

ସମ୍ବଲପୁର

ଘରୋଇ କଳହରୁ ଦେହରେ ନିଆଁ ଲଗାଇଦେଲେ ମହିଳା: ବଞ୍ଚାଇବାକୁ ଯାଇ ସ୍ବାମୀ, ଝିଅ-ପୁଅ ଗୁରୁତର
ବଲାଙ୍ଗୀର ଅଫିସ, ୨୦।୨- ସୋନପୁର ଜିଲା ତରଭା ନୂଆପଡାଠାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ଘରୋଇ କଳହକୁ ନେଇ ଦେହରେ କିରୋସିନି ଲଗାଇ ଦେବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ କୌଶଲ୍ୟା ସେଲ୍ମା(୨୫)। ତାଙ୍କ ଶରୀରର ୮୦ଭାଗ ପୋଡ଼ିଯାଇଛି।

ଗଣ୍ଡାମେର ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତା: ଶ୍ରମିକଙ୍କୁ ମିଳିନି ଲକ୍ଷାଧିକ ଟଙ୍କା, ପଞ୍ଚାୟତବାସୀ ଲୋକପାଳଙ୍କ ଦ୍ୱାରସ୍ଥ
ନୂଆପଡା ଅଫିସ,୨୦ା୨- ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛ। ଏହି ଗ୍ରାମପଞ୍ଚାୟତରେ ଗତ ୩ ବର୍ଷ ହେଲା ଉନ୍ନୟନ କାମଗୁଡିକର କୌଣସି ଖୋଜଖବର ମିଳୁନାହିଁ।

ସୁବର୍ଣ୍ଣ ଜୟନ୍ତୀରେ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
ପଲମ,୧୯।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧୀନ ଯୋରାଡବରା ପଞ୍ଚାୟତସ୍ଥିତ କୁଶୁର୍ଲା ହରଗୌରୀ ଯୁବକ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମଙ୍ଗଳବାର ପାଳିତ ହୋଇଯାଇଛି । ଏହି ଅବସରରେ ନେହେରୁ ଯୁବ କେନ୍ଦ୍ର ଭବାନୀପାଟଣା ଓ ହରଗୌରୀ ଯୁବକ ସଂଘ ଆନୁକୁଲ୍ୟରେ ଜିଲାସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ମାନବବାଦ କ୍ଷେତ୍ରରେ ଭୀମଭୋଇ ଜଣେ ଉଜ୍ଜ୍ୱଳ ଜ୍ୟୋତିଷ୍କ
ସୋନପୁର,୧୯।୨(ନି.ପ୍ର.) ସନ୍ଥ କବି ଭୀମଭୋଇ ଧର୍ମ, ସଂସ୍କୃତି, ସାହିତ୍ୟ ମାନବବାଦ କ୍ଷେତ୍ରରେ ଏକ ମହାନ ଏବଂ ଉଜ୍ଜ୍ୱଳମୟ ଜ୍ୟୋତିଷ୍କ। ଯାହାଙ୍କ ଦର୍ଶନ ଏବଂ ଜ୍ଞାନାଲୋକ ସମସ୍ତ ମାନବ ଜାତିକୁ ପଥ ପ୍ରଦର୍ଶନ କରୁଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ : ତଦନ୍ତ ନିର୍ଦ୍ଦେଶ ଦେଲେ ଏଏସ୍ଆଇ ଅଧୀକ୍ଷକ
ବଲାଙ୍ଗୀର ଅଫିସ, ୧୯ା୨ : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ୍ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି।

ନକ୍ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ
ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ
ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।
ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି
ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା
‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’
ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ।
ବେଲପାହାଡ଼ ବନ୍ଦ
ବେଲପାହାଡ଼,୧୮ା୨(ଡ଼ି.ଏନ୍.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା

ବେଲପାହାଡ଼:୩ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୪୭୫ ଛାତ୍ରୀଛାତ୍ର
ବେଲପାହାଡ଼,୧୮ା୨(ଡ଼ି.ଏନ୍.ଏ.): ଆସନ୍ତା ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ା ଏଥିପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରାଞ୍ଚଳସ୍ଥିତ ନୋଡ଼ାଲ କେନ୍ଦ୍ର ଗିରିଧରଲାଲ ଉଚ୍ଚ ବିଦ୍ୟାଳୟକୁ ପ୍ରଶ୍ନପତ୍ର ପହଞ୍ଚତ୍ ସାରିଛି ା ପ୍ରଶ୍ନପତ୍ରଗୁଡିକ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି ା

ଅବ୍ୟବସ୍ଥାରେ ଚାଲିଛି ଲିଫ୍ଟ ପଏଣ୍ଟ: ଉପୁଡି ପଡିଛି ଖୁଣ୍ଟ, ଟ୍ରାନ୍ସଫର୍ମର ମୁକୁଳା
ବିନିକା, ୧୮ା୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ସାରଙ୍ଗପାଲି ଗାଁ। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର । ମୁଖ୍ୟ ଜୀବିକା ଧାନଚାଷ ା ଉଠାଜଳସେଚନ ପଏଣ୍ଟ ମାଧ୍ୟରେ ୮୦ହେକ୍ଟର ଜମିରେ ଚାଷ ହୋଇଥାଏ।