ଖେଳ |

ଏସିଆନ୍‌ ପାରା ଗେମ୍ସ: ଗୁରଜାରଙ୍କୁ ରୌପ୍ୟ

ଏସିଆନ୍‌ ପାରା ଗେମ୍ସ: ଗୁରଜାରଙ୍କୁ ରୌପ୍ୟ
ଜାକର୍ତ୍ତା,୧୧।୧୦(ପି.ଟି.)- ଭାରତୀୟ ଜାଭେଲିନ ଥ୍ରୋୟର ସୁନ୍ଦର ସିଂ ଗୁରଜାର ଚଳିତ ଏସିଆନ୍‌ ପାରା ଗେମ୍ସର ଏଫ୍‌୪୬ କାଟେଗୋରୀରେ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୁଇ ଥର ପାରା ଅଲିମ୍ପିକ୍‌ ପଦକଧାରୀ ଦେବେନ୍ଦ୍ର ଝାଝରିଆ ୪ର୍ଥ ସ୍ଥାନରେ ରହିଛନ୍ତି। ଗୁରୁବାର ଅନୁଷ୍ଠିତ ଇଭେଣ୍ଟରେ ଅନ୍ୟ ଭାରତୀୟ ଜାଭେଲିନ ଥ୍ରୋୟର ରିଙ୍କୁ ବ୍ରୋଞ୍ଜ ପଦକ ଜିତିଛନ୍ତି। କହିବାକୁ ଗଲେ ଏଫ୍‌୪୬ କାଟେଗୋରୀର ଭାଲେିନ ଥ୍ରୋ ପୋଡିୟମ୍‌ ପ୍ରାୟତଃ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ କବ୍‌ଜାରେ ରହିଥିଲା। ଏହାବାଦ୍‌ ୪୦୦ ମିଟର ଟି୧୩ କାଟେଗୋରୀରେ ଭାରତକୁ ଏକ ବ୍ରୋଞ୍ଜ ପଦକ ମିଳିଛି। ଅଭନୀଲ କୁମାର ଏହି ପଦକ ଜିତିଛନ୍ତି। ଦୃଷ୍ଟିହୀନ ଆଥ୍‌ଲେଟମାନେ ଟି୧୩ କାଟେଗୋରୀରେ ଆସନ୍ତି।
ଜାଭେଲିନ ଥ୍ରୋୟର ଗୁରଜାର ୫ମ ଉଦ୍ୟମରେ ୬୧.୩୩ ମି. ଦୂରତା ହାସଲ କରିଥିଲେ। ସେ ଇଭେଣ୍ଟ ପୂର୍ବରୁ ୨୨ ଦିନ ଧରି ଫିନଲାଣ୍ଡରେ ପ୍ରଶିକ୍ଷଣ ନେଉଥିଲେ। ୩ୟ ସ୍ଥାନ ଅଧିକାର କରିଥିବା ରିଙ୍କୁ ବ୍ୟକ୍ତିଗତ ଶ୍ରେଷ୍ଠ ୬୦.୯୨ ମି. ଦୂରତା ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗିଥିଲେ। ଶ୍ରୀଲଙ୍କାର ଦୀନେଶ ହେରେଥ (୬୧.୮୪ ମି.) ଏସିଆନ ରେକର୍ଡ ଭଙ୍ଗ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଗତ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଝାଝରିଆ ପୋଡିୟମରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଖେଳରତ୍ନ ଅଧିକାରୀ ଭେଟେରାନ ପାରାଅଲିମ୍ପିଆନଙ୍କ ଶ୍ରେଷ୍ଠ ଉଦ୍ୟମ ଥିଲା ୫୯.୧୭ ମି.। ପୁରୁଷ ବର୍ଗର ୪୦୦ ମି. ଦୌଡ଼କୁ ଆଭନିଲ କୁମାର ୫୨ ସେକେଣ୍ଡରେ ଶେଷ କରି ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ଦଶମିକ ସେକେଣ୍ଡ ବ୍ୟବଧାନରେ ରୌପ୍ୟ ପଦକ ହାତଛଡ଼ା କରିଛନ୍ତି।
All Right Reserved By

ଖେଳ |

ଜାତୀୟ ସିନିୟର ମହିଳା ହକି: ଆରଏସ୍‌ପିବିକୁ କ୍ରମାଗତ ଷଷ୍ଠ ଟାଇଟଲ

ଜାତୀୟ ସିନିୟର ମହିଳା ହକି: ଆରଏସ୍‌ପିବିକୁ କ୍ରମାଗତ ଷଷ୍ଠ ଟାଇଟଲ

ହିସାର,୧୮।୨(ପି.ଟି.)-  ରେଲଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ଆରଏସ୍‌ପିବି) ହକି ଇଣ୍ଡିଆ ସିନିୟର ମହିଳା ଜାତୀୟ ଚାମ୍ପିୟନଶିପ୍‌ (ଡିଭିଜନ- ଏ) ଟାଇଟଲ ବଜାୟ ରଖିଛି। ସୋମବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଆରଏସ୍‌ପିବି ୫-୦ ଗୋଲରେ ମଧ୍ୟପ୍ରଦେଶକୁ ହରାଇ ଚାମ୍ପିୟନ ହୋଇଛି। ଏଥି ସହିତ ଆରଏସ୍‌ପିବି ରେକର୍ଡ କ୍ରମାଗତ ଷଷ୍ଠଥର ପାଇଁ ଏହି ଜାତୀୟ ଚାମ୍ପିୟନଶିପ୍‌ ଟାଇଟଲ ହାସଲ କରିଛି।

ରୀମାଲକ୍ଷ୍ମୀଙ୍କ ପ୍ରଭାବୀ ପ୍ରଦର୍ଶନ: ଇଂଲଣ୍ଡ ମହିଳା ଦଳ ବିଜୟୀ

ରୀମାଲକ୍ଷ୍ମୀଙ୍କ ପ୍ରଭାବୀ ପ୍ରଦର୍ଶନ: ଇଂଲଣ୍ଡ ମହିଳା ଦଳ ବିଜୟୀ

ମୁମ୍ବାଇ, ୧୮।୨(ପି.ଟି.)-  ବାମହାତୀ ଦ୍ରୁତବୋଲର କୋମଲ ଜନ୍‌ଜାଦ ଓ ଓଡ଼ିଆ ଉଦୀୟମାନ ମହିଳା ଦ୍ରୁତ ବୋଲର ରୀମାଲକ୍ଷ୍ମୀ ଏକ୍କାଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ  ବୋର୍ଡ ସଭାପତି ମହିଳା ଏକାଦଶ ଏଠାରେ ଅନୁଷ୍ଠିତ ଏକ ଦିନିକିଆ ଅଭ୍ୟାସ ମ୍ୟାଚ୍‌ରେ ୭୫ଟି ବଲ୍‌ ବାକିଥାଇ ଦୁଇ ଉଇଇକେଟରେ ଭ୍ରମଣକାରୀ ଇଂଲଣ୍ଡ ମହିଳା ଦଳଠାରୁ ପରାସ୍ତ ହୋଇଛି।

ପୁମା ଆମ୍ବାସଡର ମେରୀକମ୍‌

ପୁମା ଆମ୍ବାସଡର ମେରୀକମ୍‌

ନୂଆଦିଲ୍ଲୀ,୧୮।୨- ଚାମ୍ପିୟନ ମହିଳା ବକ୍ସର ଏମ୍‌. ସି. ମେରୀକମ୍‌ଙ୍କୁ ସ୍ପୋଟର୍‌ସ ଉପକରଣ ନିର୍ମାଣକାରୀ ବ୍ରାଣ୍ଡ ପୁମା ଆମ୍ବାସଡର ଭାବେ ନିଯୁକ୍ତ କରିଛି। 

ଶହୀଦଙ୍କ ପରିବାରକୁ  ଆର୍ଥତ୍କ ସହାୟତା ଦେଲେ ସାମି

ଶହୀଦଙ୍କ ପରିବାରକୁ ଆର୍ଥତ୍କ ସହାୟତା ଦେଲେ ସାମି

କୋଲକାତା,୧୮।୨(ପିଟି)- ଭାରତୀୟ ଦଳର ପେସର ମହମ୍ମଦ ସାମି ଶହୀଦ ଯବାନଙ୍କ ପରିବାରକୁ ୫ ଲକ୍ଷ୍ୟ ଟଙ୍କାର ଆର୍ଥିକ ସହାୟତା ଦେବେ ବୋଲି ସୋମବାର ଘୋଷଣା କରିଛନ୍ତି।

ଆଇସିସି ବିଶ୍ୱକପ୍‌ ଆଉ ୧୦୦ ଦିନ

ଆଇସିସି ବିଶ୍ୱକପ୍‌ ଆଉ ୧୦୦ ଦିନ

ଲଣ୍ଡନ,୧୮।୨(ପିଟି)- ଆଇସିସି କ୍ରିକେଟ ବିଶ୍ୱକପ୍‌ ଚଳିତ ବର୍ଷ ମେ ୩୦ ତାରିଖରୁ ଇଂଲଣ୍ଡ ଓ ଓ୍ବେଲ୍ସରେ ଖେଳାଯିବ। 

ଇମ୍ରାନ୍‌ଙ୍କ ଫଟୋ ହଟାଯିବା ପଶ୍ଚାତ୍ତାପର ବିଷୟ- ପିସିବି

ଇମ୍ରାନ୍‌ଙ୍କ ଫଟୋ ହଟାଯିବା ପଶ୍ଚାତ୍ତାପର ବିଷୟ- ପିସିବି

କରାଚୀ,୧୮।୨- ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଯବାନ ଶହୀଦ ଘଟଣାର ପ୍ରତିବାଦରେ ଭାରତୀୟ କ୍ରିକେଟ କ୍ଲବ ଓ ମୋହାଲି ଷ୍ଟାଡିୟମ୍‌ରୁ କିମ୍ବଦନ୍ତୀ ପାକିସ୍ତାନ ଖେଳାଳିଙ୍କ ଫଟୋ ହଟାଯିବା ପଶ୍ଚାତ୍ତାପର ବିଷୟ

ରିୟଲ କଶ୍ମୀର ମ୍ୟାଚ୍‌ ଆୟୋଜନ କରିପାରେ ଦିଲ୍ଲୀ

ରିୟଲ କଶ୍ମୀର ମ୍ୟାଚ୍‌ ଆୟୋଜନ କରିପାରେ ଦିଲ୍ଲୀ

ନୂଆଦିଲ୍ଲୀ,୧୮।୨- ପୁଲ୍‌ଓ୍ବାମାରେ ସଂଗଠିତ ଆତଙ୍କବାଦୀ ଆକ୍ରମଣ ପରେ ଚଳିତ ଆଇ ଲିଗ୍‌ରେ ରିୟଲ କଶ୍ମୀର ଦଳର ବଳକା ଦୁଇଟି ମ୍ୟାଚ୍‌ ଆୟୋଜନ ନେଇ ଅନିଶ୍ଚିତତା ଦେଖାଦେଇଛି। 

ପୁଲ୍‌ଓ୍ବାମା ଆକ୍ରମଣ:  ପାକିସ୍ତାନ ସହ କ୍ରିକେଟ ଖେଳିହେବ ନାହିଁ

ପୁଲ୍‌ଓ୍ବାମା ଆକ୍ରମଣ: ପାକିସ୍ତାନ ସହ କ୍ରିକେଟ ଖେଳିହେବ ନାହିଁ

ନୂଆଦିଲ୍ଲୀ,୧୮।୨(ପିଟି)- କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିଲା ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ସମ୍ଭବ ନୁହେଁ 

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ଦୁବାଇ,୧୮।୨- ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପାଟ୍‌ କମିନ୍ସ ରବିବାର ଆଇସିସି ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛନ୍ତି। ଏହି କ୍ରିକେଟର ଦୁଇ ସ୍ଥାନ ଉପରକୁ ଉଠି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ହଟାଇ ନମ୍ବର ଓ୍ବାନ ଟେଷ୍ଟ ବୋଲର ହୋଇପାରିଛନ୍ତି।

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ନୂଆଦିଲ୍ଲୀ,୧୮।୨- ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ଭଳି ଭାରତୀୟ ଓପନର ଶିଖର ଧାଓ୍ବନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିତ୍ବା ଯବାନଙ୍କ ପରିବାରକୁ ସହାୟତା ପାଇଁ ଆଗେଇ ଆସିଛନ୍ତି।

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ମୁମ୍ବାଇ,୧୮।୨- ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଯବାନ ଶହୀଦ ଘଟଣାକୁ ନେଇ ଦେଶରେ ଜନାତାଙ୍କ ମଧ୍ୟରେ ଆକ୍ରୋଷ ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ଭୁବନେଶ୍ୱର, ୧୮।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅଲ୍‌ ଓଡ଼ିଶା ବଡ଼ି ବିଲ୍ଡିଂ ଓ ଫିଟନେସ୍‌ ସଂଘ, ଖୋର୍ଦ୍ଧା ଜିଲା ବଡ଼ି ବିଲ୍ଡିଂ ଓ ଫିଟ୍‌ନେସ ସଂଘ, ଜାଗୁଆର ଜିମ୍‌ର ମିଳିତ ଆନୁକୂଲ୍ୟରେ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେଶନ ପ୍ରଯୋଜନାରେ ରବିବାର ସନ୍ଧ୍ୟରେ ରାଜ୍ୟ ବଡ଼ି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।