ମନୋରଞ୍ଜନ |

ଶ୍ରୀଦେବୀ ଭୂମିକାରେ ରାକୁଲ୍‌

ଶ୍ରୀଦେବୀ ଭୂମିକାରେ ରାକୁଲ୍‌
ମୁମ୍ବାଇ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌.ଟି. ରାମା ରାଓଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ଚାଲିଛି ଫିଚର୍‌ ଫିଲ୍ମ। ଏହାର ନାମ ରଖାଯାଇଛି ‘କଥାନାୟକୁଡୁ’। ଫିଲ୍ମର ଆଉ ଏକ ଛବି ବୁଧବାର ରିଲିଜ୍‌ ହୋଇଛି। ବଲିଉଡ୍‌ର ଚାନ୍ଦନୀ ତଥା ଚୁଲ୍‌ବୁଲି ନାୟିକା ଶ୍ରୀଦେବୀଙ୍କ ଫାଷ୍ଟ ଲୁକ୍‌କୁ ଏଥିରେ ଦେଖିବାକୁ ମିଳିଛି। ‘କଥାନାୟକୁଡୁ’ରେ ଶ୍ରୀଦେବୀ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ରାକୁଲପ୍ରୀତ୍‌। ନିଜେ ରାକୁଲ୍‌ ଏହାକୁ ଟୁଇଟର୍‌ରେ ଶେୟାର୍‌ କରିଛନ୍ତି। ଦର୍ଶକେ ପସନ୍ଦ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। 
  ପ୍ରତୀକ୍ଷିତ ଏନ୍‌ଟିଆର୍‌ଙ୍କ ବାୟୋପିକ୍‌ରେ ନିଜ ଭୂମିକା ସମ୍ପର୍କରେ ଏକ ସାକ୍ଷାତ୍‌କାରରେ ରାକୁଲ କହିଛନ୍ତି, ଏପର୍ଯ୍ୟନ୍ତ ଯାହାକିଛି ଚରିତ୍ରରେ ଅଭିନୟ କରିଛନ୍ତି ସେ ସବୁଠୁ ଏହି ଚରିତ୍ର ଭିନ୍ନ ଏବଂ ଚ୍ୟାଲେଞ୍ଜ୍‌ ଭରା। କାରଣ ଶ୍ରୀଦେବୀ ହେଉଛନ୍ତି ଜଣେ କିମ୍ବଦନ୍ତୀ କଳାକାର। ତାଙ୍କୁ କୋଟି କୋଟି ସିନେପ୍ରେମୀ ଭଲ ପାଉଥିଲେ ଏବଂ ପାଉଛନ୍ତି। ସେ ନିଜେ ମଧ୍ୟ ଶ୍ରୀଦେବୀଙ୍କ ବଡ଼ ଫ୍ୟାନ୍‌ ଏବଂ ବଲିଉଡ୍‌ର ମହାନାୟିକାଙ୍କ ଚରିତ୍ର ପରଦାରେ ରୂପାନ୍ତରିତ କରିବା ତାଙ୍କ ପାଇଁ ଦାୟିତ୍ୱର ବିଷୟ। ନିର୍ମାତା, ନିର୍ଦ୍ଦେଶକ ତାଙ୍କ ଉପରେ ଯେଉଁ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହା ପୂର୍ଣ୍ଣ କରିପାରିବେ ବୋଲି ରାକୁଲ୍‌ ଆଶା ରଖିଛନ୍ତି।  କ୍ରିଶ୍‌ଙ୍କ ନିର୍ଦ୍ଦେଶନାରେ ତିଆରି ଚାଲିଥିବା ‘କଥାନାୟକୁଡୁ’ରେ ଏନ୍‌ଟିଆର୍‌ ଭୂମିକାରେ ଅଭିନୟ କରିଛନ୍ତି ନନ୍ଦାମୁରୀ ବାଲକ୍ରିଷ୍ଣା। ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ତେଲୁଗୁ ଫିଲ୍ମ ଜଗତରେ ପଦାର୍ପଣ କରିବାକୁ ଯାଉଛନ୍ତି। ଫିଲ୍ମଟି ୨୦୧୯ ଜାନୁୟାରୀ ୯ରେ ମୁକ୍ତିଲାଭ କରିବ। 
All Right Reserved By

ମନୋରଞ୍ଜନ |

ନଭେମ୍ବରରେ ପଡ଼ିବ ହାତଗଣ୍ଠି

ନଭେମ୍ବରରେ ପଡ଼ିବ ହାତଗଣ୍ଠି

ଖୁବ୍‌ଶୀଘ୍ର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂଙ୍କ ହାତଗଣ୍ଠି ପଡ଼ିବ। ନଭେମ୍ବରରେ ଦୁହେଁ ବିବାହ କରିବାକୁ ଯାଉଥିବା ରବିବାର ଘୋଷଣା କରିଛନ୍ତି।

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ରିଲ୍‌ରୁ ରିଅଲ୍‌ ଯୋଡ଼ି ହେବେ ରଣବିର-ଦୀପିକା

ବମ୍ବେ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରିଲ ଲାଇଫ୍‌ ଯୋଡ଼ି ହେବେ ରିଅଲ୍‌ ଲାଇଫ୍‌ ଯୋଡ଼ି। ବାଜା ବାଜିବ। ବାଣ ଫୁଟିବ। ମିଛମିଛିକା ନୁହେଁ ବରଂ ସତସତିକା ବିବାହ ହେବ। ସାମିଲ ହେବେ ବଲିଉଡର ନାମିଦାମୀ ତାରକା, କ୍ରିଡ଼ାବ୍ୟକ୍ତିତ୍ୱ, ରାଜନେତା ଏବଂ ଶିଳ୍ପପତି। ଏହି ବିବାହ ପାଇଁ ବେଶି ସମୟ ମଧ୍ୟ ଆଉ ନାହିଁ। ଚଳିତ ବର୍ଷ ନଭେମ୍ବର ୧୪ ଓ ୧୫ ତାରିଖରେ ହେବାକୁ ଯାଉଛି ବି-ଟାଉନ୍‌ର ଚର୍ଚ୍ଚିତ ଯୋଡ଼ି ଦୀପିକା ପାଦୁକୋନ ଓ ରଣବିର ସିଂହଙ୍କ ବାହାଘର। 

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ଅର୍ଜ୍ଜୁନଙ୍କୁ ଜୀବନସାଥୀ କରିବେ କି ପରିଣିତି

ମୁମ୍ବାଇ: ବଲିଉଡ ନାୟକ ଅର୍ଜ୍ଜୁନ କପୁର ଓ ନାୟିକା ପରିଣିତି ଚୋପ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନିକଟରେ ଏମାନଙ୍କ ଯୋଡିକୁ ନେଇ ନିର୍ମାଣ କରାଯାଇଥିବା ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ ଦର୍ଶକଙ୍କ ମନକୁ ଛୁଇଁ  ନଥିବା ବେଳେ ଏବେ କିନ୍ତୁ ଏମାନଙ୍କ ଅଫ୍‌ ସ୍କ୍ରିନ୍‌ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଉଛି। 

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ନିଜ ଯାଦୁରେ ମଲାଇକାଙ୍କୁ ଚକିତ କଲେ ଭୁବନେଶ୍ୱରର ବିଷ୍ଣୁ

ବମ୍ବେ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ ଶନିବାରଠାରୁ ଆରମ୍ଭ ହୋଇଛି। ବିଶେଷକରି ଦେଶର ବିଭିନ୍ନ ପ୍ରାନ୍ତରୁ କିଛି ନିଆରା କଳା ଶିଖିଥିବା ବ୍ୟକ୍ତିବିଶେଷମାନଙ୍କୁ ନେଇ ଏହି ଶୋ’ ଆଗକୁ ଯିବ। ସଙ୍ଗୀତ, ନୃତ୍ୟ, ମ୍ୟାଜିକ୍‌ ବା ଯାଦୁ ଆଦି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅଜଣା ବ୍ୟକ୍ତିତ୍ୱମାନଙ୍କୁ ଲୋକଲୋଚନକୁ ଆଣିବା ଏହାର ଲକ୍ଷ୍ୟ। ତେବେ ଏହାର ପ୍ରଥମ ଏପିସୋଡ୍‌ରେ କମାଲ କରିଛନ୍ତି ଜଣେ ଓଡ଼ିଆ।

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ଅନୁଙ୍କ ଉପରେ #ମିଟୂ ପ୍ରହାର; ଇଣ୍ଡିଆନ୍‌ ଆଇଡଲ ଶୋ’ରୁ ବାହାର କଲା ସୋନି

ବମ୍ବେ: ବଲିଉଡରେ #ମିଟୂ କ୍ୟାମ୍ପେନ୍‌ ଏବେ ଶୀର୍ଷ ପର୍ଯ୍ୟାୟରେ। ଦିନକୁ ଦିନ ଏହାର ଜାଲରେ ଫସୁଛନ୍ତି ବଡ଼ ବଡ଼ ସେଲିବ୍ରିଟି। ଘଟଣା ସାମ୍ନାକୁ ଆସିବା ପରେ ସେମାନଙ୍କୁ କରୁଥିବା ପ୍ରୋଜେକ୍ଟରୁ ବାହାର କରିଦିଆଯାଉଛି। ଏହି କ୍ରମରେ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କ ଉପରେ #ମିଟୂ ପ୍ରହାର ପଡ଼ିଛି। 

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଅଭିନୟକୁ ଭଲ ପାଉଥିତ୍ବା ଅଭିନେତା

ଯାତ୍ରାଜଗତର ଜଣେ ସଫଳ କଳାକାର ହେଉଛନ୍ତି ରାମ ନାୟକ। ତାଙ୍କ ସଫଳତା ପଛର ସବୁଠୁ ବଡ଼ କାରଣ ହେଉଛି, ସେ କେବଳ ଅଭିନୟକୁ ଭଲପାଆନ୍ତି।

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ଯାତ୍ରା: ସୁଶାନ୍ତ କାବେରୀ - ଲଭ୍‌ ଷ୍ଟୋରି

ସୁଶାନ୍ତଙ୍କ ଘର ଅନୁଗୋଳ। ଅନ୍ୟମାନଙ୍କ ପରି ସେ ଥିଲେ ଜଣେ ସାଧାରଣ ଯାତ୍ରା ଦର୍ଶକ। ଅନୁଗୋଳକୁ ଯେତେ ଯାତ୍ରାପାର୍ଟି ଆସୁଥିଲା, ସେ ସବୁଠି ଯାତ୍ରା ଦେଖୁଥିଲେ।

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ନୂଆ ପର୍ଯ୍ୟାୟ

ଗର୍ଭଧାରଣ ମହିଳାଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ। ଘନିଷ୍ଠ ବାନ୍ଧବୀ ମେଘାନ ମର୍କଲେ ଗର୍ଭଧାରଣ କରିଥିବା ବିଷୟ ଶୁଣିବା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁସି ପ୍ରକଟ କରିବା ସହିତ ଏହା କହିଛନ୍ତି। 

କେବଳ  ନୀରବତା

କେବଳ ନୀରବତା

ଏବେ ଆଲିୟା ଗୋଟିଏ କଥାକୁ ନେଇ ନୀରବ ରହିବାକୁ ଉଚିତ ମଣୁଛନ୍ତି। ଯେତେ ପଚାରିଲେ ମଧ୍ୟ ତାଙ୍କ ପାଟିରୁ ଏ ନେଇ ଗୋଟିଏ ଶବ୍ଦ ବାହାରୁ ନାହିଁ। 

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି-ନୀଲମଙ୍କ ପ୍ରେମ କାହାଣୀ

ବବି ଦେଓଲଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ହିନ୍ଦୀ ସିନେମା ‘ବରସାତ୍‌’ରେ। ନିଜ କ୍ୟାରିୟର ଆରମ୍ଭ ଅବସ୍ଥାରେ ସେ ପ୍ରେମରେ ପଡିଯାଇଥିଲେ। 

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା-ସୋନମ ତୁ ତୁ ମେଁ ମେଁ

କଙ୍ଗନା ରାଣାଓ୍ବତ ବନାମ ସୋନମ କପୁର। ଦୁହିଁଙ୍କ ଭିତରେ କଥା କଟାକଟି ଚରମ ସୋପାନରେ ପହଞ୍ଚତ୍ଛି। ଏପଟୁ ପଦେକୁ ସେପଟୁ ପଦେ। ଏଭଳି ତୁ ତୁ ମେଁ ମେଁ ଥମିବାର ନଁା ନେଉନାହିଁ। 

କଥା ୨୪ ଘଣ୍ଟାର

କଥା ୨୪ ଘଣ୍ଟାର

ପ୍ରେମ ଏଭଳି ଏକ ଜିନିଷ ଯାହା କେତେବେଳେ ଆରମ୍ଭ ହୁଏ ଏବଂ ତାହାର ଶେଷ କିପରି ହୁଏ ଆକଳନ କରିବା ସହଜ ନୁହେଁ। ଗୋଟିଏ କାମରେ ଯାଇଥିବା ବେଳେ ଯୁବକଟି ପ୍ରେମ ଜାଲରେ ଫସିଯାଉଛି।