ଜୀବନଚର୍ଯ୍ୟା |

ସୁନିଦ୍ରା ପାଇଁ

ସୁନିଦ୍ରା ପାଇଁ
ଦିନ ତମାମ କିଏ ଶାରୀରିକ ତ କିଏ ମାନସିକ ପରିଶ୍ରମ କରୁଛି। ତେବେ ଶରୀରକୁ ସୁସ୍ଥ ରଖିବା ଲାଗି ଆମକୁ ରାତିରେ ଶୋଇବା ନିହାତି ଦରକାର। ଜଣେ ବ୍ୟକ୍ତି ପ୍ରତିଦିନ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ନିଦ୍ରା ଯିବା ଆବଶ୍ୟକ। ହେଲେ ସମସ୍ତଙ୍କ କ୍ଷେତ୍ରରେ ଏହା ସମ୍ଭବ ହୋଇ ନ ଥାଏ। ତେବେ ସୁନିଦ୍ରା ପାଇଁ କେତୋଟି ବିଷୟ ପ୍ରତି ନଜର ଦେଇପାରନ୍ତି। ଶୋଇବା ସମୟରେ ଆଖି ସାମ୍‌ନାରେ ଘଣ୍ଟା ରଖନ୍ତୁ ନାହିଁ, କିମ୍ବା ଘଣ୍ଟାକୁ ବାରମ୍ବାର ଚାହାନ୍ତୁ ନାହିଁ। ଏହାଦ୍ୱାରା ସ୍ନାୟୁ ପ୍ରଭାବିତ ହୋଇଥାଏ, ଯାହାଫଳରେ ସହଜରେ ନିଦ ଆସି ନ ଥାଏ। ବିଛଣା ଉପରକୁ ଯିବା ପୂର୍ବରୁ ଘରର ପରିବେଶ ଶାନ୍ତ ହେବା ଆବଶ୍ୟକ। କଥାବାର୍ତ୍ତା, ଟିଭି ନିଦ୍ରାରେ ବ୍ୟାଘାତ ସୃଷ୍ଟି କରେ। ତେଣୁ ବେଡ୍‌ ରୁମ୍‌ରେ ଟିଭି ରଖନ୍ତୁ ନାହିଁ। ସୁନିଦ୍ରା ପାଇଁ ଆଉ ଏକ ଉପାୟ ଆପଣ ଅନୁସରଣ କରିପାରନ୍ତି। ଶୋଇବା ପୂର୍ବରୁ ଉଷୁମ ପାଣିରେ ସ୍ନାନ କଲେ ଭଲ ନିଦ ହୋଇଥାଏ। ନିଦ୍ରା ଯିବା ପୂର୍ବରୁ ମାନସିକ ଅବସ୍ଥାକୁ ଶାନ୍ତ ରଖନ୍ତୁ। ଏଣୁ ତେଣୁ ଚିନ୍ତା କଲେ ତାହାର ଖରାପ ପ୍ରଭାବ ନିଦ ଉପରେ ପଡିଥାଏ। 

All Right Reserved By

ଜୀବନଚର୍ଯ୍ୟା |

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବାର ୨ ଘଣ୍ଟା ପୂର୍ବରୁ କରନ୍ତୁ ଭୋଜନ...

ଶୋଇବା ଏବଂ ଭୋଜନ ସମୟ ମଧ୍ୟରେ କିଛି ପାର୍ଥକ୍ୟ ରହିବାର ଆବଶ୍ୟକ। ସେନେଇ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। ଏଥିରେ ଅନିୟମିତତା ହେଲେ ବ୍ରେଷ୍ଟ ଓ ପ୍ରୋଷ୍ଟେଟ୍‌ କ୍ୟାନସର ହେବାର ଆଶଙ୍କା ରହିଥାଏ। ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନ ଗ୍ରହଣ ସମୟରେ ନିୟନ୍ତ୍ରଣ ଅଣାଗଲେ ଅନେକ ରୋଗରୁ ମିଳିଥାଏ ମୁକ୍ତି। ତେବେ ମଧ୍ୟାହ୍ନ ଓ ରାତ୍ର ଭୋଜନ ପରେ ସ୍ନାକ୍ସ ଖାଇବାକୁ ଆୟୁର୍ବେଦରେ ବାରଣ କରାଯାଇଛି। ଖାଦ୍ୟ ଖାଇବାର ୨ ଘଣ୍ଟା ପରେ ଶୋଇଲେ ଖାଦ୍ୟ ଅଧା ହଜମ ଅବସ୍ଥାକୁ ଆସିଯାଇଥାଏ। ଏହାପରେ ଶୋଇଲେ ସ୍ବାସ୍ଥ୍ୟ ପାଇଁ ଭଲ। ଏପରି କଲେ ମେଦବହୁଳତା ମିଳିଥାଏ ମୁକ୍ତି। ସେହିପରି ରକ୍ତଶର୍କରା ଓ କୋଲେଷ୍ଟରଲସ୍ତର ମଧ୍ୟ ସ୍ବାଭାବିକ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

ନିରାମିଷ ମାଛ

ନିରାମିଷ ମାଛ

ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ନିରାମିଷ ମାଛ ମିଳୁଛି। ଯାହାର ସ୍ବାଦ ଚାଖିବା ପାଇଁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳୁଛି। ଲଣ୍ଡନର ଡାନିଏଲ ସଟନ ନାମକ ଜଣେ ବ୍ୟକ୍ତି ଏହି ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ। ନିରାମିଷ ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ସେ ମାଛ କଦଳୀ ଫୁଲ ଓ ସାମୁଦ୍ରିକ ବୃକ୍ଷ ସୋଫାମାୟାର ବ୍ୟବହାର କରି ତିଆରି କରିଥିଲେ ଏହି ଖାଦ୍ୟ। ଏହାର ସ୍ବାଦ ମାଛ ଭଳି ଲାଗିଥାଏ। ରେଷ୍ଟୁରାଣ୍ଟ୍‌ରେ ପ୍ରସ୍ତୁତ ଏହି ଖାଦ୍ୟକୁ ନେଇ ଏବେ ସୋସିଆଲ୍‌ ମିଡ଼ଆରେ ଜାରି ରହିଛି ଚର୍ଚ୍ଚା।

କିଡ୍‌ନୀ ଷ୍ଟୋନ୍‌ରୁ  ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ଲାଗି ଆପଣାଇ ପାରିବେ ଏହି ଘରୋଇ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟ ଗ୍ରହଣରେ ଅନିୟମିତତା ଯୋଗୁ ଏବେ କେତେକଙ୍କଠାରେ  କିଡ୍‌ନୀ ଷ୍ଟୋନ୍‌ ହେଉଥିବାର ଦେଖିବାକୁ ମିଳୁଛି। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। 

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନେ ନିଜକୁ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରଖିପାରୁଛନ୍ତି। କାରଣ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସମୟରେ ଦେହରେ ପଡୁଥିବା ସୂର୍ଯ୍ୟକିରଣ ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। 

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ଆଖି ରୋଗରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ଆଖି ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ କେତେକ ସହଜ ଘରୋଇ ପରାମର୍ଶ ସମ୍ପର୍କରେ ଉଲ୍ଲେଖ ଅଛି। 

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ବି ଦୂରକରେ ଡାଇବେଟିସ୍‌...

କଞ୍ଚା ପନିର୍‌ ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।  ପ୍ରତିଦିନ କଞ୍ଚା ପନିର ଖାଇବା ଦ୍ୱାରା ଅନେକ ରୋଗ ଦୂର ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏହା ଡାଇବେଟିସରୁ ଦୂରେଇ ରଖେ। 

ତ୍ୱଚାର ଘରୋଇ ଉପଚାର

ତ୍ୱଚାର ଘରୋଇ ଉପଚାର

ବିଶେଷତଃ ମହିଳାମାନେ ନିଜର ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ଏପରିକି ଅନେକ କୃତ୍ରିମ ଉପାୟ ଅବଲମ୍ବନ ମଧ୍ୟ କରିଥାନ୍ତି। ତେବେ ରାସାୟନିକ ପଦାର୍ଥ ମିଶ୍ରଣରେ ଉତ୍ପାଦ ଗୁଡ଼ିକ ନିର୍ମିତ ହୋଇଥିବାରୁ ଏହା ତ୍ୱଚା ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ସହ ପ୍ରତିକ୍ରିୟା କରିଥାଏ। 

ମେଦବହୁଳତା ଦୂରେଇବାର ସହଜ ଉପାୟ...

ମେଦବହୁଳତା ଦୂରେଇବାର ସହଜ ଉପାୟ...

ପରିବର୍ତ୍ତିତ ଜୀବନଶୈଳୀଯୋଗୁ ଖାଦ୍ୟପେୟରେ ଅନିୟମିତତା ଯୋଗୁ ମେଦବହୁଳତା ସୃଷ୍ଟି ହୋଇଥାଏ। ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ସହଜ ଉପଚାର ସମ୍ପର୍କରେ ଉଲ୍ଲେଖ ରହିଛି। 

ଟ୍ରାଡିଶନାଲ ଲୁକ୍‌

ଟ୍ରାଡିଶନାଲ ଲୁକ୍‌

ଏଥର ପୂଜାରେ ଟ୍ରାଡିଶନାଲ ସହ mଟ୍ରେଣ୍ଡି ଲୁକ୍‌ ପାଇବାକୁ ଚାହୁଁଥିଲେ ଆପଣାଇ ପାରିବେ ନିମ୍ନୋକ୍ତ ଟିପ୍ସ...

ସକାଳେ ଗ୍ଲାସେ ଉଷୁମ ପାଣି...

ସକାଳେ ଗ୍ଲାସେ ଉଷୁମ ପାଣି...

ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅନେକ ପ୍ରକାର ରୋଗ ଦୂର ହୋଇଥାଏ। ସକାଳେ ନଖ ଉଷୁମ ପାଣି ଗ୍ଲାସେ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି। 

ଜାଣନ୍ତୁ ମଧୁମେହ ରୋଗୀ  ସାଗୁ ଖାଇବା କେତେଦୂର ଠିକ୍‌

ଜାଣନ୍ତୁ ମଧୁମେହ ରୋଗୀ ସାଗୁ ଖାଇବା କେତେଦୂର ଠିକ୍‌

ମଧୁମେହ ଏକ ଗମ୍ଭୀର ରୋଗ। ଯେଉଁ ରୋଗରେ ଖାଦ୍ୟପେୟ ଜନିତ   ଅନେକ କଟକଣା କରାଯାଇଥାଏ। କାରଣ ଏହି ରୋଗୀଙ୍କ ଖାଦ୍ୟପେୟରେ ହେଉଥିବା ଛୋଟ ପରିବର୍ତ୍ତନ ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। 
ତେବେ ଆପଣ ଯଦି ମଧୁମେହ ରୋଗୀ ହୋଇଥାନ୍ତି ଏକ୍ସରସାଇଜ କରିବା ସହ ମେଡିଶିନ ଖାଇ ବ୍ଲଡ୍‌ ସୁଗାର ମାତ୍ରା କମାଇପାରିବେ।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁ ସାଧାରଣତଃ ବର୍ଷାଦିନେ ହୋଇଥାଏ। ଅନ୍ୟପକ୍ଷରେ ଅପରିଷ୍କାର ସ୍ଥାନରେ ଡେଙ୍ଗୁର ବାହକ ଏଡିସ୍‌ ମଶା ବଂଶ ବିସ୍ତାର କରିଥାଏ। ତେଣୁ ନିଜ ଘର ଚତୁଃପାର୍ଶ୍ୱ ଯେପରି ପରିଷ୍କାର ପରିଚ୍ଛନ୍ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଘର ଚାରିପଟେ ଅଳିଆ ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ।