ବାଣିଜ୍ୟ |

ଆମ୍ରପାଲି ଗ୍ରୁପ୍‌ର ୯ ସମ୍ପତ୍ତି ସିଲ୍‌

ଆମ୍ରପାଲି ଗ୍ରୁପ୍‌ର ୯ ସମ୍ପତ୍ତି ସିଲ୍‌
ନୂଆଦିଲ୍ଲୀ,୧୧-୧୦: ସୁପ୍ରିମକୋର୍ଟ ଆମ୍ରପାଲି ଗ୍ରୁପ୍‌ର ୩ ଜଣ ନିର୍ଦ୍ଦେଶକଙ୍କୁ ପୋଲିସ ହେପାଜତକୁ ପଠାଇବାର ଦିନକ ପରେ ବୁଧବାର ନୋଇଡା ଏବଂ ଗ୍ରେଟର ନୋଇଡାରେ ଥିବା ଏହାର ୭ଟି ସମ୍ପତ୍ତିକୁ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ୪୬ଟି ସହଯୋଗୀ କମ୍ପାନୀର ଦସ୍ତାବିଜକୁ ରଖାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା। ବିଚାରପତି ୟୁ.ୟୁ. ଲଳିତ ଏବଂ ବିଚାରପତି  ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ବିହାରର ରାଜଗୀର ଓ ବକ୍ସରରେ ଥିବା ଦୁଇଟି ସମ୍ପତ୍ତିକୁ ମଧ୍ୟ ସିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଲ୍‌ ହେବା ପରେ ଏହାର ଚାବିକୁ ସର୍ବୋଚ୍ଚ ଅଦାଲତଙ୍କ ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ୯ଟି ସ୍ଥାନ ଛଡ଼ା ଅନ୍ୟ କୌଣସି ସ୍ଥାନରେ କାଗଜପତ୍ର ଜମା ହୋଇ ରହିନାହିଁ ବୋଲି ଜଣାଇ ପୋଲିସ ହେପାଜତରେ ଥିବା ୩ ନିର୍ଦ୍ଦେଶକଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଖଣ୍ଡପୀଠ ଏହାମଧ୍ୟ କହିଛନ୍ତି ଯେ, ସିଲ୍‌ ହୋଇଥିବା ସ୍ଥାନରେ କେବଳ କୋର୍ଟ ଦ୍ୱାରା ନିଯୁକ୍ତ ଫରେନ୍ସିକ ଅଡିଟର ଅଥବା ସେମାନଙ୍କ ଦ୍ୱାରା ଅଧିକୃତ ଅଧିକାରୀ ହିଁ ଯାଇପାରିବେ। ଉଲ୍ଲେଖଥାଉ କି, ଦସ୍ତାବିଜ୍‌ ଦାଖଲ କରିବା ନେଇ ଆମ୍ରପାଲି ଗ୍ରୁପ୍‌ ଅନାଗ୍ରହ ପ୍ରଦର୍ଶନ କରୁଥିବାରୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଥିଲେ। କମ୍ପାନୀ ଅଦାଲତ ସହ ଲୁଚକାଳି ଖେଳ ବନ୍ଦ କରୁ ବୋଲି ଦର୍ଶାଇ ୩ ଜଣ ନିର୍ଦ୍ଦେଶକଙ୍କୁ ପୋଲିସ ହେପାଜତକୁ ପଠାଇଥିଲେ। ସମ୍ପତ୍ତି ସିଲ୍‌ ହେବା ପର୍ଯ୍ୟନ୍ତ ସେମାନେ ପୋଲିସ ହେପାଜତରେ ରହିବେ ବୋଲି ସେତେବେଳେ ଅଦାଲତ ତାଙ୍କ ନିର୍ଦ୍ଦେଶରେ କହିଥିଲେ।
All Right Reserved By

ବାଣିଜ୍ୟ |

ଏଚ୍‌-୧ବି ଭିଜା ସାର୍ଟିଫିକେଟ; ଟପ୍‌ ୧୦ରେ ସ୍ଥାନ ପାଇଲା ଟିସିଏସ୍‌

ଏଚ୍‌-୧ବି ଭିଜା ସାର୍ଟିଫିକେଟ; ଟପ୍‌ ୧୦ରେ ସ୍ଥାନ ପାଇଲା ଟିସିଏସ୍‌

ଓ୍ବାଶିଂଟନ,୨୪-୧୦: ଏଚ୍‌-୧ବି ଭିଜାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଆମେରିକା ସରକାର ଫରେନ୍‌ ଲେବର ସାର୍ଟିଫିକେଶନ ଜାରି କରିଛି। ଟାଟା କନସଲଟାନ୍ସି ସର୍ଭିସେସ୍‌(ଟିସିଏସ୍‌) ଏକମାତ୍ର ଭାରତୀୟ କମ୍ପାନୀ ଭାବେ ଏହି ସାର୍ଟିଫିକେଟ ହାସଲ କରି ଟପ୍‌ ୧୦ରେ ରହିପାରିଛି।

ଅନ୍‌ଲାଇନରେ ବିକ୍ରି ହେଉଛି ନକଲି କସ୍‌ମେଟିକ୍ସ

ଅନ୍‌ଲାଇନରେ ବିକ୍ରି ହେଉଛି ନକଲି କସ୍‌ମେଟିକ୍ସ

ନୂଆଦିଲ୍ଲୀ,୨୪-୧୦: ଆମାଜନ, ଫ୍ଲିପକାର୍ଟ ଭଳି ବିଭିନ୍ନ ଇ-କମର୍ସ କମ୍ପାନୀର ଓ୍ବେବସାଇଟ୍‌ରୁ କସ୍‌ମେଟିକ୍ସ କିଣୁଥିବା ମହିଳାମାନେ ସାବଧାନ ହୋଇଯାଆନ୍ତୁ। କାରଣ ବହୁ ନାମୀଦାମୀ କମ୍ପାନୀ ନାମରେ ଅନ୍‌ଲାଇନରେ ଭେଜାଲ,ନକଲି କସ୍‌୍‌ମେଟିକ୍ସ ବିକ୍ରି ହେଉଛି। 

ପେଟ୍ରୋଲ ପମ୍ପ ପ୍ରତିଷ୍ଠାରେ ଘରୋଇ କମ୍ପାନୀ ପାଇବେ ଅଧିକ ସୁଯୋଗ

ପେଟ୍ରୋଲ ପମ୍ପ ପ୍ରତିଷ୍ଠାରେ ଘରୋଇ କମ୍ପାନୀ ପାଇବେ ଅଧିକ ସୁଯୋଗ

ନୂଆଦିଲ୍ଲୀ,୨୪-୧୦: ତୈଳ ବିପଣନ କ୍ଷେତ୍ରରେ ଅଧିକରୁ ଅଧିକ ସଂଖ୍ୟାରେ ଘରୋଇ କମ୍ପାନୀଙ୍କୁ ସାମିଲ କରି ପ୍ରତିଯୋଗିତା ବଢ଼ାଇବାକୁ କେନ୍ଦ୍ର ସରକାର ଏବେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ବିଚାର କରୁଛନ୍ତି। ଲାଇସେନ୍ସ ନିୟମକୁ କୋହଳ କରିବା ସହ ପୁଞ୍ଜିନିବେଶରେ ରହିଥିବା ବାଧ୍ୟବାଧକତା ଦୂର କରିବାକୁ ସରକାର ଚାହାନ୍ତି।

ଷ୍ଟର୍ଲିଂ ବାୟୋଟେକ୍‌ ମାମଲାରେ ଆଉ ଏକ ଚାର୍ଜସିଟ୍‌ ଦାଖଲ କଲା ଇଡି

ଷ୍ଟର୍ଲିଂ ବାୟୋଟେକ୍‌ ମାମଲାରେ ଆଉ ଏକ ଚାର୍ଜସିଟ୍‌ ଦାଖଲ କଲା ଇଡି

ନୂଆଦିଲ୍ଲୀ,୨୪-୧୦: ପାଞ୍ଚ ହଜାର କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟରେ ଗୁଜରାଟ କମ୍ପାନୀ ଷ୍ଟର୍ଲିଂ ବାୟୋଟେକ୍‌ କମ୍ପାନୀ ବିରୋଧରେ ସହାୟକ ଚାର୍ଜସିଟ୍‌ ଦାଖଲ କରିଛି। 

ଏରିକସନ୍‌କୁ ୫୫୦ କୋଟି ବକେୟା ପ୍ରଦାନ; ଅନିଲ ଅମ୍ବାନୀଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ମହଲତ

ଏରିକସନ୍‌କୁ ୫୫୦ କୋଟି ବକେୟା ପ୍ରଦାନ; ଅନିଲ ଅମ୍ବାନୀଙ୍କୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ମହଲତ

ନୂଆଦିଲ୍ଲୀ,୨୪-୧୦: ସ୍ବିଡେନ କମ୍ପାନୀ ଏରିକସନ୍‌କୁ  ୫୫୦ କୋଟି ଟଙ୍କାର ବକେୟା ପ୍ରଦାନ ମାମଲାରେ ଶିଳ୍ପପତି ଅନିଲ ଅମ୍ବାନୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।

ପ୍ରଦୂଷଣ ସାର୍ଟିଫିକେଟ ଜାରି; ଗାଡି ମାଲିକ ଦେବେ ୧୮% ଜିଏସ୍‌ଟି

ପ୍ରଦୂଷଣ ସାର୍ଟିଫିକେଟ ଜାରି; ଗାଡି ମାଲିକ ଦେବେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୨୪-୧୦: ଗାଡି ଚଳାଇବା ଲାଗି ପ୍ରଦୂଷଣ ସାର୍ଟିଫିକେଟ ହାସଲ କରିବାକୁ ହେଲେ ଗାଡି ମାଲିକଙ୍କୁ ୧୮% ହାରରେ ଜିଏସ୍‌ଟି ଦେବାକୁ ପଡିବ। ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ(ଏଏଆର୍‌) ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ବଦଳରେ ‘ପ୍ରଦୂଷଣ ନିୟନ୍ତ୍ରିତ’ ସାର୍ଟିଫିକେଟ ଜାରି କରିବା ଲାଗି ସେବା ଯୋଗାଣକାରୀଙ୍କୁ ଜିଏସ୍‌ଟି ଅଧୀନରେ ଛାଡ ସୁବିଧା ମିଳିବ କି ଜାଣିବାକୁ ଚାହିଁ ଭେଙ୍କଟେଶ ଅଟୋମୋବାଇଲ ପକ୍ଷରୁ ଆବେଦନ କରାଯାଇଥିଲା।

ଟେଲିକମ୍‌ ସେକ୍ଟରରେ ୬୫ ହଜାର ଚାକିରି ହରାଇବେ

ଟେଲିକମ୍‌ ସେକ୍ଟରରେ ୬୫ ହଜାର ଚାକିରି ହରାଇବେ

ନୂଆଦିଲ୍ଲୀ,୨୪-୧୦: ଟେଲିକମ ସେକ୍ଟରରେ ଏବେ ମିଶ୍ରଣ ପର୍ବ ଜାରି ରହିଛି। ଫଳରେ କମ୍ପାନୀମାନେ କର୍ମଚାରୀଙ୍କ ସଂଖ୍ୟା କମାଇବାରେ ଲାଗିଛନ୍ତି। ପରିଚାଳନାଗତ ଦକ୍ଷତା ବୃଦ୍ଧିକୁ ଦୃଷ୍ଟିରେ ରଖି ଛଟେଇ କରାଯିବ। କାରଣ ଅପରେଟର, ଭିତ୍ତିଭୂମି, ଟାଓ୍ବାର କମ୍ପାନୀ ଏବଂ ସହଯୋଗୀ ରିଟେଲ ସେବା ଯୋଗାଣକାରୀ ଛଟେଇ ଉପରେ ଗୁରୁତ୍ୱ ଦେଉଛନ୍ତି।

ଅଣ ସଂରକ୍ଷିତ ଟିକେଟ ବୁକିଂ;ନଭେମ୍ବର ପହିଲାରୁ ଅନଲାଇନରେ ସୁବିଧା

ଅଣ ସଂରକ୍ଷିତ ଟିକେଟ ବୁକିଂ;ନଭେମ୍ବର ପହିଲାରୁ ଅନଲାଇନରେ ସୁବିଧା

ନୂଆଦିଲ୍ଲୀ,୨୪-୧୦: ଅଣସଂରକ୍ଷିତ ଆସନରେ ଯାତାୟତ କରୁଥିବା ରେଳଯାତ୍ରୀଙ୍କ ପାଇଁ ଖୁସିଖବର। ନଭେମ୍ବର ପହିଲାରୁ ସେମାନେ ଅନଲାଇନରେ ଅଣସଂରକ୍ଷିତ ଆସନ ଲାଗି ଟିକେଟ ବୁକିଂ କରିପାରିବେ। ଭାରତୀୟ ରେଲଓ୍ବେ ପକ୍ଷରୁ ଏଥିପାଇଁ ୟୁଟିଏସ୍‌ ମୋବାଇଲ ଆପ୍‌କୁ ସାରାଦେଶରେ ପ୍ରଚଳନ କରାଯିବ। ଏହି ଆପ୍‌ ଜରିଆରେ ଉକ୍ତ ସୁବିଧା ମିଳିବ। 

ଚନ୍ଦା କୋଚ୍ଚର ମାମଲା;ରିପୋର୍ଟ ପ୍ରତ୍ୟାହାର କଲା ଲ’ଫାର୍ମ

ଚନ୍ଦା କୋଚ୍ଚର ମାମଲା;ରିପୋର୍ଟ ପ୍ରତ୍ୟାହାର କଲା ଲ’ଫାର୍ମ

ଭୁବନେଶ୍ୱର,୨୪-୧୦: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦା କୋଚ୍ଚରଙ୍କୁ କ୍ଲିନ ଦେବା ନେଇ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଲ’ ଫାର୍ମ ସିରିଲ୍‌ ଅମରଚାନ୍ଦ ମଙ୍ଗଲଦାସ ପ୍ରତ୍ୟାହାର କରି ନେଇଛି। 

ଆଜିଠାରୁ ନୌପଡା-ଗୁଣୁପୁର ରୁଟ୍‌ରେ ଗଡିବ ଟ୍ରେନ୍‌

ଆଜିଠାରୁ ନୌପଡା-ଗୁଣୁପୁର ରୁଟ୍‌ରେ ଗଡିବ ଟ୍ରେନ୍‌

ଭୁବନେଶ୍ୱର,୨୪-୧୦: ତିତ୍‌ଲୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ନୌପଡା-ଗୁଣୁପୁର  ରେଳ ଟ୍ରାକ୍‌ ମରାମତି କାର୍ଯ୍ୟ ଶେଷ ହୋଇଛି। ଏ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି। କ୍ଷତିଗ୍ରସ୍ତ ଟ୍ରାକ ଉପରେ ପରୀକ୍ଷା ମୂଳକ ଭାବେ ପ୍ରଥମେ ଏକ ଖାଲି ଇଞ୍ଜିନ ଚଳାଚଳ କରିଛି। 

ଏନ୍‌ଆଇଏନ୍‌ଏଲ୍‌ରେ ଷ୍ଟିଲ ବିଲେଟ୍‌  ଉତ୍ପାଦନ ଶୀଘ୍ର

ଏନ୍‌ଆଇଏନ୍‌ଏଲ୍‌ରେ ଷ୍ଟିଲ ବିଲେଟ୍‌ ଉତ୍ପାଦନ ଶୀଘ୍ର

ଭୁବନେଶ୍ୱର,୨୪-୧୦: କଳିଙ୍ଗ ନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ(ଏନ୍‌ଆଇଏନ୍‌ଏଲ୍‌)ରେ ଆସନ୍ତା ମାସଠାରୁ ଷ୍ଟିଲ ବିଲେଟ୍‌ ଉତ୍ପାଦନ ହେବ। କମ୍ପାନୀ ଶୀଘ୍ର ଏହାର ଷ୍ଟିଲ ମେଲ୍ଟିଂ ଶପ୍‌କୁ ପୁନଃ କାର୍ଯ୍ୟକ୍ଷମ କରାଇବା ସହ ଉନ୍ନତ ମାନର ଷ୍ଟିଲ ବିଲେଟ୍‌ ଉତ୍ପାଦନ କରିବ ବୋଲି ସୂଚନା ଦେଇଛି।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଡବଲ ଧମାକା ଅଫର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଡବଲ ଧମାକା ଅଫର

ଭୁବନେଶ୍ୱର,୨୪-୧୦: ପାର୍ବଣ ଅବସରରେ ପ୍ରମୁଖ ଅଟୋମୋବାଇଲ୍‌ କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଡବଲ ଧମାକା ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରର ଲାଭ ଗ୍ରାହକମାନେ ଅକ୍ଟୋବାର ପହିଲାରୁ ନଭେମ୍ବର ୩୦ ଯାଏ ଉଠାଇ ପାରିବେ।