମିଶ୍ର ବଲାଙ୍ଗୀର ବାଣିଜ୍ୟକର କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କମରସିଆଲ ଟ୍ୟାକ୍ସ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ସେ କଣ୍ଟାବାଞ୍ଜି ବାଣିଜ୍ୟ କର କାର୍ଯ୍ୟାଳୟର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ତାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ପକ୍ଷରୁ ଗୁରୁବାର  ସକାଳୁ ମିଶ୍ରଙ୍କ ଘରେ ଚଢ଼ାଉ କରାଯାଇଥିଲା। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲ, ଡିଏସ୍‌ପି ପରମେଶ୍ୱର କିଷାନ, ବୀରେନ୍ଦ୍ର କୁମାର ନାଏକଙ୍କ ସହ ଅନ୍ୟ ଷ୍ଟାଫ୍‌ ଚଢ଼ାଉ କରିଥିଲେ। ଭିଜିଲାନ୍ସ ପକ୍ଷରୁ ସମ୍ପତ୍ତି ମୂଲ୍ୟ ଆକଳନ ଜାରି ରହିଛି। 
All Right Reserved By

ରାଜ୍ୟ | ସମ୍ବଲପୁର

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ମିଶ୍ରଣପର୍ବ

ଭଞ୍ଜନଗର,୧୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା  ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ମଙ୍ଗଳବାର ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି।

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବ ମୁଁ ବି ଚାମ୍ପିୟାନ୍‌

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ମୁଁ ବି ଚାମ୍ପିୟାନ୍‌ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ନନ୍ଦିନୀପଲ୍ଲୀ ମୁଣ୍ଡାସାହି ବସ୍ତିରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ ଓ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ଏହା ଅନୁଷ୍ଠିତ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୨୩.୭୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୨(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ୪ ଜିଲାର ୫ଟି ବ୍ଲକ ପାଇଁ ୨୩.୭୨ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି।

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

୧୭ରେ କୋସଲ ମହାବନ୍ଦ, ଚା’ ଖଟିରୁ ଜନ ଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବିନେଇ ଆସନ୍ତା ୧୭ତାରିଖ କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ କୋସଲ ମହାବନ୍ଦ ଡାକରା ଦିଆଯାଇଛି।

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ଓକିଲଙ୍କ ଆନ୍ଦୋଳନକୁ ମହିଳାଙ୍କ ସମର୍ଥନ

ବରଗଡ଼ ଅଫିସ୍‌,୧୧।୧୨: ପଶ୍ଚିମ ଓଡ଼ିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଆନ୍ଦୋଳନ ଜୋର୍‌ ଧରି ବସିଛି। ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ସ୍ଥାନୀୟ କୋର୍ଟ ସମ୍ମୁଖରେ ଗଣଧାରଣା ଦେଇଛି। 

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

୧୭ରେ କୋସଲ ମହାବନ୍ଦ:ଚା’ ଖଟିରୁ ଜନଜାଗରଣ

ବରଗଡ଼ ଅଫିସ୍‌,୧୧।୧୨: ସ୍ବତନ୍ତ୍ର କୋସଲ ପ୍ରଦେଶ ଗଠନ ଦାବି ନେଇ ଆସନ୍ତା ୧୭ରେ କୋସଲ ରାଜ୍ୟ ସମନ୍ବୟ ସମିତି କୋସଲ ମହାବନ୍ଦ ଡାକରା ଦେଇଛି। ପୂର୍ବବର୍ଷ ଭଳି ଏଥର ମଧ୍ୟ ମହାବନ୍ଦକୁ ସଫଳ କରିବା ପାଇଁ ସମିତି ପକ୍ଷରୁ ପ୍ରସ୍ତୁତି ଚାଲିଛି। 

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ଦାବି ମାନିଲେନି ସରକାର, ରାଜରାସ୍ତାରେ କ୍ୟାନସର ପୀଡ଼ିତ

ବରଗଡ଼ ଅଫିସ୍‌,୧୧।୧୨: ବରଗଡ଼ ଜିଲାରେ କ୍ୟାନସର ହସପିଟାଲ ଦାବି ନେଇ ଆନ୍ଦୋଳନ ଜୋର ଧରିଛି। ଏହି କ୍ରମରେ ୟୁନାଇଟେଡ୍‌ ଫୋରମ ଫର୍‌ କ୍ୟାନସର ହସପିଟାଲ ପକ୍ଷରୁ ମଙ୍ଗଳବାର ସକାଳ ୧୦ଟାରୁ ବରଗଡ଼ ସହର ଉପକଣ୍ଠ ଟୋଲଗେଟ୍‌ଠାରେ ୫ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ ଆରମ୍ଭ ହୋଇଛି।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର/ଝରିଗାଁ,୧୧।୧୨(ବି.ପ୍ର./ସ୍ବ.ପ୍ର.)- ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲା ଝରିଗାଁ ଲ୍ୟାମ୍ପ୍ସ ସମ୍ପାଦକ ଗୟା ନାରାୟଣ ମାଟିଆଙ୍କ ଘର ସମେତ ୮ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ଚଢାଉ ଜାରି ରହିଛି ା

ସାନିଟାରି ନାପ୍‌କିନ ତିଆରି ପାଇଁ ସ୍ବତନ୍ତ୍ର ମେଶିନ

ସାନିଟାରି ନାପ୍‌କିନ ତିଆରି ପାଇଁ ସ୍ବତନ୍ତ୍ର ମେଶିନ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ପରିଚୟ ଫାଉଣ୍ଡେଶନ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ-୧୨ର ମିଳିତ ପ୍ରୟାସରେ ପ୍ରସ୍ତୁତ ଏକ ସାନିଟାରି ନାପକିନ୍‌ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ସୋମବାର ସ୍ଥାନୀୟ ଏକ ହୋଟେଲରେ ଲୋକାର୍ପିତ ହୋଇଯାଇଛି। ଗ୍ରାମାଞ୍ଚଳ ମହିଳାମାନଙ୍କୁ କମ୍‌ ଦାମ୍‌ରେ ସାନିଟାରି ନାପକିନ୍‌ ଯୋଗାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ମେଶିନ୍‌ ଆଗାମୀ ଦିନରେ କଲ୍ୟାଣପୁର ଅଞ୍ଚଳରେ ପ୍ରତିଷ୍ଠା ହେବ। କେବଳ ମହିଳାଙ୍କ ଦ୍ୱାରା ଚାଲିବାକୁ ଥିବା ଏହି ୟୁନିଟ୍‌ ମହିଳାମାନଙ୍କ ଋତୁସ୍ରାବଜନିତ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଡଟ୍‌ ଫେଷ୍ଟ୍‌: ଶ୍ରୋତାଙ୍କୁ ମତୁଆଲା କଲେ ଋତୁରାଜ

ଡଟ୍‌ ଫେଷ୍ଟ୍‌: ଶ୍ରୋତାଙ୍କୁ ମତୁଆଲା କଲେ ଋତୁରାଜ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ରକ୍‌, ପପ୍‌, ରୋମାଣ୍ଟିକ୍‌ ପରେ ସୁଫି ଓ କଓ୍ବାଲିର ଆସରକୁ ନେଇ ‘ଡଟ୍‌ ଫେଷ୍ଟ୍‌’ର ଦଶମ ସନ୍ଧ୍ୟା ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ଚିରାଚରିତ ଠାରୁ କିଛି ଭିନ୍ନ ଓ ନିଆରା ଶୁଣିବାର ଅବସର ପାଇଥିଲେ ସ୍ମାର୍ଟ ସିଟି ବାସିନ୍ଦା। ସୋମବାର ଡଟ୍‌ ଫେଷ୍ଟ୍‌ ମଞ୍ଚରେ ଜଲନ୍ଧରର ପ୍ରସିଦ୍ଧ ‘ନୁରାନ୍‌ ସିଷ୍ଟର୍ସ’ଙ୍କ ଉପସ୍ଥିତି ଆଣିଦେଇଥିଲା ଏକ ରୋମାଞ୍ଚକର ମାହୋଲ। କେବଳ ସାଧାରଣ ଶ୍ରୋତା ନୁହନ୍ତି, ଭାରତୀୟ ହକି ଟିମ୍‌ ମଧ୍ୟ ଏହି ଦୁଇ ସୁଫି କଣ୍ଠଶିଳ୍ପୀଙ୍କ ଗୀତକୁ ବେଶ୍‌ କିଛି ସମୟ ଧରି ଉପଭୋଗ କରିଥିଲେ।

ସରିଲା ‘ଭୁଫେଷ୍ଟୋ’: ହିମାଂଶୁଙ୍କ ଦାସ୍‌ତାନ୍‌, ସାୟରୀ ପେଡ଼ି

ସରିଲା ‘ଭୁଫେଷ୍ଟୋ’: ହିମାଂଶୁଙ୍କ ଦାସ୍‌ତାନ୍‌, ସାୟରୀ ପେଡ଼ି

ଭୁବନେଶ୍ୱର,୧୧।୧୨(ବ୍ୟୁରୋ)-ପ୍ରଥମ ଥର ପାଇଁ ତ୍ରୟୋଦଶ ଶତାବ୍ଦୀର ଊର୍ଦ୍ଦୁ ଲୋକକଥା ଓ କାହାଣୀ ଶୁଣିବାର ଅବସର ପାଇଥିଲେ ଭୁବନେଶ୍ୱରବାସୀ। କିଛି ମନଛୁଅଁା ଦାସ୍‌ତାନ୍‌ ସାଙ୍ଗକୁ ହୃଦୟଛୁଅଁା ସାୟରୀ, ଯାହାକୁ ନେଇ ସ୍ମାର୍ଟ ସିଟିକୁ ଆସିଥିଲେ ପ୍ରସିଦ୍ଧ ଷ୍ଟୋରିଟେଲର୍‌ ହିମାଂଶୁ ବାଜପେୟୀ। ଇଣ୍ଟରନ୍ୟାଶନାଲ ଷ୍ଟୋରି ଟେଲିଂ ଫେଷ୍ଟିଭାଲ ‘ଭୁଫେଷ୍ଟୋ’ର ଉଦ୍‌ଯାପନୀ ଦିବସର ମୁଖ୍ୟ ଆକର୍ଷଣ ଥିଲେ ବାଜପେୟୀ ଓ ତାଙ୍କ ‘ଦାସ୍ତାନଗୋୟୀ’।

ଶ୍ରୀମନ୍ଦିରରେ ଆସିପାରୁନି ସ୍ବଚ୍ଛତା: ଏବେ ବି ପଡୁଛି ପାନଛେପ ବିଭିନ୍ନ ସ୍ଥାନରେ ଉଡୁଛି ଗୁଟ୍‌ଖା ଖୋଳ

ଶ୍ରୀମନ୍ଦିରରେ ଆସିପାରୁନି ସ୍ବଚ୍ଛତା: ଏବେ ବି ପଡୁଛି ପାନଛେପ ବିଭିନ୍ନ ସ୍ଥାନରେ ଉଡୁଛି ଗୁଟ୍‌ଖା ଖୋଳ

ପୁରୀ ଅଫିସ, ୧୧ା୧୨: ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ଏବଂ ପରିଷ୍କାର ରଖିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି। ଏହାସତ୍ତ୍ବେ ଶ୍ରୀମନ୍ଦିର ପରିସରକୁ ସ୍ବଚ୍ଛ ରଖାଯାଇପାରୁନି। ଏବେ ବି ବିଭିନ୍ନ ସ୍ଥାନରେ ପଡୁଛି ପାନଛେପ। ବେଢା ପରିସର କେଉଁଠି ଗୁଟ୍‌ଖା ଜରି ଉଡୁଛି ତ ପୁଣି କେଉଁଠି ପାନଛେପକୁ ଘୋଡାଇବା ଲାଗି ଚୂନ ଓ ବ୍ଲିଚିଂ ପାଉଡର ପାଣି ପକାଯାଇଛି।