ରାଜ୍ୟ |

ନ ଆସି କ୍ଷମା ମାଗିଲେ ଅଭିଜିତ୍‌, ଗୃହ କମିଟି ନିକଟରେ ୨୩ରେ ହାଜର ହେବାକୁ ପୁଣି ନୋଟିସ୍‌

ନ ଆସି କ୍ଷମା ମାଗିଲେ ଅଭିଜିତ୍‌, ଗୃହ କମିଟି ନିକଟରେ ୨୩ରେ ହାଜର ହେବାକୁ ପୁଣି ନୋଟିସ୍‌
ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ସ୍ବାଧିକାର ଭଙ୍ଗ ମାମଲାରେ ବାଚସ୍ପତିଙ୍କୁ ଚିଠି ଲେଖି କ୍ଷମାପ୍ରାର୍ଥନା କରିଛନ୍ତି ଓଡ଼ିଶାର କୋଣାର୍କ ଓ ଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ରଖିଥିବା ଅଭିଜିତ୍‌ ଆୟାର ମିତ୍ର। ଗୁରୁବାର ମିତ୍ର ବିଧାନସଭା ଗୃହ କମିଟି ନିକଟରେ ହାଜର ହୋଇଥାନ୍ତେ। ମାତ୍ର ସେ ହାଜର ନ ହେବାରୁ ଗୃହ କମିଟି ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଗୃହ କମିଟି ବୈଠକରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଗୃହ କମିଟି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୂଚନା ଦେଇଛନ୍ତି। 

ଗୁରୁବାର ନରସିଂହଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ ବସିଥିଲା। ମିତ୍ର ଗୃହ କମିଟି ନିକଟରେ ହାଜର ହେବାକୁ ଥିବା ବେଳେ ସେ ଆସି ନ ଥିଲେ। ଅନ୍ୟପକ୍ଷେ ମିତ୍ର ବିଧାନସଭା ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ଏକ ଚିଠି ଲେଖି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ବୈଠକ ପରେ ନରସିଂହ କହିଛନ୍ତି, ଅଭିଜିତ୍‌ ଗୋଟିଏ ଇ-ମେଲ କରି କମିଟି ନିକଟରେ ଉପସ୍ଥିତ ରହିବେ ବୋଲି ଜଣାଇଥିଲେ। ପରେ ଆଉ ଗୋଟିଏ ମେଲ କରି ନିଜ ଭୁଲ ପାଇଁ କ୍ଷମା ମାଗିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ‘ମୁଁ ଅକ୍ଷମଣୀୟ ଭୁଲ କରିଛି। ସେଥିପାଇଁ ମୁଁ କ୍ଷମା ମାଗୁଛି। ମୋତେ କ୍ଷମା ଦିଆଯାଉ।’ ତେବେ ଓଡ଼ିଶାରେ ବାତ୍ୟା ହେବ ବୋଲି ପ୍ରଚାର ହେବା ଯୋଗୁ ହୁଏତ ସେ ଆସିନାହାନ୍ତି ବୋଲି ନରସିଂହ କହିଛନ୍ତି। 

ସୂଚନାଯୋଗ୍ୟ, ଓଡ଼ିଶା ବିିଧାୟକମାନଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ମିତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦିଆଯାଇଥିଲା। ସେହିପରି ଓଡ଼ିଶାର କୋଣାର୍କ ଓ ଜଗନ୍ନାଥ ମନ୍ଦିର ସମ୍ପର୍କରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ସେ ଗିରଫ ମଧ୍ୟ ହୋଇଥିଲେ।
All Right Reserved By

ରାଜ୍ୟ |

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

ଆଜି ମା’ମଙ୍ଗଳାଙ୍କ ସିଂହବାହିନୀ ବେଶ

କାକଟପୁର, ୧୫।୧୦(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମା’ମଙ୍ଗଳାଙ୍କ ମନ୍ଦିରରେ ଚାଲୁ ରହିଛି ଶାରଦୀୟ ପାର୍ବଣ ପୂଜା। ସୋମବାର ପବିତ୍ର ସପ୍ତମୀ ତିଥି। ପାରମ୍ପରିକ ପ୍ରଥାନୁସାରେ ରାତିରେ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ  ହେବ। ମନ୍ଦିର ଉତ୍ତର ଦ୍ୱାରରେ ଭଜନ ସମାରୋହ ଅନୁଷ୍ଠିତ ହେବ ବୋଲି ସେବକ ପ୍ରଦୀପ ପଣ୍ଡା ପ୍ରକାଶ କରିଛନ୍ତି। 

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

ନଭେମ୍ବର ୧ ରୁ ଡିଜିଟାଲ ପେମେଣ୍ଟ

କଟକ ଅଫିସ, ୧୫।୧୦: ପରିବହନ ବିଭାଗ ପକ୍ଷରୁ ନଭେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା। ଏ ନେଇ ସୋମବାର ରାଜ୍ୟ ସରକାର ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମଧରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁୁ ପୂଜା ଭେଟି: ବଢିଲା ଦୁଇ ପ୍ରତିଶତ ମହଙ୍ଗା ଭତ୍ତା

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ଭୋଗୀ ଙ୍କ ପାଇଁ ରାଜ୍ୟ ସରକାର ଦୁଇ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି।

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ହିଂସା, ଆଉ ୮ ଗିରଫ

ପୁରୀ ଅଫିସ,୧୫|୧୦: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ନେଇ ହୋଇଥିବା ପୁରୀ ହିଂସାରେ ଗିରଫଦାରି ସଂଖ୍ୟା ୭୭ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୬୯ ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ଆଉ ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। 

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ପରମ୍ପରା ପଛର କାହାଣୀ : ଭଗବତୀ ପୀଠରେ ପ୍ରତୀକ ନରବଳି

ଖୋର୍ଦ୍ଧା ଅଫିସ,୧୫।୧୦: ଖୋର୍ଦ୍ଧା ଜିଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀ। ଏଠାରେ କାହିଁ କେଉଁ କାଳରୁ ଶାରଦୀୟ ଦୁର୍ଗାପୂଜାରେ ନରବଳି ଦିଆଯାଉଥିଲା। 

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଐଶ୍ୱର୍ଯ୍ୟା, ରମନ୍‌ଙ୍କୁ ‘ଟ୍ରେଣ୍ଡ୍‌ସ ଷ୍ଟାଇଲ ଆଇକନ ଆଓ୍ବାର୍ଡ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ଅନ୍ତର୍ଜାତୀୟ ଫ୍ୟାଶନ ବ୍ରାଣ୍ଡ ‘ଟ୍ରେଣ୍ଡ୍‌ସ’ ପକ୍ଷରୁ ରବିବାର ‘ଷ୍ଟାଇଲ ଆଇକନ-୨୦୧୮’ ଗ୍ରାଣ୍ଡ ଫିନାଲେର ବିଜେତା ଘୋଷଣା କରାଯାଇଛି। 

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ପ୍ରଫେସରଙ୍କଠାରୁ ୧.୩୫ ଲକ୍ଷ ଲୁଟ୍‌ ଘଟଣା: ଏତଲା ନକଲ ପାଇଁ ୪ଦିନ ଦୌଡ଼ିଲେଣି

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କୌଣସି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ ଏତଲାର ନକଲ ଅଭିଯୋଗକାରୀଙ୍କୁ ପ୍ରଦାନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାତିଲେ ଲୁଟେରା:୨୪ ଘଣ୍ଟାରେ ୬ ଲୁଟ୍‌

ମାତିଲେ ଲୁଟେରା:୨୪ ଘଣ୍ଟାରେ ୬ ଲୁଟ୍‌

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପୂଜା ଘଡିରେ ରାଜଧାନୀରେ ମାତିଛନ୍ତି ଲୁଟେରା। ରାଜଧାନୀର ୟୁନିଟ୍‌-୧ ମାର୍କେଟ, ମାର୍କେଟ ବିଲ୍ଡିଂ ଅଞ୍ଚଳ ଏବଂ ନୟାପଲ୍ଲୀ ଅଞ୍ଚଳରେ ଶନିବାର ସନ୍ଧ୍ୟାରୁ ରବିବାର ସନ୍ଧ୍ୟା ମଧ୍ୟରେ ୬ଟି ଲୁଟ୍‌ ଘଟଣା ଘଟିଛି। ଲୁଟେରାମାନେ ପର୍ସ ଓ ମୋବାଇଲ୍‌ ଲୁଟି ନେଇଛନ୍ତି। 

ଟ୍ରେନ୍‌ରୁ ଖସି ମହିଳା ମୃତ

ଟ୍ରେନ୍‌ରୁ ଖସି ମହିଳା ମୃତ

ବାରଙ୍ଗ,୧୫।୧୦(ଡି.ଏନ୍‌.ଏ.)-ମଞ୍ଚେଶ୍ୱର ଜିଆର୍‌ପି ଫାଣ୍ଡି ଅଧୀନ କଳାରାହାଙ୍ଗ ଗ୍ରାମ ନିକଟ ରେଲଓ୍ବେ ଫାଟକଠାରେ ଟ୍ରେନ୍‌ରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଝଲସିଲାଣି ପୂଜାମଣ୍ଡପ: ଆଜି ମହାଷଷ୍ଠୀ

ଝଲସିଲାଣି ପୂଜାମଣ୍ଡପ: ଆଜି ମହାଷଷ୍ଠୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଜଗଜ୍ଜନନୀ। ମା’ଙ୍କ ଆଗମନରେ ଚାରିଆଡ଼େ ଆନନ୍ଦ, ଉତ୍ସବର ମାହୋଲ। ପାର୍ବଣର ମହକରେ ପୁରପଲ୍ଲୀ ମହକି ଉଠୁଥିବା ବେଳେ ସୋମବାରଠାରୁ ମଣ୍ଡପରେ ଆରମ୍ଭ ହେଉଛି ମା’ଙ୍କ ମହାଷଷ୍ଠୀ ପୂଜା।

ବାଲେଶ୍ୱର ଅବକାରୀ ବିଭାଗର ଚଢାଉ: ୯ ମଦ ବେପାରୀ ଗିରଫ, ୭୦ ଲିଟର ଚୋରା ମଦ ଜବତ

ବାଲେଶ୍ୱର ଅବକାରୀ ବିଭାଗର ଚଢାଉ: ୯ ମଦ ବେପାରୀ ଗିରଫ, ୭୦ ଲିଟର ଚୋରା ମଦ ଜବତ

ରୂପ୍‌ସା/ଜଳେଶ୍ୱର, ୧୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାର ପୃଥକ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୯ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସଦର ବ୍ଲକ ଓ ରୂପ୍‌ସା ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ଜଣ ମହିଳାଙ୍କ ସମେତ ୪ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ  ୭୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ ହୋଇଛି।

ଜମି ଫାଟି ଆଁ, ଆହାର ଢୋକି ପାରୁନି ଧାନ: ଚାଷୀଙ୍କ ମୁଣ୍ଡ ବ୍ୟଥା

ଜମି ଫାଟି ଆଁ, ଆହାର ଢୋକି ପାରୁନି ଧାନ: ଚାଷୀଙ୍କ ମୁଣ୍ଡ ବ୍ୟଥା

 ନୂଆପଡା ଅଫିସ,୧୪ା୧୦: ପ୍ରତିବର୍ଷ ନୂଆପଡା ଜିଲାରେ ଚାଷୀ ମରୁଡି, ବନ୍ୟା ପରିସ୍ଥିତିର ଶିକାର ହେଉଛି। ଗତ ବର୍ଷ ମରୁଡିରେ ସର୍ବସ୍ବାନ୍ତ ହୋଇଥିବା ଚାଷୀ ଏହି ବର୍ଷ ବମ୍ପର କ୍ରପ ପାଇବ ବୋଲି ଆଶା ରଖିଥିଲା । ବର୍ଷା ବି ଠିକ ହେଲା । ହେଲେ ଠିକ୍‌ ସମୟରେ ବର୍ଷା ହେଲାନାହିଁ। ଏବେ ଧାନକ୍ଷେତରେ ପାଣି ନାହିଁ।  ମାଟି ଫାଟି ଆଁ କରିଥିବାବେଳେ ଧାନ ଆହାର ଢୋକି ପାରୁନାହିଁ । କେଣ୍ଡା ଶୁଖିଯାଉଛି। ଏଭଳି କ୍ଷେତ୍ରରେ ଚଳିତ ବର୍ଷ ଧାନ ଠିକ୍‌ ଭାବେ ଉପତ୍ାଦନ ହେବା ଆଶା ମଉଳି ଯାଉଛି । ପ୍ରବଳ ଖରା ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି ।