ମେଟ୍ରୋ |

ଘରୁ ଲୁଚି ଯାତ୍ରା ଦେଖିବାକୁ ପଳାଉଥିଲି

ଘରୁ ଲୁଚି ଯାତ୍ରା ଦେଖିବାକୁ ପଳାଉଥିଲି
ଯାତ୍ରା ଓ ସିନେମା ପ୍ରତି ମୋର ବହୁ ଦୁର୍ବଳତା ଥିଲା। ସ୍କୁଲରେ ପାଠ ପଢ଼ିବା ବେଳେ ଘରୁ ଲୁଚି ଗଁାରେ ହେଉଥିବା ଅପେରା ଓ କଲେଜରେ ପଢ଼ିଲା ବେଳେ ସିନେମା ହଲ୍‌କୁ ଯିବା ମୋର ଅଭ୍ୟାସ ଥିଲା। ଏଥିପାଇଁ ବାପାଙ୍କଠାରୁ ଗାଳିମାଡ଼ ଖାଇଛି। ସମୟ ବଦଳିଗଲା। ସାଂସାରିକ ଜୀବନ ସହିତ କର୍ମକ୍ଷେତ୍ର ପ୍ରଶସ୍ତ ହୋଇଗଲା। ଇଚ୍ଛା ଥିଲେ ବି ଆଉ ସିନେମା କି ଯାତ୍ରା ଦେଖିବାର ସୁଯୋଗ ମିଳୁନି। ଏହି କଥା କହିଛନ୍ତି ରାଜ୍ୟର ଜଣାଶୁଣା ପ୍ରାଣୀଧନ ଗବେଷକ ତଥା ଚିକିତ୍ସକ ଡା. ବୀରକିଶୋର ପରିଡ଼ା। କେନ୍ଦ୍ରାପଡ଼ା ଜିଲା ବାଲିପାଟଣା ପଞ୍ଚାୟତ ଡାମରପୁର ଗ୍ରାମରେ ୧୯୬୩ରେ ତାଙ୍କର ଜନ୍ମ। ଖତୁଚନ୍ଦ୍ର ପରିଡ଼ା ଓ ଜାନକୀଲତାଙ୍କ ଚତୁର୍ଥ ସନ୍ତାନ ବୀରକିଶୋର ରାଜ୍ୟପାଳଙ୍କଠାରୁ ସ୍ବର୍ଣ୍ଣପଦକ ଓ ମୁଖ୍ୟମନ୍ତ୍ରୀଙ୍କଠାରୁ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏବେ ସେ ପ୍ରାଣୀ ସମ୍ପଦ ନିର୍ଦ୍ଦେଶାଳୟରେ ଉପନିର୍ଦ୍ଦେଶକ (ରୋଗ ନିୟନ୍ତ୍ରଣ) ଭାବେ କାର୍ଯ୍ୟରତ। ବୀରକିଶୋରଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚରା ଯାଇଥିବା କେତୋଟି ପ୍ରଶ୍ନ।
ପ୍ରଥମ ଦରମା କ’ଣ କରିଥିଲେ?
୧୯୮୬ରେ ସୁନ୍ଦରଗଡ଼ ଜିଲା ସବ୍‌ଡେଗାଠାରେ କନିଷ୍ଠ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଯୋଗ ଦେଇଥିଲି। ସେତେବେଳେ ମାସିକ ବେତନ ୧୧୨୦ ଟଙ୍କା ଥିଲା। ପ୍ରଥମ ମାସର ଦରମା ଟଙ୍କା ବାପାଙ୍କୁ ଦେଇଥିଲି। ସେଥିରେ ଠାକୁର ପୂଜା କରାଯାଇଥିଲା। 
କେଉଁ ରଙ୍ଗକୁ ଭଲ ପାଆନ୍ତି?
ସବୁଜ ରଙ୍ଗ ମୋର ବହୁତ ପସନ୍ଦ। କିନ୍ତୁ ଅନ୍ୟ ରଙ୍ଗକୁ ମୁଁ ଘୃଣା କରେନାହିଁ। 
ପୁସ୍ତକ ପଢନ୍ତି?
ନିଜେ ପଢିବା ସହିତ ଲେଖାଲେଖି ମଧ୍ୟ କରିଥାଏ। ବିଶେଷକରି ମନୋଜ ଦାସ, ପ୍ରତିଭା ରାୟଙ୍କ ପୁସ୍ତକ ମୋତେ ବେଶ୍‌ ଆନନ୍ଦ ଦେଇଥାଏ। ଏବେ ମନୋଜ ଦାସଙ୍କ ଅମୃତ ଫଳ ଓ ଆକାଶର ଇସାରା ପୁସ୍ତକ ପଢ଼ା ଶେଷ କରିଛି। ସମ୍ପ୍ରତି ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପଢୁଛି। ଏହାବାଦ୍‌ ଦୂରଦର୍ଶନରେ ପ୍ରସାରିତ ପରସମଣି ଧାରାବାହିକରେ ମୁଁ ନିଜେ ଅଭିନୟ କରିବା ସହିତ ରଚନା ଓ ନିର୍ଦ୍ଦେଶନା ମଧ୍ୟ ଦେଇଛି। 
ରୋଷେଇ ଜାଣନ୍ତି?
ରୋଷେଇରେ ମୁଁ ସିଦ୍ଧହସ୍ତ। ଅରୁଆ, ଡାଲମାଠାରୁ ଆରମ୍ଭ କରି ମଟନ୍‌, ଚିକେନ ସବୁ ରୋଷେଇ ଜାଣିଛି। ଖାସ୍‌କରି ରୋଷେଇରେ ସ୍ତ୍ରୀଙ୍କ ସହିତ ମୋର ପ୍ରତିଯୋଗିତା ହୋଇଥାଏ। 
ପସନ୍ଦର ଅଭିନେତା, ଅଭିନେତ୍ରୀ କିଏ?
ଓଡ଼ିଆରେ ଉତ୍ତମ ମହାନ୍ତି, ଅପରାଜିତା ଆଉ ହିନ୍ଦୀରେ ଅମିତାଭ ବଚ୍ଚନ ଓ ଶ୍ରୀଦେବୀଙ୍କ ଅଭିନୟ ମୋର ବହୁତ ପସନ୍ଦ।
ଗୀତ ଶୁଣନ୍ତି?
ଗୀତ ଶୁଣିବା ପ୍ରତି ମୋର ବହୁତ ଆଗ୍ରହ। ଅକ୍ଷୟ ମହାନ୍ତିଙ୍କ ପ୍ରତ୍ୟେକ ଗୀତ ମୋତେ ଆନନ୍ଦ ଦେଇଥାଏ। 
ଲଭ୍‌ ନା ଆରେଞ୍ଜ ମ୍ୟାରେଜ୍‌?
ସମ୍ପୂର୍ଣ୍ଣ ଆରେଞ୍ଜ। ବାପା ମା’ଙ୍କ ଚଏସ୍‌କୁ ସମ୍ମାନ ଜଣାଇ ମୁଁ କନ୍ୟା ଦେଖିବାକୁ ମଧ୍ୟ ଯାଇ ନ ଥିଲି। ୧୯୮୭ ଜାନୁୟାରୀ ୨୩ରେ କେନ୍ଦୁଝର କଲେଜରୋଡ୍‌ର ଅଞ୍ଜନା ବିଶ୍ୱାଳଙ୍କୁ ବିବାହ କରିଥିଲି।
ମାର୍କେଟିଂ କରନ୍ତି?
ମାର୍କେଟିଂ ତ ମୋର ସଉକ। ପ୍ରତ୍ୟେକ ଦିନ ଅଫିସରୁ ଫେରିବା ସମୟରେ ଅଞ୍ଜନାଙ୍କ ବରାଦ ଅନୁଯାୟୀ ପନିପରିବାଠାରୁ ଆରମ୍ଭ କରି ଡ୍ରେସ୍‌ପତ୍ର ଘରକୁ ନେଇଥାଏ। କିନ୍ତୁ ଛୁଟିଦିନରେ ଅଞ୍ଜନା ମୋ ସହିତ ମାର୍କେଟିଂ କରନ୍ତି। 
ସ୍ତ୍ରୀଙ୍କ କେଉଁ ଗୁଣ ଆପଣଙ୍କୁ ଭଲ ଲାଗେ ?
ସେ ଜଣେ ଦାୟିତ୍ୱସମ୍ପନ୍ନ ମହିଳା। ଘର ଚଳାଇବା ସହିତ ମୋର ୩ ପିଲାଙ୍କୁ ମଣିଷ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ବଡ଼ ଝିଅ ଜଣେ ଡାକ୍ତର, ସାନ ଝିଅ ବୈଷୟିକ ଶିକ୍ଷା ପାଇଁ ଅଧ୍ୟୟନରତ। ଏକମାତ୍ର ପୁଅ ରେଭେନ୍‌ଶାରେ ବିଜ୍ଞାନ ବିଭାଗ ଛାତ୍ର।
ଜୀବନର କିଛି ଅଭୁଲା କଥା?
୨୦୦୩ରେ ମୁଁ ନୟାଗଡ଼ ଜିଲାର ରଣପୁରଠାରେ ସହକାରୀ ପ୍ରାଣୀ ଚିକିତ୍ସକ ଥାଏ। ନୟାଗଡ଼ରୁ ଏକ ମିଟିଂ ସାରି ବସ୍‌ ଯୋଗେ ରଣପୁର ଫେରୁଥାଏ। ବୋଲଗଡ଼ ପରେ ପରେ ହଠାତ୍‌ ବସ୍‌ଟି ରାସ୍ତାକଡ଼କୁ ଓଲଟିଥିଲା। ବସ୍‌ରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥାଆନ୍ତି। ହଠାତ୍‌ କେହି କିଛି ବୁଝିପାରି ନ ଥିଲେ। ସୌଭାଗ୍ୟବଶତଃ ଯଦିଓ କାହାରି ମୃତ୍ୟୁ ଘଟି ନ ଥିଲା, କିନ୍ତୁ ଅନେକେ ଖଣ୍ଡିଆଖାବରା ହୋଇ ଗୁରୁତର ହୋଇଥିଲେ। କିନ୍ତୁ ମୋ ଦେହରୁ ମଳିଚମଟିଏ ଉଠି ନ ଥିଲା। ସେହି କଥା ମନେ ପଡ଼ିଗଲେ ମୋ ଦେହ ଶୀତେଇ ଉଠିଥାଏ। ଭଗବାନଙ୍କ ନିକଟରେ ସେଥିପାଇଁ ଚିରଋଣୀ।
All Right Reserved By

ମେଟ୍ରୋ |

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି। 

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

୨୦ଜଣଙ୍କୁ ‘ଓଡ଼ିଶା ଉତ୍କର୍ଷ ସମ୍ମାନ’

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଓଡ଼ିଆ ମିଡିଆ ପକ୍ଷରୁ ପ୍ରଥମ ଥର ପାଇଁ ସୋମବାର ରବୀନ୍ଦ୍ର ମଣ୍ଡପଠାରେ ‘ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୮’(ଓଡ଼ିଶା ଏକ୍ସିଲେନ୍ସ ଆଓ୍ବାର୍ଡ) ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ଅବଦାନ ରଖୁଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଭଳି ପ୍ରୟାସ ବାସ୍ତବରେ ସ୍ବାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

ଆଇଆଇଓ୍ବାଇଡି ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ଅଭିଯାନ

କୋଣାର୍କ, ୧୫।୧୦(ଡି.ଏନ୍‌.ଏ.)-  କୋଣାର୍କ ଏନଏସି ଅଧିନସ୍ଥ ଚନ୍ଦ୍ରଭାଗା ନୋଳିଆ ବସ୍ତିଠାରେ ସୋମବାର ଆଇଆଇୱାଇଡି ସାମାଜିକ ସଂଗଠନ ପକ୍ଷରୁ ପ୍ଳାଷ୍ଟିକ ମୁକ୍ତ ସର୍ଭେ ଅଭିଯାନ ଆରମ୍ଭ କରାଯାଇଛି। 

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଯାଜପୁୁର ଏକତା ମଞ୍ଚର ସତ୍ୟାଗ୍ରହ: ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, ୧୫।୧୦(ବ୍ୟୁରୋ)- ପାଣିକୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ନିର୍ମାଣ, ପୁଷ୍ପଗିରିଠାରେ ଅନ୍ତର୍ଜାତୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନ, କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ନିଯୁକ୍ତି, ଜିଲାର ସମସ୍ତ ଭୂମିହୀନଙ୍କୁ ଜମି ଓ ବାସହୀନଙ୍କୁ ଗୃହ ପ୍ରଦାନ, ଚଣ୍ଡିଖୋଲଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଅଶୋଧିତ ତୈଳ ବିଶୋଧନାଗାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଆଦି ୫ ଦଫା ଦାବି ନେଇ ସୋମବାର ରାଜଭବନ ସମ୍ମୁଖରେ ଯାଜପୁର ଏକତା ମଞ୍ଚ ପକ୍ଷରୁ ଏକ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି।

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ବାଣ୍ଟିଲେ ପ୍ରସାଦ ହରିଚନ୍ଦନ

କଣାସ, ୧୫।୧୦(ସ୍ବ.ପ୍ର.)-କଣାସ ବ୍ଲକରେ ପ୍ରବାହିତ ହେଉଥିବା ମଲାଗୁଣିନଦୀର ମାଙ୍କଡଖିଆଠାରେ ଘାଇହୋଇ ଦିବ୍ୟସିଂହପୁର ଗ୍ରାମପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି।