ଖେଳ |

ୟୁଥ ଅଲିମ୍ପିକ୍ସ: ଆର୍ଜେଣ୍ଟିନାଠାରୁ ହାରିଲା ଭାରତୀୟ ମହିଳା ହକି ଦଳ

ୟୁଥ ଅଲିମ୍ପିକ୍ସ:  ଆର୍ଜେଣ୍ଟିନାଠାରୁ ହାରିଲା ଭାରତୀୟ ମହିଳା ହକି ଦଳ
ବୁଏନ୍ସ ଏରିଜ,୧୧।୧୦(ପି.ଟି.)- ଏଠାରେ ଚାଲିଥିବା ୟୁଥ ଅଲିମ୍ପିକ୍ସରେ କ୍ରମାଗତ ୩ ବିଜୟ ପରେ ଭାରତୀୟ ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ୧୮ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳ ୨-୫ ବ୍ୟବଧାନରେ ଆୟୋଜକ ଆର୍ଜେଣ୍ଟିନାଠାରୁ ହାରି ଯାଇଛି। ବୁଧବାର ମଧ୍ୟରାତ୍ରରେ ଖେଳାଯାଇଥିବା ମ୍ୟାଚ୍‌ରେ ଆୟୋଜକ ଦଳ ଆରମ୍ଭରୁ ଆକ୍ରମଣ କରି ୭ମ ମିନିଟ୍‌ରେ ସେଲିନା ଡି ସାଣ୍ଟୋଙ୍କ ଜରିଆରେ ଖାତା ଖୋଲିଥିଲା।  ଏହାର ପରବର୍ତ୍ତୀ ମିନିଟ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ  ମୁମତାଜ ଖାଁ  ଗୋଲ କରି ମ୍ୟାଚ୍‌କୁ ୧-୧ ଗୋଲର ବରାବର ସ୍ଥିତିକୁ ଆଣିଥିଲେ। କିନ୍ତୁ ୧୦ମ ମିନିଟ୍‌ରେ ସୋଫିଆ ରାମାଲୋ ଗୋଲ ଦେଇ ଆର୍ଜେଣ୍ଟିନାକୁ ୨-୧ ଗୋଲରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ ରିତଙ୍କ ଫିଲ୍ଡ ଗୋଲ ଯୋଗୁ ପୁଣି ସ୍କୋର ଲାଇନ ସମାନ ସ୍ଥରକୁ ଆସିଥିଲା। ମାତ୍ର ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ସମ୍ପୂର୍ଣ୍ଣ ଘରୋଇ ଦଳ ସପକ୍ଷରେ ରହିଥିଲା। ୧୨ତମ, ୧୭ତମ ଓ ୧୯ତମ ମିନିଟ୍‌ରେ କ୍ରମାଗତ ଭାବେ ଆର୍ଜେଣ୍ଟିନା ୩ ଗୋଲ ଦେଇ ଭାରତ ହାତରୁ ପଏଣ୍ଟ ଛଡ଼ାଇ ନେଇଥିଲା।  ସୋଫିଆ, ଜୋସେଫିନା ରୁବେନାକର ଓ ଗିଆନେଲା ପାଲେଟ ଯଥାକ୍ରମେ ଏହି ଗୋଲମାନ ଦେଇଥିଲେ। ଭାରତୀୟ ଦଳ ଗୁରୁବାର ତା’ର ୫ମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।
All Right Reserved By

ଖେଳ |

ବିଜୟ ହଜାରେ ଟ୍ରଫି  ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବିଜୟ ହଜାରେ ଟ୍ରଫି ଫାଇନାଲରେ ମୁମ୍ବାଇ-ଦିଲ୍ଲୀ

ବେଙ୍ଗାଲୁରୁ,୧୮।୧୦- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏଥିରେ ଗରୋଇ କ୍ରିକେଟର ଦୁଇ ଶକ୍ତିଶାଳୀ ଦଳ ଭେଟାଭେଟି ହେବେ। 

ମୁମ୍ବାଇ ସିଟି ଦଳରୁ ଦାବିନ୍ଦର ବାଦ୍‌

ମୁମ୍ବାଇ,୧୮।୧୦(ପି.ଟି.)- ମୁମ୍ବାଇ ସିଟି ଏଫ୍‌ସି ଡିଫେଣ୍ଡର ଦାବିନ୍ଦର ସିଂ ଚଳିତ ଇଣ୍ଡିଆନ ସୁପର ସିଜନରେ ଆହତ ହୋଇଛନ୍ତି। ଫଳରେ ସେ ଚଳିତ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ଛନ୍ତି।

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ଦେଓଧର ଟ୍ରଫିରେ ଖେଳିବେ ଅଶ୍ୱିନ ଓ ରାହାନେ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ରବିଚନ୍ଦ୍ରନ ଅଶ୍ୱିନ ଓ ଅଜିଙ୍କ୍ୟ ରାହାନେ ଦେଓଧର ଟ୍ରଫି ପାଇଁ ଘୋଷିତ ଦଳରେ ସ୍ଥାନ ପାଇଛନ୍ତି। ଆସନ୍ତା ୨୩ ତାରିଖଠାରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟ ଫର୍ମାଟରେ ପରିବର୍ତ୍ତନ କରାଯାଇଛି। 

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

ଫିକ୍ସିଂ କରିଥିବା ସ୍ବୀକାର କଲେ କାନେରିଆ

କରାଚୀ,୧୮।୧୦(ପି.ଟି.)- ଦୀର୍ଘ ୬ ବର୍ଷ ପରେ ପାକିସ୍ତାନର ପୂବତନ ସ୍ପିନର ଦାନେଶ କାନେରିଆ ଶେଷରେ ମ୍ୟାଚ୍‌ ଫିକ୍ସିଂ କରିଥିବା ସ୍ବୀକାର କରିଛନ୍ତି। 

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

୪ ବର୍ଷ ପରେ ୟାମାଗୁଚିଙ୍କୁ ହରାଇଲେ ସାଇନା

ଓଡେନ୍‌ସେ(ଡନମାର୍କ),୧୮।୧୦(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଦୀର୍ଘ ୪ ବର୍ଷ ପରେ ଜାପାନର ଆକାନେ ୟାମାଗୁଚିଙ୍କୁ ହରାଇଛନ୍ତି। ଏହି ବିଜୟ ଯୋଗୁ ଚଳିତ ଡେନମାର୍କ ଓପନରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

କଂଗ୍ରେସରେ ଯୋଗଦଲେ ସାମିଙ୍କ ପତ୍ନୀ ଜାହାନ

ମୁମ୍ବାଇ,୧୮।୧୦- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ଏବେ ରାଜନୀତିରେ ପାଦ ଦେଇଛନ୍ତି। ସେ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସ (ଆଇଏନ୍‌ସି) ପାର୍ଟିରେ ଯୋଗଦେଇଛନ୍ତି। 

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ବିସିସିଆଇ ମାଗିଲା ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୮।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ମାନଙ୍କୁ ଦଳରୁ ବିଦା ହେବାକୁ ଥିବା ଖେଳାଳିଙ୍କ ତାଲିକା ମାଗିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। 

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ମାଲ୍‌ଟା କ୍ଲବ ପ୍ରସ୍ତାବକୁ ବୋଲ୍ଟଙ୍କ ପ୍ରତ୍ୟାଖ୍ୟାନ

ସିଡ୍‌ନୀ,୧୮।୧୦- ସ୍ପ୍ରିଣ୍ଟ ସୁପରଷ୍ଟାର ଉସେନ ବୋଲ୍ଟଙ୍କୁ  ମାଲ୍‌ଟସେ ଚାମ୍ପିୟନ ଭାଲେଟ୍ଟା କ୍ଲବ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଅଷ୍ଟ୍ରେଲିଆରେ ପେସାଦାର ଫୁଟ୍‌ବଲର ହେବାର ସ୍ବପ୍ନ ପୂରା କରିବେ ବୋଲି ଗୁରୁବାର ବୋଲ୍ଟଙ୍କ ଏଜେଣ୍ଟ କହିଛନ୍ତି। 

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ଧୋନୀ, ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହେବେ କୋହଲି

ନୂଆଦିଲ୍ଲୀ,୧୮।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ସ୍ପର୍ଶ କରିବାକୁ ଯାଉଛନ୍ତି। ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା କୋହଲି ମୋଟ ଉପରେ ୧୩ତମ ଓ ୫ମ ଭାରତୀୟ ଭାବେ ଦିନିକିଆ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିବାକୁ ଯାଉଛନ୍ତି।

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ୟୁଥ ଅଲିମ୍ପିକ୍ସ: କୃଷକଙ୍କ ପୁଅ ଆକାଶ ଜିତିଲେ ରୌପ୍ୟ

ବୁଏନ୍ସ ଏରିଜ,୧୮।୧୦- ଚଳିତ ୟୁଥ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ତୀରନ୍ଦାଜ ଭବେ ଆକାଶ ମଲିକ ରୌପ୍ୟ ପଦକ ଜିତିଛନ୍ତି। କୃଷକଙ୍କ ୧୫ ବର୍ଷୀୟ ପୁଅ ଏକତରଫା ଫାଇନାଲରେ ଆମେରିକାର ଟ୍ରେଣ୍ଟୋନ କୋଓ୍ବଲେସଙ୍କଠାରୁ ୦-୬ ବ୍ୟବଧାନରେ ହାରି ଯାଇଛନ୍ତି।

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି।