ଫୁରସତ |

ଛାତିରେ ମାଡ଼ହେବା ପରେ ବି ନାଚିବାକୁ ପଡ଼ିଥିଲା

ଛାତିରେ ମାଡ଼ହେବା ପରେ ବି ନାଚିବାକୁ ପଡ଼ିଥିଲା
କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ ତଥା ମେଲୋଡି କିଙ୍ଗ୍‌ ଅଭିଜିତ୍‌ ମଜୁମ୍‌ଦାର
ଜନ୍ମ: ସେପ୍ଟେମ୍ବର ୯, ୧୯୭୧
ବର୍ତ୍ତମାନ ଠିକଣା: କଟକ
ଅଜଣା ବାଟେ ଅଜଣା ଘାଟେ ଝିଅଟିଏ ଦେଖିଲି..., ତୋ କୃଷ୍ଣଚୂଡା ରଙ୍ଗର ନାଲି ଓଢଣୀ, ସକାଳର ପହିଲି ଗାଡିରେ ଚାଲିଯିବି ତତେ ମୁଁ ଛାଡିରେ... ଭଳି ଗୀତ ଆଜି ବି ମନକୁ ଚହଳାଇ ଦିଏ। କେବଳ ରୋମାଣ୍ଟିକ୍‌ ଗୀତ ନୁହେଁ ବରଂ ଭକ୍ତି ସଙ୍ଗୀତ ନଡ଼ିଆରେ ଲାଗିଥାଉ କତା ଲୋ ଗଜମୁକୁତା, ମା’ ଦେଇଥିଲା କଳଜ ଗାର, ମାନନୀୟ ଜଗନ୍ନାଥ, ରାଧାରାଣୀ ଲୋ ରାଧାରାଣୀ... ଭଳି ବିଭିନ୍ନ ପାର୍ଟନର ସଙ୍ଗୀତ ନିର୍ଦ୍ଦେଶନା ଦେବାରେ ସେ ସିଦ୍ଧହସ୍ତ। ସେ ହେଉଛନ୍ତି ସଙ୍ଗୀତ ଦୁନିଆର ଆଗଧାଡିର ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର୍‌। ୧୯୮୭ରେ କଣ୍ଠଶିଳ୍ପୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଅଭିଜିତ୍‌ ଏହା ମଧ୍ୟରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଗୀତ ରଚନା ମଧ୍ୟ କରୁଛନ୍ତି। ପ୍ରଥମେ ଷ୍ଟେଜ୍‌ରେ କିଶୋର କୁମାରଙ୍କ ଗୀତ ଗାଉଥିଲେ। ପରେ ୧୯୮୯ରେ ପ୍ରଥମ ସମ୍ବଲପୁରୀ ଆଲବମ୍‌ରେ ଗୀତ ଗାଇଥିଲେ, ଯାହାକି ୧୯୯୧ରେ ରିଲିଜ୍‌ ହୋଇଥିଲା। ଏହାପରେ ୧୯୯୬ରେ କଟକ ଆସି ଓଡ଼ିଆ ସଙ୍ଗୀତ ଜଗତରେ କାମ ଆରମ୍ଭ କରିଥିଲେ। ପ୍ରାରମ୍ଭରେ ବିଫଳତା ତଥା ବହୁ ଷ୍ଟ୍ରଗଲର ସମ୍ମୁଖୀନ ହୋଇଥିଲେ ସତ, ମାତ୍ର ବର୍ତ୍ତମାନ ସେ ସଙ୍ଗୀତ ଦୁନିଆର ଜଣେ ସଫଳ ବ୍ୟକ୍ତିତ୍ୱ। ଏହା ମଧ୍ୟରେ ସେ ଏକାଧିକ ହିଟ୍‌ ଗୀତ ଦେଇ ଶ୍ରୋତାଙ୍କ ହୃଦୟରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଲେଣି। ଶ୍ରୋତା ତଥା ସାଙ୍ଗସାଥୀଙ୍କ ଗହଣରେ ଅଭିଜିତ୍‌ ଦା’ ଭାବେ ଅଧିକ ପରିଚିତ ଏହି କଳାକାର ଆସନ୍ତା ଦଶହରାରେ ରିଲିଜ୍‌ ହେବାକୁ ଥିବା ଚଳଚ୍ଚିତ୍ର ‘ଶ୍ରୀମାନ ସୁରଦାସ’ର ଶୁଟିଂ ସମୟର ଏକ ଅନୁଭୂତିକୁ କହିଛନ୍ତିି ଆମ ଆଗରେ।
ଚଳଚ୍ଚିତ୍ରର ୬ଟି ଯାକ ଗୀତ ମୁଁ ରଚନା କରିଛି। ତେବେ ତା’ ଭିତରୁ ଗୋଟିଏ ଗୀତ ମା’ ଦୁର୍ଗାଙ୍କ ଉପରେ ପରିବେଷଣ କରାଯାଇଛି। ସେହି ଗୀତର ଶୁଟିଂ କଳିଙ୍ଗ ଷ୍ଟୁଡିଓରେ ହେବାର ଥାଏ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶୋକ ପତି ଏବଂ କୋରିଓଗ୍ରାଫର ସୁଧାକର ବସନ୍ତ ମତେ ସେହି ଗୀତର ଦୁଇ ତିନୋଟି ସିନ୍‌ରେ ରହିବା ପାଇଁ ବାଧ୍ୟକଲେ। ଚଳଚ୍ଚିତ୍ରରେ ମୋ ଚରିତ୍ର ଅଭିଜିତ୍‌ ମଜୁମ୍‌ଦାର ହୋଇଛି, ଯିଏକି ଜଣେ ମେଲୋଡି ଗ୍ରୁପ୍‌ର ଲିଡ୍‌ ସିଙ୍ଗର। ଅଭିନେତା ବାବୁସାନ୍‌ ସେହି ମେଲୋଡିରେ ଆଙ୍କର୍‌, ସିଙ୍ଗର ଭାବେ କାମ କରୁଛନ୍ତି ଏବଂ ମୁଁ ତାଙ୍କୁ ଷ୍ଟେଜ୍‌କୁ ଡାକିକି ଦର୍ଶକଙ୍କୁ ପରିଚିତ କରାଉଛି। ପରେ ବାବୁସାନ୍‌ଙ୍କ ସହ ମୋର ନାଚିବାର କିଛି ଦୃଶ୍ୟ ମଧ୍ୟ ଥାଏ। ସବୁକିଛି ବୁଝିବା ପରେ ଶୁଟିଂ ଆରମ୍ଭ ହେଲା। ମୁଁ ସାମ୍ନାରେ ଥିବା ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ଦେଖି ସଂଳାପ କହି କହି ସିଡିରୁ ଓହ୍ଲାଉଥାଏ। ଏତିକିବେଳେ ମୋ ଗୋଡ ଖସିଗଲା ଆଉ ମୁଁ ଷ୍ଟେଜ୍‌ ତଳେ ଆସି ପଡିଲି। ମୋ ଛାତି ପଞ୍ଜରାରେ ଖୁବ୍‌ ଜୋର୍‌ରେ ମାଡ଼ ହୋଇଥାଏ। ମୋ ପଡିବା ଦେଖି ସେଟ୍‌ର ସବୁ ଲୋକ ଦୌଡି ଆସି ମତେ ଉଠାଇଲେ। ହେଲେ ସେତେବେଳକୁ ମୁଁ କିଛି କହି ପାରୁ ନ ଥାଏ କି ମୋ ହାତ ଆଉ ଉଠୁ ନ ଥାଏ। ଏମିତି କି ଭଲଭାବେ ନିଃଶ୍ୱାସ ମଧ୍ୟ ନେଇପାରୁ ନ ଥାଏ। ମତେ ଲାଗିଲା ଯେମିତି ମୋ ପଞ୍ଜରା ହାଡ ଭାଙ୍ଗିଯାଇଛି। ଏତେ କଷ୍ଟ ଭିତରେ ବି ସେଦିନ ମତେ ଶୁଟିଂ କରିବାକୁ ପଡ଼ିଥିଲା। କାରଣ ଆମ ହାତରେ ସମୟ ଖୁବ୍‌ କମ୍‌ ଥାଏ। ଯଦି ସେଦିନ ଶୁଟିଂ ନ ସାରିବୁ ତେବେ ସବୁ ଗଡ଼ବଡ଼ ହୋଇଯିବ। ତେଣୁ ବାଧ୍ୟହୋଇ ଶଟ୍‌ ଦେଇଥିଲି। ଏମିତିକି ବାବୁସାନ୍‌ଙ୍କ ସହ ୨/୩ଟି ଷ୍ଟେପ୍‌ରେ ନାଚିଥିଲି ମଧ୍ୟ। ରାତି ପ୍ରାୟ ୩ ବେଳକୁ ଶୁଟିଂ ଶେଷ ହେଲା। ସେହିଦିନ ରାତିରେ ପୁଣି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମତେ ବାରିପଦା ଯିବାର ଥାଏ। ମାତ୍ର ଶୁଟିଂ ଡେରିରେ ସରିବା ଏବଂ ଦେହର ଅବସ୍ଥା ଦେଖି ପ୍ରଥମେ ଘରକୁ ଫେରିଲି। ସେଠାରେ ଓଷଧ, ଇଞ୍ଜେକ୍‌ସନ୍‌ ନେଲି। ଯେହେତୁ ବାରିପଦା କାର୍ଯ୍ୟକ୍ରମ ପାଇଁ ମୁଁ ପୂର୍ବରୁ ଚୁକ୍ତି କରି ସାରିଥିଲି ଏବଂ ସେଠାରେ ବିଭିନ୍ନ ସ୍ଥାନରେ ମୋ ହୋର୍ଡିଂ ଲାଗିଥିଲା, ତେଣୁ ଠାକୁରଙ୍କୁ ଡାକି ଦିନ ୧୨ଟା ବେଳକୁ ବାରିପଦା ବାହାରିଲି। ସେଠାରେ ୩ଘଣ୍ଟାର କାର୍ଯ୍ୟକ୍ରମ କଲି। ଠାକୁରଙ୍କ ଦୟାରୁ ଚଳଚ୍ଚିତ୍ରର ଶୁଟିଂ ଏବଂ ବାରିପଦାର କାର୍ଯ୍ୟକ୍ରମ ଦୁଇଟି ଯାକ ଖୁବ୍‌ ଭଲରେ ହୋଇଥିଲା। 
 ସଫଳତା
ବାଳିକା ବଧୂ, କ’ଣ ଦିଟା ଖାଇ ଦଉନ, ଯାହା ମୁହଁରେ କପଡା, ତୋ କଞ୍ଚା ହଳଦୀ, ମା ଲୋ ମା ଏ ମଣିଷ ଜୀବନ ଟେନ୍‌ସନିଆ ଭଳି ଏକାଧିକ ଆଲବମ୍‌, ସମ୍ବଲପୁରୀ ଆଲବମ୍‌, ମେଗା ଧାରାବାହିକ ଉଆଁସୀ କନ୍ୟା, ଟୋପାଏ ସିନ୍ଦୂର, ଓଡ଼ିଆ ଚଳଚ୍ଚିତ୍ର ଲଭ୍‌ ମାଷ୍ଟର, ବାଳୁଙ୍ଗା ଟୋକା, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ରଙ୍ଗିଲା ଟୋକା, ମୋଷ୍ଟ ଓ୍ବାଣ୍ଟେଡ୍‌ ଭଳି ଏକାଧିକ ଚଳଚ୍ଚିତ୍ରରେ ଗୀତ ରଚନା ତଥା ନିର୍ଦ୍ଦେଶନା। 
- ରିପୋର୍ଟ: ବନ୍ଦନା ସେଠୀ
All Right Reserved By

ଫୁରସତ |

ପୂଜା ଶପିଂ

ପୂଜା ଶପିଂ

ଦଶହରା ପାଇଁ ଝଲସୁଛି ଦେବୀପୀଠ। ଗାଁରୁ ସହର ପର୍ଯ୍ୟନ୍ତ ବେଶ୍‌ ଚଳଚଞ୍ଚଳ। କେବଳ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦେଖିବାରେ ନୁହେଁ, ବରଂ ଶପିଂ ପାଇଁ ମାର୍କେଟରେ ମହିଳାମାନଙ୍କ ଭିଡ଼ ଜମିବାରେ ଲାଗିଛି। ଏହି ସମୟରେ ସାମାନ୍ୟ ଅସାବଧାନ ରହିଲେ ଠକାମିର ଶିକାର ହେବା ଆଶଙ୍କା ରହିଛି। ତେବେ ଏହି ସମୟରେ କି କି ସତର୍କତା ଅବଲମ୍ବନ କରିବେ ସେ ସମ୍ପର୍କରେ...

ପୃଥିବୀର ୫ ଦାମୀ ବହି

ପୃଥିବୀର ୫ ଦାମୀ ବହି

ପୃଥିବୀରେ ଅନେକ ପ୍ରକାର ପୁସ୍ତକ ରହିଛି। ତେବେ ଏଭଳି କିଛି ପୁସ୍ତକ ରହିଛି ଯାହା ଦାମୀ ତଥା ମୂଲ୍ୟବାନ। ଦି କୋଡେକ୍ସ ଲିସେଷ୍ଟର ବିଶ୍ୱର ସବୁଠାରୁ ଦାମିକା ବହି। 

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ସୁନ୍ଦର ତ୍ୱଚା ପାଇଁ କୁକୁର ପରିସ୍ରା ପିଉଛନ୍ତି ଯୁବତୀ

ଝିଅମାନେ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି। ମାତ୍ର ସୁନ୍ଦର ଦେଖାଯିବା ପାଇଁ ଜଣେ ଯେ କୁକୁର ପରିସ୍ରା ପିଇବ, ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। 

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ପଥର ମାରିଲେ ଜାଣିହୁଏ ଭୃଣର ଲିଙ୍ଗ

ଭୃଣର ଲିଙ୍ଗ ନିରୂପଣ କରିବା ଅପରାଧ। ତେଣୁ ଭାରତରେ ଭୃଣର ଲିଙ୍ଗ ନିରୂପଣ କରିବାରେ ଲାଗିଛି ପ୍ରତିବନ୍ଧକ। ମାତ୍ର ଝାଡଖଣ୍ଡର ଲୋହରଦଗାରେ ଥିବା ଏକ ଛୋଟିଆ ଗାଁରେ ଦେଖିବାକୁ ମିଳେ ଏକ ଅଜବ ପରମ୍ପରା। 

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

କାହିଁକି ଜନ୍ମ ହୁଅନ୍ତି ୪ ହାତ, ୪ ଗୋଡ ଥିବା ଶିଶୁ

ସାଧାରଣତଃ ୪ ହାତ ଓ ୪ ଗୋଡ଼ ଥିବା ସନ୍ତାନ ଜନ୍ମ ନେଲେ କେହି କେହି ଏହାକୁ ଅଶୁଭ ବୋଲି କହିଥାଆନ୍ତି ତ ପୁଣି କିଏ ଏହାକୁ ଶୁଭ ମାନି ଥାଆନ୍ତି। ହେଲେ ଏମିତି କାହିଁକି ହୁଏ, ତାହା ହୁଏତ ଅନେକେ ଜାଣି ନ ଥିବେ। 

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସୁଖଶାନ୍ତି ଆଣେ ସ୍ବସ୍ତିକ ଚିହ୍ନ

ସ୍ବସ୍ତିକ ଚିହ୍ନର ରହିଛି ଅନେକ ଧାର୍ମିକ ମହତ୍ତ୍ୱ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଏହି ଚିହ୍ନର ବ୍ୟବହାର କରାଯାଇଥାଏ। 

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ଯେଉଁ ମନ୍ଦିରକୁ ଗଲେ କେହି ଫେରନ୍ତି ନାହିଁ...

ମନ୍ଦିର ଭିତରେ ‘ମୃତ୍ୟୁ’ ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ଗ୍ରୀକ୍‌ରେ  ରହିଛି ଏପରି ଏକ ମନ୍ଦିର। ଯାହା ଭିତରକୁ ଗଲେ କେହି ଫେରନ୍ତି ନାହିଁ। 

ବଡ଼ ବନ୍ଧାକୋବି

ବଡ଼ ବନ୍ଧାକୋବି

ନ୍ୟୁୟର୍କ, ୟୋର୍କଶାୟର୍‌ ଏକ ଅଜବ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ସେ ହେଉଛି ହାରୋଗେଟ୍‌ ଅଟମ୍‌ନ ଫ୍ଲାଓ୍ବାର ଶୋ’। ଏହା ବ୍ରିଟେନ୍‌ର ଏକ ଗର୍ଡେନିଂ ଇଭେଣ୍ଟ, ଯେଉଁଥିରେ ଆଗ୍ରହୀ କୃଷକମାନେ ନିଜ ଝାଳବୁହା ପରିଶ୍ରମରେ ଉତ୍ପାଦନ କରିଥିବା ବିରାଟକାୟ ପନିପରିବାକୁ ପ୍ରଦର୍ଶିତ କରିଥାଆନ୍ତି।

ବାପାଙ୍କ ସେବାରେ କୁନି ଝିଅ

ବାପାଙ୍କ ସେବାରେ କୁନି ଝିଅ

୬ ବର୍ଷର କୁନି ଝିଅ ଜିଆ ଜିଆ। ଯେଉଁ ବୟସରେ ସେ ବାପାଙ୍କ କାନ୍ଧରେ ବସି ଦୁନିଆ ଦେଖିବା କଥା, କଣ୍ଢେଇକୁ ସଜେଇ ଖେଳ ଖେଳିବା କଥା ସେହି ବୟସରେ ସେ ସାଜିଛି ପକ୍ଷାଘାତ ଗ୍ରସ୍ତ ବାପାଙ୍କ ସାହାରା। 

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପୂଜାରେ ଶୁଭଫଳ ପାଇବା ପାଇଁ

ଶାରଦୀୟ ପାର୍ବଣ ଅବସରରେ ବିଭିନ୍ନ ଶୁଭକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଏହା ଦ୍ୱାରା କାର୍ଯ୍ୟରେ କୌଣସି ବିଘ୍ନ ସୃଷ୍ଟି ହୋଇ ନ ଥାଏ ବୋଲି ବିଶ୍ୱାସ ରହିଛି। ତେବେ ଏହି ସମୟରେ କିଛି ବାସ୍ତୁ କାର୍ଯ୍ୟ କରିବା ଦ୍ୱାରା ଗୃହ ତଥା ବ୍ୟବସାୟ ଆଦିରେ ଶୁଭଫଳ ପ୍ରାପ୍ତି ହୋଇଥାଏ।  

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସୁଉଚ୍ଚ ଦୁର୍ଗାମୂର୍ତ୍ତି

ସିଂହବାହିନୀ ମା’ ଦୁର୍ଗାଙ୍କ ଆଗମନ ଲାଗି ଗାଁଠାରୁ ସହର ଏବେ ଉତ୍ସବ ମୁଖର। ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରିବା ପାଇଁ ସମସ୍ତେ ପ୍ରସ୍ତୁତି ଚଳାଇଛନ୍ତି। 

ଝିଅ ନୁହେଁ ହୀରା

ଝିଅ ନୁହେଁ ହୀରା

କମୁନି କନ୍ୟାଭ୍ରୂଣ ହତ୍ୟା। ଆଜି ବି ଅଳିଆ, ଆବର୍ଜନା, ପରିତ୍ୟକ୍ତ ସ୍ଥାନରୁ ଶୁଭୁଛି କଅଁଳ ଶିଶୁକନ୍ୟାର କରୁଣ କ୍ରନ୍ଦନ। ହେଲେ ସେହି ଝିଅ ବାରବାର ପ୍ରମାଣିତ କରିଆସିଛି, ସେ ନୁହେଁ କାହାଠାରୁ କମ୍‌। ସେ ଘର ସମ୍ଭାଳି ପାରେ, ଦେଶ ବି।