

ଖେଳ |

ଗୁରୁକୁଳ ୫୦କେ ଟେନିସ ଆରମ୍ଭ: କ୍ୱାର୍ଟରରେ ଅଂଶୁ, ଅମୃତଜୟ, ଚିନ୍ମୟ
ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ମଙ୍ଗଳବାରଠାରୁ ଏଆଇଟିଏ-ଓଟିଏ ପୁରୁଷ ୫୦କେ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। କ୍ରମାଗତ ଦ୍ୱିତୀୟ ଥରପାଇଁ ଏଠାରେ ଅନୁଷ୍ଠିତ ପୁରୁଷ ୫୦କେ ଟେନିସ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ଗଗଲ ସ୍ପୋଟର୍ସ ଖେଳାଳିଙ୍କୁ କୋଚିଂ ଦେବ ଜାଇକା
ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)-କ୍ରୀଡ଼ା କ୍ଷେତ୍ରରେ ଲୁକ୍କାୟିତା ପ୍ରତିଭାଙ୍କୁ ଠାବ କରିବା ଏବଂ ସେମାନଙ୍କ ପ୍ରତିଭାର ବିକାଶ ପାଇଁ କାର୍ଯ୍ୟ କରୁଥିବା ଗଗଲ ସ୍ପୋଟର୍ସ ଟ୍ରଷ୍ଟକୁ ଏବେ ସହାୟତାର ହାତ ବଢ଼ାଇଛି ଜାପାନ ଇଣ୍ଟରନ୍ୟାଶନାଲ କୋପରେଶନ ଏଜେନ୍ସି (ଜାଇକା)। ଗଗଲ ସ୍ପୋଟର୍ସ ୨୦୧୧ରୁ ପ୍ରତିଷ୍ଠା ହୋଇଥିଲେ ହେଁ ଗତ ଏକ ବର୍ଷ ହେଲା ପବ୍ଲିକ୍ ଟ୍ରଷ୍ଟଭାବେ ପଞ୍ଜୀକୃତ ହୋଇଛି।

ଏଏଫ୍ସି-ବି କୋଚ୍ ହେଲେ ମନ୍ଜୁର
ଭୁବନେଶ୍ୱର, ୨୦।୨(ସ୍ପୋଟର୍ସ ବ୍ୟୁରୋ)- ଫୁଟ୍ବଲ କୋଚ୍ ସେକ୍ ମନ୍ଜୁର ଏଏଫ୍ସି-ବି କୋଚ୍ ମାନ୍ୟତା ପାଇଛନ୍ତି। ସେ ସଫଳତାର ସହ ଏଏଫ୍ସି-ସି କୋଚିଂ କୋର୍ସ କ୍ଲିୟର କରିଛନ୍ତି। କଟକସ୍ଥିତ ଓଡ଼ିଶା ହୋମଗାର୍ଡରେ କାର୍ଯ୍ୟରତ ଥିବା ମନ୍ଜୁରଙ୍କ ଏହି ସଫଳତା ଲାଗି ଫୁଟ୍ବଲ ଆସୋସିଏଶନ ଅଫ୍ ଓଡ଼ିଶା (ଫାଓ) ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।

୭୪ତମ ରାଜ୍ୟ ପୋଲିସ ହକି ଉଦ୍ଘାଟିତ: ରାଉରକେଲା ପୋଲିସ ବିଜୟୀ
ରାଉରକେଲା ଅଫିସ,୨୦।୨- ବିଜୁ ପଟ୍ଟନାୟକ ଇସ୍ପାତ ଷ୍ଟାଡିୟମରେ ମଙ୍ଗଳବାର ରାଜ୍ୟ ପୋଲିସ ହକି ଟୁର୍ନାମେଣ୍ଟର ୭୪ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ ରାଉରକେଲା ପୋଲିସ ଓ କୋରାପୁଟ ଓଏସ୍ଏପି ଟିମ୍ ମଧ୍ୟରେ ଖେଳାଯାଇଥିଲା।

ସର୍ବଭାରତୀୟ ରାୟ ସାହେବ ଫୁଟବଲ: ଓଡ଼ିଶା ପୋଲିସକୁ ହରାଇଲା ମିଦିନାପୁର
ବାଲେଶ୍ୱର ଅଫିସ, ୨୦।୨- ବାଲେଶ୍ୱର ଜିଲା ଆଥଲେଟିକ ଆସୋସିଏଶନ ଆନୁକୂଲ୍ୟରେ ପରମିଟ ପଡ଼ିଆରେ ସର୍ବଭାରତୀୟ ରାୟ ସାହେବ ପ୍ରଫୁଲ୍ଲ ଚନ୍ଦ୍ର ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସରେ ମିଦିନାପୁରର ସୁବାଷ କର୍ନର ଟିମ୍ ବିଜୟୀ ହୋଇଛି।

‘ହାର୍ଦ୍ଦିକଙ୍କଠାରୁ ଷ୍ଟୋଇନିସ ଉନ୍ନତ’
ମୁମ୍ବାଇ, ୨୦ା୨ (ପି.ଟି.)-ଭାରତର ଉଦୀୟମାନ ଅଲ୍ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ତୁଳନାରେ ତାଙ୍କ ଦେଶର ମାର୍କସ ଷ୍ଟୋଇନିସ୍ ଉନ୍ନତ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଓପନର ମାଥ୍ୟୁ ହେଡେନ ମତ ବ୍ୟକ୍ତ କରିଛନ୍ତି।

୨୦୩୨ ଅଲିମ୍ପିକ୍ସ ପାଇଁ ବିଡ୍ ଦାଖଲ କଲା ଇଣ୍ଡୋନେସିଆ
ଜାକର୍ତ୍ତା,୨୦ା୨ (ଏଏଫ୍ପି)- ଇଣ୍ଡୋନେସିଆ ୨୦୩୨ ଅଲିମ୍ପିକ୍ସ ଆୟୋଜନ ଲାଗି ଏକ ବିଡ୍ ଦାଖଲ କରିଛି। ଗତବର୍ଷ ଏହି ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଫଳତାର ସହ ଏସିଆନ ଗେମ୍ସ ଆୟୋଜନ କରିବା ପରେ ଉଚ୍ଚ ପ୍ରଶଂସିତ ହୋଇଥିଲା।

ନବ ଦାସ ସ୍ମାରକୀ ଟି୨୦: ସେମିରେ ଜ୍ୟୋତି, ରାମେଶ୍ୱର
ଭୁବନେଶ୍ୱର, ୨୦।୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ ବିଜେବି କଲେଜ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ନବ ଦାସ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ଜ୍ୟୋତି ମୋଟର୍ସ ଓ ରାମେଶ୍ୱର ସ୍ପୋର୍ଟିଂ ବିଜୟ ହାସଲ କରିଛନ୍ତି।

ଏଏଫ୍ସି ବି କୋଚ୍ ନିପେନ୍ଦ୍ର
ଭୁବନେଶ୍ୱର,୨୦।୨(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶାର ନିପେନ୍ଦ୍ର କୁମାର ଦାସ ଏଏଫ୍ସି ବି କୋଚିଂ କୋର୍ସରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବେ ସେ ଭୁବନେଶ୍ୱର ସ୍ଥିତ ଅଫିସ୍ ଅଫ୍ ଏକାଉଣ୍ଟାଣ୍ଟ ଜେନେରାଲରେ କାର୍ଯ୍ୟ କରୁଛନ୍ତି।

ହକି ଇଣ୍ଡିଆ ଜାତୀୟ ଜୁନିୟର ପୁରୁଷ ଚାମ୍ପିୟନଶିପ୍: ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର ବିଜୟୀ
ଭୁବନେଶ୍ୱର,୨୦।୨(ସ୍ପୋଟର୍ସ ବ୍ୟୁରୋ)- ମହାରାଷ୍ଟ୍ରର ଓ୍ୟୌରଙ୍ଗାବାଦ୍ର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) କ୍ୟାମ୍ପସ୍ରେ ଚାଲିଥିବା ୯ମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିୟନଶିପ୍ ଡିଭିଜନ ଏ’ ପ୍ରତିଯୋଗିତାରେ ମଙ୍ଗଳବାର ହକି ଓଡ଼ିଶା, ହକି ଛତିଶଗଡ଼, ମଧ୍ୟ ପ୍ରଦେଶ ହକି ଏକାଡେମୀ ଓ ହକି ବିହାର ସେମାନଙ୍କୁ ପୁଲ ମ୍ୟାଚ୍ରେ ବିଜୟୀ ହୋଇଛନ୍ତି।
ଜାତୀୟ ସବ୍- ଜୁନିୟର ରେସଲିଂ: ହରିୟାଣା ଓଭରଅଲ୍ ଟିମ୍ ଚାମ୍ପିୟନ୍
ଭୁବନେଶ୍ୱର,୨୦।୨(ସ୍ପୋଟର୍ସ ବ୍ୟୁରୋ)- ଓଡ଼ିଶା ରେସଲିଂ ଆସୋସିଏଶନ ଆନୁକୂଲ୍ୟରେ କଟକର ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଚାଲିଥିବା ୩୮ତମ ଫି ଷ୍ଟାଇଲ୍, ଗ୍ରୀକୋ- ରୋମାନ ଷ୍ଟାଇଲ୍ ଓ ୨୨ତମ ବାଳିକା ଫ୍ରି ଷ୍ଟାଇଲ୍ ସବ୍- ଜୁନିୟର ଜାତୀୟ ରେସଲିଂ ଚାମ୍ପିୟନଶିପ୍ ଦ୍ୱିତୀୟ ଦିବସରେ ପହଞ୍ଚିଛି।

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ନିଖାତ, ମୀନା ସ୍ବର୍ଣ୍ଣ ଜିତିଲେ
ନୂଆଦିଲ୍ଲୀ, ୧୯।୨(ପି.ଟି.)- ବୁଲ୍ଗେରିଆର ରାଜଧାନୀ ସୋଫିଆଠାରେ ଚାଲିଥିବା ଷ୍ଟ୍ରାଣ୍ଡଜା ମେମୋରିଆ ବକ୍ସିଂ ଟୁର୍ନାମେଣ୍ଟରେ ଭାରତରୁ ଦୁଇ ମହିଳା ପ୍ରତିଯୋଗୀ ନିଖାଥ ଜରୀନ ଓ ମୀନା କୁମାରୀ ଦେବୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।