ବାଣିଜ୍ୟ |

ବ୍ରିଟିଶ୍‌ ଯୁଗର କମ୍ପାନୀ ବନ୍ଦ ହୋଇଯିବ

ବ୍ରିଟିଶ୍‌ ଯୁଗର କମ୍ପାନୀ ବନ୍ଦ ହୋଇଯିବ
ନୂଆଦିଲ୍ଲୀ,୧୧-୧୦: କେନ୍ଦ୍ର ସରକାର କୋଲକାତାର ଏକ ବ୍ରିଟିଶ ଯୁଗର କମ୍ପାନୀ ବିକୋ ଲରି ଲିମିଟେଡକୁ ବନ୍ଦ କରି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। କ୍ରମାଗତ କ୍ଷତି ସହିବା ପରେ ଏହାକୁ କିଣିବା ଲାଗି କେହି ଆଗ୍ରହ ପ୍ରକାଶ ନ କରିବାରୁ ବାଧ୍ୟ ହୋଇ ସରକାର ଏହାକୁ ବନ୍ଦ କରିବା ଲାଗି ଅନୁମତି ଦେଇଛନ୍ତି ବୋଲି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ବୁଧବାର କହିଛନ୍ତି।
ବ୍ରିଟିଶ ଯୁଗର ଉକ୍ତ କମ୍ପାନୀକୁ କେନ୍ଦ୍ର ସରକାର ମାତ୍ର ୧୫୩ କୋଟି ଟଙ୍କାରେ ବିକି ଦେବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ତେଲ ମାର୍କେଟିଂ କମ୍ପାନୀମାନେ ମଧ୍ୟ ଏହାକୁ କିଣିବାକୁ ରାଜି ହେଲେନି। କାରଣ ସେମାନେ ଅଶୋଧିତ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଏହାଛଡା ବିକେ ଲରି ବର୍ତ୍ତମାନ ଯେଉଁ ସାମଗ୍ରୀ ଉତ୍ପାଦନ କରୁଛି, ତାହା ତୈଳ କମ୍ପାନୀଙ୍କ କାରବାର ସହ ମେଳ ଖାଉ ନାହିଁ। ଉକ୍ତ କମ୍ପାନୀ କିପରି ଲାଭରେ ପହଞ୍ଚତ୍ପାରିବ ସେ ନେଇ ସରକାର କେପିଏମ୍‌ଜିର ଦ୍ୱାରସ୍ଥ ହୋଇଥିଲେ। କମ୍ପାନୀକୁ ତର୍ଜମା କରିବା ପରେ ଏହି ପରାମର୍ଶଦାତା କମ୍ପାନୀ ତାଙ୍କ ରିପୋର୍ଟରେ ନାସ୍ତିବାଚକ ଶୁଣାଇଥିଲେ। କମ୍ପାନୀ ପୁଣିଥରେ ଲାଭ କରିବାର ଶୂନ୍ୟ ସମ୍ଭାବନା ରହିଛି ବୋଲି କେପିଏମ୍‌ଜି ରିପୋର୍ଟରେ ଦର୍ଶାଇଥିଲେ। କମ୍ପାନୀ ବନ୍ଦ କରିବା ସମ୍ପର୍କରେ ଘୋଷଣା କରି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ୩୦୦ କର୍ମଚାରୀଙ୍କୁ ସ୍ବେଚ୍ଛା ଅବସର ଘୋଷଣା ମାଧ୍ୟମରେ ସେମାନଙ୍କୁ ବିଦା କରାଯିବ।
All Right Reserved By

ବାଣିଜ୍ୟ |

ଖୁବ୍‌ ଶୀଘ୍ର ନିଯୁକ୍ତ ହେବେ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା

ନୂଆଦିଲ୍ଲୀ, ୧୯।୧୦: କେନ୍ଦ୍ର ସରକାର ଆସନ୍ତା ୨ ମାସ  ମଧ୍ୟରେ ଦେଶର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ନିଯୁକ୍ତି କରିବେ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଚୟନ କମିଟି ଖୁବ୍‌ ଶୀଘ୍ର ଉପଯୁକ୍ତ ପ୍ରାର୍ଥୀଙ୍କର  ଏକ ଚୂଡ଼ାନ୍ତ ତାଲିକା  ପ୍ରସ୍ତତ କରିବେ।

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ଏୟାର ଇଣ୍ଡିଆକୁ ୧ ହଜାର କୋଟି ସହାୟତା

ନୂଆଦିଲ୍ଲୀ,୧୮।୧୦: ଆର୍ଥିକ ସଙ୍କଟ ସାମ୍ନା କରୁଥିବା ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆକୁ କେନ୍ଦ୍ର ସରକାର ୧ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ଏହି ଅର୍ଥ ଦିଆଯାଇଛି। ଅପରପକ୍ଷେ ଏହି ବିମାନ କମ୍ପାନୀ ସୋଭରନ୍‌ ଗ୍ୟାରେଣ୍ଟି ବଦଳରେ ଆସନ୍ତା ସପ୍ତାହରେ ଆହୁରୀ ୫ଶହ କୋଟି ଟଙ୍କା ବଜାରରୁ ଉଠାଇବାକୁ ଯାଉଛି। 

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

୬୦ହଜାର ଭାରତୀୟଙ୍କୁ ମିଳିଛି ଗ୍ରୀନ କାର୍ଡ

ଓ୍ବାଶିଂଟନ,୧୮।୧୦: ଆମେରିକାରେ ସ୍ଥାୟୀ ବସବାସ କରିବା ଲାଗି ପ୍ରାୟ ୬ ଲକ୍ଷ ଭାରତୀୟ ଗ୍ରୀନ କାର୍ଡ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତବର୍ଷ ୬୦ହଜାର ଲୋକଙ୍କୁ ଏହି କାର୍ଡ ପ୍ରଦାନ କରାଯାଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।

ଭୋଡାଫୋନ ସଖି ଉନ୍ମୋଚିତ

ଭୋଡାଫୋନ ସଖି ଉନ୍ମୋଚିତ

ଭୁବନେଶ୍ୱର,୧୮-୧୦: ଭୋଡାଫୋନ ଆଇଡିଆ ଲିମିଟେଡ ପକ୍ଷରୁ ମହିଳା ମାନଙ୍କ ଲାଗି ମୋବାଇଲ ଭିତ୍ତିକ ସ୍ବତନ୍ତ୍ର ସୁରକ୍ଷା ସେବା  ଭୋଡାଫୋନ ସଖି ଉନ୍ମୋଚିତ ହୋଇଛି। ଏଥିରେ ଜରୁରୀ କାଳୀନ ଆଲର୍ଟ, ଜରୁରୀ କାଳୀନ ବାଲାନ୍ସ, ପ୍ରାଇଭେଟ ନମ୍ବର ରିଚାର୍ଜ ଭଳି ସୁବିଧା ରହିଛି।

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

୩୨ ନୂଆ ରେଫ୍ରିଜରେଟର ଆଣିଲା ଗୋଦରେଜ୍‌

ଭୁବନେଶ୍ୱର,୧୮-୧୦: ପାର୍ବଣକୁ ଧ୍ୟାନରେ ରଖି ଗୋଦରେଜ୍‌ ଆପ୍ଲାଏନ୍ସ ପକ୍ଷରୁ ୩୨ ନୂଆ ରେଫ୍ରିଜରେଟର ବଜାରକୁ ଆସିଛି। ପ୍ରିମିୟମ ଏନ୍‌ଏକ୍ସଡବ୍ଲ୍ୟୁ ସବ୍‌ବ୍ରାଣ୍ଡ ଅଧିନରେ ନୂଆ ଏନ୍‌ଏକ୍ସଡବ୍ଲ୍ୟୁ ଗ୍ଲାସ ଡୋର ରେଫ୍ରିଜରେଟର ବଜାରକୁ ଆସିଛି।

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଦିବ୍ୟାଙ୍ଗଙ୍କ ଲାଗି ସହାୟତାର ହାତ ବଢାଇଲା ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ

ଭୁବନେଶ୍ୱର,୧୮-୧୦: ଏସ୍‌ବିଆଇ ଲାଇଫ୍‌ ଇନସ୍ୟୁରାନ୍ସ ପକ୍ଷରୁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ ସାଇନ୍ସକୁ ଏକ ଭ୍ରାମ୍ୟମାଣ ମେଡିକାଲ ୟୁନିଟ ଦାନ କରାଯାଇଛି। ଭିନ୍ନକ୍ଷମଙ୍କ ଚିହ୍ନଟ କରିବା ତଥା ଚିକିତ୍ସା କରିବା ଦିଗରେ ଏହା ବିଶେଷ ଭାବେ ସହାୟକ ହେବ। 

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ୟୁନିୟନ ବ୍ୟାଙ୍କ ପକ୍ଷରୁ ହିନ୍ଦୀ ମାସ

ଭୁବନେଶ୍ୱର,୧୮-୧୦: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ହିନ୍ଦୀ ମାସ ଉଦଯାପନ ହୋଇଯାଇଛି। ଏହି ଅବସରରେ ରାଜଭାଷା ଉତ୍ସବ-୨୦୧୮ର ପୁରସ୍କାର ବିତରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁବନେଶ୍ୱରର   ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି।

ସୋନିର ନୂଆ ହେଡ୍‌ ଫୋନ୍‌

ସୋନିର ନୂଆ ହେଡ୍‌ ଫୋନ୍‌

ଭୁବନେଶ୍ୱର,୧୮-୧୦: ସୋନି ପକ୍ଷରୁ ପରବର୍ତ୍ତୀ ପୀଢିର ନଏଜ କ୍ୟାନସେଲେଶନ ଡବ୍ଲ୍ୟୁଏଚ୍‌-୧୦୦୦ ଏକ୍ସଏମ୍‌୩ ହେଡଫୋନର ବଜାର ପ୍ରବେଶ ହୋଇଛି।

ଟର୍ମସର ନୂଆ ଉତ୍ପାଦ ବଜାରରେ

ଟର୍ମସର ନୂଆ ଉତ୍ପାଦ ବଜାରରେ

କଟକ,୧୮-୧୦: ପ୍ରମୁଖ ଇଣ୍ଟେଲିଜେଣ୍ଟ ଆପାରେଲ୍‌ ବ୍ରାଣ୍ଡ ଟର୍ମସର ନୂଆ ଉତ୍ପାଦ କଟକରେ ସିଡିଏ-୯ ସ୍ଥିତ ମିରର୍‌ ମଲ୍ଟି ବ୍ରାଣ୍ଡ ଷ୍ଟୋରରେ ବଜାର ପ୍ରବେଶ ହୋଇଛି। ନୂଆ ପ୍ରଡକ୍ଟକୁ କମ୍ପାନୀର ବାଣିଜ୍ୟ ମୁଖ୍ୟ ଅମିତ ମଲହୋତ୍ରା, ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପସ୍ଥିତ ରହି ବଜାର ପ୍ରବେଶ କରାଇଥିଲେ। 

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ଏସ୍‌ବିଆଇ ୟୋନୋର ସପିଂ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ,୧୮-୧୦: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ୟୋନୋ ପକ୍ଷରୁ ସପିଙ୍ଗ ଫେଷ୍ଟିଭାଲ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଚଳିତ ମାସ ୨୧ ତାରିଖ ଯାଏ ଚାଲିବ। ଏହାକୁ କାର୍ଯ୍ୟକାରି କରାଇବା ସହ ବ୍ୟାଙ୍କ ପ୍ରାୟ ୮୫ରୁ ଅଧିକ ଇ-ବ୍ୟବସାୟିକ ସଂସ୍ଥା ସହ ଜଡିତ ହୋଇଛି। 

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ସିଣ୍ଡିକେଟ୍‌ ବ୍ୟାଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ

ଭୁବନେଶ୍ୱର,୧୮-୧୦: ସିଣ୍ଡିକେଟ୍‌ ବ୍ୟାଙ୍କର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। 

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଏମ୍‌ଆଇ ଆଣିଲା ନୂଆ ସ୍ମାର୍ଟ ଟିଭି

ଭୁବନେଶ୍ୱର,୧୮-୧୦: ପ୍ରମୁଖ କମ୍ପାନୀ ଏମ୍‌ଆଇ ପକ୍ଷରୁ ନୂଆ ସ୍ମାର୍ଟ ଟିଭି ଓଡିଶା ବଜାରରେ ପ୍ରବେଶ କରିଛି। କମ୍ପାନୀର ରାଜ୍ୟ ମୁଖ୍ୟ ଅମିତ କୁମାର ପଣ୍ଡା, ବିତରକ ଜୟ ସଦାନି ପଟିଆ ସ୍ଥିତ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଶୋ’ରୁମରେ ଏହି ପ୍ରଡକ୍ଟଗୁଡିକୁ ଉନ୍ମୋଚନ କରିଥିଲେ।