ରାଜ୍ୟ | ବାଲେଶ୍ୱର

ଭିଜିଲାନ୍ସ ଜାଲରେ ବଡ଼ ଜାମ ବାଣୀ ଫାଣ୍ଡି ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ ବଡ଼ ଜାମ ବାଣୀ ଫାଣ୍ଡି ଏଏସ୍‌ଆଇ
ବାରିପଦା ଅଫିସ/ମୋରଡା,୧୦।୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ଥାନା  ଅଧୀନ ବଡ଼ ଜାମ ବାଣୀ  ଫାଣ୍ଡି ଏଏସ୍‌ଆଇ ସନ୍ତୋଷ ବାରିକ ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମୋରଡ଼ା ବ୍ଲକର ଡାକୋର ଅମୋରନାମ ଗ୍ରାମରେ ଏକ ପୋଖରୀକୁ ଲିଜ୍‌ରେ ଦେବାକୁ ୫ହଜାର ଲାଞ୍ଚ ନେବାବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନାନୁୁଯାୟୀ, ଉକ୍ତ ଗ୍ରାମର କନ୍ଦରା ମୁର୍ମୁ ପଞ୍ଚାୟତରୁ ଏକ ପୋଖରୀ ଲିଜ୍‌ ମାଧ୍ୟମରେ ନେଇଥିଲେ। ମାତ୍ର କିଛି ଅସାମାଜିକ ଯୁବକ ପୋଖରୀରେ ମାଛ ଚାଷ କରାଇ ନ ଦେବା ପାଇଁ କନ୍ଦରାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ଉକ୍ତ ଫାଣ୍ଡିରେ ଅଭିଯୋଗ କରିବା ପରେ ଏହାର ସମାଧାନ ହୋଇଥିଲା। ମାତ୍ର ଏହାର ପ୍ରତିବଦଳରେ ଫାଣ୍ଡି ଅଧିକାରୀ ସନ୍ତୋଷଙ୍କୁ ୫ହଜାର ଟଙ୍କା ଦେବାକୁ ଦାବି କରିଥିଲେ।  ଏ ନେଇ କନ୍ଦରା ୯ ତାରିଖରେ ବାଲେଶ୍ବର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ବୁଧବାର ମଧ୍ୟାହ୍ନରେ ଭିଜିଲାନ୍ସର ଦୁଇଟି ଟିମ୍‌ ଯୋଜନା ମୁତାବକ ଫାଣ୍ଡି ଅଧିକାରୀଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରଛି।
All Right Reserved By

ରାଜ୍ୟ | ବାଲେଶ୍ୱର

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ହଳଦିଆପଦରଠାରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବ୍ରହ୍ମପୁର ଅଫିସ,୧୯।୧୦: ବ୍ରହ୍ମପୁର ଷ୍ଟେଶନ ନିକଟ ହଳଦିଆପଦର ପାଖରେ ଗୁରୁବାର ବିଳମ୍ବିତ ରାତିରେ ଏକ ମାଲ୍‌ବାହୀ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଯାଇଛି । ଫଳରେ ବ୍ରହ୍ମପୁର ଠାରୁ ବିଶାଖାପାଟଣା ମଧ୍ୟରେ ଟ୍ର୍ରେନ ଚଳାଚଳ ପ୍ରଭାବିତ ହୋଇଛି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୯।୧୦: ଶ୍ରୀମନ୍ଦିର ଚୂଡ଼ାରେ ପ୍ରତିଦିନ ପତିତପାବନ ବାନା ବନ୍ଧା ଯାଇଥାଏ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବଂ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ପ୍ରତ୍ୟହ ଅପରାହ୍ନ ୪ଟାରେ ବାନା ବନ୍ଧାଯିବାକୁ ସ୍ଥିର ହୋଇଛି। ଚୂନରା ସେବକମାନେ ୩ଟାରେ ବାନା ବାନ୍ଧିବା ଲାଗି ଶ୍ରୀମନ୍ଦିର ଚୂଡାକୁ ଚଢ଼ିବେ। ୪ଟାରେ ବାନା ବନ୍ଧାଯିବ। 

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଇଣ୍ଡିଆ ଗେଟ୍‌ ବୁଲିଲା ଜଗା

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଦିଲ୍ଲୀ ଏମ୍ସରୁ ବାହାରି ଇଣ୍ଡିଆ ଗେଟ୍‌ ବିଲୁଛି ଜଗା। ମା’ଙ୍କ ହାତଧରି ଜଗା ଚାଲୁଥିବା ଦେଖିବାକୁ ମିଳିଛି। ବଳିଆର ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲଖିତ ହୋଇଛି। 

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୧୮।୧୦- ସମ୍ଭାବ୍ୟ ତିିତ୍‌ଲି ପରବର୍ତ୍ତୀ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ଅଞ୍ଚଳଗୁଡିକ ମଧ୍ୟରୁ ଗୁରୁବାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଆସିକା ଅଞ୍ଚଳକୁ ଯାଇ ପୀଡିତ ପରିବାରଙ୍କୁ ଭେଟିଛନ୍ତି ।

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ବାପାଙ୍କ କାନ୍ଧରେ ଝିଅଙ୍କ ମୃତଦେହ: ପୋଲିସ ନ ଆସିବାରୁ ୮ କିମି ବୋହି ମେଡ଼ିିକାଲ ନେଲେ

ଗଜପତି, ୧୮।୧୦ (ଡ଼ି.ଏନ.ଏ)- ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଆତଙ୍କପୁରରେ ଏକ ଅଭାବନୀୟ ଘଟଣା ଘଟଛି। ପୋଲିସ୍‌ ବ୍ୟବଚ୍ଛେଦ ପାଇଁ ମୃତଦେହ ନ ହେବାରୁ ବାପା ମୁକୁନ୍ଦ ଦୋରା ନାବାଳିକା ଝିଅର ଗଳିତ ମୃତଦେହ କାନ୍ଧରେ ୮ କି.ମି ବୋହିଛନ୍ତି।

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ନିର୍ବାଚନ ପୂର୍ବରୁ ବେଗୁନିଆ ବିଜେଡିରେ ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଅଫିସ,୧୮।୧୦: ନିର୍ବାଚନ ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତେଜିବାରେ ଲାଗିଲା । ଏହି ଗୋଷ୍ଠୀ କନ୍ଦଳ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କ ଗୋଷ୍ଠୀଙ୍କ ମଧ୍ୟରେ ତ୍ୱରାନ୍ବିତ ହୋଇଛି ।