ଖେଳ |

ହକିର ବିଜୟ : ଧନ୍‌ ଏକାଦଶକୁ ହରାଇଲା ଦିଲ୍‌ ଏକାଦଶ

ହକିର ବିଜୟ : ଧନ୍‌ ଏକାଦଶକୁ ହରାଇଲା ଦିଲ୍‌ ଏକାଦଶ
ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)-
ନୂଆ ରୂପ ନେଇଥିବା ହକି ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବ ଅବସରରେ ଏକ ପ୍ରଦର୍ଶନ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲୀପ ତିର୍କୀଙ୍କ ନେତୃତ୍ୱାଧୀନ ଦିଲ୍‌ ଏକାଦଶ ୨-୧ ଗୋଲରେ ଧନରାଜ ପିଲେଙ୍କ ଧନ୍‌ ଏକାଦଶକୁ ପରାସ୍ତ କରିଛି। ଦିଲୀପଙ୍କ ଟିମ୍‌ ପକ୍ଷରୁ ଦୀପକ ଠାକୁର ୨ଟିଯାକ ଗୋଲ ଦେଇଥିବାବେଳେ ଧନରାଜଙ୍କ ଦଳର ଗୁରଜାନ୍ତ ସିଂ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଉଭୟ ଦଳରେ ଅନେକ ହକି କିମ୍ବଦନ୍ତୀଙ୍କ ସହ ବର୍ତ୍ତମାନର ସିନିୟର ଓ ଜୁନିୟର ଖେଳାଳିଙ୍କ ସମ୍ମିଶ୍ରଣ ହୋଇଥିଲା। ଗୋଟିଏ ମ୍ୟାଚରେ ଧନରାଜ, ଦିଲୀପ, ବୀରେନ ରସ୍କିନା, ସର୍ଦ୍ଦାର ସିଂ, ଜୁଗରାଜ ସିଂ, ଦୀପକ ଠାକୁର ଆଦି ଖେଳାଳିଙ୍କୁ ଦେଖିବା ଉପସ୍ଥିତ ଦର୍ଶକଙ୍କ ପାଇଁ ଭିନ୍ନ ଅନୁଭବ ଆଣିଥିଲା। ମ୍ୟାଚର ଫଳାଫଳ ଯାହା ହେଉନା କାହିଁକି ଏଠାରେ ହକିର ବିଜୟ ହୋଇଛି ବୋଲି ଉଭୟ ଦିଲୀପ ଓ ଧନରାଜ ପ୍ରକାଶ କରିଥିଲେ। ମ୍ୟାଚ ପରେ ଉଭୟ ଦଳର ସମସ୍ତ ସଦସ୍ୟଙ୍କୁ ଟ୍ରଫି ଦିଆଯାଇ ସମ୍ମାନିତ କରାଯାଇଥିଲା। 
୧୪ ବର୍ଷ ପରେ ୯ ନମ୍ବର ଜର୍ସି
ମୁଁ ଦୀର୍ଘ ୧୪ ବର୍ଷ ପରେ ପ୍ରିୟ ୯ ନମ୍ବର ଜର୍ସି ପିନ୍ଧିବାର ସୌଭାଗ୍ୟ ପାଇଛି। ଶେଷଥରପାଇଁ ମୁଁ ୨୦୦୪ରେ ଭାରତ ପକ୍ଷରୁ ଖେଳିବାବେଳେ ଏହି ନମ୍ବର ଜର୍ସି ପରିଧାନ କରିଥିଲି। ଏବେ ହକିର ପରିଭାଷା ବଦଳି ଯାଇଛି। ଆମ ସମୟର ହକି ତୁଳନାରେ ବର୍ତ୍ତମାନର ହକି ଗେମ୍‌ ଅଧିକ ଫାଷ୍ଟ ହୋଇଛି। ଦୀର୍ଘଦିନପରେ ଖେଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ସମସ୍ତ ଖେଳାଳି ବହୁତ ଭଲ ଖେଳିଲେ। ଏଠାରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ। ଏହି ସର୍ଫେସରେ ଆସନ୍ତା ବିଶ୍ୱକପ ନିଶ୍ଚିତ ରୋମାଞ୍ଚକ ହେବ“ ବୋଲି ଧନରାଜ ପ୍ରକାଶ କରିଛନ୍ତି। 
୨ ନମ୍ବର ଜର୍ସିରେ ଦିଲୀପ
ପ୍ରଦର୍ଶନୀ ହକି ମ୍ୟାଚରେ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ନିଜର ପ୍ରିୟ ୨ ନମ୍ବର ଜର୍ସିରେ ଦେଖିବାକୁ ମିଳିଥିଲା। ”ମ୍ୟାଚ ବହୁତ ଭଲ ହେଲା। ବର୍ଷା ଜନିତ ପ୍ରତିକୂଳ ପାଗ ସତ୍ତ୍ୱେ ଉଭୟ ଦଳର ଖେଳାଳିମାନେ ବହୁତ ଖେଳିଲେ। ନିଜେ ଧନରାଜ ମଧ୍ୟ ବଢ଼ିଆ ପ୍ରଦର୍ଶନ କଲେ। ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ମୁଁ ୨୦୦୯ ପରେ ପ୍ରଥମଥରପାଇଁ ପଡ଼ିଆକୁ ଓହ୍ଲାଇଲି। ତେଣୁ ଏହା ମୋ ପାଇଁ ମଧ୍ୟ ଏକ ଭିନ୍ନ ଅନୁଭୂତି ଆଣିଛି। କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ସମଗ୍ର ବିଶ୍ୱକୁ ଏପରି ଏକ ଷ୍ଟାଡିୟମ ଭେଟି ଦେଇଥିବାରୁ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଏଠାରେ ବିଶ୍ୱକପ ହେବାକୁ ଯାଉଥିବାରୁ ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ଏବେ ଭୁବନେଶ୍ୱର ଉପରେ ରହିଛି। ପ୍ରଦର୍ଶନୀ ମ୍ୟାଚ ନିଶ୍ଚିତଭାବେ ଆମ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିବ“ ବୋଲି ନିଜ ପ୍ରତିକ୍ରୀୟାରେ କହିଛନ୍ତି ଦିଲୀପ। 
All Right Reserved By

ଖେଳ |

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

କ୍ୱାର୍ଟର ଫାଇନାଲରେ ଖେଳିବେନାହିଁ ଧୋନୀ

ହାଇଦ୍ରାବାଦ,୧୫।୧୦- ଚଳିତ ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ଝାଡ଼ଖଣ୍ଡ ପକ୍ଷରୁ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଖେଳିବେ ବୋଲି ଜାତୀୟ ଚୟନ କମିଟି ଘୋଷଣା କରିଥିଲେ। 

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ସାଣ୍ଟୋ ଡୋମିନ୍‌ଗୋ ଓପନ ଜିତିଲେ ପେସ୍‌

ନୂଆଦିଲ୍ଲୀ,୧୫।୧୦-  ଭେଟେରାନ ପୁରୁଷ ଖେଳାଳି ଲିଆଣ୍ଡର ପେସ ତାଙ୍କ ସାଥୀ ମଗୁଏଲ ଆଙ୍ଗେଲ ରେୟେସ ଭାରେଲା ସାଣ୍ଟୋ ଡୋମିନ୍‌ଗୋ ଓପନ ଟାଇଟଲ ଜିତିଛନ୍ତି। ଚଳିତ ସିଜନରେ ଏହା ତାଙ୍କର ଦ୍ୱିତୀୟ ଟାଇଟଲ। 

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

ଗୋଟିଏ ଓଭର୍‌ରେ ୬ ଛକା ମାରିଲେ ହାଜରାତୁଲା

କାବୁଲ,୧୫।୧୦- ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ହାଜରାତୁଲା ଜାଜାଇ ବିଶ୍ୱର ୩ୟ ବ୍ୟାଟ୍ସମ୍ୟାନ ଭାବେ ଏକ ଟି୨୦ ମ୍ୟାଚ୍‌ର ଗୋଟିଏ ଓଭରରେ ୬ ଛକା ଲଗାଇଛନ୍ତି। 

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଅଲ୍‌ ଓଡ଼ିଶା ଓପନ କ୍ୟାରମ: ଜୟପ୍ରକାଶ ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଜିଲା କ୍ୟାରମ ଆସୋସିଏଶନ (ବିଡିସିଏ) ଆନୁକୂଲ୍ୟରେ ୧୩ ଓ ୧୪ ତାରିଖ ଦୁଇଦିନଧରି ଅଲ୍‌ ଓଡ଼ିଶା ଓପନ କ୍ୟାରମ୍‌ ଚାମ୍ପିୟନଶିପ୍‌ ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରର ଜୟପ୍ରକାଶ ଦାସ ଖୋର୍ଦ୍ଧାର ଭି.ପୃଥ୍ବୀଙ୍କୁ ୧୪-୧୬, ୨୧-୯, ୨୫-୯ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଛନ୍ତି। 

ଆନ୍ତଃ ମହାବିଦ୍ୟାଳୟ ହକି: ନିଶ୍ୱାସ ଚାମ୍ପିୟନ

ଆନ୍ତଃ ମହାବିଦ୍ୟାଳୟ ହକି: ନିଶ୍ୱାସ ଚାମ୍ପିୟନ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ଓ୍ବର୍କ ଆଣ୍ଡ ସୋସିଆଲ୍‌ ସାଇନ୍ସେସ(ନିଶ୍ୱାସ) ଉତ୍କଳ ବିଶ୍ୱବିଦ୍ୟାଳୟର ଆନ୍ତଃ ମହାବିଦ୍ୟାଳୟ ପୁରୁଷ ହକି ଚାମ୍ପିୟନ ହୋଇଛି। ବାଣୀବିହାରଠାରେ ଅନୁଷ୍ଠିତ ଫାଇନାଲରେ ନିଶ୍ୱାସ ୪-୦ ଗୋଲରେ ଢେଙ୍କାନାଳ ମହାବିଦ୍ୟାଳୟକୁ ହରାଇ ଟାଇଟଲ ହାସଲରେ ହ୍ୟାଟ୍ରିକ କରିଛି। 

ରବିନ୍‌ସନ ଅରୁଣାଚଳ ଜୁନିୟର ଟିମ୍‌ ଟ୍ରେନର

ରବିନ୍‌ସନ ଅରୁଣାଚଳ ଜୁନିୟର ଟିମ୍‌ ଟ୍ରେନର

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି)- ଅରୁଣାଚଳ ପ୍ରଦେଶର ଯୁବ କ୍ରିକେଟରଙ୍କୁ ଫିଟ୍‌ ରଖିବା ପାଇଁ ଦାୟିତ୍ୱ ପାଇଛନ୍ତି ଓଡ଼ିଶାର ପଲ୍‌ ରବିନ୍‌ସନ। ୨୦୧୮-୧୯ ସିଜନ ପାଇଁ ରବିନସନ୍‌ ୧୬ ବର୍ଷରୁ କମ୍‌ ଦଳର ଟ୍ରେନର ନିଯୁକ୍ତ ହୋଇଛନ୍ତି।

ପ୍ରୋ-କବାଡ଼ି ଲିଗ୍‌: ପାଟନା ପାଇରେଟ୍ସ ବିଜୟୀ

ପ୍ରୋ-କବାଡ଼ି ଲିଗ୍‌: ପାଟନା ପାଇରେଟ୍ସ ବିଜୟୀ

ସୋନିପତ୍‌, ୧୫ା୧୦ (ପି.ଟି.)-ପ୍ରୋ କବାଡ଼ି ଲିଗ୍‌ରେ ରବିବାର ଅନୁଷ୍ଠିତ  ଜୋନ୍‌-ବି’ର ଏକ ମ୍ୟାଚରେ ପାଟନା ପାଇରେଟ୍ସ ବିଜୟୀ ହୋଇଛି। ଦଳ ୪୩-୩୭ରେ ୟୁପି ଯୋଦ୍ଧାସକୁ ହରାଇ ଦେଇଛି। ଏହି ବିଜୟ ଦ୍ୱାରା ଦଳ  ଏପର୍ଯ୍ୟନ୍ତ ଖେଳିଥିବା ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୧୦ ପଏଣ୍ଟ ଅର୍ଜନ କରି ନିଜ ଜୋନ୍‌ରେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ପେସ୍‌ଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ପେସ୍‌ଙ୍କୁ ସିଜନର ଦ୍ୱିତୀୟ ଟାଇଟଲ

ନୂଆଦିଲ୍ଲୀ, ୧୪ା୧୦ (ପି.ଟି.)-ଭାରତର ଭେଟେରାନ ଟେନିସ୍‌ ଷ୍ଟାର ଲିଆଣ୍ଡର ପେସ୍‌ ୨୦୧୮ସିଜନ ଚ୍ୟାଲେଞ୍ଜର ସ୍ତରରେ ତାଙ୍କ ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି। ରବିବାର ସେ ଓ ତାଙ୍କ ପାର୍ଟନର ମିଗୁଏଲ ଆଞ୍ଜେଲ ରିୟେସ-ଭାରେଲା ସାଣ୍ଟୋ ଡୋମିିଙ୍ଗୋ ଓପନ ଟ୍ରଫି ହାସଲ କରିଛନ୍ତି। 

ଜୋକୋଭିଚ୍‌ ଜିତିଲେ ଶାଂଘାଇ ମାଷ୍ଟର୍ସ

ଜୋକୋଭିଚ୍‌ ଜିତିଲେ ଶାଂଘାଇ ମାଷ୍ଟର୍ସ

ଶାଂଘାଇ, ୧୪ା୧୦ (ଏଏଫ୍‌ପି)-ନୋଭାକ ଜୋକୋଭିଚ୍‌ ଶାଂଘାଇ ମାଷ୍ଟର୍ସ ଟେନିସ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ  ୯୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ତଥା କୋଏସିଆର ବୋର୍ନା କୋରିକ୍‌ଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। 

ଉମେଶଙ୍କୁ ୧୦ ଉଇକେଟ: ଟେଷ୍ଟ ସିରଜରେ ଭାରତର କ୍ଲିନ୍‌ ସୁଇପ୍‌

ଉମେଶଙ୍କୁ ୧୦ ଉଇକେଟ: ଟେଷ୍ଟ ସିରଜରେ ଭାରତର କ୍ଲିନ୍‌ ସୁଇପ୍‌

ହାଇଦ୍ରାବାଦ, ୧୪।୧୦ (ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଦୁଇ ଦିନ ବାକି ଥାଇ ୧୦ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ଦୁଇ ମାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ କ୍ଲିନ୍‌ ସୁଇପ୍‌ କରିଛି। ଅଭିଜ୍ଞ ଦ୍ରୁତ ବୋଲର ଉମେଶ ଯାଦବ ଟେଷ୍ଟ ଫର୍ମାଟରେ ପ୍ରଥମଥର ପାଇଁ ୧୦ ଉଇକେଟ ସଫଳତା ହାସଲ କରିବା ସହ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।  

ମହିଳା କ୍ରିକେଟ: ଭାରତ ଏ’- ଅଷ୍ଟ୍ରେଲିଆ ଏ’ ପ୍ରଥମ ଦିନିକିଆ ଆଜି

ମହିଳା କ୍ରିକେଟ: ଭାରତ ଏ’- ଅଷ୍ଟ୍ରେଲିଆ ଏ’ ପ୍ରଥମ ଦିନିକିଆ ଆଜି

ମୁମ୍ବାଇ,୧୪।୧୦(ପି.ଟି.)-  ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ସୋମବାର ଭାରତ ଏ’ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ଏ’ ଦଳ ପରସ୍ପରକୁ ଭେଟିବେ। ସ୍ଥାନୀୟ ମୁମ୍ବାଇ- କୁର୍ଲା କମ୍ପ୍ଲେକ୍ସ ଫ୍ୟାସିଲିଟିରେ ଏହି ମ୍ୟାଚ ଖେଳାଯିବ। ଏହି ଭେନ୍ୟୁର ସିରିଜର ଦ୍ୱତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ଅକ୍ଟୋବର ୧୭ ଓ ୧୯ ତାରିଖରେ ଖେଳାଯିବ। ସିରିଜରେ ଘରୋଇ ଦଳରେ ବେଞ୍ଚ୍‌ ଷ୍ଟ୍ରେନ୍ଥର ପରୀକ୍ଷା ହେବ। ଭାରତୀୟ ଅଧିନାୟିକା ପୁନମ ରାଉତଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବୁ: ମନପ୍ରୀତ

ଡିଫେନ୍ସ ଉପରେ ଅଧିକ ଗୁରୁତ୍ୱ ଦେବୁ: ମନପ୍ରୀତ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ବିଶ୍ୱକପ୍‌ ଓ ତା ପୂର୍ବରୁ ଓମାନରେ ଆସନ୍ତା ୧୮ରୁ ୨୮ ତାରିଖ ମଧ୍ୟରେ ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି  ଆୟୋଜନ ହେବାକୁ ଯାଉଛି। ଭାରତୀୟ ଦଳ ସୋମବାର ଅପରାହ୍ନରେ ଓମାନ ଯାତ୍ରା କରିବ। ଏହି ଟୁର୍ନାମେଣ୍ଟରେ ଭାରତର ଯୋଜନା ଓ ପ୍ରସ୍ତତି ନେଇ ମତ ରଖିଛନ୍ତି ଭାରତୀୟ ଅଧିନାୟକ ମନପ୍ରୀତ ସିଂ। ଚାମ୍ପିୟନ୍ସ ଟ୍ରଫିରେ ଆମେ ଡିଫେନ୍ସକୁ ଅଧିକ ଗୁରୁତ୍ୱ ଦେବୁ ବୋଲି ସେ କହିଛନ୍ତି।