ଜୀବନଚର୍ଯ୍ୟା |

ଗର୍ଭାବସ୍ଥାରେ ହୃଦ୍‌ରୋଗ

ଗର୍ଭାବସ୍ଥାରେ  ହୃଦ୍‌ରୋଗ
ହୃଦ୍‌ରୋଗ ଏକ ଭୟଙ୍କର ରୋଗ। ତେଣୁ ଗର୍ଭାବସ୍ଥାରେ ଏହି ରୋଗ ଚିହ୍ନଟ ହେଲେ  ହୃଦ୍‌ରୋଗ ବିଶେଷଜ୍ଞ ଏବଂ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିବା ଦ୍ୱାରା ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁକୁ ସୁରକ୍ଷିତ ରଖିବାରେ 
ସାହାଯ୍ୟ କରିଥାଏ...
ହୃଦ୍‌ରୋଗ ହେଉଛି ଏକ ଭୟଙ୍କର ରୋଗ। ଗର୍ଭବତୀ ମହିଳାମାନଙ୍କର ହୃଦ୍‌ରୋଗ ଥିଲେ, ତାକୁ ଗର୍ଭାବସ୍ଥାରେ, ପ୍ରସବ ସମୟରେ ତଥା ପ୍ରସବ ପରେ ବିଷମ ପରିସ୍ଥିତି ସୃଷ୍ଟି କରିଥାଏ ଏବଂ ମା’ ଓ ଶିଶୁ ଉଭୟଙ୍କ ମୃତ୍ୟୁ ଆଶଙ୍କା ବୃଦ୍ଧି କରିଥାଏ। ତେଣୁ ଏହି ସମୟରେ ମା’ ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବାକୁ ପଡ଼ିଥାଏ। ଓଡ଼ିଶାରେ ହୃଦ୍‌ରୋଗ ଭୋଗୁଥିବା ଗର୍ଭବତୀ ମହିଳାମାନେ ଆଣ୍ଠୁଗଣ୍ଠି ଜନିତ ହୃଦ୍‌ରୋଗରେ ପୀଡ଼ିତ ହୋଇ ମୁଖ୍ୟତଃ ମାଇଟ୍ରାଲ ଷ୍ଟେନୋସିସ୍‌ ବା ମାଇଟ୍ରାଲ ଭଲ୍‌ଭ ଡିଜିଜ୍‌ରେ ଆକ୍ରାନ୍ତ ହୋଇ ହୃଦ୍‌ରୋଗ ବିଶେଷଜ୍ଞଙ୍କ ପାଖକୁ ଆସିଥାନ୍ତି। ଅଧିକଭାବେ ଆଣ୍ଠୁଗଣ୍ଠି ବାତଜନିତ ହୃଦ୍‌ରୋଗ (ର୍ୟୁମାଟିକ୍‌ ହାର୍ଟ ଡିଜିଜ୍‌) ଆମେ ଓଡ଼ିଶାରେ ଦେଖିବାକୁ ପାଇଥାଉ।
ଗର୍ଭାବସ୍ଥାରେ ମା’ର ଶରୀର ବିଶ୍ଳେଷଣ କଲେ ଜଣାଯାଏ ଯେ, ମା’ର ଶରୀରରେ ରକ୍ତର ପରିମାଣ ସାଧାରଣତଃ ଶତକଡ଼ା ୪୦ ଭାଗ ବୃଦ୍ଧପାଏ ଏବଂ ରକ୍ତ କଣିକାର ପରିମାଣ ଶତକଡ଼ା ୧୫ ଭାଗ ବୃଦ୍ଧିପାଏ, ଫଳରେ ହୃତ୍‌ପିଣ୍ଡରେ ଅଧିକ ଚାପ ପଡ଼ିଥାଏ। ତେଣୁ ଆଗରୁ ହୃଦ୍‌ରୋଗ ଭୋଗୁଥିବା ମହିଳାମାନଙ୍କର ଗର୍ଭାବସ୍ଥାରେ ହୃତ୍‌ପିଣ୍ଡରେ ଅଧିକ ରକ୍ତ ସଞ୍ଚାଳିତ ହୋଇ ହାର୍ଟ ଫେଲିଓର ହେବା ଆଶଙ୍କା ଥାଏ। ସାଧାରଣତଃ ୮ମାସ ମଧ୍ୟରେ ଏହି ମା’ ରକ୍ତର ପରିମାଣ ସବୁଠାରୁ ଅତ୍ୟଧିକ ଭାବେ ବଢ଼ିଯାଇ ହାର୍ଟ ଫେଲ୍ୟୁଅର ହେବା ଭୟ ବେଶି ଥାଏ। ଏହାଛଡ଼ା ପ୍ରସବ ପରେ ମଧ୍ୟ ଗର୍ଭ ଫୁଲରୁ ନିର୍ଗତ ରକ୍ତ ହୃତ୍‌ପିଣ୍ଡରେ ପ୍ରବେଶ କରିଥାଏ ଏବଂ ହାର୍ଟ ଫେଲ୍ୟୁଅର ହେବା ଆଶଙ୍କା ଥାଏ। ଗର୍ଭର ଶେଷ ମାସରେ ଗର୍ଭାଶୟର ଚାପରେ, ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ ତା’ର ନିଜ ସ୍ଥାନରୁ ଉପରକୁ ଉଠିଯାଇଥାଏ। ଫଳରେ ଅଣନିଃଶ୍ୱାସୀ ଲାଗେ ଓ ରୋଗିଣୀ ଧଇଁସଇଁ ହୋଇଯାଏ। ଏହାଛଡ଼ା ମଧ୍ୟ ଗର୍ଭାବସ୍ଥାରେ ରକ୍ତରେ ଜଳୀୟ ଅଂଶର ପରିମାଣ ବୃଦ୍ଧି ପାଉଥିବାରୁ ରକ୍ତ ପତଳା ହୁଏ ଓ ରକ୍ତକୋଷିକା (ହିମୋଗ୍ଲୋବିନ୍‌) କମିଯାଇ ଆନେମିଆ ବା ରକ୍ତହୀନତା ହୁଏ। ଗର୍ଭାବସ୍ଥାରେ ସାଧାରଣ ହୃତ୍‌ପିଣ୍ଡଠାରୁ ହୃଦ୍‌ରୋଗରେ ଆକ୍ରାନ୍ତ ହୃତ୍‌ପିଣ୍ଡ ଉପରେ ଅଧିକ ଚାପ ପଡ଼ିଥାଏ। ଏହା ବ୍ୟତୀତ ବିଭିନ୍ନ କାରଣରୁ ହୃତ୍‌ସ୍ପନ୍ଦନ ବଢ଼ିଯାଇଥାଏ ଓ ହାର୍ଟ ଫେଲ୍ୟୁଅର ହୋଇଥାଏ। ଯଦି ରୋଗିଣୀର ବୟସ ବେଶି ହୋଇଥାଏ  କିମ୍ବା ଆଗରୁ ହୃତ୍‌ପିଣ୍ଡ ଅଚଳ ହୋଇଥାଏ ଯଥା ହାର୍ଟ ଫେଲ୍ୟୁଅର ବା ଗର୍ଭାବସ୍ଥାରେ ରକ୍ତହୀନତା, ଉଚ୍ଚ ରକ୍ତଚାପ ଇତ୍ୟାଦି ଥାଏ କିମ୍ବା ହୃତ୍‌ପିଣ୍ଡରେ ଅନ୍ୟ କୌଣସି ରୋଗ ଥିଲେ ବା ଗର୍ଭାବସ୍ଥାରେ ପରିଚର୍ଯ୍ୟା ମୂଳରୁ ଠିକ୍‌ ଭାବେ ହୋଇ ନ ଥିଲେ ହୃଦ୍‌ରୋଗ ବଢ଼ିଯାଏ। ତେଣୁ ହୃଦ୍‌ରୋଗର ସୂଚନା ପାଇଲା ମାତ୍ରେ ହୃଦ୍‌ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
ଏହାର ଶ୍ରେଣୀ ନିର୍ଦ୍ଧାରଣ- ଆମେରିକାର ନ୍ୟୁୟର୍କ ହାର୍ଟ ଆସୋସିଏଶନ ପକ୍ଷରୁ ନିର୍ଣ୍ଣୟ କରାଯାଇଥିବା ଡିଗ୍ରୀ ଅନୁସାରେ ଚିକିସତ୍ା କରାଇବା ଆବଶ୍ୟକ। ପ୍ରଥମ ଡିଗ୍ରୀ - ଏଥିରେ ସ୍ବାଭାବିକ କାମ କରିବାରେ ରୋଗିଣୀର କୌଣସି ଅସୁବିଧା ହୁଏ ନାହିଁ। ଦ୍ୱିତୀୟ ଡିଗ୍ରୀ - ଏଥିରେ ସାମାନ୍ୟ ପରିଶ୍ରମରେ ରୋଗିଣୀ ଧଇଁସଇଁ ହୋଇ ଅଣନିଃଶ୍ୱାସୀ ହୋଇପଡ଼େ। ତୃତୀୟ ଡିଗ୍ରୀ-ସ୍ବାଭାବିକ ବା ସାଧାରଣ କାମ କଲେ ମଧ୍ୟ ରୋଗିଣୀ ଅଣନିଃଶ୍ୱାସୀ ହୋଇପଡ଼େ। ଚତୁର୍ଥ ଡିଗ୍ରୀ - ବିଶ୍ରାମ ଅବସ୍ଥାରେ ମଧ୍ୟ ଏଇ ପର୍ଯ୍ୟାୟର ହୃଦ୍‌ରୋଗୀମାନେ ଧଇଁସଇଁ ହୋଇଯାନ୍ତି।
ଚିହ୍ନଟ- ସାଧାରଣ ଗର୍ଭାବସ୍ଥାରେ ମଧ୍ୟ ଅନେକ ମହିଳା ଧଇଁସଇଁ ହୋଇ ଅଣନିଃଶ୍ୱାସୀ, ହୋଇଯାନ୍ତି ଏବଂ ସେମାନେ ହୃଦ୍‌ରୋଗ ଭୋଗୁଛନ୍ତି ବୋଲି ଜଣାଯାଏ। ତେବେ ଯଦି ସାମାନ୍ୟ କାର୍ଯ୍ୟରେ ଛାତି ଧଡ଼ଧଡ଼ ହୁଏ, ରୋଗୀ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରେ, ରାତିରେ ନିଃଶ୍ୱାସ ନେଇ ନ ପାରି ବିଛଣାରେ ଉଠିବସେ ଏବଂ ଓଠ ଓ ଆଙ୍ଗୁଳି ଟିପ ସବୁ ନୀଳବର୍ଣ୍ଣ ହୋଇଯାଏ, ତା’ଛଡ଼ା ଡାକ୍ତରମାନେ ଯଦି ଦେଖନ୍ତି ଯେ, ହୃତ୍‌ପିଣ୍ଡରେ ସାଧାରଣ ଶବ୍ଦ ଛଡ଼ା ଆହୁରି କେତେକ ଶବ୍ଦ (ମର୍‌ମର୍‌) ଶୁଣାଯାଏ, ହୃତ୍‌ପିଣ୍ଡ ଆକାରରେ ବଢ଼ିଯାଇଥାଏ, ତେବେ ରୋଗିଣୀକୁ ହୃଦ୍‌ରୋଗ ହୋଇଛି ବୋଲି ଚିହ୍ନଟ କରାଯାଏ। ଏହାକୁ ଇସିଜି ଓ ଇକୋକାର୍ଡିଓଗ୍ରାମ୍‌ ଦ୍ୱାରା ନିଶ୍ଚିତ କରାଯାଇଥାଏ।
ମା’ ପାଇଁ ବିପଦ- ଗର୍ଭକାଳ ମଧ୍ୟରେ ମା’ର କିପରି ହାର୍ଟ୍‌ ଫେଲ୍ୟୁଅର ନ ହେବ, ସେଥିପାଇଁ ସାବଧାନ ରହିବା ଦରକାର। ଟିକିଏ ଅସାବଧାନ ହେଲେ ମା’ ମୃତ୍ୟୁମୁଖରେ ପଡ଼ିଥାଏ। ମା’ ମୃତ୍ୟୁର କାରଣ ହେଲା ଫୁସ୍‌ଫୁସ୍‌ରେ ପାଣି ଜମି ଫୁଲିଯିବା, (ପଲ୍‌ମୋନାରି ଇଡିମା)  ମା’ ପାଇଁ ସବୁଠାରୁ ବିପଜ୍ଜନକ ସମୟ ହେଉଛି, ଗର୍ଭଧାରଣର   ୭-୮  ମାସ ସମୟ, ପ୍ରସବ ସମୟ, ପ୍ରସବର ଠିକ୍‌ ପରେ ପରେ, ୨୪ ଘଣ୍ଟା ମଧ୍ୟରେ ଏବଂ ପ୍ରସବର ଏକ ସପ୍ତାହ ପରେ।
ଶିଶୁ ପାଇଁ ବିପଦ- ହୃଦ୍‌ରୋଗ ଭୋଗୁଥିବା ମହିଳାମାନଙ୍କର ଗର୍ଭସ୍ଥ ଶିଶୁ ବେଶି ବଢ଼ିପାରେ ନାହିଁ (ଇଣ୍ଟାୟୁଟେରାଇନ୍‌ ଗ୍ରୋଥ୍‌ ରିଟାର୍ଡେସନ୍‌)। ତେଣୁ ଅଳ୍ପ ଓଜନର ହୁଏ ଏବଂ ସମୟ ଆଗରୁ ଅପରିଣତ ଶିଶୁ ଜନ୍ମହୁଏ (ପ୍ରିମାଚ୍ୟୁର୍‌, ସ୍ମଲ୍‌ ବେବି)।
ଚିକିସତ୍ା- ଗର୍ଭାବସ୍ଥାରେ ହୃଦ୍‌ରୋଗ ନିର୍ଣ୍ଣୟ ହେଲାମାତ୍ରେ ସଙ୍ଗେ ସଙ୍ଗେ ହୃଦ୍‌ରୋଗ ବିଶେଷଜ୍ଞ ଓ ପ୍ରସୂତି ବିଶେଷଜ୍ଞଙ୍କର ପରାମର୍ଶ ଅନୁଯାୟୀ ଚଳିବା ଆବଶ୍ୟକ। ହୃଦ୍‌ରୋଗର ଡିଗ୍ରୀ ନିର୍ଣ୍ଣୟ, ଗର୍ଭାବସ୍ଥାରେ ଅନ୍ୟ କେତେକ ଗୁରୁତର ଉପସର୍ଗ ଅଛିକି ନାହିଁ ଦେଖି ଡାକ୍ତରଖାନାରେ ଆଡମିଶନ୍‌ କରି ତା’ର ଚିକିସତ୍ା କରିବା ଉଚିତ୍‌।
ବ୍ୟବସ୍ଥା- ଅତ୍ୟଧିକ ପରିଶ୍ରମ ନକରି ଦିନରେ ଦୁଇଘଣ୍ଟା ଓ ରାତିରେ ୧୦-୧୨ଘଣ୍ଟା ବିଶ୍ରାମ ଜରୁରୀ। ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର ଯେପରି ନହୁଏ ସେଥିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦେବା ଆବଶ୍ୟକ। ଗର୍ଭାବସ୍ଥାରେ ରୋଗକୁ ଚାହିଁ ତେଲ, ଲୁଣ ଓ ଚର୍ବିଯୁକ୍ତ ଖାଦ୍ୟ ଖାଇବା କିମ୍ବା ମୋଟାହୋଇ ଅତିରକ୍ତ ଓଜନ ବଢ଼ାଇବା ଠିକ୍‌ ନୁହେଁ। ଯେପରି ଦେହରେ କୌଣସି ସଂକ୍ରମଣ ନ ରହେ ସେଥିପାଇଁ ସଚେତନ ରହିବା ଭଲ। ପ୍ରସବ ସମୟରେ ୧ ମାସ ଆଗରୁ ରୋଗିଣୀକୁ ହସ୍ପିଟାଲରେ ଆଡ୍‌ମିଶନ କରି ଚିକିସତ୍ା ରଖିବା ଆବଶ୍ୟକ।
ପ୍ରସବ କାଳରେ ଯତ୍ନ- ପ୍ରସବ ବ୍ୟଥା ଆରମ୍ଭ ହେବାମାତ୍ରେ ରୋଗିଣୀକୁ ସମ୍ପୂର୍ଣ୍ଣ ବିଶ୍ରାମ ଦେବା ଉଚିତ। ଡାଇଜେପାମ୍‌ ଇଞ୍ଜେକ୍ସନ୍‌ ଏବଂ ଅମ୍ଳଜାନ ଦେବା ଦରକାର। ପ୍ରସବର ଦ୍ୱିତୀୟ ପର୍ଯ୍ୟାୟକୁ ମଧ୍ୟ ସଂକ୍ଷିପ୍ତ କରି ଶିଶୁକୁ ଶୀଘ୍ର ପ୍ରସବ କରିଦିଆଯାଏ (ନରମାଲ୍‌ ଡେଲିଭରି)। ନ ହେଲେ ହୃତ୍‌ପିଣ୍ଡ ଅଧିକ କାମ କରି କ୍ଳାନ୍ତ ହେବାପରେ ସ୍ପନ୍ଦନ କ୍ରିୟା ବଢ଼ି ହାର୍ଟ ଫେଲ୍ୟୁର ଆଶଙ୍କା ଥିବାରୁ ପ୍ରସୂତି ଉପରେ ତୀକ୍ଷ୍‌ଣ ନଜର ରଖାଯାଏ ଏବଂ ଦରକାର ମୁତାବକ ଔଷଧ ଦିଆଯାଏ। ସ୍ଥଳ ବିଶେଷରେ ସବୁ ସତର୍କତା ସହ ସିଜରିଆନ୍‌ ସେକ୍‌ସନ୍‌ କରିଦିଆଯାଏ।
ଗର୍ଭାବସ୍ଥାରେ ହୃଦ୍‌ବକ୍ଷ ଶଲ୍ୟ ଚିକିସତ୍ା- ସମସ୍ତେ ଭାବୁଥିବେ ଯେ, ଗର୍ଭାବସ୍ଥାରେ ହୃଦ୍‌ରୋଗର ଅସ୍ତ୍ରୋପଚାର କରିହେବନାହିଁ । ମାତ୍ର ପ୍ରକୃତରେ ତାହା ନୁହେଁ, ଯଦି ଜରୁରୀ ହୁଏ, ତା’ହେଲେ ହୃତ୍‌ପିଣ୍ଡର କ୍ଲୋଜଡ୍‌ ହାର୍ଟ ଓ ଓପନ ହାର୍ଟ ସର୍ଜରି ଗର୍ଭାବସ୍ଥାରେ କରାଯାଇପାରେ। ଏହାର ପ୍ରକୃତ ସମୟ ହେଉଛି, ଗର୍ଭାବସ୍ଥାର ୩ରୁ ୬ମାସ ମଧ୍ୟରେ। ଏହିସମୟ ମଧ୍ୟରେ ଓପନ୍‌ ହାର୍ଟ ସର୍ଜରି କଲେ ମା’ ଓ ଶିଶୁ ଉଭୟଙ୍କ ପାଇଁ ଏହା ଅପେକ୍ଷାକୃତ ନିରାପଦ ହୋଇଥାଏ। ଏହା ବ୍ୟତୀତ ଅତି ଜରୁରୀ କ୍ଷେତ୍ରରେ ମା’ ଜୀବନକୁ ରକ୍ଷା କରିବା ପାଇଁ ଏହି ସମୟ ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ହୃତ୍‌ପିଣ୍ଡର ଅପରେଶନ କରାଯାଇପାରେ। ବେଳେବେଳେ ହୃତ୍‌ପିଣ୍ଡରେ ଜଟିଳ ରୋଗ ଥିଲେ ୯ମାସରେ ମଧ୍ୟ ହୃତ୍‌ପିଣ୍ଡର ଅପରେଶନ କରାଯାଏ ଏବଂ ମା’ର ପ୍ରସବ ଗୋଟିଏ ସପ୍ତାହପରେ ଭଲରେ ହୋଇପାରିଥାଏ। ଏହାଛଡ଼ା ଆଗରୁ ଜନ୍ମଗତ ହୃଦ୍‌ରୋଗ, ଆଣ୍ଠୁଗଣ୍ଠିଜନିତ ହୃଦ୍‌ରୋଗ ଥିବା ଜଣଜଣଙ୍କର ଗର୍ଭାବସ୍ଥାରେ କାର୍ଡିଓମାୟୋପାଥି ହୋଇଥାଏ, ଯାହାକି ୮ ମାସବେଳକୁ ହାର୍ଟ ଫେଲ୍ୟୁଅର କରିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରଥମ ଭିଜିଟ୍‌ ବେଳେ ମଧ୍ୟ ଗର୍ଭବତୀ ନାରୀର ହୃତ୍‌ପିଣ୍ଡ ପରୀକ୍ଷା କରିବା ଖୁବ୍‌ ଜରୁରୀ। ଏହା ବ୍ୟତୀତ ଯଦି ମା’ର ହୃତ୍‌ପିଣ୍ଡରେ ଟ୍ୟୁମର ଆଦି ହୋଇଥାଏ ତା’ହେଲେ ମଧ୍ୟ ଅପରେଶନ କରାଯାଇପାରେ।
ମୋଟ୍‌ ଉପରେ ଗର୍ଭାବସ୍ଥାରେ ହୃଦ୍‌ରୋଗର ଚିହ୍ନଟ, ହୃଦ୍‌ରୋଗ ବିଶେଷଜ୍ଞଙ୍କ ଦ୍ୱାରା ରୋଗିଣୀର ଚିକିସତ୍ା ଏବଂ ପ୍ରସୂତି ବିଶେଷଜ୍ଞଙ୍କ ଦ୍ୱାରା ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଗର୍ଭପରୀକ୍ଷା, ପ୍ରସବ ସମୟରେ ତଥା ପ୍ରସବ ପରେ ରୋଗିଣୀର ବିଶ୍ରାମ ଓ ଚିକିସତ୍ା, ମା’କୁ ତଥା ଶିଶୁକୁ ଯେ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷାକରିପାରିବ ଏଥିରେ ସନ୍ଦେହର ଅବକାଶ ନାହିଁ।
ଡା. ସରୋଜିନୀ ଷଡ଼ଙ୍ଗୀ
- ଲିଙ୍କ୍‌ ରୋଡ୍‌, କଟକ-୧୨
ମୋ- ୯୪୩୭୦୫୫୦୦୭
All Right Reserved By

ଜୀବନଚର୍ଯ୍ୟା |

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଉଥିଲେ...

ଘରେ ଦରଜା ଏବଂ କବାଟ ଲଗାଇବା ବେଳେ ଏହାର ବାସ୍ତୁ ଦିଗ ପ୍ରତି ମଧ୍ୟ ବିଶେଷ ଧ୍ୟାନଦେବା ଜରୁରୀ।

ଆଜିକାଲି ଯୁବପିଢ଼ି  ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି ଫ୍ୟାଶନ: ଟ୍ରେଞ୍ଚ କୋଟ୍‌

ଆଜିକାଲି ଯୁବପିଢ଼ି  ଫ୍ୟାଶନ ଏକ୍ସପେରିମେଣ୍ଟକୁ ନେଇ ପୂରା ଆକ୍ଟିଭ ରହୁଥିବାର ଦେଖିବାକୁ ମିଳୁଛି। ମାର୍କେଟ୍‌କୁ ଯାହା ବି ଲାଟେଷ୍ଟ ମଡେଲ ଆସିଲା, ତାକୁ ନିଜ ଓ୍ବାର୍ଡରୋବ୍‌ରେ ସାମିଲ କରିବାକୁ ସେମାନେ ତତ୍ପରତା ଦେଖାଇଥାନ୍ତି। ବର୍ତ୍ତମାନ ଶୀତଦିନ ପାଇଁ ଟ୍ରେଞ୍ଚ କୋଟ୍‌ର ଫ୍ୟାଶନ ଖୁବ୍‌ ଚାଲିଛି। ଏହାକୁ ଟ୍ରାଏ କଲେ ସ୍ମାର୍ଟ ଲୁକ୍‌ ମିଳିବା ସହ ଶୀତରୁ ବି ରକ୍ଷା ପାଇହୁଏ। ତେବେ ଏହି ଟ୍ରେଞ୍ଚ କୋଟ୍‌ କ’ଣ ଓ ଏହାକୁ କେମିତି ବ୍ୟବହାର କଲେ ଲୁକ୍‌ ଅଧିକ ଆକର୍ଷଣୀୟ ଲାଗିବ ଜାଣନ୍ତୁ ସେ ସମ୍ପର୍କରେ...

ଅଜବ ବାଥ୍‌ଟବ୍‌

ଅଜବ ବାଥ୍‌ଟବ୍‌

ଆଜିକାଲିର ମଡର୍ନ ବାଥ୍‌ରୁମ୍‌ରେ ବାଥ୍‌ଟବ୍‌ର ସ୍ଥାନ ସ୍ବତନ୍ତ୍ର। ତା’ମଧ୍ୟରେ ସ୍ନାନ କଲେ ଦିନତମାମ ତାଜା ଲାଗେ। ଆଉ କାମ କରି ଥକି ଆସିଥିବା ବ୍ୟକ୍ତି ଏହାମଧ୍ୟରେ ପାଏ ବେଶ୍‌ ଆରାମ। ତେବେ ସାଧାରଣ ବାଥ୍‌ଟବ୍‌ଠୁ କିଛି ଭିନ୍ନ ଓ ଅଜବ ବାଥ୍‌ଟବ୍‌ ବି ରହିଛି, ଯାହାକୁ ନିଜ ବାଥ୍‌ରୁମ୍‌ରେ ରଖିପାରିଲେ ଆରାମ ପାଇବା ସହ ଆପଣଙ୍କ ବାଥ୍‌ରୁମ୍‌ ହୋଇଯିବ କିଛି ଖାସ୍‌...