ଅନ୍ତର୍ଜାତୀୟ |

ସମଲିଙ୍ଗୀ ଥିଲେ ହିଟଲର: ଆମେରିକା ଗୋଇନ୍ଦା ସଂସ୍ଥା

ସମଲିଙ୍ଗୀ ଥିଲେ ହିଟଲର: ଆମେରିକା ଗୋଇନ୍ଦା ସଂସ୍ଥା
ଓ୍ବାଶିଂଟନ,୧୦।୧୦: ଏକଛତ୍ରବାଦୀ ଶାସକ  ଆଡୋଲ୍ଫ ହିଟଲରଙ୍କ ମୃତ୍ୟୁର ଅନେକ ବର୍ଷ ପରେ ଆମେରିକା ଗୋଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କ ଜୀବନ ସମ୍ପର୍କିତ ତଥ୍ୟ ଉପସ୍ଥାପନ  କରାଯାଇଛି। ହିଟଲର ସମଲିଙ୍ଗୀ ଥିଲେ ବୋଲି ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି। ଆମେରିକା ରାଷ୍ଟ୍ରପତି ପ୍ରାଙ୍କଲିନ୍‌ ରୁଜଭେଲ୍ଟଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରେ ହିଟଲରଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ହିଟଲର ତାଙ୍କ ସହଯୋଗୀ ରୁଡୋଲ୍ଫ ହେସ୍‌ଙ୍କ ପ୍ରତି ଆକର୍ଷିତ ହେଉଥିବା ଉଲ୍ଲେଖ ରହିଛି। ରିପୋର୍ଟକୁ ନୃତତ୍ତ୍ୱବିତ୍‌ ହେନେରୀ ଫୋର୍ଡ ପ୍ରସ୍ତୁତ କରିଥିଲେ। ସେ ହ୍ବାଇଟ୍‌ ହାଉସ୍‌ ଗୋଇନ୍ଦା ସଂସ୍ଥାର ସଦସ୍ୟ ଥିଲେ। ରିପୋର୍ଟରେ ହିଟଲରଙ୍କ ଜୀବନ ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଛି।
All Right Reserved By

ଅନ୍ତର୍ଜାତୀୟ |

ମାଲିକ ନୁହେଁ ମଣିଷ ସାଥିକୁ ଅପେକ୍ଷା କଲେ ୪ ବୁଲା କୁକୁର

ମାଲିକ ନୁହେଁ ମଣିଷ ସାଥିକୁ ଅପେକ୍ଷା କଲେ ୪ ବୁଲା କୁକୁର

ବ୍ରାସିଲିଆ,୧୮।୧୨: ସୋସିଆଲ ମିଡିଆରେ ଏବେ ଏକ ଫଟୋ ସହ କିଛି ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଯିଏ ଏହାକୁ ପଢୁଛି ତା’ର ହୃଦୟ ତରଳି ଯାଉଛି। ଘଟଣାଟି ବ୍ରାଜିଲର ରିୟୋ ଡୁ ସୁଲଠାରେ ଘଟିଥିବା କୁହାଯାଉଛି।

କାନାଡାରେ ମିଳିଲା ସବୁଠାରୁ ବଡ ହୀରା

କାନାଡାରେ ମିଳିଲା ସବୁଠାରୁ ବଡ ହୀରା

ଓଟାଓ୍ବା,୧୮।୧୨: କାନାଡାର ଉତ୍ତରରେ ଏବେ ସବୁଠାରୁ ବଡ ହୀରା ମିଳିଥିବା ଜଣାପଡିଛି। ଏହା ୫୨୨ କ୍ୟାରେଟର ହଳଦିଆ ହୀରା। ଦିଆଭିନିକ୍‌ ଖଣିରୁ ଏପର୍ଯ୍ୟନ୍ତ ଯେଉଁ ବଡ ହୀରା ମିଳିଥିଲା ତାହାଠାରୁ ଏହା ୩ଗୁଣା ବଡ ବୋଲି କୁହାଯାଉଛି।

ପାକିସ୍ତାନରେ ଗଣତନ୍ତ୍ର: ବାସ୍ତବିକତା ନୁହେଁ କେବଳ ନାମକୁ ମାତ୍ର

ପାକିସ୍ତାନରେ ଗଣତନ୍ତ୍ର: ବାସ୍ତବିକତା ନୁହେଁ କେବଳ ନାମକୁ ମାତ୍ର

ଓ୍ବାଶିଂଟନ, ୧୮।୧୨: ପାକିସ୍ତାନରେ ଗଣତନ୍ତ୍ର ବାସ୍ତବିକତା ନୁହେଁ କେବଳ ନାମକୁ ମାତ୍ର ରହିଛି। ପ୍ରକୃତ ପକ୍ଷେ ଏଠାରେ ଗଣତନ୍ତ୍ରର ବାସ୍ତବିକତା ଉପଲବ୍ଧି ହେଉନାହିଁ। ଦେଶ ଧୀରେ ଧୀରେ ଏକଛତ୍ରବାଦ ଶାସନ ଆଡକୁ ଢ଼ଳିବାରେ ଲାଗିଛି। 

ଉତ୍ତରକୋରିଆରେ ମାନବିକ ଅଧିକାର ହୋଇଛି ଉଲ୍ଲଂଘନ: ଜାତିସଂଘ

ଉତ୍ତରକୋରିଆରେ ମାନବିକ ଅଧିକାର ହୋଇଛି ଉଲ୍ଲଂଘନ: ଜାତିସଂଘ

ଓ୍ବାଶିଂଟନ, ୧୮।୧୨: ଉତ୍ତରକୋରିଆରେ ମାନବିକ ଅଧିକାରର ଉଲ୍ଲଂଘନ ହୋଇଥିବା ନେଇ ଜାତିସଂଘ ସଦସ୍ୟଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି । 

କ୍ୟାଟ୍ରିଓନାଙ୍କୁ ମିସ୍‌ ୟୁନିଭର୍ସ ମୁକୁଟ

କ୍ୟାଟ୍ରିଓନାଙ୍କୁ ମିସ୍‌ ୟୁନିଭର୍ସ ମୁକୁଟ

ବ୍ୟାଙ୍କକ୍‌, ୧୮।୧୨:ଏଠାରେ ଆୟୋଜିତ ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୮ ପ୍ରତିଯୋଗିତାରେ ବିଶ୍ୱର ୯୩ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଫିଲିପାଇନ୍ସର କ୍ୟାଟ୍ରିଓନା ଏଲିସା ଗ୍ରେ ମିସ୍‌ ୟୁନିଭର୍ସ ମୁକୁଟ ବିଜୟିନୀ ହୋଇଛନ୍ତି। 

ପାକିସ୍ତାନ ଜେଲରୁ ମୁକୁଳିବେ ଅଂସାରୀ

ପାକିସ୍ତାନ ଜେଲରୁ ମୁକୁଳିବେ ଅଂସାରୀ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୧୭।୧୨: ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତୀୟ ନାଗରିକ ହାମିଦ ନିହାଲ ଅଂସାରୀ ମଙ୍ଗଳବାର ମୁକୁଳିବେ ବୋଲି ଜଣାପଡିଛି। କୋହାଟ ଜେଲରେ ବନ୍ଦିଥିବା ଅଂସାରୀଙ୍କର ସଜ୍ଜା ଅବଧି ଶନିବାର ପୂରଣ ହୋଇଛି।

ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ମହିଳା କିଏ: ଭାଇରାଲ ହେଉଛି ଫଟୋ

ଟ୍ରମ୍ପଙ୍କ ଭଳି ଦେଖାଯାଉଥିବା ମହିଳା କିଏ: ଭାଇରାଲ ହେଉଛି ଫଟୋ

ମାଦ୍ରିଦ୍‌,୧୭।୧୨:  ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ  ଲାଗିଛି। ଏ ହେଉଛି ଜଣେ ମହିଳାଙ୍କ ଫଟୋ ଯାହାଙ୍କ ଚେହେରା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମିଶୁଛି ବୋଲି କୁହାଯାଉଛି।

ରେଷ୍ଟୁରାଣ୍ଟ୍‌ରେ ଗ୍ୟାସ୍‌ ବିସ୍ଫୋରଣ: ୪୨ ଆହତ

ରେଷ୍ଟୁରାଣ୍ଟ୍‌ରେ ଗ୍ୟାସ୍‌ ବିସ୍ଫୋରଣ: ୪୨ ଆହତ

ଟୋକିଓ,୧୭।୧୨: ଉତ୍ତର ଜାପାନରେ ଏକ ରେଷ୍ଟୁରାଣ୍ଟରେ ଘଟିଛି ଭୟାବହ ଗ୍ୟାସ୍‌ ବିସ୍ଫୋରଣ। ଏଥିରେ ୪୨ ଜଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁସଲମାନ ବିରୋଧି ପୋଷ୍ଟ କରି ଫସିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ

ମୁସଲମାନ ବିରୋଧି ପୋଷ୍ଟ କରି ଫସିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ପୁଅ

ଜେରୁଜେଲମ,୧୭।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ପୁଅ ୟାଇର ନେତାନ୍ୟାହୁଙ୍କ ଫେସବୁକ୍‌ ଆକାଉଣ୍ଟକୁ ୨୪ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି। ଏକଥା ନିଜେ ୟାଇର ଟୁଇଟ୍‌ କରି ଜଣାଇଛନ୍ତି। 

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇରେ ସଫ୍ଟଓ୍ବେର କମ୍ପାନୀ ମାଲିକ ୧୩ ବର୍ଷର ଭାରତୀୟ

ଦୁବାଇ/ନୂଆଦିଲ୍ଲୀ,୧୭ା୧୨ପି.ଟି.): ଜଣେ ୧୩ ବର୍ଷର ଭାରତୀୟ ବାଳକ ଦୁବାଇରେ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି। ଆଦିଥ୍ୟନ୍‌ ରାଜେଶ ନାମକ ଏହି ଛାତ୍ର ମାତ୍ର ୯ ବର୍ଷ ବୟସରେ ତାଙ୍କର ପ୍ରଥମ ମୋବାଇଲ ଆପ୍ଲିକେଶନର ବିକାଶ କରିଥିଲେ। 

ଆତଙ୍କବାଦ ମୁକାବିଲା: ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ହେଲେ

ଆତଙ୍କବାଦ ମୁକାବିଲା: ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ହେଲେ

କାବୁଲ,୧୬।୧୨: ଆତଙ୍କବାଦ ବିରୋଧରେ ପାକିସ୍ତାନ-ଚାଇନା-ଆଫଗାନୀସ୍ତାନ ମିଳିତ ଭାବେ ଏଣିକି କାର୍ଯ୍ୟ କରିବେ। ଏନେଇ କାବୁଲଠାରେ ୩ ଦେଶର ଉଚ୍ଚକର୍ତ୍ତୃପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ହୋଇଛି। 

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ୍ବିକ୍ରେମସିଂଘେ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଓ୍ବିକ୍ରେମସିଂଘେ

କଲମ୍ବୋ,୧୬।୧୨: ଶ୍ରୀଲଙ୍କାରେ ଦେଖାଦେଇଥିବା ରାଜନୈତିକ ଅଚଳାବସ୍ଥାର ଏକ ପ୍ରକାର ଅବସାନ ଘଟିଛି।  ରବିବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାନିଲ ଓ୍ବିକ୍ରେମସିଂଘେ।