

ଖେଳ |

ଆଇ- ଲିଗ୍ ଫୁଟ୍ବଲ: ଅନ୍ତିମ ଘରୋଇ ମ୍ୟାଚ୍ରେ କଶ୍ମୀରକୁ ଭେଟିବ ଆରୋଜ୍
ଭୁବନେଶ୍ୱର, ୨୩।୨(ସ୍ପୋଟର୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଘରୋଇ ଇଣ୍ଡିଆନ୍ ଆରୋଜ୍ ରବିବାର ରିୟଲ କାଶ୍ମୀରକୁ ଭେଟିବେ। ଘରୋଇ ପରିବେଶରେ ଆରୋଜ୍ ତା’ର ଏହି ଶେଷ ମ୍ୟାଚ୍ରେ ବିଜୟୀ ହୋଇ ପଏଣ୍ଟ ତାଲିକାରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଏହି ମ୍ୟାଚ୍ ଜିତି ପଦାର୍ପଣରେ ରିୟଲ କାଶ୍ମୀର ତା’ର ଟାଇଟଲ ଆଶାକୁ ଆହୁରି ଦୃଢ଼ କରିବା ଲକ୍ଷ୍ୟରେ ରହିଛି।

ବିଶ୍ୱକପ୍ ପୂର୍ବରୁ ରିହରସାଲ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ଆଜି
ବିଶାଖାପଟନମ,୨୩।୨(ପି.ଟି.)- ସ୍ଥାନୀୟ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ଏହି ଟି୨୦ ସିରିଜ ପରେ ଏକ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ମଧ୍ୟ ଖେଳିବ। ଆସନ୍ତା ମେ’ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ୍ ଆରମ୍ଭ ହେବାକୁ ଥିବା ବେଳେ ଏହି ସିରିଜ୍ ବେଶ୍ ଗୁରୁତ୍ୱ ବହନ କରୁଛି। ବିଶେଷ କରି ଦଳ ଚୟନ ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ଦୁଇଟି ସିରିଜ ତଥା ୭ଟି ମ୍ୟାଚ୍ ବେଶ୍ ମହତ୍ତ୍ୱ ରଖୁଛି

ଧୋନୀଙ୍କୁ ଚ୍ୟାଲେଞ୍ଜ କଲେ ପନ୍ତ
ବିଶାଖାପାଟଣା,୨୩।୨- ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ-୧୨ ସଂସ୍କରଣ ପାଇଁ ପୁରା ଏକ ମାସ ବାକି ଅଛି।

ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଜିତି ଇତିହାସ ରଚିଲା ଶ୍ରୀଲଙ୍କା ଦଳ
ପୋର୍ଟ ଏଲିଜାବେଥ,୨୩।୨- ଓଶାଡା ଫର୍ନାଣ୍ଡୋ ଓ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶ୍ରୀଲଙ୍କା ଦଳ ୮ ଉଇକେଟରେ ବିଜୟ ହାସଲ କରିଛି।

ହିଟମେରଙ୍କ ଶତକ: ସିରିଜ୍ ବରାବର କଲା ଓ୍ବେଷ୍ଟଇଣ୍ଡିଜ
ବାରବାଡସ,୨୩।୨- ମିଡ୍ଲ ଅର୍ଡର ବ୍ୟାଟ୍ସମ୍ୟାନ ଶିମରୋନ ହେଟମେରଙ୍କ ଅପରାଜିତ ଶତକ ବଳରେ ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍କୁ ଓ୍ବେଷ୍ଟଇଣ୍ଡିଜ ଦଳ ୨୩ ରନ୍ରେ ଜିତିଛି।

ରେକର୍ଡ ବୁକ୍ରେ ଷ୍ଟୋକ୍ସଙ୍କ ନୋ ବଲ
ବାରବାଡସ,୨୩।୨- ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଶନିବାର ଏକ ନୋ ବଲ ପକାଇଛନ୍ତି। ଏହା ରେକର୍ଡ ବୁକ୍ରେ ସ୍ଥାନ ପାଇଛି।

ଯୁଦ୍ଧ ବିମାନ ତେଜସ ଉଡ଼ାଇଲେ ସିନ୍ଧୁ
ନୂଆଦିଲ୍ଲୀ,୨୩।୨- ଭାରତୀୟ ଷ୍ଟାର ଶଟଲର ପି. ଭି. ସିନ୍ଧୁ ବ୍ୟାଡ୍ମିଣ୍ଟନ କୋର୍ଟ ଉପରରେ ଯୁଦ୍ଧ ବିମାନ ଉଡ଼ାଇଛନ୍ତି।

ବିଶ୍ୱ ରେକର୍ଡ ସହ ସ୍ବର୍ଣ୍ଣ ଜିତିଲେ ଅପୂର୍ବୀ ଚଣ୍ଡେଲା
ନୂଆଦିଲ୍ଲୀ,୨୩।୨- ସ୍ବର୍ଣ୍ଣ ପଦକ ସହ ବିଶ୍ୱ ରେକର୍ଡରୁ ସ୍ଥାନୀୟ ଡ. କାର୍ନି ସିଂ ଶୁଟିଂ ରେଞ୍ଜଠାରେ ଭାରତ ଆଇଏସ୍ଏସ୍ଏଫ୍ ଶୁଟିଂ ବିଶ୍ୱକପ୍ ଆରମ୍ଭ କରିଛି।

ମ୍ୟାଚ୍ ବେଳେ ଖେଳାଳିଙ୍କ ବୁଟ୍ ଫାଟିବାରୁ ନାଇକର ୧୧୦ କୋଟି କ୍ଷତି
ଲସ୍ ଏଞ୍ଜେଲ୍ସ,୨୩।୨- ଷ୍ଟାର ଉଦୀୟମାନ ବାସ୍କେଟବଲ ଖେଳାଳି ଜିଓନ ଓ୍ବିଲିୟମସନଙ୍କ ବୁଟ୍ ଫାଟିବାରୁ କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତିକାରୀ କମ୍ପାନୀ ‘ନାଇକ୍’କୁ ୧୧୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ରେକର୍ଡ ନିକଟରେ ହିଟ୍ ମ୍ୟାନ
ବିଶାଖପାଟଣା,୨୩।୨- ଭାରତୀୟ କ୍ରିକେଟରେ ‘ହିଟ୍ ମ୍ୟାନ’ ଭାବେ ଜଣାଶୁଣା ଓପନର ରୋହିତ ଶର୍ମା ଟି୨୦ ଫର୍ମାଟରେ ଏକ ରେକର୍ଡ ନିକଟରେ ରହିଛନ୍ତି।

ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର
କଟକ ଅଫିସ, ୨୩ା୨- ବିଡ଼ାନାସୀ ଗ୍ରାଉଣ୍ଡରେ ଶୁକ୍ରବାର ଫାଓ ମହିଳା ଲିଗର ସାଇ ଓ ରାଇଜିଂ ଷ୍ଟୁଡେଣ୍ଟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି । ସାଇ ପକ୍ଷରୁ ନିକିତା ବିଶି ପ୍ରଥମାର୍ଦ୍ଧର ୨୮ତମ ମିନିଟରେ ଗୋଲ ସ୍କୋର କରିଥିଲେ ।

ଜୟଦୀପଙ୍କ ପରଲୋକ
କଟକ ଅଫିସ, ୨୩ା୨- ଓଡ଼ିଶାର ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ଜୟଦୀପ ବୋଷଙ୍କର ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ଶୁକ୍ରବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜୟଦୀପ ଓଡ଼ିଶା ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଘର କଟକର ଚୌଧୁରୀବଜାର ଅଞ୍ଚଳରେ ।