Dharitri News
ଅନଗୁଳ-ଢେଙ୍କାନାଳ

ମାଧପୁରବାସୀଙ୍କୁ ରାସ୍ତା ଦଣ୍ଡ

ମାଧପୁରବାସୀଙ୍କୁ ରାସ୍ତା ଦଣ୍ଡ ଅନୁଗୋଳ ଅଫିସ,୧୮ା୮: ଅନୁଗୋଳ ବ୍ଲକ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତର ମାଧପୁର ଗ୍ରାମକୁ ଗମନାଗମନ ବ୍ୟବସ୍ଥା ଶୋଚନୀୟ ହୋଇପଡିଛି। ୩ଟି ୱାର୍ଡ଼ ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୯ଶହ ଲୋକ ବାସବାସ କରୁଛନ୍ତି। ହେଲେ ଗ୍ରାମକୁ ସଂଯୋଗ କରୁଥିବା ୩ଟି ରାସ୍ତାର ଅବସ୍ଥା କଦର୍ଯ୍ୟ ହୋଇଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଗ୍ରାମକୁ ପକ୍କାରାସ୍ତା ନିର୍ମାଣ ପାଇଁ ମାଟି, ବାଲି ପଡିଥିଲେ ହେଁ କାମ ଆଗେଇପାରୁନି। ବର୍ଷା ହେଲେ ଅବସ୍ଥା ଆହୁରି ଖରାପ ହେଉଛି। ରାସ୍ତାସାରା ଖାଲ ହେବା ସହ ବର୍ଷା ଓ ପାର୍ଶ୍ୱବର୍ତ୍ତୀ କେନାଲର ପାଣି ଏଥିରେ ଜମିରହୁଛି। ଅନେକ ସମୟରେ ବାଇକ୍‌ ଏବଂ ସାଇକେଲ ଚାଳକମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ଗତବର୍ଷ ରାସ୍ତା ମରାମତି ପାଇଁ ଗ୍ରାମବାସୀ ଆନ୍ଦୋଳନ କରିବା ପରେ ୧ ଲକ୍ଷ ଟଙ୍କାରେ କେବଳ ଗୋଡ଼ିମାଟି ପକାଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିଭଳି ମାଧପୁର ଜଙ୍ଗଲ ବା ଡଙ୍ଗାପାଳ ଗ୍ରାମ ରାସ୍ତାର ଅବସ୍ଥା ମଧ୍ୟ ସମାନ। ଟାକୁଆ ନାଳରେ ବର୍ଷା ହେଲେ ୨ ଦିନ ପର୍ଯ୍ୟନ୍ତ ରାସ୍ତା ଉପରେ ଆଣ୍ଠୁଏ ପାଣି ପ୍ରବାହିତ ହୋଇଥାଏ। ଅନ୍ୟପଟେ ମାଧପୁରରୁ ଅନ୍ୟ ଏକ ରାସ୍ତାକୁ ପଞ୍ଚାୟତିରାଜ ବିଭାଗ ଦ୍ୱାରା ତ୍ରୟୋଦଶ ଅର୍ଥକମିଶନ ଅର୍ଥରୁ ଲକ୍ଷେ ଟଙ୍କା ବ୍ୟୟରେ ୨୦୧୩-୧୪ ମସିହାରେ ମାଟିଗୋଡ଼ି ପକାଇ ଉନ୍ନତିକରଣ କରାଯାଇଥିଲା। ଏବେ ଏହି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ତୁରନ୍ତ ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦିଆଯାଇ ଗମନାଗମନ ସୁବିଧା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ଭାଜପା ସାମାଜିକ କାର୍ଯକର୍ତ୍ତା ରଣଜିତ ଦାଶ, ଇଂ ଗୁରୁ ପ୍ରଧାନ, ପ୍ରସନ୍ନ ନାଏକ, କାମଦେବ ଦେହୁରୀ ପ୍ରମୁଖ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ। ଏ ନେଇ ଜିଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ସେମାନେ ପ୍ରକାଶ କରିଥିଲେ।

ଅନଗୁଳ-ଢେଙ୍କାନାଳ

ଜିଲା ମହୋତ୍ସବରେ ଯୋଗ ପ୍ରାଣାୟାମ ଶିବିର

ଜିଲା ମହୋତ୍ସବରେ ଯୋଗ ପ୍ରାଣାୟାମ ଶିବିର

ଅନୁଗୋଳ ଅଫିସ,୧୯।୧- ଅନୁଗୋଳ ଷ୍ଟାଡିୟମ ପରିସରରେ ଚାଲିଥିବା ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବ ଅବସରରେ ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ଶୁକ୍ରବାର ଯୋଗ ପ୍ରାଣାୟାମ ଶିବିର ଆରମ୍ଭ ହୋଇଛି।

୪୦୦୧ ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ

୪୦୦୧ ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ,୧୯।୧- ସରକାରଙ୍କ ବିଭିନ୍ନ ଯୋଜନାରେ ଯୁବତୀ ଯୁବକମାନଙ୍କ ନିମନ୍ତେ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରତିଷ୍ଠାନର ଜିଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ୪୦୦୧ ଜଣ ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦେଇ ସେମାନଙ୍କ ଜୀବିକା ନିର୍ବାହ କରିବାର ସୁଯୋଗ ସୃଷ୍ଟି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।

‘କନ୍ୟା ସନ୍ତାନ, ଅମୂଲ୍ୟ ରତ୍ନ’ ରଥ ଶୁଭାରମ୍ଭ

‘କନ୍ୟା ସନ୍ତାନ, ଅମୂଲ୍ୟ ରତ୍ନ’ ରଥ ଶୁଭାରମ୍ଭ

ଅନୁଗୋଳ ଅଫିସ,୧୯।୧- ଶିଶୁ କନ୍ୟାଙ୍କ ସୁରକ୍ଷା ଓ ପରିବାର ପାଇଁ ସେମାନେ କିପରି ଅମୂଲ୍ୟ ରତ୍ନ ସେ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ରଥ ଶୁକ୍ରବାର ସକାଳେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରିଛି। ଜିଲା ସ୍ବାସ୍ଥ୍ୟ ସମିତି ତରଫରୁ ବାହାରିଥିବା ଏହି ରଥକୁ ଜିଲାପାଳ ଅନିଲ କୁମାର ସାମଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

 ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ଭୁବନ,୧୯।୧(ଡି.ଏନ.ଏ.)- ଭୁବନ ଥାନା ଶ୍ରୀରାମପୁର ଗ୍ରାମର କାଗଜ ପାଣି(୫୦)ହାତୀ ଆକ୍ରମଣରେ ଶୁକ୍ରବାର ପ୍ରାଣ ହରାଇଛନ୍ତି।

ଅନୁଗୋଳ ଜିଲାରେ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ଆରମ୍ଭ

ଅନୁଗୋଳ ଜିଲାରେ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ଆରମ୍ଭ

ବଅଁରପାଳ, ୧୯।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲାରେ ଶୁକ୍ରବାର ମୋଟ ୭୨ ଓ୍ବାର୍ଡ ସଭ୍ୟ ପଦ ପାଇଁ ୭୨ ବୁଥ୍‌ରେ ଭୋଟ ଗ୍ରହଣ କରାଯାଉଛି। ଜିଲାର ଅନୁଗୋଳ, ତାଳଚେର, ପାଲଲହଡ଼ା, କିଶୋରନଗର, ବଅଁରପାଳ, କଣିହାଁ ଆଦି ବ୍ଲକରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରଶାନ୍ତ ଦାସଙ୍କୁ ଆଶ୍ୱସ୍ତି

ଢେଙ୍କାନାଳ ଅଫିସ, ୧୮ା୧- ଢେଙ୍କାନାଳ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ସି-ଶୋର ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ଜାମିନ ଆବେଦନ ଗୁରୁବାର ମଞ୍ଜୁର ହୋଇଛି। ସ୍ଥାନୀୟ ଟାଉନ ଥାନାରେ ଠକେଇ ଅଭିଯୋଗରେ ରୁଜୁ ହୋଇଥିବା ୩ ମାମଲାରେ ପ୍ରଶାନ୍ତଙ୍କୁ ଜାମିନ ମିଳିଛି। ଜିଲା ଦୌରାଜଜ୍‌ଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲା ଦୌରାଜଜ୍‌ ଲଲାଟେନ୍ଦୁ ଜେନା ତାଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି।

ଦେଶରେ ମିଳିମିଳା ଶିଶୁମୃତ୍ୟୁ ସର୍ବାଧିକ

ଦେଶରେ ମିଳିମିଳା ଶିଶୁମୃତ୍ୟୁ ସର୍ବାଧିକ

ଢେଙ୍କାନାଳ ଅଫିସ, ୧୮ା୧- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜାତୀୟ ସ୍ବାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଗୁରୁବାର ମଧ୍ୟାହ୍ନରେ ମିଜିଲ୍ସ, ରୁବେଲା ଭ୍ୟାକ୍ସିନେଶନ କ୍ୟାମ୍ପେନ୍‌ ସମ୍ପର୍କିତ ଗଣମାଧ୍ୟମକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ଯୋଗଦେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାସୁଦେବ ବେହେରା ମିଳିମିଳା ଓ ରୁବେଲା ରୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଭାରତରେ ପ୍ରତିବର୍ଷ ୩୦ହଜାର ଶିଶୁ ମିଳିମିଳାରେ ପ୍ରାଣ ହରାଇଥାନ୍ତି। ସେହିପରି ବିଶ୍ୱରେ ୩ଟି ମିଳିମିଳାଜନିତ ଶିଶୁମୃତ୍ୟୁ ମଧ୍ୟରେ ଜଣେ ଭାରତୀୟ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ।

ବିଲ୍‌ ନ ଦେଇ ପୋଲିସ ବିଦ୍ୟୁତ୍‌ ଜାଳିବା ଘଟଣା : ୧୫ ଦିନ ମଧ୍ୟରେ ହେବେ କଞ୍ଜୁମର

ବିଲ୍‌ ନ ଦେଇ ପୋଲିସ ବିଦ୍ୟୁତ୍‌ ଜାଳିବା ଘଟଣା : ୧୫ ଦିନ ମଧ୍ୟରେ ହେବେ କଞ୍ଜୁମର

ଅନୁଗୋଳ ଅଫିସ,୧୮।୧- ଅନୁଗୋଳ ଥାନା ଓ ଜିଲା ହେଡକ୍ୱାର୍ଟର୍ସ ପଛପାଖରେ ଥିବା ମୋଟ୍‌ ୬୮ଟି ପୋଲିସ କାର୍ଟର୍ସ ମଧ୍ୟରୁ ୬୪ଟି କ୍ୱାର୍ଟର୍ସ କଞ୍ଜୁମର ଭାବେ ପଞ୍ଜୀକୃତ ହୋଇ ନ ଥିଲେ ମଧ୍ୟ ଦୀର୍ଘବର୍ଷ ହେବ ବିଦ୍ୟୁତ୍‌ ବ୍ୟବହାର କରିଆସୁଛନ୍ତି। ଏସବୁ କ୍ୱାର୍ଟର୍ସରେ ମିଟର ଲଗାଯାଇ ନାହିଁ କି ରହୁଥିବା କର୍ମଚାରୀମାନେ ମଧ୍ୟ କୌଣସି ବିଲ୍‌ ଦେଉନାହାନ୍ତି। ବୁଧବାର ଏ ନେଇ ‘ଧରିତ୍ରୀ’ରେ ‘ପୋଲିସ କ୍ବାର୍ଟର୍ସ ବୋଲି, ବିଲ୍‌ ନ ଦେଇ ଜାଳୁଛନ୍ତି ବିଜୁଳି’ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ଏବେ ଉକ୍ତ କ୍ୱାର୍ଟର୍ସକୁ କଞ୍ଜୁମର କରାଯିବାକୁ ପଦକ୍ଷେପ ନେବା ଆରମ୍ଭ ହୋଇଛି।

୬ଷ୍ଠ ଜିଲା ମହୋତ୍ସବ ଉଦ୍‌ଘାଟିତ ; ଅନୁଗୋଳର ଐତିହ୍ୟ, ପରମ୍ପରା, ସଂସ୍କୃତି ମହାନ୍‌

୬ଷ୍ଠ ଜିଲା ମହୋତ୍ସବ ଉଦ୍‌ଘାଟିତ ; ଅନୁଗୋଳର ଐତିହ୍ୟ, ପରମ୍ପରା, ସଂସ୍କୃତି ମହାନ୍‌

ଅନୁଗୋଳ ଅଫିସ,୧୮।୧- ଶିଳ୍ପ ସମୃଦ୍ଧ ଜିଲା ଭାବେ ଅନୁଗୋଳ ସାରା ଭାରତବର୍ଷରେ ପରିଚୟ ସୃଷ୍ଟି କରିପାରିଛି। ଏଠିକାର ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଅତ୍ୟନ୍ତ ମହାନ। ଶେଷ ରାଜା ସୋମନାଥ ସିଂ ଜଗଦ୍ଦେବ, ସଂଗ୍ରାମୀ ପବିତ୍ର ପ୍ରଧାନ, କବି ରାଧାମୋହନ ଗଡ଼ନାୟକ, ମାଳତୀ ଚୌଧୁରୀ, ନବକୃଷ୍ଣ ଚୌଧୁରୀଙ୍କ ପାଇଁ ଅନୁଗୋଳ ମାଟି ଗର୍ବିତ। ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ଷଷ୍ଠ ଅନୁଗୋଳ ଜିଲା ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟଅତିଥି ତଥା ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ମତବ୍ୟକ୍ତ କରିଛନ୍ତି।

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ କାର୍ଯ୍ୟାଳୟ ଉଦ୍‌ଘାଟିତ

ତାଳଚେର,୧୮ା୧(ନି.ପ୍ର.)- ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ତାଳଚେର କାର୍ଯ୍ୟାଳୟ ବୁଧବାର ସ୍ଥାନୀୟ ହାଣ୍ଡିଧୂଆଁ ଛକଠାରେ ଉଦ୍‌ଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପର୍ଯ୍ୟାବରଣର ଭୟାବହତାରୁ ତାଳଚେର ବଞ୍ଚାଅ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଂଘର ରାଜ୍ୟ ସଭାପତି ଡ. ଅଭିନ୍ନ କୁମାର ହୋତା ଏହି ଆଲୋଚନାଚକ୍ରକୁ ଉଦ୍‌ଘାଟନ କରିଥିଲେ।

ଅନ୍‌ଲାଇନ ମ୍ୟୁଟେଶନର ଶୁଭାରମ୍ଭ

ଅନ୍‌ଲାଇନ ମ୍ୟୁଟେଶନର ଶୁଭାରମ୍ଭ

ତାଳଚେର,୧୮ା୧(ନି.ପ୍ର)- ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ଏବଂ ରାଷ୍ଟ୍ରୀୟ ସୂଚନା ବିଜ୍ଞାନକେନ୍ଦ୍ରର ସହଯୋଗରେ ଅନୁଗୋଳ ଜିଲା ତାଳଚେର ତହସିଲରେ ଗୁରୁବାର ଅନ୍‌ଲାଇନ ଖାରଜ ଦାଖଲ (ମ୍ୟୁଟେଶନ)ର ଶୁଭାରମ୍ଭ ହୋଇଛି।

ବିଜେଡି କାର୍ଯ୍ୟକାରିଣୀ ବୈଠକ

ବିଜେଡି କାର୍ଯ୍ୟକାରିଣୀ ବୈଠକ

ଛେଣ୍ଡିପଦା, ୧୮ା୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବିଜେଡି ପକ୍ଷରୁ ବ୍ଲକସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ବୁଧବାର କୋଶଳା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ବ୍ଲକ ସଭାପତି ଶ୍ରୀଧର ଗଡନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।