ଅନ୍ତର୍ଜାତୀୟ |

ଇଣ୍ଡୋନେସିଆରେ ପୁଣି ଏକ ଭୂକମ୍ପ

ଇଣ୍ଡୋନେସିଆରେ ପୁଣି ଏକ ଭୂକମ୍ପ
ଜାକର୍ତ୍ତା,୧୧।୧୦: ଇଣ୍ଡୋନେସିଆର ଜାଭା ଓ ବାଲି ଦ୍ୱୀପରେ ଗୁରୁବାର ହୋଇଥିବା ଏକ ଭୂକମ୍ପରେ ଏବେ ସୁଦ୍ଧା ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ଥିଲା ୬.୦। ଏହି ଭୂକମ୍ପ ଫଳରେ କେତେ ଗୁଡିଏ କୋଠା ଭୂଷୁଡି ଯାଇଥିବା ସୂଚନା ମିଳିଛି। ଲୋକମାନେ ଶୋଇଥିବା ବେଳେ ଭୋର ସମୟରେ ଏହି ଭୂକମ୍ପ ହୋଇଥିବାରୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଏମାନେ ସମୟ ପାଇ ନ ଥିଲେ। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ଶେଷ ସପ୍ତାହରେ ହୋଇଥିବା ଭୂକମ୍ପ ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ପୁଣି ଏକ ଭୂକମ୍ପରେ ଭୟଭିତ ହୋଇଯାଇଛନ୍ତି ଇଣ୍ଡୋନେସିଆବାସୀ। ପୂର୍ବରୁ ହୋଇଥିବା ଭୂକମ୍ପରେ ୨ ହାଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ବାସଶୂନ୍ୟ ହୋଇ ଏବେବି ଆଶ୍ରୟ ସ୍ଥଳରେ ବାସ କରିଛନ୍ତି। 
All Right Reserved By

ଅନ୍ତର୍ଜାତୀୟ |

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧୧ ମୃତ

କାବୁଲ,୨୧।୧୦: ବହୁଦିନ ପରେ ଆଫଗାନିସ୍ତାନରେ ନିର୍ବାଚନ ଆୟୋଜିତ ହୋଇଥିବା ବେଳେ ଏଠାକାର ପରିସ୍ଥିତି ଅଶାନ୍ତ ହୋଇ ପଡିଛି। ଶନିବାର ନିର୍ବାଚନ ସମୟରେ ବିସ୍ଫୋରଣ ହୋଇଥିବା ଖବର ଆସିଥିବା ବେଳେ ରବିବାର ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। 

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ଖୋଲିବ ଚାଇନା-ହଂକଂ ସାମୁଦ୍ରିକ ପୋଲ

ବେଜିଂ,୨୧।୧୦: ଚାଇନା-ହଂକଂକୁ ଯୋଡୁଥିବା ବିଶ୍ୱର ସର୍ବବୃହତ୍ତ ସାମୁଦ୍ରିକ ପୋଲ ହଂକଂ-ଜୁହାଇ-ମକାଓକୁ ସାଧାରଣ ଯାତ୍ରୀଙ୍କ ପାଇଁ ଆସନ୍ତା ବୁଧବାର ଅର୍ଥାତ୍‌ ଅକ୍ଟୋବର ୨୪ ତାରିଖରେ ଖୋଲି ଦିଆଯିବ ବୋଲି ସୂଚନା ମିଳିଛି।

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

୪୫୦ ଲକ୍ଷ ଟଙ୍କାରେ ବିକ୍ରି ହେଲା ଚନ୍ଦ୍ର ପଥର

ବୋଷ୍ଟନ,୨୧।୧୦: ଚନ୍ଦ୍ରରୁ ପୃଥିବୀକୁ ଖସି ଥିବା ଉଲକାପିଣ୍ଡ ପଥର ୪୫୦ ଲକ୍ଷ ୩ ହଜାର ୪ ଶହ ୩୭ ଟଙ୍କାରେ ବିକ୍ରି ହୋଇଛି। 

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଆଇଏନ୍‌ଏଫ୍‌ ସନ୍ଧିକୁ ନେଇ ରୁଷଠାରୁ ଅଲଗା ହେଲା ଆମେରିକା

ଓ୍ବାଶିଂଟନ,୨୧।୧୦: ଆମେରିକା ମଧ୍ୟ ଦୂରଗାମୀ ପରମାଣୁ ଶକ୍ତି (ଆଇଏନ୍‌ଏଫ୍‌) ସନ୍ଧିରୁ ଦୂରେଇ ଯାଇଥିବା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶୀତଳ ଯୁଦ୍ଧ ସମୟରେ ଆମେରିକା ରୁଷ ସହ ଏହି ଚୁକ୍ତି ସ୍ବାକ୍ଷରିତ କରିଥିଲା। 

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ଆକାଶେ ହସିବ ଦ୍ୱିତୀୟ ଜହ୍ନ

ବେଜିଂ: ଖୁବ୍‌ଶୀଘ୍ର ଆକାଶରେ ଆଉ ଏକ ଜହ୍ନ ଝଲସିବାକୁ ଯାଉଛି। ଏହାକୁ ମଧ୍ୟ ଦ୍ୱିତୀୟ ଜହ୍ନ କୁହାଯାଇପାରେ। ଚନ୍ଦ୍ରର ଆଲୋକ ଖୁବ୍‌ ମନମତାଣିଆ ଆଉ ଆକର୍ଷଣୀୟ ହୋଇଥିବା ବେଳେ ସୂର୍ଯ୍ୟାଲୋକର ୪ଲକ୍ଷ ଭାଗରୁ ୧ଭାଗ ହିଁ ଆମେ ପାଇଥାଉ। ଚନ୍ଦ୍ର ବାସ୍ତବରେ ରାତ୍ରିର ଅନ୍ଧାର ସମ୍ପୂର୍ଣ୍ଣ ଭାବରେ ଦୂରୀଭୂତ କରିବାକୁ ସମର୍ଥ ନୁହେଁ। ଏହାକୁ ଦୃଷ୍ଟିରେ ରଖି ଚାଇନାର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ଏକ କୃତ୍ରିମ ଜହ୍ନ ଆକାଶକୁ ଛାଡ଼ିବାକୁ ଯାଉଛନ୍ତି। 

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ସ୍କାର୍ପ ପିନ୍ଧି ଅଫିସ ଆସିବାରୁ ଇସ୍ତଫା ଦେବାକୁ କହିଲେ ବସ୍‌

ଇସ୍‌ଲାମାବାଦ,୨୦।୧୦: ପାକିସ୍ତାନର ଏକ ସପ୍ଟଓ୍ବେୟାର କମ୍ପାନୀରେ କାମ କରୁଥିବା ଜଣେ ଯୁବତୀ ସ୍କାର୍ପ ପିନ୍ଧିବାରୁ ତାଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ସେ ଅଫିସ ଭିତରକୁ ସ୍କାର୍ପ ପିନ୍ଧି ପଶି ଆସିବାରୁ ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। 

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ତିବ୍ବତରେ ଭୂସ୍ଖଳନ: ଅରୁଣାଚଳ ପ୍ରଦେଶରେ ବନ୍ୟା ସତର୍କ ସୂଚନା

ନୂଆଦିଲ୍ଲୀ/ବେଜିଂ, ୨୦।୧୦: ତିବ୍ବତରେ ହୋଇଥିବା ଭୂସ୍ଖଳନ ଫଳରେ ଏକ ନଦୀର ଗତିପଥରେ ଅବରୋଧ ଉପୁଜିଛି। ଫଳରେ ଏକ କୃତ୍ରିମ ହ୍ରଦ ମଧ୍ୟ ସୃଷ୍ଟି ହୋଇଛି। ଏହା ଅରୁଣାଚଳ ପ୍ରଦେଶକୁ ଲାଗି ରହିଥିବା ବ୍ରହ୍ମପୁତ୍ର ନଦୀର ଅବବାହିକାରେ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। 

ଜମାଲ ଖଶୋଗୀ ମୃତ: ସୌଦି ଆରବ

ଜମାଲ ଖଶୋଗୀ ମୃତ: ସୌଦି ଆରବ

ରିୟାଦ,୨୦।୧୦: କିଛିଦିନ ତଳେ ନିଖୋଜ ଥିବା ଆମେରିକା ଖବରଦାତା  ଜମାଲ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା ସୌଦି ଆରବ ସ୍ପଷ୍ଟ କରିଛି। ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ଆରବ ଦୂତାବାସରେ ଖଶୋଗୀଙ୍କ ମୃତ୍ୟୁ ହୋଇଥିବା କହିଛି ସୌଦି ଆରବ।

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ଚାଇନାରେ ଦେଖାଯିବ ୩ଟି ଚନ୍ଦ୍ରମା

ବେଜିଂ,୧୯।୧୦: ଆଗାମୀ ଦିନରେ ଚାଇନା ଆକାଶରେ ଗୋଟିଏ ନୁହେଁ ୩ଟି ଚାନ୍ଦ ଦେଖାଯିବ ବୋଲି ସୂଚନା ମିଳିଛି। ବିଜ୍ଞାନ କ୍ଷେତ୍ରରେ ଚାଇନା ଆଉ ୨ ପାଦ ଆଗକୁ ଯାଇ ଏମିତି ସଫଳତା ହାସଲ କରିବ ବୋଲି କହିଛି। 

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ସଂସଦରେ ରିପୋର୍ଟ ଉପସ୍ଥାପନ କଲା ରୋବର୍ଟ

ଲଣ୍ଡନ,୧୯।୧୦: ସାଧାରଣତଃ ସଂସଦରେ ରାଜନେତାମାନେ ରିପୋର୍ଟ ଉପସ୍ଥାପନ କରିଥାଆନ୍ତି। ହେଲେ ବ୍ରିଟେନ୍‌ ସଂସଦରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚିତ୍ର। ଯାହାକୁ ଦେଖି ଲୋକେ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରିଛନ୍ତି। 

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ବ୍ରହ୍ମପୁତ୍ର ପାଣି ରୋକିଲା ଚାଇନା

ନୂଆଦିଲ୍ଲୀ/ବେଜିଂ,୧୯।୧୦: ଚାଇନା ଭାରତ ସୀମା ଭିତରକୁ ପଶିବା ଜାରି ରଖିଛି। ଏବେ ଜାଣିଶୁଣି ବ୍ରହ୍ମପୁତ୍ର ନଦୀର ପାଣି ଭାରତକୁ ଚାଇନା ନ ଛାଡିବା ପାଇଁ ଆରମ୍ଭ କରିଛି ନୂଆ ଯୋଜନା। 

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲା: ୧୧୬ ପୋଲିସ କର୍ମଚାରୀ ନିଲମ୍ବିତ

ଇସଲାମାବାଦ୍‌,୧୮।୧୦: ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା ମାମଲାରେ ପାକିସ୍ତାନରେ ୧୧୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ୨୦୧୪ରେ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ଉପରେ ପୋଲିସ ଆଖିବୁଜା ଗୁଳି ଚଳାଇଥିଲା।