ଫୁରସତ |

ମୁମ୍ବାଇ ଗଲେ ଅମିତାଭ ବଚ୍ଚନଙ୍କ ଘର ଆଗରେ ମୁଣ୍ଡିଆ ମାରେ

ମୁମ୍ବାଇ ଗଲେ ଅମିତାଭ ବଚ୍ଚନଙ୍କ ଘର ଆଗରେ ମୁଣ୍ଡିଆ ମାରେ
‘ରକତେ ଲେଖିଛି ନଁା’ ଚଳଚ୍ଚିତ୍ର ଜରିଆରେ ଶିଶୁ କଳାକାର ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ସ୍ବରାଜ ବାରିକ। ଏହାପରେ ସେ ‘ସମୟ ହାତରେ ଡୋରି’, ‘ଛାତି ଚିରିଦେଲେ ତୁ’,  ‘ଆକାଶେ କି ରଙ୍ଗ ରାଗିଲା’ ଭଳି  ଚଳଚ୍ଚିତ୍ରରେ ଶିଶୁ କଳାକର ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପରଦାରେ ନାୟକ ଭାବେ ପ୍ରଥମ ଫିଲ୍ମରୁ ହିଁ ଅଭୂତପୂର୍ବ ଭଲପାଇବା ସାଉଁଟିଛନ୍ତି। ଏଯାବତ୍‌ ସେ ୨ଟି ନାଟକ, ୬ ଧାରାବାହିକ, ୨୧ ଚଳଚ୍ଚିତ୍ର(୧୯ଟିରେ ଶିଶୁ କଳାକାର ଓ ୨ଟିରେ ମୁଖ୍ୟ ନାୟକ ଭାବେ)ରେ ଅଭିନୟ କରିଛନ୍ତି। ସ୍ବରାଜଙ୍କ ସହ ‘ଧରିତ୍ରୀ’ ପକ୍ଷରୁ ଆଳାପ।

ପ୍ରଥମ ଫିଲ୍ମ ଅଫର କିପରି ପାଇଥିଲେ ?
ଏକ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ସେଥିରେ ମୁଁ ଦ୍ୱିତୀୟ ହୋଇଥିଲି। ସେହି ପ୍ରତିଯୋଗିତାରେ ପ୍ରଥମ ୭ଜଣଙ୍କୁ ହର ପଟ୍ଟନାୟକ ସାର ତାଙ୍କ ଆସନ୍ତା ଫିଲ୍ମ ‘ପାଗଳ ପ୍ରେମୀ’ରେ ଅଭିନୟ କରିବା ପାଇଁ କହିଥିଲେ। ‘ପାଗଳ ପ୍ରେମୀ’ ପାଇଁ ମୁଁ ଅଡିଶନ୍‌ ଦେଇଥିଲି। କିନ୍ତୁ ସେହି ଫିଲ୍ମ ଶୁଟିଂ ସମୟରେ ‘ରକତେ ଲେଖିଛି ନଁା’ ପାଇଁ ଅଫର ମିଳିଲା ଓ ଏହି ଫିଲ୍ମଟି ମୋର ପ୍ରଥମେ ରିଲିଜ୍‌ ହୋଇଥିଲା।
‘ସମୟ ହାତରେ ଡୋରି’ ଚଳଚ୍ଚିତ୍ର ପାଇଁ ରାଜ୍ୟସ୍ତରୀୟ ଶିଶୁ କଳାକାର ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାହାର କ’ଣ ଅନୁଭୂତି ରହିଛି?
ତାହା ମୋ କ୍ୟାରିୟରର ଏକ ଟର୍ନିଂ ପଏଣ୍ଟ ଥିଲା। ବହୁତ ଖୁସି ଲାଗିଥିଲା। କୌଣସି ପୁରସ୍କାର ଯେତିକି ଖୁସି ଦିଏନି ଦର୍ଶକଙ୍କ ତାଳି ତା’ଠାରୁ ଅଧିକ ଖୁସି ଦେଇଥାଏ। ତେଣୁ ପୁରସ୍କାର ପାଇବା ସମୟରେ ଓ ସେହି ମଞ୍ଚରେ କିଛି କହିବା ସମୟରେ ଦର୍ଶକ ଯେଉଁ ତାଳି ମାରିଥିଲେ, ତାହା ମୋତେ ଅଧିକ ଖୁସି ଦେଇଥିଲା।
ଶିଶୁ କଳାକାରରୁ ମୁଖ୍ୟ ଅଭିନେତାର ଯାତ୍ରା କିପରି ହେଲା?
ସ୍ବପ୍ନ ଥିଲା ମୁଁ ଫିଲ୍ମରେ ହିରୋ ହେବି। କିନ୍ତୁ କେବେ ଜାଣି ନ ଥିଲି ଯେ ହିରୋ ହୋଇପାରିବି। କାରଣ ଶିଶୁ କଳାକାର ସମୟରେ ଯେତେବେଳେ ମୁଁ ଧୀରେ ଧୀରେ ବଢ଼ିଲି ମୋର ଫିଗର ବହୁତ ଅଡ୍‌ ଦିଶୁଥିଲା। ତେଣୁ ମନରେ ଦ୍ୱନ୍ଦ୍ୱ ଥିଲା ଯେ ମୋତେ ଅଫର ମିଳିବ କି ନାହିଁ। କିନ୍ତୁ ଭଗବାନଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ମୋତେ ସୁଯୋଗ ଦେଇଥିଲା।
ମୁଖ୍ୟ ନାୟକ ଭାବେ ପ୍ରଥମ ଫିଲ୍ମ ପାଇଁ ସୁଯୋଗ କିପରି ପାଇଥିଲେ?
ଯଦିଓ ମୋର ପ୍ରଥମ ଫିଲ୍ମ ‘ତୁ ମୋ ଲଭ୍‌ ଷ୍ଟୋରି’ ପରଦାକୁ ଆସିଥିଲା, କିନ୍ତୁ ସୁଶାନ୍ତ ମଣିଙ୍କ ଫିଲ୍ମ ‘ଲୈଲା ଓ ଲୈଲା’ରେ ମୋତେ ପ୍ରଥମେ ଅଫର ମିଳିଥିଲା। କିନ୍ତୁ ଫିଲ୍ମଟି ନିର୍ମାଣ ହେବାରେ ବିଳମ୍ବ ହୋଇଥିଲା। ସେହି ସମୟ ଭିତରେ ‘ତୁ ମୋ ଲଭ୍‌ ଷ୍ଟୋରି’ର ସୁଯୋଗ ମିଳିଥିଲା ଓ ତା’ର ଆଗ ଶୁଟିଂ ଶେଷ ହୋଇଥିଲା। ତେବେ ଛୋଟ ବେଳୁ ତାପସ ସରଗରିଆ ସବୁବେଳେ ମୋତେ ଗାଇଡାନ୍ସ କରୁଥିଲେ। କ’ଣ କଲେ ମୁଁ ଅଭିନେତା ହୋଇପାରିବି ସେ ଦିଗରେ ଟିପ୍ସ ଦେଉଥିଲେ। ସୁଶାନ୍ତ ମଣି ସାର ‘ଲୈଲା ଓ ଲୈଲା’ର ଲୁକ୍‌ ଟେଷ୍ଟିଂ ପାଇଁ ମୋତେ ଡାକିଥିଲେ। ସେହି ଫିଲ୍ମର କାହାଣୀ ଅନୁଯାୟୀ ଜଣେ ଟିନ୍‌ ଏଜ୍‌ର ଲୁକ୍‌ ଯେପରି ହେବା କଥା ମୋର ସେଭଳି ଥିଲା। ତେଣୁ ସେ ମୋତେ ବାଛିଥିଲେ।
ଶିଶୁ କଳାକାର ସ୍ବରାଜ ଓ ମୁଖ୍ୟ ଅଭିନେତା ସ୍ବରାଜ ଭିତରେ କ’ଣ ଫରକ ଅଛି ?
ଛୋଟବେଳେ ବି ମୁଁ ଫିଲ୍ମର କାହାଣୀ ଦେଖି ଅଭିନୟ କରୁଥିଲି ଓ ଏବେ ମଧ୍ୟ ତାହା କରୁଛି। ସେତେବେଳେ ଅଭିନୟ ପ୍ରତି ଗୁରୁତ୍ୱ ଦେଉଥିଲି, ଏବେବି ଦେଉଛି। ଖାଲି ଏତିକି ଫରକ ଯେ, ବୟସ ଓ ଉଚ୍ଚତା ବଢ଼ିଯାଇଛି।
‘ଲୈଲା ଓ ଲୈଲା’ ସିନେମାର ‘ଶୁକୁଟି ସାହୁ’ ଗୀତଟି ଆପଣଙ୍କୁ ଅଧିକ ଲୋକପ୍ରିୟ କରିଥିଲା। ଏନେଇ କ’ଣ କହିବେ?
ସେ ଗୀତଟି ମାର୍କେଟ୍‌କୁ ନେଇ ହୋଇଥିଲା। ଗୀତଟି ପ୍ରଥମେ ଫିଲ୍ମରେ ନ ଥିଲା। କିନ୍ତୁ ୟୁଟ୍ୟୁବ୍‌ରେ ଦର୍ଶକଙ୍କ ଭଲପାଇବା ଯେତେବେଳେ ମିଳିଲା ତା’ପରେ ତାକୁ ଫିଲ୍ମରେ ରଖାଯାଇଥିଲା। ଆଜି ପର୍ଯ୍ୟନ୍ତ ଯେଉଁଠି ବି ମୁଁ ଷ୍ଟେଜ୍‌ ଶୋ’ କରିଛି ସବୁଠି ଏହି ଗୀତର ଡିମାଣ୍ଡ ଥାଏ। ଏହି ଗୀତ ପାଇଁ ବହୁତ ଭଲପାଇବା ମିଳିଛି। ଅଭିନେତା ହିସାବରେ ନିଜକୁ ଲକି ଫିଲ୍‌ କରୁଛି ଯେ ଏଭଳି ଏକ ଗୀତରେ ମୁଁ କାମ କରିଛି।
କେଉଁ ଅଭିନେତାଙ୍କ ଅଭିନୟ  ପ୍ରେରଣା ଯୋଗାଇଛି?
ସେମିତି କେହି ଜଣେ ନାହାନ୍ତି। ଭିନ୍ନ ଭିନ୍ନ କଳାକାରଙ୍କଠାରୁ ମୁଁ ଭିନ୍ନ ଭିନ୍ନ କଥା ଶିଖିଥାଏ। ବଲିଉଡ୍‌ରେ ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌, ଗୋବିନ୍ଦା, ଅମିର ଖାନ୍‌, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ବାବୁସାନ ମୋର ପସନ୍ଦ। ତେବେ ଏକ ଅପ୍ରିୟ ସତ ହେଉଛି, ଯେବେ ବି ମୁଁ ବମ୍ବେ ଯାଏ ଅମିତାଭ ବଚ୍ଚନ ଓ ଶାହରୁଖ ଖାନଙ୍କ ଘର ସାମ୍ନାରେ ମୁଣ୍ଡିଆ ମାରିକି ଆସେ। କାରଣ ଏହି ଦୁହିଁଙ୍କୁ ମୁଁ ଗୁରୁ ବୋଲି ମାନିଥାଏ। ତାଙ୍କଠାରୁ ବହୁତ କିଛି ଶିଖିଛି।
ପୁରୁଣା ଫିଲ୍ମରେ ଯେଉଁଭଳି କାହାଣୀ ରହୁଥିଲା, ତାହା ଏବେକାର ଫିଲ୍ମରେ ଦେଖିବାକୁ ମିଳୁ ନ ଥିବା କୁହାଯାଉଛି। ଏନେଇ କ’ଣ କହିବେ?
ମୋ ମତରେ ଏଥିରେ ଦର୍ଶକ କିମ୍ବା ସିନେମା ଇଣ୍ଡଷ୍ଟ୍ରି କାହାର ବି ଭୁଲ ନୁହେଁ। ସମୟ ସହିତ ତାଳ ଦେଇ ଯିବା ଦରକାର। ଗୋଟେ ସମୟ ଥିଲା, ବାହାରୁ ବହୁତ ପ୍ରଯୋଜକ ଆସି ଯାହା ଚାହିଁଲେ ଫିଲ୍ମ କଲେ। ଯେଉଁଥିପାଇଁ ଆମ ସିନେମା ଜଗତ ଯେଉଁ ସ୍ତରରେ ଥିଲା ତାହା ରହିଲା ନାହିଁ। କିନ୍ତୁ ୨୦ ସିନେମା ଖରାପ ହେଉଥିଲେ ନିଶ୍ଚିତ ଭାବେ ୧୫ ଭଲ ସିନେମା ବାହାରୁଛି। ତେଣୁ ମୁଁ କହିବି ଯେ, ସମସ୍ତେ ଓଡ଼ିଆ ଫିଲ୍ମ ଦେଖନ୍ତୁ, ଭଲପାଆନ୍ତୁ ଓ ସର୍ପୋଟ କରନ୍ତୁ। ଦିନେ ନା ଦିନେ ଓଡ଼ିଆ ଫିଲ୍ମ ମଧ୍ୟ ବହୁତ ଆଗକୁ ଯିବ।
ଭବିଷ୍ୟତରେ କେଉଁ ଅଭିନେତ୍ରୀଙ୍କ ସହ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି ?
ନିକିତାଙ୍କ ସହିତ କାମ କରିବାକୁ ଚାହିଁବି। ଯଦି ସେଭଳି କିଛି ଷ୍ଟୋରି ମିଳେ ତେବେ ଅର୍ଚ୍ଚିତା ଦିଦିଙ୍କ ସହିତ କାମ କରିବି।
କେଉଁଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରିବେ?
ଅଳ୍ପ ପଛେ ହେଉ ଯେଉଁ ବି ଫିଲ୍ମ କରିବି ଭଲରେ କରିବାକୁ ଚାହିଁବି। ଭିନ୍ନ ଭିନ୍ନ ଚରିତ୍ରରେ ମୁଁ ଅଭିନୟ କରିବା ପାଇଁ ଚେଷ୍ଟା କରିବି। ଗୋଟିଏ ଚରିତ୍ରରେ ଅଭିନୟ କଲେ ଆଗକୁ ବଢ଼ିପାରିବି ନାହିଁ।
ଶୁଟିଂ ସେଟ୍‌ର କିଛି ଅନୁଭୂତି?
ଶୁଟିଂ ସେଟ୍‌ରେ ସେଭଳି କିଛି ଅନୁଭୂତି ନାହିଁ। କିନ୍ତୁ ନିକଟରେ ଏକ ଶୋ’ରେ ମୁଁ ଶିବାନୀଙ୍କ ସହିତ ନାଚୁଥିଲାବେଳେ ଆଣ୍ଠୁରୁ ଚକି ଖସି ଯାଇଥିଲା। ବହୁତ କଷ୍ଟ ହୋଇଥିଲା। କିନ୍ତୁ ମୁଁ ନାଚିଥିଲି।  ମୁଁ ଅଢ଼େଇମାସ ପାଇଁ ଚିକିତ୍ସାଧୀନ ଅବସ୍ଥାରେ ରହିଲି।
ଅପ୍‌କମିଙ୍ଗ ପ୍ରୋଜେକ୍ଟ କ’ଣ ରହିଛି?
ସନ୍‌ମିରାଙ୍କ ସହିତ ନଭେମ୍ବର ୨୩ରେ ମୋର ‘ଲଭ୍‌ ଏକ୍ସପ୍ରେସ୍‌’ ଫିଲ୍ମ ରିଲିଜ୍‌ ହେଉଛି। ଯାହାର ଟ୍ରେଲର ଓ ଗୀତ ଦଶହରାରେ ଛଡ଼ାଯିବ। ନୂଆବର୍ଷରେ ଶିବାନୀଙ୍କ ସହ ‘ଦିଲ୍‌ ମୋର ମାନେନା’ ଚଳଚ୍ଚିତ୍ର ଆସିବ। 
କ୍ୟାରିୟରକୁ ନେଇ ଅନ୍ୟ କିଛି ଇଚ୍ଛା ଅଛି?
ଭବିଷ୍ୟତରେ ଲ’ କରି ଭଲ ପଦବୀରେ ଚାକିରି କରିବାର ଇଚ୍ଛା ଅଛି। ତେବେ ଅଭିନୟ କେବେ ଛାଡ଼ିବି ନାହିଁ।
ସମୟ ମିଳିଲେ କ’ଣ କରିବାକୁ ପସନ୍ଦ କରନ୍ତି ?
ଶିରିଡ଼ି ଯାଇ ଚୁଟି କାଟିବା ପାଇଁ ଅଧିକ ପସନ୍ଦ କରେ।
କ’ଣ ଖାଇବାକୁ ପସନ୍ଦ କରନ୍ତି?
ଦହି ମୋତେ ବହୁତ ପସନ୍ଦ। ତେଣୁ ଦହିର ସବୁକିଛି ଆଇଟମ୍‌ ମୋତେ ଖାଇବାକୁ ଭଲଲାଗେ।
All Right Reserved By

ଫୁରସତ |

 ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଯୁବକ ଗିରଫ

ଚାଇନାର ସାଂଘାଇରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମହିଳାଙ୍କ ଅନ୍ତଃବସ୍ତ୍ର ଚୋରି କରି ଜଣେ ଯୁବକ ଗିରଫ ହୋଇଛନ୍ତି। ଗିରଫ ପରେ ନିଜ ଭୁଲ ମଧ୍ୟ ସ୍ବୀକାର କରିଛନ୍ତି ଯୁବକ।

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଯେଉଁଠି ଆଳତି ହେଲେ ମନ୍ଦିରକୁ ଆସନ୍ତି ଭାଲୁ

ଛତିଶଗଡର ମହାସମୁନ୍ଦ୍‌ ଜିଲାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଆଳତି ଦେଖିବା ପାଇଁ ଭାଲୁମାନେ ଆସିଥାନ୍ତି। ଘୁଞ୍ଚାପାଲି ଗ୍ରାମରେ ରହିଛି ଚଣ୍ଡି ଦେବୀଙ୍କ ମନ୍ଦିର।

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।