ଜୀବନଚର୍ଯ୍ୟା |

ଲାଗିବେ ଆକର୍ଷଣୀୟ...

ଲାଗିବେ ଆକର୍ଷଣୀୟ...
ଶୀତଦିନ ଆରମ୍ଭ ପ୍ରାୟ। ତେଣୁ କିପରି  ତ୍ୱଚା ଏବଂ କେଶକୁ ଶୀତର ପ୍ରଭାବରୁ ଦୂରେଇ ରଖିହେବ, ତାହା ଏବେଠୁ ସାଜିଛି ଅନେକଙ୍କ ଲାଗି ଚିନ୍ତାର କାରଣ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ଶୀତରେ ବି ତ୍ୱଚା ଓ କେଶ ସୁନ୍ଦର ତଥା ଆକର୍ଷଣୀୟ ଲାଗିବ। ଜାଣିରଖନ୍ତୁ ସେ ସମ୍ପର୍କରେ...

ଥଣ୍ଡାଦିନେ ସାଧାରଣତଃ ତ୍ୱଚା ରୁକ୍ଷ ହୋଇଯାଏ। ଏମିତିରେ ସାବୁନ୍‌ ଲଗାଇବା ଦ୍ୱାରା ତାହା ଅଧିକ ରୁକ୍ଷ ହୋଇ ଫାଟିଥାଏ। ତେଣୁ ଆପଣ ଚାହିଁଲେ ଲେମ୍ବୁ ରସ, ଅଳ୍ପ ହଳଦୀ ଓ ମହୁ ମିଶାଇ ମୁହଁରେ ଲଗାଇ ପାରିବେ। ଏହା ତ୍ୱଚାକୁ କୋମଳ ଏବଂ ଚିକ୍କଣ କରିବ। 

ଦହିରେ ଅଳ୍ପ ମସୁର ଡାଲି ମିଶାଇ ରାତିସାରା ଛାଡିଦିଅନ୍ତୁ। ସକାଳେ ଏହାକୁ  ବାଟି  ଅଧ ଚାମଚ ହଳଦୀଗୁଣ୍ଡ, ଲହୁଣି କିମ୍ବା ଘିଅ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ପ୍ରତିଦିନ ଲଗାଇବା ଦ୍ୱାରା ତ୍ୱଚା ଚିକ୍କଣ ଏବଂ ସୁନ୍ଦର ରହିବ।

ଧୀରେ ଧୀରେ ଶୀତ ବଢ଼ିଲେ ଓଠ ଶୁଖିବା କିମ୍ବା କଳା ପଡିବା ସମସ୍ୟା ଅଧିକାଂଶଙ୍କଠାରେ ଦେଖିବାକୁ ମିଳେ। ଏହାକୁ ଦୂର କରିବା ଲାଗି କେବଳ ଭେସ୍‌ଲିନ୍‌ କିମ୍ବା ଲିପ୍‌ବାମ୍‌ ଯଥେଷ୍ଟ ନୁହେଁ। ତେଣୁ ଆପଣ ଚାହିଁଲେ ଲହୁଣି କିମ୍ବା କ୍ଷୀରରେ ସାମାନ୍ୟ କେଶର ମିଶାଇ ଓଠରେ ଘଷିପାରିବେ।

କେଶ ଝଡ଼ିବା ସମସ୍ୟା ଦୂର କରିବା ଲାଗି ପ୍ରତିଦିନ ନଡିଆ ତେଲ ମାଲିସ କରନ୍ତୁ।

ରୁପି ଏଦିନେ ଏକ ବଡ଼ ସମସ୍ୟା, ଯାହାକୁ ଦୂର କରିବା ଲାଗି କଦଳୀ ପେଷ୍ଟକୁ ପ୍ୟାକ୍‌ ଭାବେ ବ୍ୟବହାର କରନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ବି୬, ଏ, ସି, ଇ ସହିତ ଜିଙ୍କ, ପୋଟାସିଅମ୍‌ ଏବଂ ଆଇରନ୍‌ ଭଳି ମିନେରାଲ୍ସ ସହିତ ଆମିନୋଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି, ଯାହାକି ମୁଣ୍ଡରେ ରୁପି ହେବାକୁ ଦିଏନାହିଁ। 

ବୁଟକୁ ପେଷ୍ଟ କରି କେଶ ମୂଳରେ ଲଗାଇଲେ ରୁପି ଦୂର ହୋଇଥାଏ। କାରଣ ଏଥିରେ ଅଧିକ ପରିମାଣରେ ଭିଟାମିନ ବି୬ ଏବଂ ଜିଙ୍କ୍‌ ରହିଛି, ଯାହା ରୁପି ଦୂର କରିବାର ମୁଖ୍ୟ ଉପାଦାନ। ସେହିପରି ଗହମ ଖାଇବା ମଧ୍ୟ ଉପକାରୀ।

କମଳା ଚୋପାକୁ ଶୁଖାଇ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ ଅଳ୍ପ ନଡିଆ ତେଲ ଏବଂ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଓ ସୁନ୍ଦର ଲାଗିବ।
All Right Reserved By

ଜୀବନଚର୍ଯ୍ୟା |

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। 

ଅଲ୍‌ରାଉଣ୍ଡର ରୋବୋ

ଅଲ୍‌ରାଉଣ୍ଡର ରୋବୋ

ବିଭିନ୍ନ କ୍ଷେତ୍ରରେ ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷଭାବରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାର ଉପଯୋଗ ଚିକିତ୍ସା ଜଗତରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଖାଇବା ଶୈଳୀରୁ ଜଣାପଡ଼ିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କର ଖାଇବା ଶୈଳୀରୁ ଜଣାପଡିବ-ଏଭଳି ଏକ ମଜାଦାର ତଥ୍ୟ ସଦ୍ୟତମ ଗବେଷଣାରୁ ଜଣାପଡିଛି। ଏପରି ବିଷୟବସ୍ତୁକୁ ନେଇ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ।

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ସ୍ମରଣ ଶକ୍ତି ବୃଦ୍ଧି କରିବାର ନୂଆ ଉପାୟ

ବେଳେବେଳେ କେତେକ କଥା ଆମ ହାତ ପାଆନ୍ତାରେ ଥାଏ, ହେଲେ ଆମେ ତାକୁ ସହଜରେ ଜାଣି ପାରି ନ ଥାଉ। କୌଣସି ସୂତ୍ରରୁ ସୂଚନା ପାଇବା ମାତ୍ରେ ତାକୁ ଉପଯୋଗ କରି ତାହାର ସୁଫଳ ପାଉ।

ଲେଜର ବିଜ୍ଞାନର ଅବଦାନ

ଲେଜର ବିଜ୍ଞାନର ଅବଦାନ

”ଲେଜର ହେଉଛି ତୀବ୍ର ଉଚ୍ଚ ସଂହତିଯୁକ୍ତ ଏକବର୍ଣ୍ଣୀ  ଆଲୋକ ଉତ୍ସ। ଏହା ୧୯୬୦ ମସିହାରେ ଉଦ୍ଭାବିତ ହେବା ପରେ ପରେ ବୈଜ୍ଞାନିକମାନେ ଏହାର ସଫଳ ପ୍ରୟୋଗ ଉପରେ ଗବେଷଣା କଲେ। ମାନବୋପଯୋଗୀ ଏହାର ଦୁଇଟି ପ୍ରୟୋଗ ସମ୍ବନ୍ଧୀୟ ଉଦ୍ଭାବନ କରିଥିବାରୁ ଏହି ବର୍ଷ ତିନିଜଣ ବୈଜ୍ଞାନିକ-ଯୁକ୍ତରାଷ୍ଟ୍ର ଆମେରିକାର ଆର୍ଥର ଆସ୍କିନ୍‌, ଫ୍ରାନ୍‌ସର  ଜୋରାର୍ଡ ମୋରୁ ଓ କାନାଡ଼ାର ଡୋନା ଷ୍ଟ୍ରିକ୍‌ଲାଣ୍ଡଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରିବା  ପାଇଁ ରୟାଲ୍‌ ସୁଇଡେନ୍‌ ବିଜ୍ଞାନ ଏକାଡେମୀ  ଘୋଷଣା କରିଛନ୍ତି।“

୧୦୩  ପ୍ରକାର ରୋଗ ଦୂର କରେ ପାଟିର ଲାଳ

୧୦୩ ପ୍ରକାର ରୋଗ ଦୂର କରେ ପାଟିର ଲାଳ

ମୁଖ ଭିତରେ ଏକ ଲକ୍ଷରୁ ଅଧିକ ସ୍ବେଦଗ୍ରନ୍ଥି ଲାଳ ତିଆରି କରିଥାନ୍ତି। ଏଥିରେ ଶରୀରର ୧୦୩ ପ୍ରକାର ରୋଗ ଦୂର ହୋଇଥାଏ। ଏହାକୁ ସକାଳେ ଉଠି ପୁରାତନ ଘାରେ ଲାଗାଇଲେ କିଛି ଦିନ ମଧ୍ୟରେ ଘା ଭଲ ହୋଇଥାଏ।

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା କ୍ଷତିକାରକ

ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଆଜିକାଲି ସାଧାରଣ ମନେହେଉଥିଲେ ମଧ୍ୟ ଏହା ଏକ ଖରାପ ଅଭ୍ୟାସ।  ଦେଖିବାକୁ ଗଲେ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଛି।  ତେବେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ। ପ୍ଲାଷ୍ଟିକରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ଓ ବ୍ୟକ୍ଟେରିଆ ଆଦି ରହିଥାଏ। ଯାହାକି ଆମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ:

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ଅନିଦ୍ରା ସମସ୍ୟାକୁ ଦୂର କରିବା ପାଇଁ ଆପଣେଇ ପାରିବେ ଏଭଳି ସହଜ ଉପାୟ...

ମନୁଷ୍ୟକୁ ନିରୋଗ ରଖିବା ପାଇଁ ଗୋଲାପ ଫୁଲ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନିଦ୍ରା ରୋଗରୁ ଦୂରେଇ ରହିବା  ଲାଗି ଏହା ମହୋଷଧୀ ସଦୃଶ କାମ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ତେଲ

ବର୍ତ୍ତମାନ ସମୟରେ  ପ୍ରାୟତଃ  ଅଧିକାଂଶ ଲୋକଙ୍କଠାରେ କେଶ ଝଡିବା ସମସ୍ୟା ଦେଖାଦେଉଛି। ଜୀବନଶୈଳୀର ପରିବର୍ତ୍ତନ ଓ ବଢ଼ୁଥିବା ପ୍ରଦୂଷଣ ଏହାର ମୁଖ୍ୟ କାରଣ ହୋଇଥାଏ। ଏହି ସମସ୍ୟା ପିଲାଙ୍କଠାରେ ମଧ୍ୟ ଦେଖାଦେଇଥାଏ। ଯାହା ଫଳରେ ଉକ୍ତ ସମସ୍ୟା ପାଇଁ ଅନେକ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ।