ମେଟ୍ରୋ |

ପୂଜା ମାନିଆ

ପୂଜା ମାନିଆ
ପାର୍ବଣର ମହକରେ ମହକୁଛି ପୁରପଲ୍ଲୀ। ଚାରିଆଡ଼େ ଧଳା ଚାଦର ପିନ୍ଧି ଲହରି ଖେଳୁଛି କାଶତଣ୍ଡୀ। ମା’ଙ୍କୁ ପ୍ରଣାମ ଜଣାଇ କେତେବେଳେ ନତମସ୍ତକ ହେଉଛି ତ କେତେବେଳେ ଉପରକୁ ଉଠି ହସି ହସି ସ୍ବାଗତ କରୁଛି। କାରଣ ଅନ୍ୟାୟ ଓ ଅତ୍ୟାଚାରକୁ ନାଶକରିବା ପାଇଁ ଧରାବତରଣ କରିଛନ୍ତି ମା’ ଜଗଜ୍ଜନନୀ ମହିଷମର୍ଦ୍ଦିନୀ। ମା’ଙ୍କ ଆଗମନରେ ହସିଉଠୁଛି ଗାଁଠୁ ସହର। ମହାମାୟୀଙ୍କ ଆରାଧନା ପାଇଁ ଚାଲିଥିବା ପ୍ରସ୍ତୁତି ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ। ସହରୀ ପୂଜା ମାହୋଲ ମନ ଛୁଉଁଛି। ମହଣ ମହଣ ସୁନା, ଚାନ୍ଦି ଅଳଙ୍କାରରେ ମା’ଙ୍କୁ ସଜେଇବାକୁ ପ୍ରସ୍ତୁତ ହେଉଛନ୍ତି ପୂଜାମଣ୍ଡପ। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା ମଧ୍ୟରେ ମା’ଙ୍କୁ ସ୍ବାଗତ କରିବାକୁ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା।

ବଢୁଛି ବଜେଟ
ଶାରଦୀୟ ଦୁର୍ଗାପୂଜା ପାଇଁ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା। ପୂଜାମଣ୍ଡପଗୁଡିକର ବଜେଟ ଦିନକୁ ଦିନ ବୃଦ୍ଧି ପାଉଛି। ବିଗତବର୍ଷରେ ୫୦ରୁ ୬୦ ହଜାର ଟଙ୍କାର ବଜେଟ ମଧ୍ୟରେ ଗୋଟିଏ ମଣ୍ଡପ ପୂଜାର ଆୟୋଜନ କରୁଥିବା ବେଳେ ଏବେ ତାହା ଅତିକମ୍‌ରେ ୧୦ଲକ୍ଷ ରହୁଛି। ବିଶେଷକରି ସହରରେ ଏଭଳି ପରମ୍ପରା ଅଧିକ ଦେଖିବାକୁ ମିଳୁଛି। ମହା ଆଡ଼ମ୍ବରରେ ପୂଜା କରିବାକୁ  କମିଟିଗୁଡିକ ୩୦ରୁ ୪୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି। ଭୁବନେଶ୍ୱର, କଟକ, ରାଉରକେଲା, ବାଲେଶ୍ୱର ଭଳି ସହରରେ ଥିବା ଜଣାଶୁଣା ଶାରଦୀୟ ପୂଜା ମଣ୍ଡପଗୁଡିକର ପ୍ରତିବର୍ଷ ବଜେଟ ୧୦ରୁ ୪୦ଲକ୍ଷ ଟଙ୍କା ମଧ୍ୟରେ ରହୁଛି। ମା’ଙ୍କ ସୁନା, ରୁପା ଅଳଙ୍କାରକୁ ଛାଡି ତୋରଣ ପାଇଁ ସ୍ବତନ୍ତ୍ର ବଜେଟ କରାଯାଉଛି। ସେହିଭଳି ବଜେଟରେ ଆଲୋକୀକରଣ ଓ ସାଜସଜ୍ଜାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଂଶ ରହୁଛି। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି, ରାବଣପୋଡି, ପ୍ରସାଦସେବନ ଓ ସୁରକ୍ଷା ବ୍ୟବସ୍ଥା ପାଇଁ  ଅଧିକାଂଶ ପୂଜା ମଣ୍ଡପ ବିପୁୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି।
ଲୋକପ୍ରିୟ ହେଉଛି ନବରାତ୍ରି ପରମ୍ପରା
ଓଡ଼ିଶାରେ ନବରାତ୍ରି ପରମ୍ପରାର ଲୋକପ୍ରିୟତା ଦିନକୁ ଦିନ ବଢୁଛି। ରାଉରକେଲା ପରେ ଭୁବନେଶ୍ୱରରେ ଏବେ ନବରାତ୍ରି ପାଳନର ଧୁମ୍‌ ବେଶ୍‌ ଦେଖିବାକୁ ମିଳୁଛି। ଗୁଜରାଟୀ ସମାଜ ଏବଂ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନବରାତ୍ରିକୁ ମହା ଆଡ଼ମ୍ବରରେ ପାଳନ କରାଯାଉଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମଗୁଡିକ ଦୀର୍ଘଦିନ ବ୍ୟାପୀ ଚାଲୁଛି। ୯ଦିନ ବ୍ୟାପୀ ଅଲୌକିକ, ମନମୋହକ ରୂପରେ ସଜ୍ଜିତ ହୋଇ ପୂଜା ପାଉଛନ୍ତି ମା’। ଏଥିପାଇଁ ଗୁଜରାଟୀ ସମାଜ ମନ୍ଦିରଗୁଡିକରେ ସ୍ବତନ୍ତ୍ର ଆୟୋଜନମାନ କରାଯାଇଛି। ସକାଳୁ ପୂଜା ଆରମ୍ଭହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲୁଛି। ସେହିଭଳି ନବରାତ୍ରି ପୂଜାର ମୁଖ୍ୟ ଆକର୍ଷଣ ଦାଣ୍ଡିଆ ରାସ ହୋଇଥିବାରୁ ସନ୍ଧ୍ୟାହେଲେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଦାଣ୍ଡିଆ କାର୍ଯ୍ୟକ୍ରମ। ଯେଉଁଥିରେ କେବଳ ଗୁଜରାଟୀ ନୁହନ୍ତି, ବହୁଳ ସଂଖ୍ୟାରେ ଓଡ଼ିଆମାନେ ଅଂଶଗ୍ରହଣ କରି ଦାଣ୍ଡିଆର ମଜା ନେଉଥିବା ଦେଖିବାକୁ ମିଳୁଛି। ଚଳିତବର୍ଷ ଅକ୍ଟୋବର ୧୦ରୁ ୧୮ ତାରିଖ ପର୍ଯ୍ୟନ୍ତ ନବରାତ୍ରି ପଡୁଥିବା ବେଳେ ଏଥିପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଏବଂ ଭଳିକି ଭଳି ଖାଦ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ। ଖାଣ୍ଟି ଗୁଜରାଟୀ ଖାଦ୍ୟ ଲୋକଙ୍କୁ ବିଶେଷଭାବେ ଆକର୍ଷିତ କରିବ। ତାରକା ହୋଟେଲରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଗୁଜରାଟୀ ଥାଳିରେ ଏକାଧିକ ସୁସ୍ବାଦୁ ବ୍ୟଞ୍ଜନର ସମାହାର ରହିବ। ବିଭିନ୍ନ ପ୍ରକାରର ଖେଚୁଡି, କୋଫ୍‌ତା, ପୁରି ସାଙ୍ଗକୁ ଖଜୁର୍‌ ମିଲ୍କସେକ୍‌, ଗାଜରରେ ପ୍ରସ୍ତୁତ ଖିରି, ହାଲଓ୍ବା, ଶାଗୁରେ ପ୍ରସ୍ତୁତ ବରା ଇତ୍ୟାଦି ନବରାତ୍ରିର ମୁଖ୍ୟ ଆକର୍ଷଣ ରହିବ।
ଦାଣ୍ଡିଆ ପସରା
ବୃନ୍ଦାବନରେ କୃଷ୍ଣଙ୍କ ସହ ଗୋପୀମାନେ ପ୍ରଥମେ ଏହି ଦାଣ୍ଡିଆ ଖେଳ ଆରମ୍ଭ କରିଥିଲେ, ଯାହାକୁ ଦାଣ୍ଡିଆ ରାସ କୁହାଯାଉଥିଲା। ଏହାପରଠାରୁ ଗୁଜରାଟର ଲୋକନୃତ୍ୟ ଭାବେ ମାଙ୍କ ନବରାତ୍ରୀ ପୂଜାରେ ଏହା ଅନୁଷ୍ଠିତ ହୋଇଆସୁଥିଲା। ମାତ୍ର ଧୀରେ ଧୀରେ ପଶ୍ଚିମ ଭାରତରେ ଏହାର ଲୋକପ୍ରିୟତା ବଢିବା ସହ ସମଗ୍ର ଦେଶରେ ନବରାତ୍ରି ପୂଜାରେ ଦାଣ୍ଡିଆ ଖେଳାଯିବା ଏକ ସୌକରେ ପରିଣତ ହେଲା। ଏହି ଧାରାରେ ଓଡିଶାରେ ମଧ୍ୟ ପ୍ରାୟ ୮ରୁ ୧୦ବର୍ଷ ଭିତରେ ଦାଣ୍ଡିଆର ଲୋକପ୍ରିୟତା ବଢିଛି। ବିଭିନ୍ନ ଅନୁଷ୍ଠାନ, ଗୁଜରାଟୀ ସୋସାଇଟି ଏବଂ ହୋଟେଲଗୁଡିକ ପକ୍ଷରୁ ଦାଣ୍ଡିଆ ଉତ୍ସବ ଏବଂ ଦାଣ୍ଡିଆ ନାଇଟ୍‌ସ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି, ଯେଉଁଥିରେ ସବୁବର୍ଗର ଲୋକ ସାମିଲ୍‌ ହେଉଛନ୍ତି। ମା’ଙ୍କ ସଙ୍ଗୀତ ଓ ଭଜନର ତାଳେ ତାଳେ କିଏ ଦାଣ୍ଡିଆ ନାଚିବାକୁ ପସନ୍ଦ କରୁଛି ତ ଆଉକିଏ ଆଧୁନିକ ହିନ୍ଦୀ ଚଳଚ୍ଚିତ୍ର ଗୀତରେ ଦାଣ୍ଡିଆ ରାସ କରିବାକୁ ଆଗ୍ରହ ଦେଖାଉଛନ୍ତି। ସେହିଭଳି କେତେବେଳେ ରେନ୍‌ ଦାଣ୍ଡିଆ ତ କେତେବେଳେ ସେଲିବ୍ରିଟି ଦାଣ୍ଡିଆର ଆୟୋଜନ ନାଚର ମଜାକୁ ଆହୁରି ଦ୍ବିଗୁଣିତ କରୁଛି। ଚଳିତବର୍ଷ ମଧ୍ୟ ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଗୁଜରାଟୀ ସୋସାଇଟି, ତାରକା ହୋଟେଲ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ନବରାତ୍ରି ଦାଣ୍ଡିଆରେ ଆୟୋଜନ କରାଯାଉଛି।  ଭୁବନେଶ୍ୱର ସାଲିଆସାହି ଯାତ୍ରା ପଡିଆ, ହୋଟେଲ ମେ’ ଫେୟାର, ପ୍ରଦର୍ଶନୀ ପଡିଆ ଭଳି ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିବ। ବେସରକାରୀ ସଂସ୍ଥା ପକ୍ଷରୁ ଆୟୋଜିତ ଦାଣ୍ଡିଆ ମହୋତ୍ସବରେ ପ୍ରବେଶ ଶୁକ୍ଳ ୧୦୦ରୁ ଆରମ୍ଭକରି ୩୦୦ଟଙ୍କା ମଧ୍ୟରେ ରହୁଥିବା ବେଳେ ତାରକା ହୋଟେଲ ଦ୍ୱାରା ଆୟୋଜିତ ଉତ୍ସବ ପାଇଁ ୮୦୦ରୁ ୧ ହଜାର ଟଙ୍କା ପ୍ରବେଶ ଶୁକ୍ଳ ରହୁଛି। ରାଜଧାନୀରେ ଥିବା ଗୁଜରାଟୀ ସୋସାଇଟି ପକ୍ଷରୁ ଆୟୋଜିତ ଦାଣ୍ଡିଆ ନୃତ୍ୟ କାର୍ଯ୍ୟକ୍ରମରେ ନାଚ, ଗୀତ ସହ ଖାଦ୍ୟ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ରହିବ।
ଏଥର ପୂଜା ଟକ୍କରରେ ଅନୁଭବ- ବାବୁସାନ୍‌
ଦଶହରା ପ୍ରସ୍ତୁତିରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ନିଜକୁ ସାମିଲ କରିଛି। ଏଥର ପୂଜାରେ ଦର୍ଶକଙ୍କୁ ଆକ୍ସନ- କମେଡି-ଥ୍ରୀଲର ସହ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ଇଣ୍ଡଷ୍ଟ୍ରୀ। ଯେଉଁଥିରେ ରହିଛନ୍ତି ଆଗଧାଡିର ନାୟକ, ନାୟିକା। ତେବେ ଉଭୟ ଫିଲ୍ମ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଥିବା ସୂଚନା ମିଳିଥିବା ବେଳେ ଅନୁଭବ ଓ ବାବୁସାନ୍‌ଙ୍କ ମଧ୍ୟରେ ଚଳିତବର୍ଷ ପୂଜା ଟକ୍କର ହେବା ଏକପ୍ରକାର ନିଶ୍ଚିତ। ରିଲିଜ ହେବାକୁ ଥିବା ତରଙ୍ଗ ସିନେ ପ୍ରଡକ୍ସନର ‘ପ୍ରେମ୍‌ କୁମାର’ର ଲିଡ୍‌ରୋଲ୍‌ରେ ରହିଛନ୍ତି ଅନୁଭବ। ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା। ଫିଲ୍ମର ନିର୍ଦ୍ଦେଶନା ତାପସ ସରଘରିଆ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ଶୁଟିଂ ସେଟ୍‌ରେ ନାୟକ ଅନୁଭବ ଆହତ ହେବାଯୋଗୁ ଫିଲ୍ମର ଶୁଟିଂ କିଛିଦିନ ବନ୍ଦ ରହିଥିଲା।  ଏବେ ଶୁଟିଂ ସମ୍ପୂର୍ଣ୍ଣ ହୋଇ ପୂଜା ରିଲିଜ ଅପେକ୍ଷାରେ ରହିଛି। 
ସେହିଭଳି ଚଳିତ ପୂଜାରେ ସବୁବେଳର ସୁପରହିଟ୍‌ ନାୟକ-ନିର୍ଦ୍ଦେଶକ ଯୋଡି ବାବୁସାନ୍‌-ଅଶୋକ ପତିଙ୍କୁ ପୁଣିଥରେ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ଏକ ଭିନ୍ନସ୍ବାଦର କାହାଣୀକୁ ନେଇ ପ୍ରସ୍ତୁତ ଫିଲ୍ମ ‘ଶ୍ରୀମାନ୍‌ ସୁର୍‌ ଦାସ’ରେ ବାବୁସାନ୍‌ଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ଦୁଇଜଣ ନାୟକ ଏବଂ ଜଣେ ନାୟିକା ନଜରକୁ ଆସିବେ। ବାବୁସାନ୍‌ଙ୍କ ବିପକ୍ଷରେ ଭୂମିକା ଦାସ ଥିବା ବେଳେ ବୁଦ୍ଧାଦିତ୍ୟ କାହାଣୀରେ ଟୁଇଷ୍ଟ୍‌ ଆଣିବେ। ସେହିଭଳି ‘ଶ୍ରୀମାନ୍‌ ସୁର୍‌ ଦାସ’ର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଅଭିଜିତ ମଜୁମଦାର ରହିଛନ୍ତି।
ଅଫର୍‌ର ପସରା
ପାର୍ବଣକୁ ଧୁମ୍‌ଧାମରେ ପାଳନ କରିବାକୁ ସମସ୍ତେ ଲାଗିପଡିଥିବାବେଳେ ବଜାରରେ ବ୍ୟବସାୟୀମାନେ ମଧ୍ୟ ନିଜ ପସରା ମେଲେଇ ଗ୍ରାହକଙ୍କୁ ଚାହିଁ ରହିଛନ୍ତି। ବଡ଼ ବଡ଼ ଶପିଂମଲ୍‌ ସହ ଛୋଟ ବ୍ୟବସାୟୀମାନେ  ଅଫର୍‌ ପରେ ଅଫର୍‌ ଘୋଷଣା କରୁଛନ୍ତି। ଏଥିପାଇଁ ମାର୍କେଟ ପ୍ରତିଯୋଗିତା ବି ଜୋରଦାର ଚାଲିଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ‘ବାଏ ୱାନ୍‌ ଗେଟ୍‌ ୱାନ୍‌ ଫ୍ରି’ରୁ ଆରମ୍ଭ କରି ୫୦% ପର୍ଯ୍ୟନ୍ତ ରିହାତି ଓ ଲକି ଡ୍ର’ ଉଠାଣ ଭଳି ବିଭିନ୍ନ ଅଫର୍‌ ରଖୁଛନ୍ତି। ରିଟେଲର ଷ୍ଟୋର୍‌ ତଥା ମଲ୍‌ଗୁଡିକ ପକ୍ଷରୁ ସହର ଭିତର ଓ ବାହାରେ ଥିବା ବଡ଼ ବଡ଼ ହୋର୍ଡିଂରେ ଲାଗିଥିବା ଅଫର୍‌ ପୋଷ୍ଟରରୁ ପୂଜା ବଜାରର ପରିବେଶକୁ ବେଶ୍‌ ଭଲରେ ବାରି ହେଉଛି। ପ୍ରତ୍ୟେକ ସାମଗ୍ରୀରେ ଆକର୍ଷଣୀୟ ରିହାତି ଗ୍ରାହକଙ୍କ ପୂଜା କିଣାକିଣିକୁ ବେଶ୍‌ ସୁହାଉଛି, ଯେଉଁଥିପାଇଁ ସନ୍ଧ୍ୟାହେଲେ ବଜାରରେ ପ୍ରବଳ ଭିଡ ହେଉଛି। ବିଭିନ୍ନ ସେକ୍ସନରେ ଆକର୍ଷଣୀୟ ଅଫର୍‌ ରହିବା ସହ ନିର୍ଦ୍ଦିଷ୍ଟ ରେଞ୍ଜ ଉପରେ କିଣାକିଣି କଲେ ଗ୍ରାହକଙ୍କୁ ଏଲ୍‌ଇଡି ଟିଭି, ଟ୍ରଲି ବ୍ୟାଗ୍‌, ଡିନର୍‌ ସେଟ୍‌ ଭଳି ଆକର୍ଷଣୀୟ ଗିଫ୍ଟ ପ୍ୟାକ୍‌ ମିଳୁଛି। କେବଳ ଫ୍ୟାଶନ ସାମଗ୍ରୀ ନୁହେଁ, ଇଲେକ୍ଟ୍ରୋନିକ୍ସ, ସ୍ମାର୍ଟଫୋନ୍‌ ଷ୍ଟୋର୍‌ଗୁଡିକରେ ବି ଏହାମଧ୍ୟରେ ପୂଜା ଅଫର୍‌ ଆରମ୍ଭ ହୋଇଯାଇଛି।
ଚଳିତବର୍ଷ ପଲିଥିନ୍‌ ଓ ପ୍ରଦୂଷଣମୁକ୍ତ ଦଶହରା
ଚଳିତବର୍ଷ ପ୍ରଦୂଷଣ ଓ ପଲିଥିନ୍‌ମୁକ୍ତ ଦଶହରା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟର ଅଧିକାଂଶ ପୂଜାମଣ୍ଡପ। ରାଜ୍ୟ ସରକାର ଅକ୍ଟୋବର ୨ରୁ ୬ଟି ସହରରେ ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାର ଉପରେ ରୋକ ଲଗାଇଥିବା ବେଳେ ପୂଜାମଣ୍ଡପଗୁଡିକ ଏହାକୁ ସମର୍ଥନ କରିଛନ୍ତି। ଅଧିକାଂଶ ମଣ୍ଡପରେ ପଲିଥିନ୍‌ ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କେବଳ ଏତିକି ନୁହେଁ, ମା’ଙ୍କ ମୂର୍ତ୍ତିରେ କେମିକାଲ ରଙ୍ଗ ବ୍ୟବହାର ନ କରିବାକୁ ମଧ୍ୟ ବହୁ ପୂଜାମଣ୍ଡପ ସ୍ଥିର କରିଛନ୍ତି। ସେହିଭଳି ଶବ୍ଦ ପ୍ରଦୂଷଣକୁ ରୋକିବାକୁ ପଦକ୍ଷେପ ନିଆଯାଇଛି। ଅଯଥା ଶକ୍ତି ଅପଚୟ ନ କରିବା ଉପରେ ମଧ୍ୟ ପୂଜା ମଣ୍ଡପଗୁଡିକ ଗୁରୁତ୍ୱ ଦେଇଛନ୍ତି, ଯାହାକି ଏକ ଗ୍ରୀନ୍‌ ଦଶହରା ଆଡକୁ ଇଙ୍ଗିତ କରିଛି। କିଛିଦିନ ତଳେ ରାଜଧାନୀ ଶାନ୍ତି କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇ ଚଳିତବର୍ଷ ପୂଜାକୁ ଶବ୍ଦ ଓ ବାୟୁ ପ୍ରଦୂଷଣରୁ ମୁକ୍ତ ରଖିବାକୁ ମଣ୍ଡପଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିରେ ପଲିଥିନ୍‌ ଓ ପାଉଚ୍‌ ପାଣି ବର୍ଜନ କରିବାକୁ ଭୁବନେଶ୍ୱରର ସମସ୍ତ ପୂଜାମଣ୍ଡପ ସମ୍ମତି ପ୍ରଦାନ କରିଥିଲେ। ଶବ୍ଦ ପ୍ରଦୂଷଣ ରୋକିବାକୁ ଚଳିତବର୍ଷ ପୂଜାରେ ପ୍ରତି ପୂଜାମଣ୍ଡପ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ମାଇକ୍ରୋଫୋନ୍‌ ଓ ସାଉଣ୍ଡ ସିଷ୍ଟମର ବ୍ୟବହାର କରିବେ। ମାଇକ୍ରୋଫୋନ୍‌ରେ କେବଳ ଶ୍ଳୋକାବୃତ୍ତି, ଚଣ୍ଡୀପାଠ, ଗୀତାପାଠ ଓ ଅନ୍ୟାନ୍ୟ ପୂଜାକର୍ମ କରିବେ। ମେଲୋଡି ଓ ଭଜନ ସମାରୋହରେ କେବଳ ସାଉଣ୍ଡ ବକ୍ସ ଆଇନ ଅନୁମୋଦନ ଅନୁଯାୟୀ ବ୍ୟବହାର କରାଯିବ। ଗୀତ ବଜାଇବା ବେଳେ ଯେପରି ସ୍ଥାନୀୟ ଲୋକ ହଇରାଣ ହେବେନି ସେଥିପାଇଁ ଭଲ୍ୟୁମ୍‌ର ଏକ ନିର୍ଦ୍ଦିଷ୍ଟ ଲିମିଟ୍‌ ରହିବ। ଭସାଣି ବେଳେ ଡିଜେ ଓ ଧୁମ୍‌ଧଡାକ ଗୀତ ପରିବର୍ତ୍ତେ ପାରମ୍ପରିକ ବାଦ୍ୟର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବ।
- ରିପୋର୍ଟ: ସସ୍ମିତା ପାଇକରାୟ
All Right Reserved By

ମେଟ୍ରୋ |

ଗଣିଆ ଗଲା ୩ ରଥ ଚକ

ଗଣିଆ ଗଲା ୩ ରଥ ଚକ

ପୁରୀ ଅଫିସ, ୧୨ା୧୨: ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରାଜିତ ତିନି ରଥର ୩ଟି ଚକ ବୁଧବାର ନୟାଗଡ଼ ଜିଲା ଗଣିଆକୁ ଯାଇଛି। ଏକ ବର୍ଣ୍ଣାଢ୍ୟ ସଂକୀର୍ତ୍ତନ ଶୋଭାଯାତ୍ରାରେ ଗଣିଆବାସୀ ରଥ ଚକକୁ ସାଥୀରେ ନେଇ ଯାଇଛନ୍ତି। ଗଣିଆସ୍ଥିତ ଶ୍ରୀରଘୁନାଥଜୀଉ ମନ୍ଦିର ପ୍ରାଙ୍ଗଣରେ ଏହି ରଥଚକ ସ୍ଥାପନ କରାଯିବ ବୋଲି ମନୋରଞ୍ଜନ ଦାଶ ସୂଚନା ଦେଇଛନ୍ତି । 

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ବାଲୁକା କଳାରେ କପିଲ-ଗିନ୍ନିଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ ଅଫିସ,୧୨।୧୨: ବିବାହ କରିବାକୁ ଯାଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଆଜି ପଞ୍ଜାବର ଜଳନ୍ଧରଠାରେ ହିନ୍ଦୁ ଧର୍ମାନୁଯାୟୀ ଏହି ବିବାହ ଅନୁଷ୍ଠିତ ହେବ। ଏହାକୁ ନେଇ କପିଲଙ୍କୁ ଦେଶବିଦେଶର ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳୁଥିବା ଦେଖାଯାଉଛି। ଏହି କ୍ରମରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକାକଳା ମାଧ୍ୟମରେ କପିଲ-ଗିନ୍ନିଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି। 

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ରାଜ୍ୟ ଚାଷୀଙ୍କ ସମସ୍ୟା ବିଜେଡି ପାଇଁ ମହଙ୍ଗା ପଡିବ: ଭାଜପା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): କଂଗ୍ରେସକୁ ଅଭିନନ୍ଦନ ଜଣାଇବା ଆଳରେ ଭାଜପାକୁ ଗାଳିଦେବା ପାଇଁ ଯେଉଁ କୃଷକ ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଠାଇଛନ୍ତି ଏହା ଆଗାମୀ ଦିନରେ ତାଙ୍କୁ ମହଙ୍ଗା ପଡିବ। 

୫ରାଜ୍ୟର ଫଳାଫଳ,  ଓଡ଼ିଶାକୁ ନେଇ ଚର୍ଚ୍ଚା

୫ରାଜ୍ୟର ଫଳାଫଳ, ଓଡ଼ିଶାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆର୍‌ଏସ୍‌) କ୍ଷମତା ବଜାୟ ରଖିଛି। ସେହିପରି ମିଜୋରମରେ ମିଜୋ ନ୍ୟାସ୍‌ନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ) କଂଗ୍ରେସକୁ ପରାଜିତ କରି ସରକାର ଗଠନ କରିବାକୁ ଯାଉଛି। 

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ କ୍ଷମତା ଯିବ, ୯୪ ପ୍ରତିଶତଙ୍କୁ କ୍ଷମତା ମିଳିବ : ଶ୍ରୀକାନ୍ତ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)-ଓଡ଼ିଶାରୁ ପଟ୍ଟନାୟକ ପରିବାର ହାତରୁ ଶାସନରୁ କ୍ଷମତା ଯିବ। ରାଜ୍ୟର ୯୪ ପ୍ରତିଶତ (ଏସ୍‌ସି,ଏସ୍‌ଟି,ଓବିସି,ସଂଖ୍ୟାଘୁ)ଙ୍କ ପାଖକୁ  କ୍ଷମତା ଆସିବ । ଛତିଶଗଡ଼ରେ ଯେପରି ଓବିସି,ଏସ୍‌ସି,ଏସ୍‌ଟି ଭୋଟ କଂଗ୍ରେସକୁ କ୍ଷମତାସୀନ କରିଲା, ଓଡ଼ିଶାରେ ତା’ର ପୁନରାବୃତ୍ତି ହେବ। 

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତଙ୍କୁ ଶୁଭେଚ୍ଛା, ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ଭାବେ ନିଯୁକ୍ତ ହୋଇଛନ୍ତି। ଶକ୍ତିକାନ୍ତ ଓଡ଼ିଆ ହୋଇଥିବାରୁ ରାଜ୍ୟର ବହୁବିଶିଷ୍ଟ ବ୍ୟକ୍ତି ଏବଂ ଜନସାଧାରଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦାବି: ଆଇଆଇଟି ସମ୍ମୁଖରେ ଧାରଣା

ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଦାବି: ଆଇଆଇଟି ସମ୍ମୁଖରେ ଧାରଣା

ଜଟଣୀ,୧୨|୧୨(ଡି.ଏନ.ଏ): ଜଟଣୀସ୍ଥିତ ଆଇଆଇଟିରେ ଘରୋଇ ସଂସ୍ଥା ମାଧ୍ୟମରେ ହେଉଥିବା ନିଯୁକ୍ତିରେ ସ୍ଥାନୀୟ ବେକାର ଯୁବତୀଯୁବକଙ୍କୁ ସୁଯୋଗ ମିଳୁନି। ଏଣୁ ସ୍ଥାନୀୟ ଅଞ୍ଚଳର ବେକାରଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦାବିରେ ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶତାଧିକ ଯୁବତୀଯୁବକ ଆଇଆଇଟି ସମ୍ମୁଖରେ ମଙ୍ଗଳବାର ଧାରଣା ଦେଇଥିଲେ। 

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ଶ୍ରୀମନ୍ଦିର ପ୍ରଶାସନକୁ ମୃଣାଳିନୀଙ୍କ ଚିଠି: ବିପିଏଲ୍‌ ଶ୍ରେଣୀର ସେବାୟତଙ୍କ ପାଇଁ ସୁବିଧା ହେଉ

ପୁରୀ ଅଫିସ,୧୨ା୧୨: ଶ୍ରୀମନ୍ଦିରରେ ପରିଚାଳନାଗତ ସଂସ୍କାର ଆଣିବା ଲାଗି ସୁପ୍ରିମ୍‌କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ପୁଣି ଚର୍ଚ୍ଚାରେ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଶ୍ରେଣୀର ସେବାୟତଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବାକୁ ସେ ସ୍ବର ଉଠାଇଛନ୍ତି। ଏଥିସହ ବନ୍ଦ ଥିବା ଦୁଇଗୁଣ ପାଳିଆ ପୁରସ୍କାର ସେବାୟତଙ୍କୁ ଦେବା ଲାଗି ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିକଟକୁ ଚିଠି ଲେଖିଛନ୍ତି।

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି: ଜାହାନିଆଁ ପୀଠରେ ମୁତୟନ ହେବେ ଲାଇଫ୍‌ ଗାର୍ଡ

ପୁରୀ ଅଫିସ,୧୨ା୧୨: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ପୁରୀ ଜିଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲାକୁ ଆସୁଥିବା ପର୍ଯ୍ୟଟକମାନେ କିଭଳି ସୁବିଧା ସୁଯୋଗ ପାଇବେ ସେଥିଲାଗି ତତ୍ପରତା ପ୍ରକାଶ କରିଛି ଜିଲା ପ୍ରଶାସନ।

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ବେଳାଭୂମି ମାର୍ଗରେ ଭାସିଲା ନଳାପାଣି

ପୁରୀ ଅଫିସ, ୧୨ା୧୨: ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ଦେଶ, ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏଠାକାର ମନୋରମ ବେଳାଭୂମି ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଥାଏ। ହେଲେ ଉଠାଦୋକାନୀଙ୍କ ଯୋଗୁ ବେଳାଭୂମି ତାର ସୌନ୍ଦର୍ଯ୍ୟ ହରାଉଥିବା ବେଳେ ଅନେକ ସମୟରେ ବେଳାଭୂମି ମାର୍ଗରେ ଅଳିଆ ଆବର୍ଜନାକୁ ନେଇ ପର୍ଯ୍ୟଟକମାନେ କ୍ଷୋଭ ପ୍ରକାଶ କରିଥାନ୍ତି। 

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ବସ୍ତି ପିଲାଙ୍କ ପ୍ରତିଭା ଖୋଜିବ ‘ମୁଁ ବି ଚାମ୍ପିୟନ୍‌’

ଭୁବନେଶ୍ୱର,୧୨।୧୨(ବ୍ୟୁରୋ)- ସାମାଜିକ ସଙ୍ଗଠନ ‘ୟୁଥ୍‌ ଫର୍‌ ଭଲ୍ୟୁଣ୍ଟାରୀ ଓ୍ବାର୍କ’ ଏବଂ ପିପିଏଲ୍‌ ନ୍ୟୁଜ୍‌ର ମିଳିତ ସହଯୋଗରେ ‘ମୁଁ ବି ଚାମ୍ପିୟନ୍‌’ କାର୍ଯ୍ୟକ୍ରମ ନନ୍ଦିନୀପଲ୍ଲୀସ୍ଥିତ ମୁଣ୍ଡାସାହି ବସ୍ତିରେ ଅନୁଷ୍ଠିତ ହୋଇଯାଇଛି। 

ନନ୍ଦନକାନନ: କଳାବ୍ୟାଜ୍‌ ପିନ୍ଧିଲେ ବନରକ୍ଷୀ, ବନପାଳ

ନନ୍ଦନକାନନ: କଳାବ୍ୟାଜ୍‌ ପିନ୍ଧିଲେ ବନରକ୍ଷୀ, ବନପାଳ

ବାରଙ୍ଗ,୧୨।୧୨(ଡି.ଏନ୍‌.ଏ.)- ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ସଂଘର ଆହ୍ବାନ କ୍ରମେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀମାନେ ମଙ୍ଗଳବାର ୬ ଦଫା ଦାବିରେ କଳାବ୍ୟାଜ୍‌ ପରିଧାନ କରି ପ୍ରତିବାଦ ଜଣାଇଥିଲେ।