ଅପରାଧ | ଅନଗୁଳ-ଢେଙ୍କାନାଳ

ମଦ ଜବତ, ୨ ଗିରଫ

ମଦ ଜବତ, ୨ ଗିରଫ

ଢେଙ୍କାନାଳ ଅଫିସ, ୮ା୧୦:  ଢେଙ୍କାନାଳ ଜିଲା ଅବକାରୀ ବିଭାଗ କର୍ମଚାରୀ ସହରସ୍ଥିତ ଜେଲ୍‌ରୋଡ୍‌ ନିକଟରୁ ୪୦ ଲିଟର ଦେଶୀମଦ ସହ ଏକ ବାଇକ୍‌ ଜବତ କରିଛନ୍ତି। ଏଥିସହ କଟକ ତିଗିରିଆ ଥାନା ଭିରୁଡା ଗ୍ରାମର ଆଲୋକ ଦାସ ଓ ଜିତେନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଛି। ଉଭୟେ ବାଇକ୍‌ରେ ଚୋରା ମଦ ନେଇ ଆସୁଥିବା ଖବରପାଇ ଅବକାରୀ ଅଧୀକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶରେ ଏସ୍‌ଆଇ ବିଜୟ କୁମାର ଭଞ୍ଜ, ଏଏସ୍‌ଆଇ ନିରାକାର ଦେହୁରୀ ଓ ଜ୍ୟୋତିରଞ୍ଜନ ସେନାପତି ପ୍ରମୁଖ ଚଢାଉ କରିଥିଲେ।

All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। 

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

କଣାସ, ୧୦।୧୨(ସ୍ବ.ପ୍ର.)-କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମର ଆରଧ୍ୟ ଠାକୁରାଣୀ ଫୁଲଦେଇଙ୍କର ଅଷ୍ଟଧାତୁରେ ମୁଖା ଓ କିରୀଟକୁ କୌଣସି ଦୁର୍ବୃତ୍ତ ରବିବାର ରାତିରେ ମନ୍ଦିର ତାଲାଭାଙ୍ଗି ନେଇଯାଇଥିବା ଜଣାପଡ଼ିଛି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। 

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। 

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ଅନୁଗୋଳ ଅଫିସ୍‌, ୧୦।୧୨: ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ରିମାଣ୍ଡରେ ଆଣି ପହଞ୍ଚିଛି। ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁଶପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଦୁୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ ସୋମବାର ଉଭୟ ପରିବରାରଙ୍କ ଏତଲା କ୍ରମେ ପୋଲିସ  କେସ୍‌ ନଂ.୨୧୮/୧୮ ଓ ୨୧୯/୧୮  ଘଟଣାର ତଦନ୍ତ ଆରମ୍ଭ କରିଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।