ଫୁରସତ |

ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତ କରେ ଜ୍ୱର

ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତ କରେ ଜ୍ୱର

ଓ୍ବାଶିଂଟନ୍‌
ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ଗର୍ଭସ୍ଥ ଶିଶୁର ହୃତ୍‌ପିଣ୍ଡ ଓ ମୁହଁର ବିକୃତି ଘଟିଥାଏ। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଗର୍ଭଧାରଣର ପ୍ରଥମ ୩ମାସ ମଧ୍ୟରେ ମା’କୁ ଜ୍ୱର ହେଲେ ହୃତ୍‌ପିଣ୍ଡରେ କିଛି ସମସ୍ୟା ଦେଖାଦେବା ସହିତ ଓଠ ଫାଟିବା ଭଳି ମୁହଁରେ ବିକୃତି ସୃଷ୍ଟି ହୋଇଥାଏ। ଏଥିପାଇଁ କୌଣସି ଭୂତାଣୁ ଦାୟୀ କି ଅନ୍ୟ ସଂକ୍ରମଣ ଯୋଗୁ ଏପରି ଘଟିଥାଏ କିମ୍ବା କେବଳ ଜ୍ୱର ଏହି ସମସ୍ୟା ପାଇଁ ଦାୟୀ ତାହାକୁ ନେଇ ଦୀର୍ଘଦିନ ହେଲା ବିତର୍କ ଜାରି ରହିଛି।
ଅଧୁନା ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏଥିପାଇଁ ଜ୍ୱରକୁ କାରଣ ଭାବେ ଚିହ୍ନଟ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଗର୍ଭଧାରଣର ପ୍ରଥମ ୩ରୁ ୮ସପ୍ତାହ ମଧ୍ୟରେ ଜ୍ୱର ହେଲେ ହୃତ୍‌ପିଣ୍ଡ ଏବଂ ମାଢ଼ି ବିକାଶ ବାଧାପ୍ରାପ୍ତ ହୁଏ।
ଏ ସଂକ୍ରାନ୍ତୀୟ ଏକ ନିଷ୍କର୍ଷ ସାଇନ୍ସ ସିଗ୍‌ନାଲିଙ୍ଗ୍‌ ଜର୍ନାଲ୍‌ରେ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ମା’ ଏସିଟାମିନୋଫେନ୍‌ ଔଷଧର ବିବେକାନୁମୋଦିତ ବ୍ୟବହାର କରିବା ଦ୍ୱାରା ଗର୍ଭସ୍ଥ ଶିଶୁର ଅଙ୍ଗ ବିକୃତିକୁ କେତେକାଂଶରେ ଦୂର କରାଯାଇପାରିବ। ଏ ସମ୍ପର୍କରେ ଆମେରିକାସ୍ଥିତ ଡ୍ୟୁକ୍‌ ୟୁନିଭର୍ସିଟିର ସହଯୋଗୀ ପ୍ରଫେସର ଏରିକ୍‌ ବେନର କହନ୍ତି, ଗର୍ଭଧାରଣ ବେଳେ କୌଣସି ଔଷଧ ସେବନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। କିନ୍ତୁ ଏହି ସମୟରେ ଏସିଟାମିନୋଫେନ୍‌ ସେବନ କଲେ ଜ୍ୱର ଦୂର ହୋଇପାରିବ। ତେବେ ଏ ସମ୍ପର୍କରେ ମହିଳାମାନେ କୌଣସି ବିପଦର ଆଶଙ୍କା ଓ ଉପକାରିତା ବିଷୟରେ ଡାକ୍ତରଙ୍କ ପରାମର୍ଶ ଲୋଡିବାକୁ ଗବେଷକମାନେ କହିଛନ୍ତି।

All Right Reserved By

Model This Week

ସନ୍ତୋଷ

ଫୁରସତ |

ମୃତ ପୁଅ-ଝିଅଙ୍କର ହୁଏ ବିବାହ

ମୃତ ପୁଅ-ଝିଅଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି, ସବାରୀରେ ବରବଧୂ ବିବାହ ମଣ୍ଡପରେ ଆସି ବିବାହ କରିଥାଆନ୍ତି।

କେଉଁ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡନ୍ତି....

କେଉଁ ବ୍ଲଡ୍‌ ଗ୍ରୁପ୍‌ର ବ୍ୟକ୍ତିଙ୍କୁ ମଶା ଅଧିକ କାମୁଡନ୍ତି....

ଓ୍ବାଶିଂଟନ: କେତେକ ଲୋକଙ୍କୁ ମଶା ଅଧିକ କାମୁଡିଥାନ୍ତି। ପୁଣି କିଛି ଲୋକଙ୍କ ପାଖକୁ ମଶା ଆଦୌ ଯାଇ ନ ଥାନ୍ତି। ଏପରି କାହିଁକି ହୋଇଥାଏ? ସେ ସମ୍ପର୍କରେ ଜାଣିବାଲାଗି ଗବେଷକମାନେ ଦୀର୍ଘଦିନ ଧରି ଗବେଷଣା ଚଳାଇଥିଲେ। ତେବେ ଏସମ୍ପର୍କରେ ଏକ ଗବେଷଣା ତଥ୍ୟ ସାମନାକୁ ଆସିଛିି। ଏଥିରେ ଦର୍ଶାଯାଇଛି ଯେ, ‘ଓ’ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପ୍ରତି ମଶା ଅଧିକ ଆକର୍ଷିତ ହୋଇଥାନ୍ତି।

ଧନ ପ୍ରାପ୍ତି ଓ ସ୍ଫଟିକ ମାଳା...

ଧନ ପ୍ରାପ୍ତି ଓ ସ୍ଫଟିକ ମାଳା...

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟ ଦେଖା ଦେଉଥିଲେ ଏକ ସହଜ ଉପାୟ ଦ୍ୱାରା ଏହାର ସଫଳ ନିରାକରଣ କରାଯାଇପାରିବ। ଏ ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏକ ସ୍ଫଟିକ ମାଳାକୁ ବିଧିବଦ୍ଧ ଭାବେ ପୂଜା କରି ମହାଲକ୍ଷ୍ମୀଙ୍କୁ ଅର୍ପଣ କଲେ ଧନ ଆଗମନ ହୋଇଥାଏ।

ତରଭୁଜର ଦାମ୍‌ ୧୯.୮୪ ଲକ୍ଷ

ତରଭୁଜର ଦାମ୍‌ ୧୯.୮୪ ଲକ୍ଷ

ଟୋକିଓ : ବର୍ତ୍ତମାନ ଖରାଦିନ। ତରଭୁଜର ଚାହିଦା ସବୁଆଡ଼େ। ଏଠାରେ ମିଳୁଥିବା ତରଭୁଜ କିଲୋପିଛା ୮ରୁ ୧୨ ଟଙ୍କା। କିନ୍ତୁ ତରଭୁଜ ଦାମ୍‌ ଯେ ଲକ୍ଷାଧିକ ଟଙ୍କା ହୋଇଥିବ,ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ! ତେବେ ନିକଟରେ ଜାପାନରେ ଏକ ତରଭୁଜ ୧୯.୮୪ ଲକ୍ଷ ଟଙ୍କାରେ ନିଲାମ ହୋଇଛି।

ଦାମୀ ସ୍ଥାପତ୍ୟ

ଦାମୀ ସ୍ଥାପତ୍ୟ

ଲକ୍ଷ ଲକ୍ଷ ଏମିତିକି କୋଟି କୋଟି ଟଙ୍କାରେ ପେଣ୍ଟିଂ ବିକ୍ରି ହେଉଥିବା କଥା ଅନେକେ ଜାଣିଥିବେ। ହେଲେ କୌଣସି ମୂର୍ତ୍ତି ଏଭଳି ଦାମ୍‌ରେ ବିକ୍ରି ହୋଇଥିବା କମ୍‌ ଜାଣିଥିବେ। ଜାଣନ୍ତୁ ସେମିତି କେତୋଟି ସ୍ଥାପତ୍ୟ ସମ୍ପର୍କରେ....

କାଗଜର ଥ୍ରୀଡି ଆର୍ଟ

କାଗଜର ଥ୍ରୀଡି ଆର୍ଟ

ଲଣ୍ଡନର ଡିଜାଇନର, ଆନିମେଟର ତଥା ଇଲୁଷ୍ଟ୍ରେଟର ଲିସା ଲୟଡ୍‌ କାଗଜରେ ତିଆରି କରିଛନ୍ତି ଅନେକ ଥ୍ରୀଡି ଆର୍ଟ। ସୁନ୍ଦର ରଙ୍ଗିନ ଚଢେଇ ହେଉକି ପ୍ରଜାପତି ଅବା ବହୁରୂପୀ ଏଣ୍ଡୁଅ କି କୀଟପତଙ୍ଗ ଏସବୁକୁ ସେ ବିଭିନ୍ନ ପ୍ରକାରର ରଙ୍ଗିନ କାଗଜକୁ କାଟି ତିଆରି କରିଛନ୍ତି।

ସବୁଠୁ ବଡ଼ ମଶା

ସବୁଠୁ ବଡ଼ ମଶା

ଏହି ମଶାର ଆକାର ସାଢେ ୪ ଇଞ୍ଚ। ଛୋଟ ଛୋଟ ମଶାଙ୍କର ପ୍ରାଦୁର୍ଭାବ ସମ୍ପର୍କରେ ତ ସମସ୍ତେ ଜାଣନ୍ତି। ଆଉ ଯେବେ ଏଭଳି ବଡ ମଶାକୁ ଘରେ ଦେଖିବେ ତେବେ ଅବସ୍ଥା କ’ଣ ହେବ ଭାବିଲେ। ନିଶ୍ଚୟ ଯେକେହି ବି ଡରିଯିବେ।

ଶୁଟର୍‌ ଜେଜେମା’

ଶୁଟର୍‌ ଜେଜେମା’

ଉତ୍ତରପ୍ରଦେଶର ବାଗପତ ଜିଲାସ୍ଥ ଜୋହରି ଗଁ।ର ଚନ୍ଦ୍ରୋ ତୋମର। ବୟସ ୮୬ ବର୍ଷ। ୮ ସନ୍ତାନର ଜନନୀ ସହ ନାତିନାତୁଣୀ ମିଶି ତାଙ୍କର ୧୫ ଜଣ। ଘର କାମରେ ସେ ବେଶ୍‌ ପାରଙ୍ଗମ। ଏତେବଡ ପରିବାର ପାଇଁ ରୋଷେଇ କରିବା ସହ ସଫାସଫି, ଗୋରୁ ଚରାଇବା ସବୁ କାମ ସେ କରନ୍ତି। ତା’ସହ ଆଉ ଏକ କାମ ସେ ବେଶ୍‌ ଭଲଭାବେ କରିପାରନ୍ତି। ସେ ହେଉଛି ଶୁଟିଂ।

ପ୍ରଥମ ରୋଜଗାର: ଦରମା ଟଙ୍କା ବାକି ଶୁଝିବାରେ ଖର୍ଚ୍ଚ ହୋଇଥିଲା

ପ୍ରଥମ ରୋଜଗାର: ଦରମା ଟଙ୍କା ବାକି ଶୁଝିବାରେ ଖର୍ଚ୍ଚ ହୋଇଥିଲା

ଖୋର୍ଦ୍ଧା ଜିଲା ବୋଲଗଡ଼ର ଚମ୍ପାଇଲୋ ଗାଁରେ ମୋର ଜନ୍ମ। ବାପା ଥିଲେ ଜଣେ ଗରିବ ଚାଷୀ ଆଉ ବୋଉ ବି ମୁଢି ବିକି ଆମକୁ ପଢାଉଥିଲେ। ଦୁଇ ଭାଇ ଭିତରୁ ମୁଁ ଥିଲି ଘରର ବଡ଼ ପୁଅ। ଅଭାବ ଅନଟନ ଭିତରେ ପିଚୁକୁଳି ଉଚ୍ଚ ବିଦ୍ୟାଳୟରୁ ନବମ ପାସ୍‌ କରିବା ପରେ ପଢାଛାଡି ପୁରୀରେ ଥିବା ଏକ ଲୁଗା ଦୋକାନରେ ଯାଇ କାମ କଲି।

ବିରଳ ପୂଜା ପରମ୍ପରା

ବିରଳ ପୂଜା ପରମ୍ପରା

ବୈଚିତ୍ର୍ୟମୟ ଓଡ଼ିଶା। ଅଦ୍ଭୁତ ତା’ର ପରମ୍ପରା । କାହିଁ କେଉଁ ଆବହମାନ କାଳରୁ ଓଡ଼ିଶାର ଅନେକ ସ୍ଥାନରେ ପ୍ରଚଳିତ ବହୁ ବିରଳ ପରମ୍ପରା। ଏମିତି କି କେଉଁଠି ସକାଳୁ ସକାଳୁ ଘରୁ ମହାଦେବଙ୍କୁ ନିଆଯାଇଥାଏ ମନ୍ଦିରକୁ ଏବଂ ସନ୍ଧ୍ୟାକୁ ଫେରାଇ ଆଣିଥାନ୍ତି ସ୍ବଗୃହକୁ । ଆଉ କେଉଁଠି ଠାକୁରାଣୀଙ୍କୁ ମାଟିହାଣ୍ଡି ଘୋଡ଼ାଇ ରଖାଯାଇଥାଏ ତ କେଉଁଠି ମହାପ୍ରଭୁୁ ପ୍ରାୟ ୩୬୨ଦିନ ଧରି ପୋଖରୀ ଜଳରେ ବୁଡ଼ି ରୁହନ୍ତି ।

ବିଷଧର ଜୀବ କାମୁଡ଼ିଲେ ହୁଏନି ମୃତ୍ୟୁ, କାହିଁକି.....?

ବିଷଧର ଜୀବ କାମୁଡ଼ିଲେ ହୁଏନି ମୃତ୍ୟୁ, କାହିଁକି.....?

ଭାରତରେ ଏଭଳି ଏକ ସ୍ଥାନ ଅଛି, ଯେଉଁଠି ବିଷଧର ଜୀବ କାମୁଡ଼ିଲେ ବା ଚୋଟ ମାରିଲେ ବି ଲୋକଙ୍କ ଉପରେ ଏହାର କୌଣସି ନକରାତ୍ମକ ପ୍ରଭାବ ପଡ଼େନାହିଁ। ୨୫୦ ବର୍ଷ ଧରି ଏଠାରେ ଏହି ଅଲୌକିକ ଧାରା ଜାରି ରହିଛି।

ସିଂହାସନ କଲେ କ’ଣ ମିଳେ...

ସିଂହାସନ କଲେ କ’ଣ ମିଳେ...

ସିଂହାସନ, ଏହି ଆସନର ନାମାନୁସାରେ ଏହାକୁ ସେଭଳି କରିବାକୁ ମଧ୍ୟ ପଡିଥାଏ। ଏହି ଆସନରେ ସିଂହ ଭଳି ବସିବାକୁ ପଡିଥାଏ। ସିଂହାସନ କରିବା ଦ୍ୱାରା ଆଖି,ମୁହଁ ଓ ବେକର ବ୍ୟାୟମ ହୋଇଥାଏ। ଏହାଦ୍ୱାରା ଶରୀର ଭିତରକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଯିବା ସହ ରକ୍ତ ସଞ୍ଚାଳନ ଭଲଭାବେ ହୋଇଥାଏ।