ଅନଗୁଳ-ଢେଙ୍କାନାଳ

ନିଆରା ବ୍ୟକ୍ତିତ୍ୱ ପ୍ରଫୁଲ୍ଲ: ଅନ୍ୟ ପାଇଁ ଏତଲା ଲେଖନ୍ତି

ନିଆରା ବ୍ୟକ୍ତିତ୍ୱ ପ୍ରଫୁଲ୍ଲ:  ଅନ୍ୟ ପାଇଁ ଏତଲା ଲେଖନ୍ତି

ବଅଁରପାଳ,୧୮।୮(ଡି.ଏନ.ଏ.)-ଥାନା, କୋର୍ଟ କଚେରି ନଁା ଶୁଣିଲେ ଲୋକଙ୍କ ଭିତରେ ଭୟ ଜାତ ହୁଏ। ଅତି ପରିଚିତ ନ ହେଲେ ଏପରି ସ୍ଥାନରେ କେହି କାହାକୁ ସହାୟତା କରିବାକୁ ସାଧାରଣତଃ ଆଗଭର ହୁଅନ୍ତି ନାହିଁ। ହେଲେ ଅନୁଗୋଳ ଜିଲା ବଅଁରପାଳ ଥାନା ବଗଚର ଗ୍ରାମର ପ୍ରଫୁଲ୍ଲ ନାୟକ ଏ କ୍ଷେତ୍ରରେ ଜଣେ ନିଆରା ବ୍ୟକ୍ତିତ୍ୱ। ଚିହ୍ନା, ପରିଚୟ ନ ଥିଲେ ବି କେହି ଥାନାକୁ ଅଭିଯୋଗ କରିବାକୁ ଆସିଲେ ଆପେ ଆପେ ପହଞ୍ଚି ଯାଅନ୍ତି ସେ। ସମ୍ପୃକ୍ତ ଅଭିଯୋଗକାରୀଙ୍କ ପାଇଁ ଏତଲା ଲେଖିଦେବାକୁ ସେ ପ୍ରସ୍ତାବ ଦିଅନ୍ତି। କେହି ତାଙ୍କର ସହଯୋଗ ଲୋଡ଼ିଲେ ସେ ସୁନ୍ଦର ଅକ୍ଷରରେ ଅଭିଯୋଗପତ୍ର ଲେଖି ବଢ଼ାଇ ଦିଅନ୍ତି। ଏଥିପାଇଁ ସେ କୌଣସି ପାରିଶ୍ରମିକ ଦାବି କରନ୍ତି ନାହିଁ। କିଏ ୫୦ ଦେଉ କି ୧୦୦, ତାହାକୁ ଖୁସିର ସହ ଗ୍ରହଣ କରି ପୁଣି ଲାଗିଯାଆନ୍ତି ଅନ୍ୟ କୌଣସି ଅଭିଯୋଗକାରୀଙ୍କ ସହାୟତାରେ। ଯାଚିଲେ ମଧ୍ୟ ଗରିବ ଗୁରୁବାଙ୍କଠାରୁ ସେ ଆଦୌ ଅର୍ଥ ଗ୍ରହଣ କରନ୍ତି ନାହିଁ। ଦୀର୍ଘ ୨୫ ବର୍ଷ ହେଲା ସେ ଏପରି କାର୍ଯ୍ୟ କରି ଆସୁଛନ୍ତି।
ପ୍ରଫୁଲ୍ଲଙ୍କ ବୟସ ପାଖାପାଖି ୬୩। ସ୍ତ୍ରୀ, ଝିଅପୁଅଙ୍କୁ ନେଇ ତାଙ୍କ ପରିବାର। ୨ ଝିଅଙ୍କୁ ବିବାହ ଦେଇ ସାରିଥିବା ବେଳେ ପୁଅ ଏବେ ବେକାର ହୋଇ ଘରେ ବସିଛି। ଘର ଖଣ୍ଡିଏକୁ ଛାଡ଼ିଦେଲେ ଜମିବାଡ଼ି ବୋଲି ସେପରି କିଛି ନାହିଁ। ଗରିବ ପରିବାରରେ ଜନ୍ମ ହୋଇଥିବାରୁ ଅଧିକ ପାଠ ମଧ୍ୟ ପଢ଼ି ନାହାନ୍ତି। ବହୁ ଦୁଃଖକଷ୍ଟରେ ୭ମ ଶ୍ରେଣୀ ଯାଏ ପଢ଼ିଛନ୍ତି। ସକାଳ ହେଲେ ସେ ଚାଲିଆସନ୍ତି ବଅଁରପାଳ ଥାନାକୁ। ସେଠାରେ ସନ୍ଧ୍ୟାଯାଏ ବସିରହି ଲୋକମାନଙ୍କୁ ଏତଲା ଲେଖିବାରେ ସହାୟତା କରିଥାନ୍ତି। ଥାନାକୁ ଆସୁଥିବା ଲୋକଙ୍କ ନିକଟରେ ସେ ଅତି ପରିଚିତ। ତେଣୁ ଅଭିଯୋଗ କରିବାକୁ କିଏ ଆସିଲେ, ପ୍ରଥମେ ପ୍ରଫୁଲ୍ଲଙ୍କୁ ଖୋଜା ପଡ଼େ। ଘଟଣା ସମ୍ପର୍କରେ ଟିକିଏ କହିଦେଲେ ସୁନ୍ଦର ଅକ୍ଷରରେ ଏତଲାଟିଏ ପ୍ରସ୍ତୁତ କରିଦିଅନ୍ତି ପ୍ରଫୁଲ୍ଲ। ଯୌତୁକ ନିର୍ଯାତନାଠାରୁ ଆରମ୍ଭ କରି ଚୋରି, ଗଣ୍ଡଗୋଳ ସମେତ ବିଭିନ୍ନ ଅଭିଯୋଗ ସମ୍ପର୍କିତ ଏତଲା ସେ ଲଖନ୍ତି। ଏଥିସହ ଛୋଟକାଟିଆ ମାମଲା, ପାରିବାରିକ, ଦାମ୍ପତ୍ୟ କଳହ ଆଦି ଅଭିଯୋଗ ପାଇଁ ଥାନାକୁ ଆସୁଥିବା ଲୋକଙ୍କୁ ସେ ବୁଝାଶୁଝା କରି ସମସ୍ୟାର ସମାଧାନ ନିମନ୍ତେ ପରାମର୍ଶ ଦେଇଥାନ୍ତି। ଅନେକେ ମଧ୍ୟ ତାଙ୍କ କଥା ମାନି ଥାନା, କୋର୍ଟକୁ ନ ଯାଇ ଆପୋଷ ବୁଝାମଣାରେ ସମସ୍ୟା ସମାଧାନ କରିଥାନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି। ଏହା ତାଙ୍କର ପେଶା ନୁହେଁ। ଲୋକମାନଙ୍କୁ ସାହଯ୍ୟ କରିବାକୁ ସେ ଏପରି କରିଥାନ୍ତି। ଅସହାୟ, ଗରିବ ଲୋକମାନଙ୍କ ପାଇଁ ଦରଖାସ୍ତ ଖଣ୍ଡିଏ ଲେଖିଦେଲେ ତାଙ୍କୁ ବହୁ ଆନନ୍ଦ ମିଳେ ବୋଲି ପ୍ରଫୁଲ ପ୍ରକାଶ କରିଛନ୍ତି।

All Right Reserved By

Model This Week

Model This Week

ଅନଗୁଳ-ଢେଙ୍କାନାଳ

ଛଦେଶ ଅଞ୍ଚଳରେ ଏମ୍‌ପି

ଛଦେଶ ଅଞ୍ଚଳରେ ଏମ୍‌ପି

ଭାପୁର, ୨୬।୪(ଡି.ଏନ୍‌.ଏ.)-ଢେଙ୍କାନାଳ-ଏମ୍‌ପି ତଥାଗତ ସତପଥୀ ଗୁରୁବାର ଛଦେଶ ଅଞ୍ଚଳର ବିଭିନ୍ନ ଗ୍ରାମ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ଏହି ଅବସରରେ ଏମ୍‌ପି ଚଷାପଡ଼ା ଗ୍ରାମରେ ନବନିର୍ମିତ ପାଲା ମଣ୍ଡପ ଉଦ୍‌ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଧୀରପାଟଣା ସରପଞ୍ଚ ବିସ୍ମିତା ବେହେରା, ଗ୍ରାମ ସଭାପତି ଗଙ୍ଗାଧର ସାହୁ, ଓ୍ବାର୍ଡସଭ୍ୟ ପୂଜାରିଣୀ ସାହୁ, ଇନ୍ଦୁମତି ସାହୁଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହାପରେ ଏମ୍‌ପି ବାଲ୍ୟାମ୍ବା, ରାଇଡ଼ିହି, ଓଡ଼ାପଡ଼ା ବ୍ଲକର ରାଣୀପାଳ ଓ ବୃନ୍ଦାବନପୁର ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ପଚାରି ବୁଝିଥିଲେ।

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଗୁରୁବାର ସକାଳେ କେହି ଅପହରଣ କରିନେଇଥିବା ପରିବାର ପକ୍ଷରୁ ସନ୍ଧ୍ୟାରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି।

ବୃଦ୍ଧଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ଠାକୁରଗଡ଼ ଥାନା ଭଙ୍ଗାମୁଣ୍ଡା ଗ୍ରାମର ଶଙ୍ଖାଳି ବିଶ୍ୱାଳଙ୍କୁ ସେହି ଗ୍ରାମର ବିପିନ ନାୟକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି।

ସଚେତନ ହେଲେ ଦୁର୍ଘଟଣା କମିବ

ସଚେତନ ହେଲେ ଦୁର୍ଘଟଣା କମିବ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ସମ୍ପ୍ରତି ଦୁର୍ଘଟଣାର ହାର ବଢି ଚାଲିଛି। ଅସାବଧାନତା ବଶତଃ ଗାଡ଼ି ଚଳାଚଳ ସହ ମଦ୍ୟପାନ ଯୋଗୁ ଏଭଳି ଘଟୁଛି।

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ଅଭିନେତ୍ରୀ ଉଷସୀଙ୍କୁ ଅସଦାଚରଣ ଘଟଣା : ଅଭିଯୁକ୍ତଙ୍କ ପକ୍ଷରୁ ପାଲଟା ଅଭିଯୋଗ

ତାଳଚେର, ୨୬ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବାବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଅସଦାଚରଣ ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ତେବେ ଗୁରୁବାର ଇନ୍ଦ୍ରମଣିଙ୍କ ପକ୍ଷରୁ ତାଳଚେର ଏସ୍‌ଡିଜେଏମ୍‌ କୋର୍ଟରେ ତାଙ୍କ ଓକିଲ ଏକ ପାଲଟା ମକଦ୍ଦମା ରୁଜୁ କରିଛନ୍ତି।

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଶୋ’ ରୁମ୍‌ ଶଟର ତାଡ଼ି ୩ ବାଇକ୍‌ ଲୁଟ୍‌

ଅନୁଗୋଳ ଅଫିସ,୨୬।୪- ଅନୁଗୋଳ ସହରର ପଞ୍ଚମହଲା ନିକଟରେ ଥିବା ୟାମାହା ଶୋରୁମ୍‌ ଗୋଦାମର ଶଟର୍‌ ତାଡି ଦୁର୍ବୃତ୍ତମାନେ ବୁଧବାର ରାତିରେ ୩ଟି ବାଇକ୍‌ ଲୁଟି ନେଇଛନ୍ତି। ଏ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ସୁରକ୍ଷା ବାର୍ତ୍ତା ବାଣ୍ଟିବ ସଚେତନତା ରଥ

ପାଲଲହଡ଼ା,୨୬।୪(ଡି.ଏନ୍‌.ଏ.)- ପାଲଲହଡ଼ା ଉପଖଣ୍ଡ ବସ୍‌ ମାଲିକ ସଂଘ ତତ୍ତ୍ୱାବଧାନରେ ଗୁରୁବାର ୨୯ ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଛି

ଦୁର୍ଘଟଣାରେ ଏନ୍‌ଟିପିସି ଶ୍ରମିକ ଗୁରୁତର

କଣିହାଁ,୨୬।୪(ଡି.ଏନ୍‌.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ସ୍ଥିତ ଏନ୍‌ଟିପିସି ପ୍ରକଳ୍ପର ଠିକା ଶ୍ରମିକ ଯଦୁମଣି ଦାସ ଗୁରୁବାର ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି।

 ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌  ଇଞ୍ଜିନିୟର

ଭିଜିଲାନ୍ସ ଜାଲରେ ଆରଡବ୍ଲ୍ୟୁଏସ୍‌ଏସ୍‌ ଇଞ୍ଜିନିୟର

ଢେଙ୍କାନାଳ ଅଫିସ, ୨୬।୪ - ଭିଜିଲାନ୍ସ ହାତରେ ଗୁରୁବାର ଧରାପଡ଼ିଛନ୍ତି ପୁରୀ ଜିଲା ସତ୍ୟବାଦୀ ବ୍ଲକର ଆରଡବ୍ଲ୍ୟୁଏସ୍‌ଏସ୍‌ ଆସିଷ୍ଟାଣ୍ଟ ଇଞ୍ଜିନିୟର ସଞ୍ଜୟ ସାହୁ ।

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ  ମୃତ

ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- କଟକ-ସମ୍ବଲପୁର ୫୫ନଂ.ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ସାହୁ ଛକରେ ଗୁରୁବାର ସଡକ ଦୁର୍ଘଟଣା ଘଟିଛି।

ଉଷସୀଙ୍କୁ  ନ୍ୟାୟ ପାଇଁ  ଡିଆଇଜିଙ୍କୁ ଦାବିପତ୍ର

ଉଷସୀଙ୍କୁ ନ୍ୟାୟ ପାଇଁ ଡିଆଇଜିଙ୍କୁ ଦାବିପତ୍ର

ତାଳଚେର,୨୬ା୪(ନି.ପ୍ର.)- ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ନ୍ୟାୟ ପ୍ରଦାନ କରାଯିବା ପାଇଁ ଗୁରୁବାର ତାଳଚେର ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ଫେରାର ଅଭିଯୁକ୍ତ ଗିରଫ

ଫେରାର ଅଭିଯୁକ୍ତ ଗିରଫ

ବଇଣ୍ଡା,୨୬।୪(ଡି.ଏନ୍‌.ଏ.)- ହଣ୍ଡପା ପୋଲିସ ଗାଁ ବଇଣ୍ଡା ପଞ୍ଚାୟତ ଡଙ୍ଗାଧର ଗ୍ରାମରେ ଚଢାଉ କରି ଫେରାର ଥିବା ଅଭିଯୁକ୍ତ ହରିହର ବାଘଙ୍କୁ ବୁଧବାର ଗିରଫ କରିଛି।