ମେଟ୍ରୋ |

ଦୁଇ ଯୁବକଙ୍କ ଅଭିନବ ପ୍ରୟାସ: ବିନା ପାଣିରେ ଚମକୁଛି ଗାଡ଼ି

ଦୁଇ ଯୁବକଙ୍କ ଅଭିନବ ପ୍ରୟାସ: ବିନା ପାଣିରେ ଚମକୁଛି ଗାଡ଼ି
ଦିନକୁ ଦିନ କାର୍‌ ସଂଖ୍ୟା ବଢିଚାଲିଥିବା ବେଳେ ଏଥିପାଇଁ ପ୍ରଦୂଷଣର ମାତ୍ରା ମଧ୍ୟ ବଢିବାରେ ଲାଗିଛି। କେବଳ ଏତିକି ନୁହେଁ, କାର୍‌ ଧୋଇବା ପାଇଁ ପ୍ରତିଦିନ ଖର୍ଚ୍ଚହେଉଛି ବିପୁଳ ପାଣି। ଗୋଟିଏ ପଟେ ଜଳାଭାବ ସମସ୍ୟା ସମଗ୍ର ବିଶ୍ୱକୁ ଘାରିଥିବା ବେଳେ ଏପଟେ ଗାଡ଼ି ଧୋଇବା ଲାଗି ଏତେ ପାଣି ଅପଚୟ କରିବା ଅନେକଙ୍କୁ ଚିନ୍ତାରେ ପକାଇଛି। ଯେଉଁଥିପାଇଁ ବିକଶିତ ରାଷ୍ଟ୍ରଗୁଡିକ ଏହାର ବିକଳ୍ପ ରାସ୍ତାକୁ ଆପଣାଇବାକୁ  ଉଚିତ ମଣୁଛନ୍ତି। ମାତ୍ର ଭାରତରେ ଆଜି ବି ଗାଡି ଧୋଇବା ଲାଗି ବହୁ ପାଣି ଅପଚୟ କରାଯାଉଛି। ଏଭଳିସ୍ଥଳେ ଜଳ ଅପଚୟ ରୋକିବାକୁ ଆଗେଇ ଆସିଛନ୍ତି ଦୁଇ ଯୁବକ। କାର୍‌ ଧୋଇବାରେ ନଷ୍ଟ ହେଉଥିବା ପାଣିକୁ ଭବିଷ୍ୟତ ପିଢି ପାଇଁ ସଂରକ୍ଷିତ କରି ରଖିବା ଓ କିଛି ନୂଆକରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟିକରିଛନ୍ତି ଭୁବନେଶ୍ୱରର ଦେବାଶିଷ ନାୟକ ଏବଂ  କେ. ରୋହିତ କୁମାର।

ପ୍ରାୟ ଏକବର୍ଷ ତଳେ ଷ୍ଟାର୍ଟଅପ୍‌ ସଂସ୍ଥା ‘ଏକ୍ସେଲିନ୍‌ସର୍ଭ’ ମାଧ୍ୟମରେ ଭୁବନେଶ୍ୱରରେ ପ୍ରଥମଥର ପାଇଁ ପେଟ୍ରୋଲ ଟପ୍‌-ଅପ୍‌ ସେବା ଆରମ୍ଭ କରି ଚର୍ଚ୍ଚାରେ ରହିଥିବା ଉଭୟ ଯୁବକ ଏଥର ଭୁବନେଶ୍ୱରବାସୀଙ୍କ ପାଇଁ ଆରମ୍ଭ କରିଛନ୍ତି ଓ୍ବାଟର୍‌ଲେସ୍‌ କାର୍‌ଓ୍ବାସ୍‌ ସର୍ଭିସ୍‌। କେବଳ ବ୍ୟବସାୟିକ ସଫଳତା ପାଇଁ ନୁହେଁ କି ଲୋକଙ୍କୁ ଡୋର୍‌ଷ୍ଟେପ୍‌ ସର୍ଭିସ୍‌ ଯୋଗାଇବା ପାଇଁ ନୁହେଁ ବରଂ ପରିବେଶ ସୁରକ୍ଷା ପାଇଁ କିଛି କରିବାକୁ ଉଭୟ ଅଣ୍ଟା ଭିଡିଛନ୍ତି। ପାଣି ପରିବର୍ତ୍ତେ ଏକ ରସାୟନିକ ପଦାର୍ଥ ବ୍ୟବହାର କରି ଡ୍ରାଏ ଓ୍ବାସ୍‌ ଟେକ୍‌ନିକ୍‌ ମାଧ୍ୟମରେ କାର୍‌ ସଫା କରାଯାଉଛି, ଯାହାକି କାର୍‌କୁ ପୁଣିଥରେ ନୂଆ ଭଳି ଚକ୍‌ ଚକ୍‌ କରିଦେଉଛି। ତାହାପୁଣି ପକେଟ୍‌କୁ ସୁହାଇଲା ଭଳି ଦାମ୍‌ରେ। ମାତ୍ର ୩୫୦ଟଙ୍କାରେ ଡୋର୍‌ଷ୍ଟେପ୍‌ ସର୍ଭିସ୍‌ ଯୋଗାଇଦେଉଛି ଏକ୍ସେଲିନ୍‌ସର୍ଭ। ପ୍ରଥମଥର ପାଇଁ ଭାରତରେ ଏଭଳି ସେବା ଆରମ୍ଭ କରିଥିବା ଦାବିକରିଛି ଏହି ସଂସ୍ଥା। କେବଳ ଏତିକି ନୁହେଁ, ଏବେସୁଦ୍ଧା ୮୦୦ରୁ ଅଧିକ ଗାଡିକୁ ଡ୍ରାଏ ଓ୍ବାସ୍‌ ଟେକ୍‌ନିକ୍‌ ମାଧ୍ୟମରେ ସଫା କରାଯାଇଛି। ଘରେ ବସି ନିଜ କାର୍‌ ଧୋଇବାକୁ ଚାହୁଁଥିଲେ ମାତ୍ର ଗୋଟିଏ କଲ୍‌, ହ୍ବାଟ୍‌ସଆପ୍‌, ଏକ୍ସେଲିନ୍‌ସର୍ଭ ଆପ୍‌ କିମ୍ବା ଅନ୍‌ଲାଇନ୍‌ରେ ସିଧା ସର୍ଭିସ୍‌ ବୁକିଂ କରିହେବ। କୋର୍‌ ଟିମ୍‌, କଷ୍ଟମର୍‌ ସପୋର୍ଟ ଟିମ୍‌, ଭେହିକିଲ୍‌ କ୍ଲିନିଂ ଟିମ୍‌ ଓ ଗ୍ୟାରେଜ୍‌ ମ୍ୟାନେଜମେଣ୍ଟ ଟିମ୍‌ ଭଳି ୪ଟି ଟିମ୍‌କୁ ନେଇ କାମ କରୁଥିବା ଏହି ସଂସ୍ଥା ଭୁବନେଶ୍ୱରର ୧୫ ଗ୍ୟାରେଜ୍‌ ସହ ମିଳିତଭାବେ କାର୍ଯ୍ୟକରୁଛି। ୯ଟି ଷ୍ଟେପ୍‌ରେ କାର୍‌ ଉପର ତଳୁ ଓ ଭିତରୁ ବାହାର, ସବୁକିଛି  ସଫା କରାଯାଇଥାଏ। ଡ୍ୟାସ୍‌ବୋର୍ଡ, ଡୋର୍‌, ସିଟ୍‌, ମ୍ୟାଟ୍‌ସ, ଇଣ୍ଟେରିୟର ଓ ଏକ୍ସେଟେରିୟର୍‌କୁ ଭିନ୍ନ ଭିନ୍ନ ପଦ୍ଧତିରେ ଡ୍ରାଏ ମାଇକ୍ରୋଫାଇବାର୍‌, ଡ୍ରେସର୍‌, ଓ୍ବାକ୍ସ ଏବଂ ଡ୍ରାଏଓ୍ବାସ୍‌ର ବ୍ୟବହାର କରାଯାଇ ସଫା କରାଯାଏ। ଏହାପରେ କାର୍‌କୁ ଚମକାଇବା ପାଇଁ ସ୍ପ୍ରେ-ଓ୍ବାସ୍‌ ଏବଂ ସୁଗନ୍ଧ ପାଇଁ ପର୍‌ଫ୍ୟୁମ୍‌ର ବ୍ୟବହାର କରାଯାଇଥାଏ। 
ଏନେଇ ଦେବାଶିଷ କୁହନ୍ତି, ଆମେ ଗ୍ରାହକଙ୍କୁ ପ୍ରଥମେ ଆମ ସେବାକୁ ବ୍ୟବହାର କରି ତା’ପରେ ବିଶ୍ୱାସ କରିବାକୁ କହୁ। ପାଣି ଅପଚୟ ରୋକିବାକୁ ଏହା ଆମର ଏକ ଛୋଟ ପ୍ରୟାସ। ବହୁଦିନର ରିସର୍ଚ୍ଚ ପରେ ଭାରତରେ ପ୍ରଥମଥର ପାଇଁ ଆମେ ଏଭଳି ସେବା ଆରମ୍ଭ କରିଛୁ। ଆଗକୁ ଭୁବନେଶ୍ୱର ଏବଂ ଓଡ଼ିଶା ବାହାରେ ଏହାକୁ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। 

ରିପୋର୍ଟ-ସସ୍ମିତା ପାଇକରାୟ
All Right Reserved By

ମେଟ୍ରୋ |

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କରିଛି। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ଉତ୍ସବର ମାତ୍ର ଦୁଇଘଣ୍ଟା ପରେ କୃଷିଋଣ ଛାଡ଼ କରାଯାଇଛି। 

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ (ଓଡ଼ିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ଦ୍ୱାରା ଶିଶିର ସରସ ମେଳା ଆୟୋଜିତ  ହୋଇଆସୁଛି । 

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୭୫୦ ଟଙ୍କା ହିସାବରେ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ କାରଣରୁ ଚାଷୀମାନେ ୧୧୦୦-୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବାତ୍ୟା ‘ପେଥାଇ’ ବର୍ଷା ଯୋଗୁ ରାଜ୍ୟର ୧୭ଟି ଜିଲାରେ ଧାନ, ପନିପରିବା ଓ କପା ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ ପାଣିରେ ଭାସୁଛି। ବର୍ଷକର ପରିଶ୍ରମ ପେଥାଇ ମାଡ଼ରେ ଛାର୍‌ଖାର ହୋଇଯାଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେଉଁ ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷୟକ୍ଷତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଜଟଣୀ, ୧୯|୧୨(ଡି.ଏନ.ଏ.):ଜଟଣୀସ୍ଥିତ ଆଇଆଇଟି ପରିସରରେ ଏସ୍‌.କେ. ଦାସ ବାୟୋସାଇନ୍‌ସ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି (ଏସ୍‌କେବିଇଟି) ପକ୍ଷରୁ ଗବେଷଣାଗାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବତମନ୍‌ବାନେ ଉଦ୍‌ଘାଟନ କରିଥିଲେ।

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.)୧୯ା୧୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ପୁରୀ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମସ୍ତ ଯନ୍ତ୍ରାଂଶ ଜବତ ହୋଇଛି। 

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ପୁରୀ ଅଫିସ,୧୯ା୧୨: ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ଶୋଡ଼ଷ ଶ୍ରୀକ୍ଷେତ୍ର ମହୋତ୍ସବ। ମଙ୍ଗଳବାର ଥିଲା ଏହି ମହୋତ୍ସବର ତୃତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହାର  ପାରମ୍ପରିକ କାର୍ଯ୍ୟକ୍ରମ।

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ପୁରୀଅଫିସ,୧୯ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ଅବଢା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ ଭାଗ୍ୟରେ ଥିଲେ ମିଳେ।

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଶହୀଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ମଙ୍ଗଳବାର ସିରିଜ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଯୁବକ ମନୁ ବେହେରା(୨୩)ଙ୍କ ଘରକୁ ୩ଟି ବୋମାମାଡ଼ କରିଛନ୍ତି। ବୋମାମାଡରେ କେହି ମୃତାହତ ହୋଇ ନ ଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବେଆଇନ ଚିଙ୍ଗୁଡି ଘେରି ମାମଲା: କମିଟି ଗଠନ କରିଛନ୍ତି ରାଜ୍ୟ ସରକାର

କଟକ ଅଫିସ,୧୯|୧୨- ଚିଲିକା ସମେତ ଆର୍ଦ୍ରଭୂମି ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ମାମଲା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ରିପୋର୍ଟ ମଙ୍ଗଳବାର ଦାଖଲ କରାଯାଇଛି। 

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କେବଳ କୃଷ୍ଣପ୍ରସାଦ ବ୍ଲକ୍‌ର ୬ ଗ୍ରାମରେ ବାର୍ଡ ଫ୍ଲୁ

କଟକ ଅଫିସ,୧୯।୧୨- ରାଜ୍ୟର ୬ଟି ଗ୍ରାମରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହି ୬ଟି ଗ୍ରାମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନରେ ରହିଛି। 

ସଙ୍କଟରେ ଗାନ୍ଧୀ ବିଚାର: ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ସ୍ମୃତିସଭାରେ ଉଦ୍‌ବେଗ

କଟକ ଅଫିସ, ୧୯।୧୨- ସଙ୍କଟରେ ଏବେ ଗାନ୍ଧୀ ବିଚାର। ଗତ ସୋମବାର ଉତ୍କଳ ଖଦିମଣ୍ଡଳ ପକ୍ଷରୁ ଥୋରିଆସାହିସ୍ଥିତ ଗୁଣନିଧି ଭବନରେ ସ୍ବାଧୀନତା ସଂଗ୍ରାମୀ ଗାନ୍ଧିବାଦୀ ଗୁଣନିଧି ମହାନ୍ତିଙ୍କ ୫୭ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବକ୍ତାମାନେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି।