ଅପରାଧ | ଅନଗୁଳ-ଢେଙ୍କାନାଳ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ
ହିନ୍ଦୋଳ,୯ା୧୦(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ହାତୁରା ଗ୍ରାମର ମିତାରାଣୀ ସାହୁ(୨୩)ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ସୋମବାର ହିନ୍ଦୋଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ହିନ୍ଦୋଳ ଥାନାଧିକାରୀ ଯୁଗଳ କିଶୋର ଦାସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି ା ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବାବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।  ଅଭିଯୋଗରୁ ପ୍ରକାଶ ଯେ, ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଗ୍ରାମର ସ୍ବର୍ଗତଃ ମାୟାଧର ସାହୁଙ୍କ ଝିଅ ମିତାରାଣୀ ୫ ବର୍ଷ ତଳେ ହିନ୍ଦୋଳ ଥାନା ହାତୁରା ଗ୍ରାମର ଲିଟନ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ା  ବିବାହର କିଛି ଦିନ ପରେ ଅଧିକ ଯୌତୁକ ଦାବି କରି ମିତାଙ୍କୁ ସ୍ବାମୀ, ଶାଶୁ ଓ ଶ୍ୱଶୁର ନିର୍ଯାତନା ଦେଇ ଆସୁଥିଲେ। ଏ ଘଟଣା ଗ୍ରାମ ସଭାରେ ବହୁଥର ସମାଧାନ ମଧ୍ୟ ହୋଇଥିଲା। ହେଲେ ସୋମବାର ଅପରାହ୍ନ ସାଢେ ୨ଟା ସମୟରେ ମିତାଙ୍କ ଶ୍ୱଶୁର ତାଙ୍କ ଭାଇ ବିଜୟଙ୍କୁ ଫୋନ କରି ତୁମ ଭଉଣୀ ବେକରେ ରଶି ଲଗାଇ ଦେଇଛି ବୋଲି କହିଥିଲେ। ବିଜୟ ସଙ୍ଗେ ସଙ୍ଗେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ସହ ହାତୁରାରେ ପହଞ୍ଚିଲା ବେଳକୁ ମିତାଙ୍କ ମୃତ୍ୟୁ ହୋଇଯାଇଥିବା ଏବଂ ତାଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲେ। ମିତାଙ୍କ ସ୍ବାମୀ ଓ ଶାଶୁ ଘର ଲୋକେ ତାଙ୍କୁ ପିଟି ପଟି ମାରିଦେବା ପରେ ରଶିରେ ଝୁଲାଇ ଦେଇଥିବା ବିଜୟ ହିନ୍ଦୋଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
All Right Reserved By

ଅପରାଧ | ଅନଗୁଳ-ଢେଙ୍କାନାଳ

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

ବସ୍‌ରୁ ମିଳିଲା ଗଞ୍ଜେଇ ଭର୍ତ୍ତି ବ୍ୟାଗ୍‌

କୋରାପୁଟ,୧୧ା୧୨(ସ୍ବ.ପ୍ର.): ଜୟପୁରରୁ ଭୁବନେଶ୍ୱର ଯାଉଥିବା ଜ୍ୟୋତି ନାମକ ଏକ ଘରୋଇ ବସ୍‌ରୁ ସୋମବାର ରାତିରେ କୋରାପୁଟ ଟାଉନ ଥାନା ପୋଲିସ ଦୁଇଟି ବ୍ୟାଗ ଗଞ୍ଜେଇ ଜବତ କରିଛି।

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବିଲ୍‌ଡରଙ୍କ ଗାଡ଼ି ଉପରକୁ ଗୁଳିମାଡ଼, ଦେହରକ୍ଷୀ ଗୁରୁତର

ବେଦବ୍ୟାସ,୧୧।୧୨: ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବେଲଡିହି ଛକରେ ଅନ୍‌ମୋଲ ସିଂ ନାମକ ଜଣେ ବିଲ୍‌ଡରଙ୍କ ଗାଡ଼ି ଉପରକୁ ସୋମବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି। 

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଶିଳ୍ପ ସଚିବଙ୍କ ଘରୁ ଚୋରି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୦ା୧୨ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଗୋପବନ୍ଧୁ ଛକ ତାରିଣୀ ମନ୍ଦିର ନିକଟରେ ରହୁଥିବା ରାଜ୍ୟ ଶିଳ୍ପ ବିଭାଗର ସଚିବ ପ୍ରଣବଜ୍ୟୋତି ନାଥଙ୍କ ଘରୁ ଚୋରି ଘଟଣାରେ ୩ଜଣ ଧରାପଡିଛନ୍ତି। ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ପ୍ରସାଦ ସାହୁଙ୍କୁ ଗିରଫ କରିବା ସହ ଦୁଇଜଣ ନାବାଳକଙ୍କୁ ଧରିଛି। 

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

ଠାକୁରାଣୀଙ୍କ ମୁଖା ଓ କିରୀଟ ଚୋରି

କଣାସ, ୧୦।୧୨(ସ୍ବ.ପ୍ର.)-କଣାସ ବ୍ଲକ ଅର୍ନ୍ତଗତ ଦିବ୍ୟସିଂହପୁର ପଞ୍ଚାୟତର ରାୟଗୁରୁପୁର ଗ୍ରାମର ଆରଧ୍ୟ ଠାକୁରାଣୀ ଫୁଲଦେଇଙ୍କର ଅଷ୍ଟଧାତୁରେ ମୁଖା ଓ କିରୀଟକୁ କୌଣସି ଦୁର୍ବୃତ୍ତ ରବିବାର ରାତିରେ ମନ୍ଦିର ତାଲାଭାଙ୍ଗି ନେଇଯାଇଥିବା ଜଣାପଡ଼ିଛି।

ସୁନା ଅଳଙ୍କାର, ଟଙ୍କା ଚୋରି

ସୁନା ଅଳଙ୍କାର, ଟଙ୍କା ଚୋରି

ପଦ୍ମପୁର, ୧୦।୧୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ମିଶ୍ରପୁର ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ସୁନା ଅଳଙ୍କାର ସହ ନଗଦ ଟଙ୍କା ଚୋରି ହୋଇଛି। ଏନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। 

୭ ଚୋରା ମଦ ବେପାରୀ ଗିରଫ

୭ ଚୋରା ମଦ ବେପାରୀ ଗିରଫ

ନୀଳଗିରି, ୧୦ା୧୨(ଡି.ଏନ.ଏ.)-ନୀଳଗିରି  ଅବକାରୀ ବିଭାଗ ପକ୍ଷରୁ ଥାନାର ବିଭିନ୍ନ ଗାଁରେ ସୋମବାର ଚଢାଉ କରାଯାଇ ୭ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ସମୁଦାୟ ୪୪ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି। 

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ: ୫ ଗିରଫ

ଖଡିଆଳ, ୧୦।୧୨(ଡି.ଏନ.ଏ.): ଗଞ୍ଜେଇ ଚୋରା ଚାଲାଣବେଳେ ଖଡିଆଳ ପୋଲିସ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ କୁଇଣ୍ଟାଲ ୪୦ କେଜି ୬୪୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ୟାଙ୍କ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ରିମାଣ୍ଡରେ ନେଲା ପୋଲିସ

ଅନୁଗୋଳ ଅଫିସ୍‌, ୧୦।୧୨: ଅନୁଗୋଳ ସ୍ଥିତ ଆନ୍ଧ୍ର ଓ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାରେ ମାଷ୍ଟରମାଇଣ୍ଡ ମାଧବ ରବି ଦାସଙ୍କୁ ଅନୁଗୋଳ ପୋଲିସ ରିମାଣ୍ଡରେ ଆଣି ପହଞ୍ଚିଛି। ଡାକ୍ତରି ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି।

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୦।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା କୁଶପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଦୁୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏନେଇ ସୋମବାର ଉଭୟ ପରିବରାରଙ୍କ ଏତଲା କ୍ରମେ ପୋଲିସ  କେସ୍‌ ନଂ.୨୧୮/୧୮ ଓ ୨୧୯/୧୮  ଘଟଣାର ତଦନ୍ତ ଆରମ୍ଭ କରିଛି ।

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

୭୦ ଗ୍ରାମ ବ୍ରାଉନସୁଗାର ଜବତ: ୨ଗିରଫ

କଟକରୋଡ, ୧୦।୧୨(ଡି.ଏନ.ଏ): ରାଜଧାନୀରେ ବ୍ରାଉନସୁଗାର ବ୍ୟବସାୟୀ ମାତିଛନ୍ତି। କମିଶନରେଟ୍‌ ପୋଲିସ୍‌ ଓ ଅବକାରୀ ବିଭାଗ ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲେ ମଧ୍ୟ ନିଶା ବ୍ୟବସାୟୀଙ୍କ ସଂଖ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ

ଚନ୍ଦ୍ରଗିରି,୧୦।୧୨(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା କିଡ଼ାସିଂ  ଗ୍ରାମରେ  ସୋମବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।