

ବାଣିଜ୍ୟ |

ନୂଆ କୋକ୍ ଓଭର ସ୍ଥାପନ କରିବ ଏନ୍ଆଇଏନ୍ଏଲ୍
ଭୁବନେଶ୍ୱର,୧୮-୨: ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍ଆଇଏନ୍ଏଲ୍) କଳିଙ୍ଗ ନଗରସ୍ଥିତ ନିଜ ପ୍ଲାଣ୍ଟ ପରିସରରେ ଏକ ନୂଆ କୋକ ଓଭନ ସ୍ଥାପନ ନେଇ ଯୋଜନା ରଖିଛି।

ବଜାରରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ୍ସୟୁଭି ୩୦୦
ଭୁବନେଶ୍ୱର,୧୮-୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ନୂଆ ଷ୍ଟାଇଲିସ ଏକ୍ସୟୁଭି ୩୦୦ବଜାରକୁ ଆସିଛି। କଟକ ଫୁଲନଖରାସ୍ଥିତ ଆଦିତ୍ୟ ମୋଟର୍ସ ଶୋ’ରୁମ ଠାରେ ଏହାର ଉନ୍ମୋଚନ ହୋଇଥିଲା।

କ୍ୟାନନ ଇଣ୍ଡିଆର ଫଟୋ ମାରାଥନ
କୋଲକାତା,୧୮-୨: କ୍ୟାନନ ଇଣ୍ଡିଆ ପକ୍ଷରୁ ଏହାର ଫଟୋ କଣ୍ଟେଷ୍ଟ ୯ମ ଫଟୋ ମାରାଥନ କଲିକତାଠାରେ ଅନୁଷ୍ଠିତ ହୋଇଯାଇଛି। କ୍ୟାନନ ଇଣ୍ଡିଆର କଞ୍ଜ୍ୟୁର ଇମେଜିଂ ଉପସଭାପତି ଏଡ଼ି ଉଡାଗାଓ୍ବା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ୟୁପିଆଇ ଜରିଆରେ ଆକାଉଣ୍ଟରୁ ଗାଏବ ହେଉଛି ଟଙ୍କା;ବ୍ୟାଙ୍କକୁ ସତର୍କ କଲା ଆର୍ବିଆଇ
ମୁମ୍ବାଇ,୧୮-୨: ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(ୟୁପିଆଇ) ଜରିଆରେ ହ୍ୟାକର ମାନେ ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ପକ୍ଷରୁ ବ୍ୟାଙ୍କଗୁଡ଼ିକୁ ସତର୍କ କରାଯାଇଛି।

ଏନ୍ଡିଏକୁ ଟାର୍ଗେଟ କଲେ ମନମୋହନ;ନିଯୁକ୍ତିବିହୀନ ଅର୍ଥନୀତିକୁ ନେଇ ଯୁବଗୋଷ୍ଠୀ ଅସନ୍ତୁଷ୍ଟ
ନୂଆଦିଲ୍ଲୀ,୧୮-୨: ନିଯୁକ୍ତି ସୃଷ୍ଟି ଓ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ ଏନ୍ଡିଏ ସରକାରକୁ ଟାର୍ଗେଟ କରିଛନ୍ତି। ନିଯୁକ୍ତିବିହୀନ ଅର୍ଥନୀତି ଅଭିବୃଦ୍ଧିକୁ ନେଇ ଯୁବବର୍ଗ ଅସନ୍ତୁଷ୍ଟ। ଦେଶର ଅର୍ଥନୀତିକୁ ଏହାର କ୍ଷମତା ଅନୁରୂପ ଉଚ୍ଚଶୀଖରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି।

ଜାଲ୍ ଇ-ଓ୍ବେ ବିଲ୍ ଲାଗି କମିଟି ଗଠନ
ନୂଆଦିଲ୍ଲୀ,୧୮-୨: ଜାଲ୍ ଇ-ଓ୍ବେ ବିଲ୍ ଜରିଆରେ ବ୍ୟବସାୟୀମାନେ ଜିଏସ୍ଟି ଫାଙ୍କି ଚାଲିଥିବାରୁ ରାଜସ୍ବ ଆଦାୟ ହ୍ରାସ ପାଉଛି। ଏହାକୁ ନେଇ ରାଜସ୍ବ ବିଭାଗ ଚିନ୍ତିତ। ଏ ଦିଗରେ କି ପ୍ରକାର ପଦକ୍ଷେପ ନିଆଯାଇପାରିବ ସେ ସଂକ୍ରାନ୍ତରେ ଜଣାଇବା ଲାଗି ବିଭାଗ ପକ୍ଷରୁ ବରିଷ୍ଠ ଆୟକର ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ।

ପୁଲଓ୍ବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ;ଆଜି ଦେଶବ୍ୟାପୀ ଦୋକାନବଜାର ବନ୍ଦ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୨(ବ୍ୟୁରୋ): ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବ୍ୟବସାୟୀ ମହାସଂଘ ଆହ୍ବାନରେ ସୋମବାର ଦେଶବ୍ୟାପୀ ଦୋକାନବଜାର ବନ୍ଦ ଡାକରା ଦିଆଯାଇଛି।

ପୁଞ୍ଜି ପ୍ରତ୍ୟାହାରରୁ ମିଳିଛି ୫୩,୫୫୮ କୋଟି
ନୂଆଦିଲ୍ଲୀ,୧୮-୨: କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାରରୁ ଚଳିତ ଆର୍ଥିକ ବର୍ଷ ଲାଗି ୮୦ ହଜାର କୋଟି ଟଙ୍କା ହାସଲ କରିବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ବାସ୍ତବରେ ଏହା ଅଦ୍ୟାବଧି ୫୩,୫୫୮ କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି।

ଡାକ୍ତରଙ୍କୁ ଉପହାର ନେଇ ସଂସଦୀୟ କମିଟି ଅସନ୍ତୁଷ୍ଟ:ଆୟକର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୮-୨: ଔଷଧ ନିର୍ମାତାଙ୍କ ପକ୍ଷରୁ ଡାକ୍ତରମାନଙ୍କୁ ମାଗଣା ଉପହାର ଦିଆଯାଉଛି। ତେବେ ଆୟକର ଆସେସମେଣ୍ଟ ବେଳେ ଅଧିକାରୀ ଏହାକୁ ଆୟକରରେ ସାମିଲ କରୁ ନଥିବାରୁ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂସଦୀୟ କମିଟି ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଆଜି ଜେଟ୍ଲୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ,୧୮-୨: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବୋର୍ଡ ବୈଠକ ସୋମବାର ଏଠାରେ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ବଜେଟ ପରେ ବସୁଥିବା ବୋର୍ଡ ବୈଠକରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଉଦ୍ବୋଧନ ଦେବେ।

କକ୍ସ ଆଣ୍ଡ କିଙ୍ଗସର ଡିଲ୍ ଉତ୍ସବ ଆଜି
ଭୁବନେଶ୍ୱର,୧୭-୨(ବ୍ୟୁରୋ) : କକ୍ସ ଆଣ୍ଡ କିଙ୍ଗସ ପକ୍ଷରୁ ଏହାର ଡିଲ୍ ଉତ୍ସବ ୨.୦ ସମ୍ପର୍କରେ ଘୋଷଣା କରାଯାଇଛି। ଭୁବନେଶ୍ୱରର ରାମମନ୍ଦିର ଛକ ନିକଟରେ ଥିବା କମ୍ପାନୀର ଆଉଟଲେଟରେ ଏହି ଅଫରର ଲାଭ ଗ୍ରାହକ ପାଇ ପାରିବେ।

ପାକିସ୍ତାନୀ ସାମଗ୍ରୀ ଉପରେ ଲାଗିବ ୨୦୦% ସୀମା ଶୁଳ୍କ
ନୂଆଦିଲ୍ଲୀ,୧୭-୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଭାରତ ଏହାଠାରୁ ମୋଷ୍ଟ ଫେଭର୍ଡ ନେସନ(ଏମ୍ଏଫ୍ଏନ୍) ମାନ୍ୟତା ପ୍ରତ୍ୟାହାର କରିଛି।